ଚିଦାତ୍ମିକା ଖଟୁଆଙ୍କୁ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ । ପଜିଟିଭ ଚେଞ୍ଜ ମେକର ତାଲିକାରେ ମିଳିଲା ସ୍ଥାନ ।

କନକ ବ୍ୟୁରୋ: ପଜିଟିଭ ଚେଞ୍ଜ ମେକର ତାଲିକାରେ ଓଡିଶାର ଚିଦାତ୍ମିକା ଖଟୁଆ ପାଇଛନ୍ତି ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ । ପ୍ରଥମ ଥର ପାଇଁ ଗିନିଜ ବୁକ ପକ୍ଷରୁ ଏହି ଚାପ୍ଟର ଆରମ୍ଭ ହୋଇଥିବା ବେଳେ ସମଗ୍ର ବିଶ୍ୱରୁ ୧୦୦୦ ରୁ ଉର୍ଦ୍ଧ୍ୱ ଲୋକେ ଏହି ବିଭାଗ ପାଇଁ ଆବେଦନ କରିଥିବା ବେଳେ ମାତ୍ର ୨୩ ଜଣଙ୍କୁ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ ପଜିଟିଭ ଚେଞ୍ଜ ମେକରରେ ସ୍ଥାନ ମିଳିଛି । ଆଉ ଏହିContinue reading “ଚିଦାତ୍ମିକା ଖଟୁଆଙ୍କୁ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ । ପଜିଟିଭ ଚେଞ୍ଜ ମେକର ତାଲିକାରେ ମିଳିଲା ସ୍ଥାନ ।”

ମତ୍ସ୍ୟଜୀବୀଙ୍କ ପରମ୍ପରା ବଜାୟ ରଖିବାକୁ ବନ ବିଭାଗ ପକ୍ଷରୁ ନୌକା ପ୍ରତିଯୋଗିତା । ପ୍ରଥମ ସ୍ଥାନ ହାସଲ କଲା ସୋରିଷମାଳ ଗାଁର ନୌକା ଦଳ

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ଆୟୋଜିତ ହୁଏ ନୌକାଚାଳନା ପ୍ରତିଯୋଗିତା । ମତ୍ସ୍ୟଜୀବୀଙ୍କ ନୌଚାଳନା ପରମ୍ପରାକୁ ବଜାୟ ରଖିବା ଲାଗି ଜିଲ୍ଲା ପ୍ରଶାସନର ଉଦ୍ୟମରେ ଏହି ପ୍ରତିଯୋଗିତା ପ୍ରତିବର୍ଷ ଆୟୋଜିତ କରୁଛିି । ମାଲକାନଗିରି ଜିଲ୍ଲାର ମାଲ୍ୟବନ୍ତ ମହୋତ୍ସବ ୨୦୨୩ ଉପଲକ୍ଷେ ସତିଗୁଡା ଜଳଭଣ୍ଡାରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ବନ ବିଭାଗ ପାଖଆଖ ଗାଁର ମତ୍ସ୍ୟଜୀବୀଙ୍କୁ ନେଇ ନୌଚାଳନା ପ୍ରତିଯୋଗିତା ଆୟୋଜନ କରିଛି । ଏଥିରେ ସତୁଗୁଡା ଜଳ ଭଣ୍ଡାରର ଆଖପାଖContinue reading “ମତ୍ସ୍ୟଜୀବୀଙ୍କ ପରମ୍ପରା ବଜାୟ ରଖିବାକୁ ବନ ବିଭାଗ ପକ୍ଷରୁ ନୌକା ପ୍ରତିଯୋଗିତା । ପ୍ରଥମ ସ୍ଥାନ ହାସଲ କଲା ସୋରିଷମାଳ ଗାଁର ନୌକା ଦଳ”

ସାରା ରାଜ୍ୟରେ ଶୀତର ଲହରୀ । ୧୫ ଡିଗ୍ରୀ ତଳେ ୨୩ ସହର । କନ୍ଧମାଳରେ ଶୀତର ରାଜୁତି 

କନକ ବ୍ୟୁରୋ: ସାରା ରାଜ୍ୟରେ ଶୀତର ଲହରୀ । ୧୫ ଡିଗ୍ରୀ ତଳେ ୨୩ ସହରର ତାପମାତ୍ରା । ଦାରିଙ୍ଗବାଡିରେ ଏବେ ଶୀତର ରାଜୁତି ଦେଖିବାକୁ ମିଳିଛି  । ପ୍ରବଳ ଶୀତ ସାଙ୍ଗକୁ କୁହୁଡି ପାଗ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ କିନ୍ତୁ ପ୍ରକୃତିର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ  । କନ୍ଧମାଳ ଜିଲ୍ଲାରେ ବିଳମ୍ଭରେ ଶୀତ ଛୁଇଁଥିବା ବେଳେ ଏବେ ଚାରି ଦିନରେ ପାରଦ ୫ ଡିଗ୍ରୀ ଖସିଥିବା ବେଳେ ଶୀତର ପ୍ରକୋପContinue reading “ସାରା ରାଜ୍ୟରେ ଶୀତର ଲହରୀ । ୧୫ ଡିଗ୍ରୀ ତଳେ ୨୩ ସହର । କନ୍ଧମାଳରେ ଶୀତର ରାଜୁତି “

ବାହାରିନରେ ୨୩ ତମ ରୋଟାକ୍ସ ମ୍ୟାକ୍ସ ଚ୍ୟାଲେଞ୍ଜ । ଭାରତରୁ ପ୍ରତିନିଧିତ୍ୱ କଲେ ଓଡିଆ ପୁଅ ଆଦିତ୍ୟ ପଟ୍ଟନାୟକ । 

କନକ ବ୍ୟୁରୋ: ଡିସେମ୍ବର ୨ ରୁ ୯ ମଧ୍ୟରେ ବାହାରିନରେ ଆୟୋଜିତ ହୋଇଥିଲା ୨୩ ତମ ରୋଟାକ୍ସ ମ୍ୟାକ୍ସ ଚ୍ୟାଲେଞ୍ଜ । ଏହି ଗ୍ରାଣ୍ଡ କାର୍ଟିଂ ଫାଇନାଲରେ ଓଡିଶାର ୧୯ ବର୍ଷୀୟ ଆଦିତ୍ୟ ପଟ୍ଟନାୟକ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ବାହାରିନ କାର୍ଟିଂରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ତିନିଜଣ ଜାତୀୟ ଚାମ୍ପିଅନ୍ ମଧ୍ୟରେ ଯୁବ ଭାରତୀୟ ଆଦିତ୍ୟ ପଟ୍ଟନାୟକ ଥିଲେ । ଆଦିତ୍ୟଙ୍କ ସହ ତାଙ୍କ କୋଚ୍ ଶ୍ରୀ ଷ୍ଟିଭ୍ ଥିଲେ । ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃContinue reading “ବାହାରିନରେ ୨୩ ତମ ରୋଟାକ୍ସ ମ୍ୟାକ୍ସ ଚ୍ୟାଲେଞ୍ଜ । ଭାରତରୁ ପ୍ରତିନିଧିତ୍ୱ କଲେ ଓଡିଆ ପୁଅ ଆଦିତ୍ୟ ପଟ୍ଟନାୟକ । “

ପୋଲ ଭାଙ୍ଗିଯାଇଥିବାରୁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ । ରୋଗୀଙ୍କୁ ବୋହି ସମ୍ପର୍କୀୟ ଦୌଡିଲେ ଦେଢ କିଲୋମିଟର ।

କନକ ବ୍ୟୁରୋ: ପୋଲ ଭାଙ୍ଗିଯାଇଥିବାରୁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ । ରୋଗୀଙ୍କୁ ବୋହି ସମ୍ପର୍କୀୟ ଦୌଡିଲେ ଦେଢ କିଲୋମିଟର । ଉଦଳାର ଜଇଦା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଉଦଳା-ବାଲେଶ୍ୱର ରାସ୍ତାର କଇଁସାରୀ ଜାମୁଘାଟ ପୋଲ ବର୍ଷା ଯୋଗୁଁ ଭାଙ୍ଗିଯାଇଛି । ଦୁଇବର୍ଷ ହେଲା ପୋଲ ଏଭଳି ଅବସ୍ଥାରେ ଅଛି । ବାରମ୍ବାର ଦାବି ସତ୍ୱେ ଏଥିପ୍ରତି କେହି ଦୃଷ୍ଟିଦେଉନାହାନ୍ତି । ଗତକାଲି ଜଇଦା ଗାଁରେ ଜଣେ ମହିଳାଙ୍କ ଶରୀର ଅସୁସ୍ଥ ହୋଇ ଗୁରୁତରContinue reading “ପୋଲ ଭାଙ୍ଗିଯାଇଥିବାରୁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ । ରୋଗୀଙ୍କୁ ବୋହି ସମ୍ପର୍କୀୟ ଦୌଡିଲେ ଦେଢ କିଲୋମିଟର ।”

ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା । ଫିକା ପଡିଲା ରିଙ୍କୁ ସିଂ ଏବଂ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ।

କନକ ବ୍ୟୁରୋ: ମଙ୍ଗଳବାର ଖେଳାଯାଇଥିବା ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ଟିମ୍ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି ଘରୋଇ ଦଳ । ବର୍ଷା ପ୍ରଭାବିତ ଏହି ମ୍ୟାଚରେ ଟାର୍ଗେଟ ପରିବର୍ତ୍ତନ କରାଯାଇଥିଲା । ଯାହା ଦକ୍ଷିଣ ଆଫ୍ରିକା ଦଳକୁ ମ୍ୟାଚ ଜିତିବାକୁ ବାଟ ଫିଟାଇଥିଲା । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୧୮୦ ରନ୍ ସ୍କୋର କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ବର୍ଷାContinue reading “ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା । ଫିକା ପଡିଲା ରିଙ୍କୁ ସିଂ ଏବଂ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ।”

ଜାଲ ନୋଟ୍ କାରବାରକୁ ଧରାଯିବ ଆତଙ୍କବାଦୀ କାର୍ଯ୍ୟକଳାପ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ବି ସାମିଲ ହେବେ ଆତଙ୍କବାଦୀ କାର୍ଯ୍ୟକଳାପରେ

କନକ ବ୍ୟୁରୋ: ଦେଶରେ ବଢୁଥିବା ଜାଲ ନୋଟ୍ କାରବାର ଉପରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଜାଲ ଟଙ୍କା କାରବାରକୁ ଏଣିକି ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଧରାଯିବ । ଏହାସହିତ ସରକାରୀ କର୍ମଚାରୀଙ୍କୁ ଅପହରଣ କିମ୍ବା ଆକ୍ରମଣ ଭଳି ଅପରାଧ ମଧ୍ୟ ଆତଙ୍କବାଦ ଶ୍ରେଣୀରେ ସାମିଲ ହେବ । ପ୍ରସ୍ତାବିତ କ୍ରିମିନାଲ କୋଡରେ ଏଭଳି ଅପରାଧକୁ ସାମିଲ କରିବା ଲାଗି କେନ୍ଦ୍ର ସରକାର ‘ଆତଙ୍କବାଦ’ର ଆଇନଗତ ସଂଜ୍ଞାରେ ସଂଶୋଧନ କରିଛନ୍ତି । ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟ ପାଇଁContinue reading “ଜାଲ ନୋଟ୍ କାରବାରକୁ ଧରାଯିବ ଆତଙ୍କବାଦୀ କାର୍ଯ୍ୟକଳାପ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ବି ସାମିଲ ହେବେ ଆତଙ୍କବାଦୀ କାର୍ଯ୍ୟକଳାପରେ”

ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ନେବେ ଶପଥ । ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀଙ୍କ ସମେତ ବିଜେପି ସଭାପତି

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେଇସାରିଛି । ଏବେ ଅପେକ୍ଷା ଦୁହିଁଙ୍କ ଶପଥ ଗ୍ରହଣ ଉତ୍ସବକୁ । ପ୍ରଥମେ ଭୋପାଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ମୋତିଲାଲ ନେହେରୁ ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟା ୩୦ରେ ଶପଥ ନେବେ । ଏହାପରେ ଅପରାହ୍ନ ୪ଟାରେ ରାୟପୁରରେ ଏକ କଲେଜ ପଡିଆରେ ଛତିଶଗଡରେ ବିଷ୍ଣୁ ଦେବ ସାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥContinue reading “ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ନେବେ ଶପଥ । ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀଙ୍କ ସମେତ ବିଜେପି ସଭାପତି”

ଦିନରେ ଲୁଚୁଛି ,ରାତିରେ ବୁଲୁଛି ମହାବଳ ବାଘ । ରାୟଗଡାରେ ବାଛୁରୀକୁ ଖାଇଥିବା ନେଇ ବନ ଅଧିକାରୀଙ୍କ ସୂଚନା

କନକ ବ୍ୟୁରୋ: ବାଛୁରୀକୁ ଖାଇଗଲା ମହାବଳ ବାଘ । ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳର ତେମ୍ବାଗୁଡା ନିକଟରେ ଏକ ବାଛୁରୀକୁ ସମ୍ପୂର୍ଣ୍ଣ ଖାଇଯାଇଛି ମହାବଳ ବାଘ । ବନ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ତେମ୍ବାଗୁଡା ରାଜେସ ରାଓଙ୍କ ଗୁହାଳରୁ ବାଛୁରୀକୁ ନେଇ ଖାଇଯାଇଥିଲା । ବାଛୁରୀର କିଛି ଗୋଡ ଅଂଶ ପଡିବା ସହ ରକ୍ତଛିଟା ଓ ମହାବଳର ପାଦଚିହ୍ନକୁ ଠାବ କରିଛି ଗୁଡାରି ବନ ବିଭାଗ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେContinue reading “ଦିନରେ ଲୁଚୁଛି ,ରାତିରେ ବୁଲୁଛି ମହାବଳ ବାଘ । ରାୟଗଡାରେ ବାଛୁରୀକୁ ଖାଇଥିବା ନେଇ ବନ ଅଧିକାରୀଙ୍କ ସୂଚନା”

ବୁର୍ଲାରେ ଚାଲିଛି ବୋରୱେଲ ଭିତରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ଚିକିତ୍ସା । ୭ ଘଣ୍ଟର ଅପରେସନ ପରେ ଉଦ୍ଧାର ହେଲା ଶିଶୁକନ୍ୟା ।

କନକ ବ୍ୟୁରୋ: ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛି ନବଜାତ ଶିଶୁକନ୍ୟା । ଏକ ସ୍ୱତନ୍ତ୍ର ଆମ୍ବଲାନ୍ସ ଯୋଗେ ଉଦ୍ଧାର ପରେ ଅଣାଯାଇଛି ଏହି ଶିଶୁକନ୍ୟାକୁ । ଗତକାଲି ଦିନ ପାଖାପାଖି ୨ଟା ବେଳେ ଖବର ମିଳିଥିଲା ଯେ, ସମ୍ବଲପୁର ରେଙ୍ଗାଲି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲରେ ପଡ଼ିଯାଇଛି ନବଜାତ ଶିଶୁ । ଜଣେ ମହିଳା ସେଠାକୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ଶୁଣିବାକୁ ପାଇଥିଲେ । ଆଉ ତୁରନ୍ତ ଏହିContinue reading “ବୁର୍ଲାରେ ଚାଲିଛି ବୋରୱେଲ ଭିତରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ଚିକିତ୍ସା । ୭ ଘଣ୍ଟର ଅପରେସନ ପରେ ଉଦ୍ଧାର ହେଲା ଶିଶୁକନ୍ୟା ।”

Design a site like this with WordPress.com
Get started