କନକ ବ୍ୟୁରୋ : ଗଂଜାମ ଧରାକୋଟ ବ୍ଲକ ବାହାରପୁର ପଂଚାୟତର ପଦ୍ମପୁର ଗାଁରେ ଥିବା ବେଙ୍ଗେଇ ବନ୍ଧ କାମ ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ବନ୍ଧରେ ମାଟି ମୁଠାଏ ବି ପଡିନାହିଁ, ବିଲକୁଲ୍ କାମ ହୋଇନି କହିଲେ ଭୁଲ ହେବ ନାହିଁ । କୌଣସି କାମ ନକରି ବିଲ୍ କରାଯାଇଥିବା ତଥ୍ୟ ସାମ୍ନାକୁ ଅସିଛି । ଏହାପରେ ବାହାରପୁର ଗାଁର ପ୍ରଶନ୍ନ ପ୍ରଧାନ ଓ କେନ୍ଦୁପଲ୍ଲି ଗାଁର ପଂଚୁ ପାତ୍ର ବି.ଡି.ଓ, ଜେ.ଇ,Continue reading “ପୋଖରୀ ପୁନଃରୁଦ୍ଧାର ନକରି କରାଯାଇଛି ବିଲ୍ । ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମିଳିବା ପରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ”
Category Archives: News
କୁଡିଆରେ ଶର୍ଯ୍ୟାଶାୟୀ ରୋଗିଣା ସ୍ୱାମୀ । ପିଲାଙ୍କୁ ଦାନା ଦେବା ସହ ସୁହାଗକୁ ସୁସ୍ଥ କରିବା ପାଇଁ ସ୍ତ୍ରୀଙ୍କ ସଂଘର୍ଷ
କନକ ବ୍ୟୁରୋ : ଏଭଳି ଏକ ଯନ୍ତ୍ରଣାପୂର୍ଣ୍ଣ କାହାଣୀ ହେଉଛି, କେନ୍ଦ୍ରାପଡା ଜିଲ୍ଲା ଚରିଗାଁ ପଂଚାୟତର ନିରାକାର କାଣ୍ଡିଙ୍କର । ରାଜ୍ୟ ବାହାରେ କମ୍ପାନୀରେ କାମଧନ୍ଦା କରି ପରିବାର ପୋଶୁଥିଲେ । ହେଲେ ହଠାତ୍ ତାଙ୍କ ଜୀବନ ଆକାଶରେ ଘୋଟିଆସିଲା ଘନ ଅନ୍ଧାର । ଶରୀର ଅସୁସ୍ଥ ହେବାରୁ ନିରାକାର ଘରକୁ ଚାଲି ଆସିଲେ । ଦିନକୁ ଦିନ ଯନ୍ତ୍ରଣା ବଢିଲା, ଡାକ୍ତରଖାନାକୁ ଯିବାରୁ ଜଣାପଡିଲା, ସେ ଆଙ୍କୋଲୋଟି ସ୍ପଂଡିଲାଇଟ ରୋଗରେ ପୀଡିତ । ବାସ୍ ତା’ପରେContinue reading “କୁଡିଆରେ ଶର୍ଯ୍ୟାଶାୟୀ ରୋଗିଣା ସ୍ୱାମୀ । ପିଲାଙ୍କୁ ଦାନା ଦେବା ସହ ସୁହାଗକୁ ସୁସ୍ଥ କରିବା ପାଇଁ ସ୍ତ୍ରୀଙ୍କ ସଂଘର୍ଷ”
ପରିବାରର ପେଟ ପାଇଁ ପରିଣତ ବୟସରେ ବୃଦ୍ଧା ବାହୁଛନ୍ତି ନାଆ । କେନ୍ଦ୍ରାପଡା ମାର୍ଶାଘାଇରେ ଭରା ନଦୀରେ ଲୋକଙ୍କୁ ଜଳଯାତ୍ରା କରାଉଛନ୍ତି ୯୨ ବର୍ଷିୟ ନାଉରୀ
କନକ ବ୍ୟୁରୋ : ଛାତିର ପଂଜରା ଗଣି ହୋଇଯାଉଛି । ଶରୀର କହିଲେ, କେଇ ଖଣ୍ଡ ହାଡ ଉପରେ ଚମଡାର ଚାଦରଟିଏ ଘୋଡେଇ ହୋଇଛି । ବୟସ ୯୦ ପାର୍, କିନ୍ତୁ ଆଜି ବି ଗୁଜୁରାଣ ମେଂଟାଇବା ପାଇଁ ହାତରେ କାତ ଧରିଛନ୍ତି । ଭରା ନଈର ଅକାତ କାତ ପାଣିକୁ କାଟି ନାଆ ବାହି ନେଉଛନ୍ତି । ଯାତ୍ରୀଙ୍କୁ ଏପାରିରୁ ସେପାରିରେ ପହଂଚାଇ ଯାହା ମିଳେ ସେଥିରେ ପରିବାର ଚଳେ । ଗରିବୀ ଆଗରେ ମୁଣ୍ଡContinue reading “ପରିବାରର ପେଟ ପାଇଁ ପରିଣତ ବୟସରେ ବୃଦ୍ଧା ବାହୁଛନ୍ତି ନାଆ । କେନ୍ଦ୍ରାପଡା ମାର୍ଶାଘାଇରେ ଭରା ନଦୀରେ ଲୋକଙ୍କୁ ଜଳଯାତ୍ରା କରାଉଛନ୍ତି ୯୨ ବର୍ଷିୟ ନାଉରୀ”
ରାଜ୍ୟରେ ବଡ ଧରଣର ଆଇଟି ରେଡ୍ ଓଡିଶା ପାଇଁ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ।
କନକ ବ୍ୟୁରୋ: ଓଡିଶାରେ ଆଇଟି ରେଡ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ, ସାରା ଦେଶରେ ଥରକେ ଏତେ ଟଙ୍କା ଜବତ ହେବା ପ୍ରଥମ ଘଟଣା । ଏହା ଓଡିଶା ସରକାରଙ୍କ ସ୍ୱଚ୍ଛତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାରେ ସିବିଆଇ ତଦନ୍ତ ଦାବି କରି ମନମୋହନ କହିଛନ୍ତି, କେନ୍ଦ୍ରକୁ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଜଣାନ୍ତୁ ତାସହ ଗୃହContinue reading “ରାଜ୍ୟରେ ବଡ ଧରଣର ଆଇଟି ରେଡ୍ ଓଡିଶା ପାଇଁ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ।”
ଚୋରି ହୋଇଗଲା ଜଗନ୍ନାଥଙ୍କ ହୁଣ୍ଡି । କାଳିଆ ଟଙ୍କାକୁ ବି ଛାଡିଲେ ନାହିଁ ଦୁର୍ବୃତ
କନକ ବ୍ୟୁରୋ : ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଚୋରି । ନବରଙ୍ଗପୁର ଜିଲ୍ଲା ଝରୀଗାଁ ଜଗନ୍ନାଥ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଛନ୍ତି ଦୁର୍ବୃତ । ଜଗନ୍ନାଥ ମନ୍ଦିର ପୂଜକ ସକାଳୁ ମନ୍ଦିର ଖୋଲିବାକୁ ଯାଇଥିବା ବେଳେ ମୁଖ୍ୟ ଦ୍ୱାରର ତାଲା କଟାଯାଇଥିବା ଦେଖିଥିଲେ । ମନ୍ଦିରରୁ ଚୋରି ହୋଇଥିବା ସନ୍ଦେହ କରି ମନ୍ଦିର କମିଟିକୁ ଜଣାଇଥିଲେ । ପରେ ମନ୍ଦିର ଭିତରେ ହୁଣ୍ଡି ନଥିବା ଦେଖିବାକୁ ମିଳିଥିଲା । ଖୋଜାଖୋଜି ପରେ ହୁଣ୍ଡିଟିContinue reading “ଚୋରି ହୋଇଗଲା ଜଗନ୍ନାଥଙ୍କ ହୁଣ୍ଡି । କାଳିଆ ଟଙ୍କାକୁ ବି ଛାଡିଲେ ନାହିଁ ଦୁର୍ବୃତ”
ଅନ୍ୟ ହାତକୁ ଫୋନ ଦେଉଥିଲେ ସାବଧାନ । ସ୍ମାର୍ଟ ଫୋନରେ ହେଉଛି ସ୍ମାର୍ଟ ଠକେଇ
କନକ ବ୍ୟୁରୋ : ସ୍ମାର୍ଟ ଫୋନ ଧରିଛନ୍ତି କି, ସାବଧାନ । ଆପଣଙ୍କ ଫୋନ କାହାରି ହାତକୁ ଦେବା ଆଗରୁ ୧୦ଥର ଚିନ୍ତା କରିବେ । ନଚେତ୍ ଠକାମିର ଶିକାର ହୋଇପାରନ୍ତି । ଆପଣଙ୍କ ବନ୍ଧୁ ମଧ୍ୟ ଆପଣଙ୍କୁ ଠକି ଦେଇପାରନ୍ତି । ସ୍ମାର୍ଟ ଫୋନରେ ହେଉଛି ସ୍ମାର୍ଟ ଠକେଇ । ସେମିତି ଏକ ଠକେଇ ଖବର ଆସିଛି ବାଲେଶ୍ୱର ଜିଲ୍ଲା ରେମୁଣା ଅଂଚଳରୁ । ତେବେ ଖବର ଅନୁସାରେ, ରେମୁଣା ଗୋଲେଇ ଛକରେ ଛୋଟ ହୋଟେଲଟିContinue reading “ଅନ୍ୟ ହାତକୁ ଫୋନ ଦେଉଥିଲେ ସାବଧାନ । ସ୍ମାର୍ଟ ଫୋନରେ ହେଉଛି ସ୍ମାର୍ଟ ଠକେଇ”
ସ୍ୱରେଜ ଲାଇନ୍ ତିଆରି ପାଇଁ ରାଜଧାନୀରେ ବେପାରୁଆ ଭାବେ ରାସ୍ତା ଖୋଳୁଛି ୱାଟକୋ, ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ
କନକ ବ୍ୟୁରୋ : ସ୍ୱରେଜ ଲାଇନ୍ ତିଆରି ପାଇଁ ୱାଟକୋ ରାଜଧାନୀର ବିଭିନ୍ନ ଅଂଚଳରେ ରାସ୍ତା ଘାଟ ଖୋଳି ପକାଉଛି । ରାସ୍ତାରେ ସାରା ବେପରୁଆ ଭାବେ ଖୋଳାଯାଇଥିବାରୁ ପ୍ରତିଦିନ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ସେହିଭଳି ଖାଲରେ ପଡି ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି । ଖୋଳାଯାଇଥିବା ୧୦ଫୁଟ ଗାତରେ ମହିଳା ଜଣକ ଖସିପଡିଥିଲେ । ପିଲାକୁ ସ୍କୁଲରୁ ଆଣିବାକୁ ମହିଳା ଜଣକ ଯାଇଥିବା ବେଳେ ଶିବନଗରରେ ଖୋଳା ହୋଇଥିବା ସ୍ୱରେଜ ଖାଲରେContinue reading “ସ୍ୱରେଜ ଲାଇନ୍ ତିଆରି ପାଇଁ ରାଜଧାନୀରେ ବେପାରୁଆ ଭାବେ ରାସ୍ତା ଖୋଳୁଛି ୱାଟକୋ, ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ”
ବିଏସପିରୁ ବିଦାହେଲେ ସାଂସଦ ଦାନୀଶ ଅଲ୍ଲୀ । ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବନ କଲେ ମାୟାବତୀ
କନକ ବ୍ୟୁରୋ : ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଦାନୀଶ ଅଲ୍ଲୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର ହାଇକମାଣ୍ଡ ମାୟାବତୀ ନିଲମ୍ବନ କରିଛନ୍ତି । ଏନେଇ ପାର୍ଟିର ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଅମରୋହାର ଲୋକସଭା ସାଂସଦ ଦାନୀଶ ଅଲ୍ଲୀଙ୍କ ନିଲମ୍ବନ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ପାର୍ଟିର ନୀତି, ବିଚାରଧାରା ଓ ଅନୁଶାସନ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି ।Continue reading “ବିଏସପିରୁ ବିଦାହେଲେ ସାଂସଦ ଦାନୀଶ ଅଲ୍ଲୀ । ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବନ କଲେ ମାୟାବତୀ”
ତେଲେଙ୍ଗାନାରେ ଶପଥ ନେଲେ ନାହିଁ ବିଜେପି ବିଧାୟକ । ଜାଣନ୍ତୁ କାରଣ
କନକ ବ୍ୟୁରୋ : ତେଲେଙ୍ଗାନାରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର ୮ଟି ଆସନ ମିଳିଛି । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ରେବାନ୍ତ ରେଡ୍ଡୀ ଶପଥ ନେଇସାରିଛନ୍ତି । ଆଜି ତେଲେଙ୍ଗାନା ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେବାର ଥିଲା । ଅନ୍ୟ ସମସ୍ତ ଦଳର ବିଧାୟକମାନେ ଶପଥ ନେଇଥିଲେ ବି ବିଜେପିର ୮ ଜଣ ଯାକ ବିଧାୟକ ଶପଥ ନେଇ ନାହାଁନ୍ତି । ଏହାର କାରଣ ଭାବେ ଏଆଇଏମଆଇଏମର ବିଧାୟକ ଅକବରୁଦ୍ଦିନContinue reading “ତେଲେଙ୍ଗାନାରେ ଶପଥ ନେଲେ ନାହିଁ ବିଜେପି ବିଧାୟକ । ଜାଣନ୍ତୁ କାରଣ”
ବଢ଼ିଚାଲିଛି ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଟଙ୍କାର ପରିମାଣ । ଟିଟଲାଗଡ଼ରୁ ମିଳିଛି ଆଉ ୧୧ କୋଟି
କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାର ଗଣତି ସରୁନି । ଆଜି ବି ଜାରି ରହିଛି ଟଙ୍କା ଗଣତି । ବଲାଙ୍ଗୀରରେ ଏବେ ଟଙ୍କା ଗଣତି ଚାଲିଛି । ବଲାଙ୍ଗୀର ଏସବିଆଇ ଶାଖା ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୭୬ ପ୍ୟାକେଟ ନୋଟ୍ ଜବତ ହୋଇଛି । ତାଭିତରୁ ୪୦ଟି ପ୍ୟାକେଟ ଗଣତି ସରିଛି । ସେଥିରୁ ପ୍ରାୟ ୪୬ କୋଟି ଟଙ୍କା ବାହାରିଛି । କାଲିଠୁContinue reading “ବଢ଼ିଚାଲିଛି ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଟଙ୍କାର ପରିମାଣ । ଟିଟଲାଗଡ଼ରୁ ମିଳିଛି ଆଉ ୧୧ କୋଟି”