କୋବି ଚାଷରୁ ମିଳୁଛି ଭଲ ଲାଭ । କାମାକ୍ଷାନଗରରେ ଏକର ଏକର ଜମିରେ କୋବି ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।

କନକ ବ୍ୟୁରୋ: ଫୁଲକୋବି ଚାଷ କରି ସ୍ୱାବଲମ୍ବୀ ହେଲେ କାମାକ୍ଷାନଗର ରାଣୀବୋଲ ସାହିର ଚାଷୀ । ଏହି ଅଂଚଳର ଲୋକମାନେ ବିଶେଷକରି ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଏବେ କୋବି ଓ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛନ୍ତି । ଏକର ଏକର ଜମିରେ ଫୁଲ କୋବି, ବନ୍ଧା କୋବି ଓ ଉଲ କୋବି ଚାଷ କରିଛନ୍ତି ଚାଷୀ । ଆଜିର ଯୁବ ପିଢ଼ି ଚାଷ ଉପରୁ ମୁହଁ ଫେରାଉଥିବା ବେଳେ ରାଣୀବୋଲ ଗାଁରContinue reading “କୋବି ଚାଷରୁ ମିଳୁଛି ଭଲ ଲାଭ । କାମାକ୍ଷାନଗରରେ ଏକର ଏକର ଜମିରେ କୋବି ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।”

ଯୁବ ଇଞ୍ଜିନିୟର କରୁଛନ୍ତି କୁୁକୁଡ଼ା ଚାଷ । ଅତ୍ୟାଧୁନିକ ପ୍ରଣାଳୀରେ କରିଛନ୍ତି ଫାର୍ମ । ମଣିଷ ବଦଳରେ ମେସିନ୍ କରୁଛି କାମ ।

କନକ ବ୍ୟୁରୋ: ଅତ୍ୟାଧୁନିକ ପ୍ରଣାଳୀରେ କୁକୁଡ଼ା ଚାଷ କରି ଚର୍ଚ୍ଚାରେ ଯୁବ ଚାଷୀ କାହ୍ନା । ଏଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ଲକ୍ଷାଧିକ ଟଙ୍କା । ସମ୍ବଲପୁର କିଲ୍ଲା କୁଚିଣ୍ଡା ଉପଖଣ୍ଡର ଯୁବ ଇଞ୍ଜିନିୟର କାହ୍ନା ସାହୁ ପଢିଥିବା ପାଠକୁ ଉପଯୋଗ କରି ଉପଖଣ୍ଡର ସବୁଠୁ ବଡ କୁକୁଡା ଫାର୍ମ କରି ପାଇଛନ୍ତି ସଫଳତା । ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଯୁବ ଇଞ୍ଜିନିୟରଙ୍କ କୁକୁଡା ଚାଷ । କୃଷି ବିଜ୍ଞାନରେ ଇଞ୍ଜିନିୟରିଂContinue reading “ଯୁବ ଇଞ୍ଜିନିୟର କରୁଛନ୍ତି କୁୁକୁଡ଼ା ଚାଷ । ଅତ୍ୟାଧୁନିକ ପ୍ରଣାଳୀରେ କରିଛନ୍ତି ଫାର୍ମ । ମଣିଷ ବଦଳରେ ମେସିନ୍ କରୁଛି କାମ ।”

ରାଜ୍ୟ ବାହାରକୁ ଯାଉଛି ଖୋର୍ଦ୍ଧା ଶୁଖୁଆ । ଆସାମ, ନାଗାଲାଣ୍ଡ ଓ ମଣିପୁରକୁ ହେଉଛି ରପ୍ତାନୀ ।

କନକ ବ୍ୟୁରୋ: ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶୁଖୁଆ ଖଳାର ଦୃଶ୍ୟ । ଧାଡ଼ି ଧାଡ଼ି ହୋଇ ପଡ଼ିଛି ବେଡ଼ । ଏଥିରେ କେରାଣ୍ଡି, ଗଣିଆ, ତୋଡ଼ି, ବାଳିଆ ଭଳି ଶୁଖୁଆ ସୁଖୁଛି । ପୁରା ଦେଶୀ ଷ୍ଟାଇଲରେ ପ୍ରସ୍ତୁତ ହେଉଥିବା ଏହି ଶୁଖୁଆ ଓଡ଼ିଶା ଅପେକ୍ଷା ବାହାର ରାଜ୍ୟରେ ରହିଛି ଚାହିଦା । ତେଣୁ ଏଠାରୁ ପ୍ରାୟ ଟନ୍ ଟନ୍ ଶୁଖୁଆ ଆସାମ, ନାଗାଲାଣ୍ଡContinue reading “ରାଜ୍ୟ ବାହାରକୁ ଯାଉଛି ଖୋର୍ଦ୍ଧା ଶୁଖୁଆ । ଆସାମ, ନାଗାଲାଣ୍ଡ ଓ ମଣିପୁରକୁ ହେଉଛି ରପ୍ତାନୀ ।”

ପୁଷ୍ଟି ଶସ୍ୟ ଶୁଆଁ ଚାଷ କରି ଚର୍ଚ୍ଚାରେ ସରିତା । ୧୫ ଏକର ଜମିରେ ଫଳାଇଛନ୍ତି ସୁନାର ଫସଲ ।ବର୍ଷକୁ କରୁଛନ୍ତି ୩ଲକ୍ଷରୁ ଅଧିକ ରୋଜଗାର ।

କନକ ବ୍ୟୁରୋ: ମିଲେଟ କହିଲେ ଆମେ କେବଳ ମାଣ୍ଡିଆ କୁ ହିଁ ବୁଝିଥାଉ, ହେଲେ ମିଲେଟର ଆହୁରି ଅନେକ ପ୍ରକାରର ଶସ୍ୟ ରହିଛି । ସେଥିମଧ୍ୟରୁ ଆଉ ଏକ ପୁଷ୍ଟି ଶସ୍ୟ ହେଉଛି ଶୁଆଁ । ଯାହା ଏବେ ବିଲୁପ୍ତ ପ୍ରାୟ । ଏହି ଶୁଆଁକୁ ୧୫ ଏକର ଜମିରେ ଚାଷ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାଲିଶଙ୍କରା ବ୍ଲକ ତଳସରା ଗାଁର ମହିଳା ଚାଷୀ ସରିତା ସାହୁ । ମାଣ୍ଡିଆକୁ ରାଜ୍ୟ ସରକାର ବିଶେଷContinue reading “ପୁଷ୍ଟି ଶସ୍ୟ ଶୁଆଁ ଚାଷ କରି ଚର୍ଚ୍ଚାରେ ସରିତା । ୧୫ ଏକର ଜମିରେ ଫଳାଇଛନ୍ତି ସୁନାର ଫସଲ ।ବର୍ଷକୁ କରୁଛନ୍ତି ୩ଲକ୍ଷରୁ ଅଧିକ ରୋଜଗାର ।”

ସନ୍ଦେହ ବିଗାଡିଦେଲା ସଂସାର: ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ୱାମୀ

କନକ ବ୍ୟୁରୋ: ନୟାଗଡ ବାଣିଗୋଛା ଥାନା ବିଡାପାଜୁ ଗାଁରେ ଅର୍ଜୁନ ବାଗ ।  ସ୍ତ୍ରୀକୁ ସନ୍ଦେହ କରି ନିଜ ସଂସାରକୁ ଉଜାଡିଦେଇଛନ୍ତି ଅର୍ଜୁନ । ପରକୀୟ ପ୍ରୀତି ସନ୍ଦେହରେ ନୃଂଶସ ପାଲଟିଯାଇଛି ସ୍ୱାମୀ । ଆଉ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରି  ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ କଟାମୁଣ୍ଡକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ।  ଗତକାଲି ଏହି ଘଟଣା ଘଟିବା ପରେ ପୁଲିସ ଘଟଣାସ୍ଥଳରେ ପଂହଚି ଛାନଭିନ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବାContinue reading “ସନ୍ଦେହ ବିଗାଡିଦେଲା ସଂସାର: ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ୱାମୀ”

କୁନିପିଲାଙ୍କୁ ଘରେ ଛାଡି ବିଲକୁ ଯାଇଥିଲେ ବାପାମାଆ: ଫେରିଲା ବେଳକୁ ଘରେ ନଥିଲେ ୨ ଶିଶୁ, ଦିନକ ପରେ କୂଅ ଭିତରୁ ମିଳିଲା ମୃତଦେହ

କନକ ବ୍ୟୁରୋ: ବିଲକୁ ଯାଇଥିଲେ ବାପା-ମା’ । ଘରେ ଖେଳୁଥିଲେ, ଛୋଟ ଛୋଟ ଦୁଇଟି ପିଲା । ଜଣଙ୍କର ବୟସ ୫ ବର୍ଷ, ଆଉ ଜଣଙ୍କ ବୟସ ୪ ବର୍ଷ । ଭଲ-ମନ୍ଦ ଜାଣିବା ବୟସ ବି ହୋଇନଥିଲା । ସାନ ଭାଇକୁ କାଖ କରି, ବଡ଼ ଭାଇ ଖେଳୁଥିଲା । ବାପା-ମା’ଙ୍କ ଅନୁପସ୍ଥିତିରେ ଖେଳୁଖେଳୁ ଅଚାନକ୍ ଘଟିଗଲା ଅଘଟଣ । କୂଅରେ ପଡ଼ି ଆଖି ବୁଜି ଦେଲେ ଦୁଇ ଶିଶୁ । ଦେଖନ୍ତୁୁ-ଢ଼େଙ୍କାନାଳ ଜିଲ୍ଲାରୁ ଆସିଥିବାContinue reading “କୁନିପିଲାଙ୍କୁ ଘରେ ଛାଡି ବିଲକୁ ଯାଇଥିଲେ ବାପାମାଆ: ଫେରିଲା ବେଳକୁ ଘରେ ନଥିଲେ ୨ ଶିଶୁ, ଦିନକ ପରେ କୂଅ ଭିତରୁ ମିଳିଲା ମୃତଦେହ”

ବାଲିଯାତ୍ରା ମହୋତ୍ସବରେ ଦୁର୍ନୀତି ଅଭିଯୋଗ: ଆନ୍ଦୋଳନ କରିବାକୁ ମୋକିମଙ୍କ ଚେତାବନୀ 

କନକ ବ୍ୟୁରୋ: ଯେଉଁଠି ଗତ ସପ୍ତାହରେ ଭଳିକି ଭଳି ଦୋକାନ ବଜାର ପଡିଥିଲା, ଲୋକଙ୍କ ଗହଳି ଲାଗିଥିଲା, ଏବେ ସେଠି ପଡିଛି କୁଢ଼ କୁଢ଼ ଅଳିଆ, ଆବର୍ଜନା । ଜରି, ଛିଡା କାଗଜ, ଚିରା କପଡା, ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଗ୍ଲାସ ପଡିଆ ସାରା ବିଛାଡି ହୋଇ ପଡିଛି । ଯାହା ପରିବେଶକୁ ପ୍ରଦୂଷିତ କରୁଛି । ଅଳିଆ ଉଠାଇବା ପାଇଁ ସିଏମସି ପକ୍ଷରୁ ସଫେଇ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ।Continue reading “ବାଲିଯାତ୍ରା ମହୋତ୍ସବରେ ଦୁର୍ନୀତି ଅଭିଯୋଗ: ଆନ୍ଦୋଳନ କରିବାକୁ ମୋକିମଙ୍କ ଚେତାବନୀ “

ଦୁଇ ଦିନ ହେଲା ପାଣି ପାଇଁ କଲବଲ ହେଉଛନ୍ତି ଅଧା ରାଜଧାନୀବାସୀ: କୁଆଖାଇରୁ ପାଣି ଉଠାଉଥିବା ପାଇପ ଫାଟି ଯାଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ

କନକ ବ୍ୟୁରୋ: ରାଜଧାନୀରେ ତିନି ଦିନ ହେଲା ପାଣି ପାଇଁ ଘାଂଟି ହୋଇଛନ୍ତି । ମାଟିତଳେ ପାଇପ୍ ଫାଟି ଯିବାରୁ ଭୁବନେଶ୍ୱରର ଅଧା ଅଂଚଳକୁ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି । ୱାଟକୋ ପକ୍ଷରୁ ଟ୍ୟାଙ୍କର ଯୋଗେ ଯେଉଁ ପାଣି ଯୋଗାଇ ଦିଆଯାଇଛି । ହେଲେ ଲୋକଙ୍କ ଆବଶ୍ୟକତା ପୂରଣ ହୋଇନଥିବାରୁ ଅସନ୍ତୋଷ ବଢିଛି । ଆଜି ଫାଟିଥିବା ପାଇପର ମରାମତି କରାଯାଇଥିବାରୁ ଶୀଘ୍ର ପାଣି ଯୋଗାଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ରାସ୍ତାରେContinue reading “ଦୁଇ ଦିନ ହେଲା ପାଣି ପାଇଁ କଲବଲ ହେଉଛନ୍ତି ଅଧା ରାଜଧାନୀବାସୀ: କୁଆଖାଇରୁ ପାଣି ଉଠାଉଥିବା ପାଇପ ଫାଟି ଯାଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ”

ରାଜ୍ୟରେ ବିଜେପି କରିବ ସ୍କୁଟି ରାଲି: ମହିଳା ଭୋଟ ଉପରେ ବିଜେପିର ଆଖି

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ନିର୍ବାଚନରେ ବିଜେପିର ବିଜୟ ପଛରେ ମହିଳା ଭୋଟରଙ୍କ ସମର୍ଥନକୁ ଶ୍ରେୟ ଦିଆଯାଉଛି । ଏହା ପରେ ରାଜ୍ୟରେ ମହିଳା ଭୋଟ ଉପରେ ରାଜ୍ୟ ବିଜେପି ।ଖି ପକାଇଛି । ଏଥିପାଇଁ ଦଳ ବ୍ଲୁ -ପ୍ରିଂଟ ପ୍ରସ୍ତୁତ କରିଛି । ଆଗାମୀ ମାସରେ ଲକ୍ଷାଧିକ ମହିଳାଙ୍କୁ ନେଇ ବିଜେପି କରିବ ସ୍କୁଟି ରାଲି । ବିଜେଡିର ୭୦ ଲକ୍ଷ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଭୋଟ ବ୍ୟାଙ୍କ ଉପରେ ଏବେContinue reading “ରାଜ୍ୟରେ ବିଜେପି କରିବ ସ୍କୁଟି ରାଲି: ମହିଳା ଭୋଟ ଉପରେ ବିଜେପିର ଆଖି”

ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ୫୬ ଲକ୍ଷର ଋଣ! ଜାଣନ୍ତୁ ବିଷ୍ଣୁଦେଓ ସାଏଙ୍କ ସମ୍ପତ୍ତି ତାଲିକା ।

କନକ ବ୍ୟୁରୋ: ଶେଷ ହୋଇଛି ଛତିଶଗଡ ମୁଖ୍ୟମନ୍ତ୍ରୀ ସସପେନ୍ସ । ଘୋଷଣା ହୋଇଛି ମୁଖ୍ୟମନ୍ତ୍ରୀଙ୍କ ନାଁ । ଆଜି ବିଧାୟକ ଦଳର ବୈଠକରେ ଆଦିବାସୀ ନେତା ବିଷ୍ଣୁଦେଓ ସାଏଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା ହୋଇଛି । ୪ଥର ସାଂସଦ, ୨ଥର ବିଧାୟକ ଓ ୨ଥର ପ୍ରଦେଶ ଅଧ୍ୟକ୍ଷ ପଦ ସମ୍ଭାଳିଥିବା ବିଷ୍ଣୁଦେଓ ସାଏଙ୍କ ନେଟଓର୍ଥ କୋଟି କୋଟିରେ । ସଂକ୍ଷେପରେ ଜାଣନ୍ତୁ ତାଙ୍କ ସମ୍ପତ୍ତିର ତାଲିକା । ବିଧାନସଭା ନିର୍ବାଚନ ସମୟରେ ବିଷ୍ଣୁଦେଓ ଜମାContinue reading “ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ୫୬ ଲକ୍ଷର ଋଣ! ଜାଣନ୍ତୁ ବିଷ୍ଣୁଦେଓ ସାଏଙ୍କ ସମ୍ପତ୍ତି ତାଲିକା ।”

Design a site like this with WordPress.com
Get started