କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯାଇଥିଲା । ଏହାକୁ ବିରୋଧ କରି ଦାଖଲ ହୋଇଥିବା ପିଟିସନ ଉପରେ କୋଟଙ୍କ ରାୟ ଆସିବ । ୧୬ ଦିନର ଶୁଣାଣି ପରେ ସୁପ୍ରିମକୋର୍ଟ ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡContinue reading “ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ଉଚ୍ଛେଦ ନିଷ୍ପତ୍ତି ଠିକ୍ ନା ଭୁଲ ରାୟ ଶୁଣାଇବେ ୫ ଜଣିଆ ଖଣ୍ଡପୀଠ ।”
Category Archives: News
ଛତିଶଗଡ଼ ପରେ ଆଜି ମଧ୍ୟପ୍ରଦେଶରେ ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ । ରେସରେ ଅଛନ୍ତି ବଡ ବଡ ନେତା ।
କନକ ବ୍ୟୁରୋ: ଛତିଶଗଡ ପରେ ଏବେ ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲାଗି ରହିଛି ସସପେନ୍ସ । ମଧ୍ୟପ୍ରଦେଶରେ କାହାର ରାଜ୍ ଚାଲିବ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଆଜି ବିଧାୟକଙ୍କ ସହ ବୈଠକ କରିବେ ପର୍ଯ୍ୟବେକ୍ଷକ । ଏହାପରେ କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା ହୋଇପାରେ । ମଧ୍ୟପ୍ରଦେଶର କିଏ ହେବ ମୁଖିଆ, ସମସ୍ତଙ୍କ ନଜର ସେଠାରେ କେନ୍ଦ୍ରିତ ହୋଇ ରହିଛି । ଶିବରାଜ ସିଂହContinue reading “ଛତିଶଗଡ଼ ପରେ ଆଜି ମଧ୍ୟପ୍ରଦେଶରେ ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ । ରେସରେ ଅଛନ୍ତି ବଡ ବଡ ନେତା ।”
ସମୁଦ୍ରରେ ବୁଡି କୋକେନ୍ ଖୋଜୁଛନ୍ତି ସ୍କୁବା ଡାଇଭର । ଚଢାଉବେଳେ କ୍ର୍ୟୁମେମ୍ବର କୋକେନ୍ ସମୁଦ୍ରକୁ ଫୋପାଡି ଦେଇଥିବା ସନ୍ଦେହ ।
କନକ ବ୍ୟୁରୋ: ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ ହୋଇଥିବା କୋକେନ୍ ମାମଲାରେ ନୂଆ ମୋଡ । ପିଆଇସିଟି ବର୍ଥରେ ସ୍କୁବା ଡାଇଭର ପହଂଚି ଗଭୀର ସମୁଦ୍ରରେ କୋକେନ ଖୋଜିଛନ୍ତି । ସୀମା ଶୁଳ୍କ ବିଭାଗର ଚଢାଉ ବେଳେ ଜାହାଜର କ୍ରିଉ ମେମ୍ବରମାନେ କିଛି କୋକେନ୍ ପ୍ୟାକେଟ୍ ସମୁଦ୍ରକୁ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ୨୩ ପ୍ୟାକେଟ୍ କୋକେନ୍ରୁ ୨୨ ପ୍ୟାକେଟ୍ ମିଳିଥିବା ବେଳେ ଗୋଟିଏ ପ୍ୟାକେଟ୍ ଜାହାଜ ତଳେ ଥିବା ପାଣି ଟ୍ୟାଙ୍କରରେ ଥାଇପାରେContinue reading “ସମୁଦ୍ରରେ ବୁଡି କୋକେନ୍ ଖୋଜୁଛନ୍ତି ସ୍କୁବା ଡାଇଭର । ଚଢାଉବେଳେ କ୍ର୍ୟୁମେମ୍ବର କୋକେନ୍ ସମୁଦ୍ରକୁ ଫୋପାଡି ଦେଇଥିବା ସନ୍ଦେହ ।”
ହଟହଟା କରୁଛନ୍ତି ମାଙ୍କଡ । ମଣିଷଙ୍କୁ ଗୋଡାଇ ଗୋଡାଇ କରୁଛନ୍ତି ଆକ୍ରମଣ । ଭୟରେ ବାହାରୁନାହାଁନ୍ତି ଲୋକେ ।
କନକ ବ୍ୟୁରୋ: ସୀମା ଟପିଲାଣି ମାଙ୍କଡଙ୍କ ଉପଦ୍ରବ । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ମାଙ୍କଡଙ୍କ ଉପଦ୍ରବ ବଢିବାରେ ଲାଗିଛି । ରାସ୍ତାରେ ମଣିଷଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ଆତଙ୍କ ସୃଷ୍ଟି କରୁଛନ୍ତି ମାଙ୍କଡ ଦଳ । ଗତକାଲି ବାଟଗ୍ରାମର ଗୌରାଙ୍ଗ ଧଳଙ୍କ ପତ୍ନୀ ସମୁତି ଧଳଙ୍କୁ ମାଙ୍କଡ ଆକ୍ରମଣ କରିବାରୁ ତାଙ୍କ ଅବସ୍ଥାର ଗୁରୁ୍ତର ରହିଛି । ପ୍ରଥମେ ତାଙ୍କୁ ଜଳେଶ୍ୱର ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ,Continue reading “ହଟହଟା କରୁଛନ୍ତି ମାଙ୍କଡ । ମଣିଷଙ୍କୁ ଗୋଡାଇ ଗୋଡାଇ କରୁଛନ୍ତି ଆକ୍ରମଣ । ଭୟରେ ବାହାରୁନାହାଁନ୍ତି ଲୋକେ ।”
ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ସରକାର । ଉପକୂଳ ଅଞ୍ଚଳ ଜଗିବେ ସ୍ୱତନ୍ତ୍ର ଫୋର୍ସ, ୨୦ କିମି ଭିତରେ ମାଛ ଧରା ମନା ।
କନକ ବ୍ୟୁରୋ: ଓଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ସରକାର । କଇଁଛ ଅଣ୍ଡା ଦେଉଥିବା ଉପକୂଳ ଅଞ୍ଚଳ ଜଗିବେ ସ୍ୱତନ୍ତ୍ର ଫୋର୍ସ । ମୁତୟନ ହେବ ହାଇସ୍ପିଡ୍ ବୋଟ୍ । ୪ ଟି ସ୍ଥାନରେ କରାଯିବ ପାଟ୍ରୋଲିଂ ଘାଟି । ସମୁଦ୍ରରେ ବେଆଇନ ଭାବେ ମାଛଧରା ଟ୍ରଲର ବୁଲୁଥିବାରୁ ବହୁ କଇଁଛଙ୍କ ମୃତ୍ୟୁ ହେଉଛି । ଏହାକୁ କିପରି ରୋକାଯାଇପାରିବ ସେନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଊଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକContinue reading “ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ସରକାର । ଉପକୂଳ ଅଞ୍ଚଳ ଜଗିବେ ସ୍ୱତନ୍ତ୍ର ଫୋର୍ସ, ୨୦ କିମି ଭିତରେ ମାଛ ଧରା ମନା ।”
ଛତିଶଗଡ଼ରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ରଣମ ସିଂଙ୍କୁ ମିଳିପାରେ ବାଚସ୍ପତି ପଦବୀ । ଆସନ୍ତା ୧୩ରେ ଶପଥ ପାଠ ।
କନକ ବ୍ୟୁରୋ: ବିଷ୍ଣୁଦେଓ ସାଏ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତିି ହେବା ପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଷ୍ଣୁଦେଓ ଆସନ୍ତା ୧୩ ତାରିଖ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ବିଷ୍ଣୁଦେଓଙ୍କ ରାଜନୈତିକ ଯାତ୍ରା ଏତେଟା ସହଜ ନଥିଲା । ଆଦିବାସୀ ପରିବାରରୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡିଛି । ସରପଂଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଷ୍ଣୁଦେଓ ସାଏ । ୧୯୯୮ରେ ସେ ବାଗିଆ ପଂଚାୟତରContinue reading “ଛତିଶଗଡ଼ରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ରଣମ ସିଂଙ୍କୁ ମିଳିପାରେ ବାଚସ୍ପତି ପଦବୀ । ଆସନ୍ତା ୧୩ରେ ଶପଥ ପାଠ ।”
ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ଆଜି ଆନ୍ଦୋଳନ କରିବ ବିଜେପି । ରାଜ୍ୟର ସବୁ ସବଡିଭିଜନ ସମ୍ମୁଖରେ କରିବ ପ୍ରତିବାଦ ।
କନକ ବ୍ୟୁରୋ: ଆୟକର ବିଭାଗ ଏତେ ଟଙ୍କା ଜବତ କରିବା ପରେ ବିଜେଡିକୁ ଘେରିଛି ରାଜ୍ୟ ବିଜେପି । ରାଜ୍ୟରେ ମଦ ଦୁନୀତିର ଅଭିଯୋଗ ଆଣି ଆଜି ବିକ୍ଷୋଭ କରିବାକୁ ନିଷ୍ପତ୍ତିି ନେଇଛି ବିଜେପି । ରାଜ୍ୟର ସମସ୍ତ ସବଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିକ୍ଷୋଭ କରାଯିବ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଅନୁକମ୍ପାରେ ‘ସାହୁ ବ୍ରଦର୍ସContinue reading “ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ଆଜି ଆନ୍ଦୋଳନ କରିବ ବିଜେପି । ରାଜ୍ୟର ସବୁ ସବଡିଭିଜନ ସମ୍ମୁଖରେ କରିବ ପ୍ରତିବାଦ ।”
ବିପୁଳ ଟଙ୍କା ଜବତ ପରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଭୟଭୀତ ଥିବାରୁ ତଦନ୍ତକାରୀ ସଂସ୍ଥା ବିରୋଧରେ ଆଣୁଥିଲେ ଅଭିଯୋଗ ।
କନକ ବ୍ୟୁରୋ: କଂଗ୍ରେସ ସାଂସଦଙ୍କ ଠାରୁ ଏତେ ପରିମାଣରେ ଟଙ୍କା ଜବତ ହେବା ଘଟଣାକୁ ନେଇ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ସାଂସଦଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ କରାଯାଇଛି । କଂଗ୍ରେସ ଘଟଣାକୁ ନେଇ ଚୁପ୍ ରହିବା ସ୍ୱାଭବିକ କିନ୍ତୁ ଇଣ୍ଡିଆ ମେଣ୍ଟରେ ଥିବା ଅନ୍ୟ ଦଳମାନେ କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତିContinue reading “ବିପୁଳ ଟଙ୍କା ଜବତ ପରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଭୟଭୀତ ଥିବାରୁ ତଦନ୍ତକାରୀ ସଂସ୍ଥା ବିରୋଧରେ ଆଣୁଥିଲେ ଅଭିଯୋଗ ।”
୫ ଦିନରେ ବାହାରିଲାଣି ୪୫୪ କୋଟି ଟଙ୍କା, ୬୦ କିଲୋ ସୁନା । ୫ ଦିନ ହେଲା ୨୫ ମେସିନରେ ଟଙ୍କା ଗଣୁଛନ୍ତି ୫୦ କର୍ମଚାରୀ । ଏବେବି ଚଢାଉ ଜାରି ।
କନକ ବ୍ୟୁରୋ: ପାଞ୍ଚ ଦିନରେ ଜବତ ହେଲାଣି ୪୫୪ କୋଟି ୫୦ ଲକ୍ଷ ଟଙ୍କା । ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍ ନେଇ ଆୟକର ବିଭାଗ ଚଢାଉ ଜାରିରଖିଛି । ତେବେ ଏହି ୫ ଦିନରେ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମଳିଛି । ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ଆୟକର ବିଭାଗର ସବୁଠୁ ବଡ଼ ରେଡ ବୋଲି କୁହାଯାଉଛି । ମୋଟ ଟଙ୍କାରୁContinue reading “୫ ଦିନରେ ବାହାରିଲାଣି ୪୫୪ କୋଟି ଟଙ୍କା, ୬୦ କିଲୋ ସୁନା । ୫ ଦିନ ହେଲା ୨୫ ମେସିନରେ ଟଙ୍କା ଗଣୁଛନ୍ତି ୫୦ କର୍ମଚାରୀ । ଏବେବି ଚଢାଉ ଜାରି ।”
ଚାଷୀଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ବାସୁମତି ଧାନ ଚାଷ । ଏକର ପିଛା ଅମଳ ହେଉଛି ୮ରୁ ୧୦ କ୍ୱିଂଟାଲ ଧାନ । ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ହେଉଛି ରପ୍ତାନୀ ।
କନକ ବ୍ୟୁରୋ: ବାସୁମତି ଧାନ ଚାଷ ଦେଇଛି ପରିଚୟ । ଆଉ ଚାଷି ମାନଙ୍କ ପାଇଁ ପାଲଟିଛି ରୋଜଗାରର ମୁଖ୍ୟ ମାଧ୍ୟମ । ପ୍ରାୟ ୨ହଜାର ହେକ୍ଟର ଜମିରେ ବାସୁମତି ଧାନ ଚାଷ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି କେନ୍ଦ୍ରାପଡା ବ୍ଲକ ଖରୀନାସି ପଂଚାୟତର ଚାଷି ମାନେ । ଧାନ ଜମିରେ ମହ ମହ ମହକୁଛି ବାସୁମତି । ପାଚିଲା ଧାନରେ ଭର୍ତି ହୋଇଛି କ୍ଷେତ । ଏବେ ଅମଳ ସମୟ ହୋଇଥିବାContinue reading “ଚାଷୀଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ବାସୁମତି ଧାନ ଚାଷ । ଏକର ପିଛା ଅମଳ ହେଉଛି ୮ରୁ ୧୦ କ୍ୱିଂଟାଲ ଧାନ । ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ହେଉଛି ରପ୍ତାନୀ ।”