କଟକର ସାଲେପୁର ଓ ମାହାଙ୍ଗାର ଗାଁ ଗାଁରେ ରହିଛି ଭାଗବତ ଟୁଙ୍ଗି: ବର୍ଷକୁ ଥରେ ହେଇଛି ଭାଗବତ ମେଳଣ

କନକ ବ୍ୟୁରୋ: ମେଳଣ ଉତ୍ସବ କହିଲେ, ସମସ୍ତେ ପ୍ରାୟ ବୁଝନ୍ତି ଦୋଳ ମେଲଣକୁ । ବିଭିନ୍ନ ସ୍ଥାନରୁ ସୁସଜିତ ବିମାନରେ ରାଧାକୃଷ୍ଣଙ୍କୁ ଶୋଭାଯାତ୍ରାରେ ଆଣି ଗୋଟିଏ ସ୍ଥାନରେ ରଖି ପୂଜାର୍ଚ୍ଚନା କରିବାକୁ । ହେଲେ କଟକ ଜିଲ୍ଲା ସାଲେପୁର ଓ ମାହାଙ୍ଗା ଅଂଚଳରେ ପାଳନ ହୁଏ ଭାଗବତ ମେଲଣ । ଏଠି ବିମାନରେ ରାଧାକୃଷ୍ଣ ନୁହେଁ ପ୍ରଭୁ ଜଗନ୍ନାଥଙ୍କୁ ବିଜେ କରାଯାଏ । ଭାଗବତର ପ୍ରଚାର ପ୍ରସାର ସହ ଭକ୍ତି ଭାବନା ଓ ଭାଇଚାରା ବଜାୟ ରଖିଛିContinue reading “କଟକର ସାଲେପୁର ଓ ମାହାଙ୍ଗାର ଗାଁ ଗାଁରେ ରହିଛି ଭାଗବତ ଟୁଙ୍ଗି: ବର୍ଷକୁ ଥରେ ହେଇଛି ଭାଗବତ ମେଳଣ”

ଗରିବ ଶ୍ରମିକଙ୍କ ପାଇଁ ଆସୁଥିବା କାମ ଯାଉଛି କୁଆଡେ? କିଏ ନେଉଛି ଜବକାର୍ଡ ଧାରୀଙ୍କ ପାରିଶ୍ରମିକ

କନକ ବ୍ୟୁରୋ: ସରକାର ମନରେଗା ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ବର୍ଷକରେ ୧୦୦ ଦିନର କାମ ଯୋଗାଉଛନ୍ତି । ଗରିବ ଶ୍ରମିକଙ୍କ ଅପେକ୍ଷା ଏହାର ଅଧିକ ଫାଇଦା ନେଉଛନ୍ତି ବ୍ଲକର ଅସାଧୁ କର୍ମଚାରୀ । କେଉଁଠି କାମ ନକରି ଅର୍ଥ ହଡପ ହୋଉଛି ତ କେଉଁଠି କାମ କରି ବର୍ଷ ବର୍ଷ ଧାରି ପାରିଶ୍ରମିକ ପାଉ ନାହାନ୍ତି ଜବକାର୍ଡ ଧାରୀ । ଏହି ଅର୍ଥ ଗୋଟିଏ ସପ୍ତାହରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବାର ନିୟମ ରହିଥିବା ବେଳେContinue reading “ଗରିବ ଶ୍ରମିକଙ୍କ ପାଇଁ ଆସୁଥିବା କାମ ଯାଉଛି କୁଆଡେ? କିଏ ନେଉଛି ଜବକାର୍ଡ ଧାରୀଙ୍କ ପାରିଶ୍ରମିକ”

ରାସ୍ତା ମରାମତିରେ ବ୍ୟାପକ ଅନିୟମିତତା: କାମ ସରୁ ସରୁ ନଷ୍ଟ ହେଲା ରାସ୍ତା

କନକ ବ୍ୟୁରୋ: ରାସ୍ତାରେ ପିଚୁ ପକାଇବାର ଦୁଇ ଦିନ ଯାଇନି, ଉଠିଗଲାଣି ପିଚୁ । ପାରଳାଖେମୁଣ୍ଡି ଉପକଣ୍ଠ ସୀତାସାଗର ଦେଇ ଆନ୍ଧ୍ରସୀମାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ । ଏନେଇ ସାଧାରଣରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇବା ସହ ସଠିକ୍ ଭାବେ କାର୍ଯ୍ୟ କରିବାକୁ ଦାବି ହୋଇଛି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦୁର୍ଗମ ଅଂଚଳ ପାଇଁ ସୁବିଧା ଯୋଗାଉଛନ୍ତି । ହେଲେ କେତେକ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେContinue reading “ରାସ୍ତା ମରାମତିରେ ବ୍ୟାପକ ଅନିୟମିତତା: କାମ ସରୁ ସରୁ ନଷ୍ଟ ହେଲା ରାସ୍ତା”

ଅନ୍ଧବିଶ୍ୱାସ ଆଗରେ ଫେଲ ମାରୁଛି ବିଜ୍ଞାନ: ଯାଜପୁରରେ ଲୋକଲଜ୍ଜା ଭୟରେ ରୋଗ ଲୁଚାଉଛନ୍ତି ରୋଗୀ

କନକ ବ୍ୟୁରୋ: ଅନ୍ଧବିଶ୍ୱାସ ଆଗରେ ଫେଲ ମାରୁଛି ବିଜ୍ଞାନ । ବିଜ୍ଞାନର ବହୁଳ ବ୍ୟବହାର ସତ୍ୱେ ରାଜ୍ୟର ଅଗ୍ରଣୀ ଜିଲ୍ଲା ଯାଜପୁରରେ ଅନ୍ଧବିଶ୍ୱାସର ଛାପ ରହିଛି । ଫଳରେ କୁଷ୍ଠ ରୋଗ ନିରାକରଣରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ସାମାଜିକ ବାସନ୍ଦ ଭୟରେ ସଂକ୍ରମିତ ରୋଗୀ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଠାରୁ ଦୁରେଇ ରହୁଛନ୍ତି । ଫଳରେ ଦିବ୍ୟାଙ୍ଗ ବନିଯାଉଛନ୍ତି । ରୋଗକୁ ନେଇ ଥିବା ସନ୍ଦେହ ଓ ସଂକୋଚକୁ ଦୂର କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟContinue reading “ଅନ୍ଧବିଶ୍ୱାସ ଆଗରେ ଫେଲ ମାରୁଛି ବିଜ୍ଞାନ: ଯାଜପୁରରେ ଲୋକଲଜ୍ଜା ଭୟରେ ରୋଗ ଲୁଚାଉଛନ୍ତି ରୋଗୀ”

ଗାଁରେ ଅଚଳ ହୋଇଯାଇଛି ନଳକୂପ: କାମରେ ଆସୁନି ସରକାରଙ୍କ ଜଳ ଯୋଗାଣ ପ୍ରକଳ୍ପ

କନକ ବ୍ୟୁରୋ: ଖରା ନୁହେଁ ଶୀତ ଦିନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ପାଣି ବାଲିଟିଏ ପାଇଁ ରାତି ପାହିଲେ କସରତ କରିବାକୁ ପଡୁଛି । ଗରା ବାଲିଟି ଧରି ନଳକୂଅ ନିକଟରେ ଭିଡ ଲଗାଇବାକୁ ପଡୁଛି । ପୁଣି ନଳକୂଅରୁ ଗୋଳିଆ ପାଣି ବାହାରୁଛି । ତେଣୁ ପୋଖରୀ ଓ ଚୁଆ ପାଣିକୁ ହିଁ ଭରସା କରିବାକୁ ପଡୁଛି । ଏସବୁ ଦୃଶ୍ୟ ଦେଖିବା ପରେ ଗୋଟିଏ କଥା କୁହାଯାଇ ପାରେ,Continue reading “ଗାଁରେ ଅଚଳ ହୋଇଯାଇଛି ନଳକୂପ: କାମରେ ଆସୁନି ସରକାରଙ୍କ ଜଳ ଯୋଗାଣ ପ୍ରକଳ୍ପ”

କାର ଭିତରେ ବର, କନ୍ୟା ସହ ଜଳିଗଲେ ୫ ସମ୍ପର୍କୀୟ । ଟ୍ରକ୍ ସହ ଧକ୍କା ହୋଇ କାରରେ ଲାଗିଗଲା ନିଆଁ ।

କନକ ବ୍ୟୁରୋ: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲାରେ ରବିବାର ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। କାରକୁ ଟ୍ରକ ଧକ୍କା ଦେବା ଫଳରେ ଘଟିଥିବା ଦୁର୍ଘଟଣାରେ ବର ଓ ବଧୂଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଦୁର୍ଘଟଣାଗସ୍ତ କାରଟି ରାମଗଢ଼ରୁ ଅକଲତରା ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ମୁଲମୁଲା ଥାନା ପକରିଆ ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟଲୋକ ଏହି ଦୁର୍ଘଟଣାର ସୂଚନା ୧୧୨କୁ କଲ କରି ଦେଇଥିଲେ। ଖବର ପାଇContinue reading “କାର ଭିତରେ ବର, କନ୍ୟା ସହ ଜଳିଗଲେ ୫ ସମ୍ପର୍କୀୟ । ଟ୍ରକ୍ ସହ ଧକ୍କା ହୋଇ କାରରେ ଲାଗିଗଲା ନିଆଁ ।”

ନିର୍ବାଚନ ଖର୍ଚ୍ଚ ପାଇଁ ଦଳ ଦେଇଥିଲା ୨୦ ଲକ୍ଷ ଟଙ୍କା । ୧୩ ଲକ୍ଷ ଖର୍ଚ୍ଚ କରି ବାକି ଟଙ୍କା ଫେରାଇଦେଲେ ଏହି ବିଜେପି ବିଧାୟକ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିିଳିଛି । ହେଲେ ଫଳ ବାହାରିବାର ୮ ଦିନ ପରେ ମଧ୍ୟ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ସେ ନେଇ ଦଳ ତରଫରୁ ନିଷ୍ପତ୍ତି ହୋଇପାରି ନାହିଁ । ହେଲେ ଏହି ସମୟରେ ଏମିତି ଜଣେ ବିଧାୟକଙ୍କ ସଚ୍ଚୋଟତା ସାମ୍ନାକୁ ଆସିଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ବିଧାୟକ ଅଛନ୍ତି ସେମାନଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ଦଳ ଦେଇଥିବା ଟଙ୍କା ଯଦିContinue reading “ନିର୍ବାଚନ ଖର୍ଚ୍ଚ ପାଇଁ ଦଳ ଦେଇଥିଲା ୨୦ ଲକ୍ଷ ଟଙ୍କା । ୧୩ ଲକ୍ଷ ଖର୍ଚ୍ଚ କରି ବାକି ଟଙ୍କା ଫେରାଇଦେଲେ ଏହି ବିଜେପି ବିଧାୟକ”

ଯୌତୁକ ଦେଉଛି ଯନ୍ତ୍ରଣା: କେବେ ଶେଷ ହେବ ଏ କଳୁଷିତ ପ୍ରଥା?

କନକ ବ୍ୟୁରୋ: ଝିଅକୁ ଛୋଟରୁ ବଡ କରିବା, ତାର ସବୁ ଅଳି ଅଝଟ ସହି ତାକୁ ପାଳିବା । ତାପରେ ଏ ସମାଜ ଆଗରେ ତାକୁ ବଞ୍ଚିବା ଶିଖାଇବା । ପାଠ ପଢାଇ ନିଜ ଗୋଡରେ ଛିଡା କରାଇବା… ଏହା ହେଉଛି ଜଣେ ବାପା ମାଙ୍କ କର୍ତ୍ତବ୍ୟ । ଏତେ ସବୁ ପରେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ସେହି ଝିଅକୁ ବାପା ମା ପର ଘରେ ବିବାହ ଦେଇଥାନ୍ତି । କେବଳ ସେତିକି ନୁହେଁContinue reading “ଯୌତୁକ ଦେଉଛି ଯନ୍ତ୍ରଣା: କେବେ ଶେଷ ହେବ ଏ କଳୁଷିତ ପ୍ରଥା?”

ଭାରତର ଧନୀ ଭିକାରୀ ଭାରତ ଜୈନ: ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍

କନକ ବ୍ୟୁରୋ: ଅର୍ଥ, ଖାଦ୍ୟ, ବାସଗୃହ ଭଳି ମୌଳିକ ସମସ୍ୟା ସହ ଜଡିତ ବ୍ୟକ୍ତିଙ୍କୁ ଆମେ ଭିକାରୀ ବୋଲି କହିଥାଉ । ଚିରାଫଟା କପଡା, ନୁଖୁରା କେଶ ଏମିତି କିଛି ଥାଏ ଭିକାରୀଙ୍କ ବେଶଭୂଷା । ସେମାନେ ଏ ସମାଜର ସବୁଠାରୁ ଗରିବ ବର୍ଗରେ ରହିଥାନ୍ତି । କାହାକୁ ଭିକ ମାଗିବାକୁ ନିଜ ପରିସ୍ଥିତି ବାଧ୍ୟ କରିଥାଏ ତ ଆଉ କିଏ ଭିକ ମାଗିବାକୁ ନିଜ ପେଶା କରିଦେଇଛନ୍ତି । ଏମିତି କି ଭିକ ମାଗି ସେମାନେContinue reading “ଭାରତର ଧନୀ ଭିକାରୀ ଭାରତ ଜୈନ: ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍”

ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବିଷ୍ଣୁଦେବ ସାଏ

କନକ ବ୍ୟୁରୋ : ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ବିଷ୍ଣୁଦେବ ସାଏଙ୍କ ନାମ ଘୋଷଣା କରିଛି ବିଜେପି । ବିଜେପି ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ବିଷ୍ଣୁଦେବଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି । ନିର୍ବାଚନ ଫଳାଫଳ ବାହାରିବାର ୮ ଦିନ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଷ୍ଣୁଦେବଙ୍କ ନାମ ଘୋଷଣା କରିଛନ୍ତି । ବିଶେଷ ଭାବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଆଦିବାସୀ ନେତ୍ରୀ ରେଣୁକାContinue reading “ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବିଷ୍ଣୁଦେବ ସାଏ”

Design a site like this with WordPress.com
Get started