ବିଦେଶୀ ମଦରୁ କେମିତି ହୁଏ କୋଟି କୋଟି ଟଙ୍କା ରୋଜଗାର? । ବ୍ୟାଗ୍ କି ବସ୍ତା ନୁହେଁ ଟ୍ରକରେ ବୁହା ହେଉଛି ଟଙ୍କା, ଗଣିବାକୁ ଅନ୍ୟ ଜିଲ୍ଲାରୁ ଆସୁଛି ମେସିନ୍

କନକ ବ୍ୟୁରୋ : ବିଦେଶୀ ମଦରୁ କେମିତି ହୁଏ କୋଟି କୋଟି ଟଙ୍କା ରୋଜଗାର? । ବ୍ୟାଗ୍ କି ବସ୍ତା ନୁହେଁ ଟ୍ରକରେ ବୁହା ହେଉଛି ଟଙ୍କା । ଗଣିବାକୁ ଅନ୍ୟ ଜିଲ୍ଲାରୁ ଆସୁଛି ମେସିନ୍ । ୩୦୦ କୋଟିରୁ ଅଧିକ ଟଙ୍କା ଜବତ ପରେ ଉଠିଲା ପ୍ରଶ୍ନ । ପୂରା ଦେଶର ନଜର ଏବେ ଓଡିଶା ଉପରେ । କୋଟିଏ କି ୧୦କୋଟି ନୁହଁ ପୂରା ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି ।Continue reading “ବିଦେଶୀ ମଦରୁ କେମିତି ହୁଏ କୋଟି କୋଟି ଟଙ୍କା ରୋଜଗାର? । ବ୍ୟାଗ୍ କି ବସ୍ତା ନୁହେଁ ଟ୍ରକରେ ବୁହା ହେଉଛି ଟଙ୍କା, ଗଣିବାକୁ ଅନ୍ୟ ଜିଲ୍ଲାରୁ ଆସୁଛି ମେସିନ୍”

ଚର୍ଚ୍ଚା ବଢ଼ାଇଲା ଅମିତ୍ ଶାହଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ । ୨ ନାତୁଣିଙ୍କ ସହ ଚେସ୍ ଖେଳୁଥିବାର ଛାଡ଼ିଲେ ଫଟୋ

କନକ ବ୍ୟୁରୋ : ବୁଲେଟିନରେ ଏବେ ନଜର ପକାଇବା ଏକ ଗୁୁରୁତ୍ୱପୂର୍ଣ୍ଣ ଖବର ଉପରେ । ଚର୍ଚ୍ଚା ବଢ଼ାଇଲା ଅମିତ ଶାହାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସକାଳୁ ଏକ ଫଟୋ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ଛାଡ଼ିଥିବା ଏହି ଫୋଟୋରେ ଶାହ ତାଙ୍କ ଦୁଇ ନାତୁଣିଙ୍କ ସହ ଚେସ୍ ଖେଳୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜନୀତିର ଚାଣକ୍ୟ ବୋଲି କୁହାଯାଏ । ତାଙ୍କ ଗୋଟିଚାଳନା ଆଗରେ ବିରୋଧୀଙ୍କ ସବୁContinue reading “ଚର୍ଚ୍ଚା ବଢ଼ାଇଲା ଅମିତ୍ ଶାହଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ । ୨ ନାତୁଣିଙ୍କ ସହ ଚେସ୍ ଖେଳୁଥିବାର ଛାଡ଼ିଲେ ଫଟୋ”

ଆୟକର ବିଭାଗ ଚଢାଉ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୋହରାଇଲେ ମୋଦୀ ଗ୍ୟାରେଣ୍ଟି କଥା

କନକ ବ୍ୟୁରୋ : ଆୟକର ବିଭାଗର ଚଢାଉ ଉପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦୀ ଗ୍ୟାରେଂଟି କଥା ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଅର୍ଥ ଆଦାୟ କରାଯିବ । ଏହା ସହ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ହେଉଛି ମୋଦୀଙ୍କ ଗ୍ୟାରେଂଟି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହା ସହContinue reading “ଆୟକର ବିଭାଗ ଚଢାଉ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୋହରାଇଲେ ମୋଦୀ ଗ୍ୟାରେଣ୍ଟି କଥା”

ଆନ୍ଧ୍ରରେ ହଜିଲା ଗାଡି ଓଡ଼ିଶାରେ ମିଳିଲା । ଗାଡି ପାଇବା ପରେ ଓଡିଶା ପୋଲିସକୁ ଧନ୍ୟବାଦ ଜଣାଇଲେ ମାଲିକ ।

କନକ ବ୍ୟୁରୋ: ଆନ୍ଧ୍ରରେ ହଜିଲା, ଓଡ଼ିଶାରେ ମିଳିଲା । ଆନ୍ଧ୍ରପ୍ରଦେଶରୁ ଚୋରି ହୋଇଥିବା ବୁଲେଟ୍ ଭୁବନେଶ୍ୱରରୁ ମିଳିଛି । ଆଉ ଆନ୍ଧ୍ରପ୍ରଦେଶରୁ ଆସି ବୁଲେଟ୍ ନେଇଛନ୍ତି ଗାଡ଼ି ମାଲିକ । ବୁଲେଟ୍ ପାଇ ଖୁସି ହେବା ସହ ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଗାଡ଼ି ମାଲିକ । ତେବେ ଚୋରଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଓ ମୋଟର ସାଇକେଲ ଉପଯୁକ୍ତ ଲୋକଙ୍କୁ ଫେରାଇଛି କମିଶନରେଟ୍ ପୋଲିସ । ପାଖାପାଖି ୮୦ଟି ମୋବାଇଲ, ୨୭ଟି ଚୋରି ବାଇକContinue reading “ଆନ୍ଧ୍ରରେ ହଜିଲା ଗାଡି ଓଡ଼ିଶାରେ ମିଳିଲା । ଗାଡି ପାଇବା ପରେ ଓଡିଶା ପୋଲିସକୁ ଧନ୍ୟବାଦ ଜଣାଇଲେ ମାଲିକ ।”

ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ । ଜାଣନ୍ତୁ ସବୁଠାରୁ ଦାମୀ ଖେଳାଳୀ ସ୍ମୃତି ମନ୍ଧାନାଙ୍କ ବାବଦରେ

କନକ ବ୍ୟୁରୋ : ଶନିବାର ମହିଳା ପ୍ରିମିୟର ଲିଗ ପାଇଁ ଖେଳାଳୀ ନିଲାମୀ ହେଉଛି । ଗତବର୍ଷ ମହିଳା ପ୍ରିମିୟର ଲିଗର ଆରମ୍ଭ ହୋଇଥିଲା । ମାତ୍ର ଆପଣ ଜାଣିଛନ୍ତି କି, ମହିଳା ପ୍ରିମିୟର ଲିଗ ନିଲାମୀରେ ସବୁଠାରୁ ଦାମୀ ଖେଳାଳୀ କିଏ । ଭାରତୀୟ ମହିଳା କ୍ରିକେଟ ଟିମର ଖେଳାଳୀ ସ୍ମୃତି ମନ୍ଧାନା ହେଉଛନ୍ତି ପ୍ରିମିୟର ଲିଗର ଦାମୀ ଖେଳାଳୀ । ଗତବର୍ଷ ପ୍ରିମିୟର ଲିଗ୍ ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍ମୃତି ମନ୍ଧାନାଙ୍କୁ ୩.୪୦Continue reading “ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ । ଜାଣନ୍ତୁ ସବୁଠାରୁ ଦାମୀ ଖେଳାଳୀ ସ୍ମୃତି ମନ୍ଧାନାଙ୍କ ବାବଦରେ”

ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବଡ ଧରଣର ଏନଆଇଏ ରେଡ । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସଂପର୍କ ଥିବା ଅଭିଯୋଗରେ ୧୩ ଗିରଫ

କନକ ବ୍ୟୁରୋ : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ଆଇଏସଆଇଏସର ଷଡଯନ୍ତ୍ର ମାମଲାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ ରୁ ଅଧିକ ସ୍ଥାନରେ ଚଢାଉ କରିଛି । ଆଜି ସକାଳେ ଏନଆଇଏ ଦ୍ୱାରା ମୋଟ ୪୧ଟି ସ୍ଥାନରେ ଚଢାଉ କରାଯାଇଛି । ଏହି କ୍ରମରେ ୧୩ ଜଣଙ୍କୁ ଗିରଫ କରାଯାଇଛି । ଅଲକାଏଦା ଓ ଆଇଏସଆଇଏସ ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନର ହିଂସାତ୍ମକ ଉଗ୍ରବାଦୀ ବିଚାରଧାରାର ଶପଥ ନେଇ ଆତଙ୍କବାଦୀ ଗ୍ୟାଙ୍ଗ ଗଠନ କରିଥିବା ଅଭିଯୁକ୍ତ ଓ ସେମାନଙ୍କContinue reading “ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବଡ ଧରଣର ଏନଆଇଏ ରେଡ । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସଂପର୍କ ଥିବା ଅଭିଯୋଗରେ ୧୩ ଗିରଫ”

କେସିଆରଙ୍କ ଅସ୍ତ୍ରୋପଚାର ସଫଳ । ଶୁକ୍ରବାର ପଡିଯାଇ ଆହତ ହୋଇଥିଲେ ।

କନକ ବ୍ୟୁରୋ: ଶୁକ୍ରବାର ଦିନ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବାମପାଶ୍ୱର୍ ନିତମ୍ବାସ୍ଥି ଖଞ୍ଜାର ସମ୍ପୂର୍ଣ୍ଣ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଥିବା କଥା ‘ଯଶୋଦା ହସ୍ପିଟାଲ୍‌’ କହିଛି। ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ଅନ୍ୟ ଡାକ୍ତରୀ କର୍ମଚାରୀମାନେ ‘କେସିଆର୍‌’ଙ୍କ ନିତମ୍ବାସ୍ଥି ଖଞ୍ଜା ପ୍ରତିରୋପଣ ନିମନ୍ତେ ଅସ୍ତ୍ରୋପଚାର କରିଥିଲେ। ଶୁକ୍ରବାର ରାତିରେ ଡାକ୍ତରଖାନା ଜାରି କରିଥିବା ‘ହେଲ୍‌ଥ୍‌ ବୁଲେଟିନ୍‌’ରେ କହିଛି, ବ୍ୟବସ୍ଥିତ ଭାବେ ରାଓଙ୍କ ବାମପାର୍ଶ୍ବ ନିତମ୍ବାସ୍ଥିର ସମ୍ପୂର୍ଣ୍ଣ ପ୍ରତିରୋପଣ କରାଯାଇଛି। ଏଥି ନିମନ୍ତେ କରାଯାଇଥିବାContinue reading “କେସିଆରଙ୍କ ଅସ୍ତ୍ରୋପଚାର ସଫଳ । ଶୁକ୍ରବାର ପଡିଯାଇ ଆହତ ହୋଇଥିଲେ ।”

ପାରାଦ୍ୱୀପରେ ଜାହାଜରୁ ୨୨୦କୋଟି ଟଙ୍କାର କୋକେନର ଖୋଲିବ ରହସ୍ୟ । ତଦନ୍ତରେ ସହଯୋଗ ପାଇଁ ପହଞ୍ଚିଲେ ଟ୍ରାନ୍ସଲେଟର ।

କନକ ବ୍ୟୁରୋ: ଜାହାଜରୁ କୋକେନ୍ ଜବତ ଘଟଣା । ତଦନ୍ତରେ ସହଯୋଗ ପାଇଁ ପାରାଦୀପରେ ପହଂଚିଛନ୍ତି ଅନୁବାଦକ । ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଅନୁବାଦକଙ୍କର ସହଯୋଗ ନିଆଯାଇଛି । ନଭେମ୍ବର ୧ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟକୁ ଇଣ୍ଡୋନେସିଆରୁ ଆସିଥିବା ଏକ ଭେସେଲରୁ ୨ଶହ ୨୦ କୋଟି ଟଙ୍କାର କୋକେନ୍ ଜବତ କରିଥିଲା କଷ୍ଟମ ବିଭାଗ । ଏହି ଘଟଣାର ତଦନ୍ତ ଏନସିବି କରୁଥିବା ବେଳେ ଭେସେଲର ସମସ୍ତContinue reading “ପାରାଦ୍ୱୀପରେ ଜାହାଜରୁ ୨୨୦କୋଟି ଟଙ୍କାର କୋକେନର ଖୋଲିବ ରହସ୍ୟ । ତଦନ୍ତରେ ସହଯୋଗ ପାଇଁ ପହଞ୍ଚିଲେ ଟ୍ରାନ୍ସଲେଟର ।”

କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ, ଗାଁକୁ ଯାଇ ଲୋକଙ୍କୁ ଭେଟିବାକୁ ମିଳିଛି ନିର୍ଦ୍ଦେଶକ ।

କନକ ବ୍ୟୁରୋ: ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ବିଜପି ରାଜ୍ୟ ସଭାପତି ମନମୋହନ ସାମଲ ନିଜ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରୀୟ ନେତୃତ୍ୱଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ତେବେ ପୁଣି ଥରେ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାକୁ ସୂଚନା ଦେଇଛନ୍ତି ମନମୋହନ । ଗାଁକୁ ଯିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ । ଏନେଇ ନିଜର ଓ ପାଖ ପଞ୍ଚାୟତ ଯିବାକୁ ଟାସ୍କ ଦେଇଛନ୍ତି । ଏବେ ସୁଦ୍ଧା ୧୨ଶହ ପାଖାପାଖିContinue reading “କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ, ଗାଁକୁ ଯାଇ ଲୋକଙ୍କୁ ଭେଟିବାକୁ ମିଳିଛି ନିର୍ଦ୍ଦେଶକ ।”

୩ଶହ କୋଟିରୁ ଅଧିକ ଟଙ୍କା ଜବତ ମାମଲାରେ ରାଜନୀତି ଜୋରଦାର । ଚର୍ଚ୍ଚାରେ ମୋଦୀଙ୍କ ପୋଷ୍ଟ । କହିଲେ ଲୋକଙ୍କ ପାଖକୁ ଫେରିବ ଟଙ୍କା  । 

କନକ ବ୍ୟୁରୋ: ଚାରି ଦିନ ହେଲା ବିଭିନ୍ନ ସ୍ଥାନରେ ଚଢ଼ାଉରେ ଜବତ ହୋଇଛି ୩ଶହରୁ ଅଧିକ ଟଙ୍କା । ପ୍ରଶ୍ନ ଉଠୁଛି, ତା ପଛର ଚେହେରା କିଏ? ଯଦିଓ ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ଆୟକର ଫାଙ୍କି ଜମା କରିଥିବା ଏହି ଟଙ୍କା ବୋଲି କୁହାଯାଉଛି । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଏତେ ଟଙ୍କା ଜବତ ପରେ ରାଜନୀତି ତେଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ପୋଷ୍ଟContinue reading “୩ଶହ କୋଟିରୁ ଅଧିକ ଟଙ୍କା ଜବତ ମାମଲାରେ ରାଜନୀତି ଜୋରଦାର । ଚର୍ଚ୍ଚାରେ ମୋଦୀଙ୍କ ପୋଷ୍ଟ । କହିଲେ ଲୋକଙ୍କ ପାଖକୁ ଫେରିବ ଟଙ୍କା  । “

Design a site like this with WordPress.com
Get started