ଓଡିଶା ଜଙ୍ଗଲରେ ପୁଣି ଦେଖାଗଲା କଳା ବାଘ । ଟ୍ୱିଟ କରି ସୂଚନା ଦେଲେ ପିସିସିଏଫ

କନକ ବ୍ୟୁରୋ : ଓଡିଶା ଜଙ୍ଗଲରେ କଳାବାଘ । ବନ ବିଭାଗର ଟ୍ରାପ କ୍ୟାମେରାରେ ଏକ କଳାବାଘର ଦୃଶ୍ୟ କଏଦ ହୋଇଛି । ଟୁଇଟରେ ଏହି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଟ୍ରାପ କ୍ୟାମେରାରେ କଏଦ କଳା ବାଘର ଫଟୋକୁ ଟ୍ୟାଗ କରି ପିସିସିଏଫ ଲେଖିଛନ୍ତି, ଓଡିଶାରେ ବାଘ ଗଣନା ଚାଲିଥିବା ବେଳେ ଏକ ଉକ୍ରଣ୍ଠାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଓଡିଶା ଜଙ୍ଗଲରେ କଳା ବାଘ ଥିବା ସ୍ପଷ୍ଟ ହୋଇଛି । ତେବେContinue reading “ଓଡିଶା ଜଙ୍ଗଲରେ ପୁଣି ଦେଖାଗଲା କଳା ବାଘ । ଟ୍ୱିଟ କରି ସୂଚନା ଦେଲେ ପିସିସିଏଫ”

ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କ କର କମଳରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ ସମାରୋହ..

କନକ ବ୍ୟୁରୋ : ସର୍ବ ପ୍ରଥମେ ଗୋପାଳପୁର ଗ୍ରାମ ର ପ୍ରବେଶ ପଥରେ ଗ୍ରାମର ମହନ୍ତ, ଅଧିକାରୀ, କର୍ପୋରେଟର ଓ ଅନ୍ୟ ମୁଖିଆ ବ୍ୟକ୍ତିଙ୍କ ଦ୍ୱାରା ଗୁରୁଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଗ୍ରାମକୁ ପାଛୋଟି ନିଆଗଲା..ଓ ପରେ ପରେ ଟୁଙ୍ଗୀ ତରଫ ରୁ ଶ୍ରୀ ବଟକୃଷ୍ଣ ରାୟ, ଦୀପ୍ତି ରାୟ ଓ ମୁକ୍ତି ରାୟ ଙ୍କର ଗୁରୁଜୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦ୍ୱାରା ସ୍ୱାଗତ କରାଯାଇଥିଲା.. ଗୁରୁଜୀଙ୍କ ଟୁଙ୍ଗୀ ରେ ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ, ଶ୍ରୀ ମହାଦେବContinue reading “ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କ କର କମଳରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ ସମାରୋହ..”

ଭୁବନେଶ୍ୱର ଟିସିଏସ୍ କ୍ୟାମ୍ପସରେ ରକ୍ତଦାନ ଶିବିର । ୨୫୦ ୟୁନିଟ୍ ରକ୍ତ ସଂଗୃହିତ

କନକ ବ୍ୟୁରୋ : ଟିସିଏସ୍ ଭୁବନେଶ୍ୱର, ଜୟ ଓଡ଼ିଶା ଓ କମିଶନରେଟ ପୋଲିସ ର ମିଳିତ ଆନୁକୁଲ୍ୟରେ, ଟିସିଏସ ର ବାରବାଟି ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ସଫଳ ରକ୍ତଦାନ ଶିବିର ସ୍ୱାସ୍ଥ୍ୟ ସେବାରେ ରକ୍ତର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗୁଡ଼ିକର ମହତ୍ତ୍ୱ ଦର୍ଶାଇ କମିଶନରେଟ ପୋଲିସ କଟକ-ଭୁବନେଶ୍ୱର ର କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଶିବିରର ଉଦଘାଟନ କରିଥିଲେ। ଜୟ ଓଡିଶାର ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାମନ୍ତରାୟ, ଟିସିଏସ୍Continue reading “ଭୁବନେଶ୍ୱର ଟିସିଏସ୍ କ୍ୟାମ୍ପସରେ ରକ୍ତଦାନ ଶିବିର । ୨୫୦ ୟୁନିଟ୍ ରକ୍ତ ସଂଗୃହିତ”

୬ମାସ ପରେ ଭାରତ ଫେରିଲେ ଅଂଜୁ । ଅଟାରୀ-ୱାଘା ବର୍ଡର ଦେଇ ଦିଲ୍ଲୀରେ ପହଁଚିଲେ ଅଂଜୁ

କନକ ବ୍ୟୁରୋ : ସ୍ୱଦେଶ ଫେରିଲେ ପାକିସ୍ଥାନୀ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ଦେଶ ଛାଡିଥିବା ଭାରତୀୟ ମହିଳା ଅଞ୍ଜୁ । ସେ ସବୁଦିନ ପାଇଁ ଭାରତ ଫେରି ଆସିଛନ୍ତି କି ଆଉ ଥରେ ନିଜ ପ୍ରେମିକ ପାଖକୁ ପାକିସ୍ଥାନ ଫେରିଯିବେ ଏହା ସ୍ପଷ୍ଟ ହୋଇନାହିଁ । ଅଞ୍ଜୁ ଭାରତ ଫେରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଞ୍ଜୁ ପାକିସ୍ଥାନ ଯାଇ ନିଜ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିବା ସହିତ ନିଜ ନାମକୁContinue reading “୬ମାସ ପରେ ଭାରତ ଫେରିଲେ ଅଂଜୁ । ଅଟାରୀ-ୱାଘା ବର୍ଡର ଦେଇ ଦିଲ୍ଲୀରେ ପହଁଚିଲେ ଅଂଜୁ”

ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ । ଦ୍ରାବିଡ ଓ ବିସିସିଆଇ ମଧ୍ୟରେ ବଢ଼ିଲା ଚୁକ୍ତି ଅବଧି

କନକ ବ୍ୟୁରୋ : ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ । ବଢ଼ିଲା ତାଙ୍କ ଚୁକ୍ତି ଅବଧି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବା ବିସିସିଆଇ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଅବଧି ବୃଦ୍ଧି କରିଛି ।ବିଶ୍ୱକପ ୨୦୨୩ ପରେ ଦ୍ରାବିଡ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହି ଅବଧି ଶେଷ ହେବା ପରେ ରାହୁଲଙ୍କ ସହ ଆଲୋଚନା କରିଥିଲା ବିସିସିଆଇ । ବୈଠକ ପରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧିContinue reading “ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ । ଦ୍ରାବିଡ ଓ ବିସିସିଆଇ ମଧ୍ୟରେ ବଢ଼ିଲା ଚୁକ୍ତି ଅବଧି”

ଚୀନ ନିମୋନିଆ ପାଇଁ ସର୍ତ୍ତକ ଭାରତ ସରକାର । ସମସ୍ତ ରାଜ୍ୟଙ୍କୁ ସର୍ତ୍ତକ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ନିର୍ଦ୍ଦେଶ

କନକ ବ୍ୟୁରୋ : ବଢ଼ୁଛି ଶ୍ୱାସକ୍ରିୟା ସଂକ୍ରମଣ । ପିଲା ଓ ଅଧିକାଂଶ ଯୁବପୀଢିଙ୍କୁ   ଶିକାର କରୁଛି ଏକ ରହସ୍ୟମୟ ଜ୍ୱର ଓ ନିମୋନିଆ । ଚୀନରେ ମାଡିଚାଲିଛି ଏହି ଅଜଣା ରୋଗ । ଏନେଇ ସଜାଗ ହୋଇଛନ୍ତି ଚୀନ ସରକାର । ସେପଟେ କୋଭିଡ ପରି ସମସ୍ୟା ନଆସିବା ପାଇଁ ଭାରତ ସରକାର ସମୟ ଥାଉ ଥାଉ ସଜାଗ ହେଲେଣି । ୬ଟି ରାଜ୍ୟକୁ ସର୍ତକ ରହିବାକୁ ସରକାର ନିର୍ଦ୍ଦେଶ ଦେବା ସହ ସ୍ୱାସ୍ଥ୍ୟContinue reading “ଚୀନ ନିମୋନିଆ ପାଇଁ ସର୍ତ୍ତକ ଭାରତ ସରକାର । ସମସ୍ତ ରାଜ୍ୟଙ୍କୁ ସର୍ତ୍ତକ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ନିର୍ଦ୍ଦେଶ”

ଡିସେମ୍ବର ପହିଲାରୁ ବଦଳିବ ସିମ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଂଚ ଓ ପଂଜୀକରଣ

କନକ ବ୍ୟୁରୋ : ଡିସେମ୍ବର ୧ରୁ ସିମକାର୍ଡ କିଣିବା ପାଇଁ ନୂଆ ନିୟମ ପରିବର୍ତନ ହେବାକୁ ଯାଉଛି । ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗିବ । ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଂଚ ସହ ପଂଜୀକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଂଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ । ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧୦ଲକ୍ଷ ଟଙ୍କା ଜରିମାନାContinue reading “ଡିସେମ୍ବର ପହିଲାରୁ ବଦଳିବ ସିମ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଂଚ ଓ ପଂଜୀକରଣ”

ମମତାଙ୍କ ଗଢ଼ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣହୁଙ୍କା । ଶାହା କହିଲେ ଖୁବ ଶିଘ୍ର ଲାଗୁ ହେବ ସିଏଏ

 କନକ ବ୍ୟୁରୋ : ଦିଦିଙ୍କ ଗଡ଼ରେ ଶାହାଙ୍କ ଗର୍ଜନ । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ବିଜେପି ଆରମ୍ଭ କରିଛି ପ୍ରଚାର ଅଭିଯାନ । ମହାପରିବର୍ତ୍ତନ ରାଲିରେ ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ୨୦୨୬ରେ ବିଜେପି ସଂଖ୍ୟା ଗରିଷ୍ଠତା ସହ ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହ । ୨୦୨୪ ସାଧାରଣ ନିର୍ବାଚନ ଅବସରରେ ଏହାର ମୂଳଦୁଆ ପଡିବ ବୋଲି କହିଛନ୍ତି କେନ୍ଦ୍ରContinue reading “ମମତାଙ୍କ ଗଢ଼ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣହୁଙ୍କା । ଶାହା କହିଲେ ଖୁବ ଶିଘ୍ର ଲାଗୁ ହେବ ସିଏଏ”

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତି । ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି, ଆହୁରି ୫ ବର୍ଷ ମାଗଣା ଚାଉଳ

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟର ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତି । ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ । ୨୦୨୪ରୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ଏହି ଯୋଜନାରେ ପ୍ରାୟ ୮୧କୋଟି ହିତାଧିକାରୀ ଉପକୃତ ହେବେ । ୫ବର୍ଷ ପାଇଁ ୧୧ଲକ୍ଷ କୋଟି ଖର୍ଚ୍ଚ କରିବେ ସରକାର । କୋଭିଡ ମହାମାରୀ ସମୟରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଏଥିସହ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବାକୁ ଅନୁମୋଦନContinue reading “କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତି । ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି, ଆହୁରି ୫ ବର୍ଷ ମାଗଣା ଚାଉଳ”

ଉଦ୍ଧାର ଶ୍ରମିକଙ୍କୁ ହାଲଚାଲ ପଚାରି ମନୋବଳ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ । ଶ୍ରମିକ ବଖାଣିଲେ ୧୭ଦିନର ସଂର୍ଘଷର କଥା

କନକ ବ୍ୟୁରୋ : ସୁରକ୍ଷିତ ଭାବେ ଟନେଲରୁ ଫେରିବା ପରେ କେତେ ଖୁସି ଅଛନ୍ତି ଶ୍ରମିକ ଆଉ କେତେ ଖୁସି ଅଛନ୍ତି ସରକାର । ମଙ୍ଗଳବାର ଉଦ୍ଧାର ପରେ ବୁଧବାର ଶ୍ରମିକଙ୍କ ସହ ଫୋନରେ କଥାବାର୍ତା ହୋଇ ହାଲଚାଲ ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେମିତି ଥିଲା ୧୭ଦିନର ସଂଘର୍ଷ ସେକଥା ପଚାରିବୁଝିଥିଲେ ପ୍ରଧାନମନ୍ତ୍ରୀ । ଗୋଟି ଗୋଟି ସବୁ ଅନୁଭୂତିକୁ ବଖାଣିଛନ୍ତି ଶ୍ରମିକ । ସେପଟେ ସୁରକ୍ଷିତ ଉଦ୍ଧାର ପାଇଁ ସରକାର, ପ୍ରଶାସନ ସମେତ ଦେଶବାସୀContinue reading “ଉଦ୍ଧାର ଶ୍ରମିକଙ୍କୁ ହାଲଚାଲ ପଚାରି ମନୋବଳ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ । ଶ୍ରମିକ ବଖାଣିଲେ ୧୭ଦିନର ସଂର୍ଘଷର କଥା”

Design a site like this with WordPress.com
Get started