କନକ ବ୍ୟୁରୋ : ଡିସେମ୍ବର ୧ରୁ ସିମକାର୍ଡ କିଣିବା ପାଇଁ ନୂଆ ନିୟମ ପରିବର୍ତନ ହେବାକୁ ଯାଉଛି । ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗିବ । ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜୀକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ । ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧୦ଲକ୍ଷ ଟଙ୍କା ଜରିମାନାContinue reading “ସିମକାର୍ଡ କିଣିବା ପାଇଁ ଡିସେମ୍ବର ୧ରୁ ନୂଆ ନିୟମ । ଜାଣନ୍ତୁ କଣ ରହିଛି ନିୟମ”
Category Archives: News
ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା । ଦୀର୍ଘ ଦିନର ସାଥୀ ଲିନଙ୍କ ହାତ ଧରିଲେ ରଣଦୀପ
କନକ ବ୍ୟୁରୋ : ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା । ନିଆରା ଶୈଳୀରେ ବିବାହ କରିଛନ୍ତି ବଲିଉଡର ଏହି ଡାଇଲଗ ହିରୋ । ମଣିପୁରର ଇମ୍ଫାଲରେ ପାରମ୍ପାରିକ ରୀତିନୀତି ଅନୁସାରେ ବିବାହ କରିଛନ୍ତି ହୁଡା । ମଣିପୁରର ମିତେଇ ସମ୍ପ୍ରଦାୟର ପରମ୍ପରା ଅନୁସାରେ ବିବାହ କରିଥିବା କିଛି ଫଟୋ ସାମ୍ନାକୁ ଆସିଛି । ନିଜର ପୁରୁଣା ଗାର୍ଲ ଫ୍ରେଣ୍ଡ ଲିନ ଲିଆଶ୍ରମଙ୍କୁ ବିବାହ କରିଛନ୍ତି ହୁଡା । ରଣଦୀପ ବରଯାତ୍ରୀ ନେଇContinue reading “ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା । ଦୀର୍ଘ ଦିନର ସାଥୀ ଲିନଙ୍କ ହାତ ଧରିଲେ ରଣଦୀପ”
ସମ୍ବଲପୁରରେ ଜମ୍ମୁ-ତୱି ଟ୍ରେନ୍ ଲାଇନଚ୍ୟୁତ । ସଫେଇ ପାଇଁ ୱାସିଂ ଲାଇନରେ ଗାଡ଼ି ଥିବା ବେଳେ ଅଘଟଣ
କନକ ବ୍ୟୁରୋ : ସମ୍ବଲପୁରରେ ଜମ୍ମୁ-ତୱି ଟ୍ରେନ୍ ଲାଇନଚ୍ୟୁତ୍ । ଗତ ରାତି ପ୍ରାୟ ୧୧ଟାରେ ସମ୍ବଲପୁର ଫାଟକ ନିକଟରେ ଜମ୍ମୁ-ତୱି ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ପାଂଟ୍ରି କାର ଓ ବି-୧ କୋଚ୍ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ରାତିରେ ସମ୍ବଲପୁର ଫେରିବା ପରେ ଟ୍ରେନର ସଫେଇ ପାଇଁ ୱାସିଂ ଲାଇନରେ ଗାଡି ପୁରୁଣା ଫାଟକ ଷ୍ଟେସନ୍ ପର୍ଯ୍ୟନ୍ତ ଯାଇଥିଲା । ଫେରିବା ସମୟରେ ଦୁଇଟି ଯାକ ବଗି ଲାଇନଚ୍ୟୁତ ହୋଇଥିଲା । ଗାଡିରେContinue reading “ସମ୍ବଲପୁରରେ ଜମ୍ମୁ-ତୱି ଟ୍ରେନ୍ ଲାଇନଚ୍ୟୁତ । ସଫେଇ ପାଇଁ ୱାସିଂ ଲାଇନରେ ଗାଡ଼ି ଥିବା ବେଳେ ଅଘଟଣ”
ପ୍ରେମିକା ପାଇଁ ଟାୱାର ଉପରକୁ ଚଢିଗଲା ପ୍ରେମିକ । ଦୁଇ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲେ ଯୁବକ
କନକ ବ୍ୟୁରୋ : ପ୍ରେମିକା ପାଇଁ ହାଇଭୋଲଟେଜ ଏକ୍ସଟେନସନ୍ ଟାୱାର ଉପରକୁ ଚଢିଗଲା ପ୍ରେମିକ । ଟାୱାର ଉପରଗୁ ଚଢି ପ୍ରେମିକାୁ ଡାକିଲା ସୁବ୍ରତ । ଅଗ୍ନିଶମ ଓ ପୁଲିସର ଦୁଇ ଘଂଟା ପରିଶ୍ରମ ପରେ ଉଦ୍ଧାର ହେଲେ ଯୁବକ । ଲିଖନପୁର ବାଣ୍ଡିପାହାଡ ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବାଣ୍ଡିପାହାଡର ସୁବ୍ରତ କିଷାନଙ୍କୁ ଶେଷରେ ଉଦ୍ଧାର କରାଯାଇଛି । ସୁବ୍ରତ ଟାୱାର ଉପରେ ଚଢିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ ।Continue reading “ପ୍ରେମିକା ପାଇଁ ଟାୱାର ଉପରକୁ ଚଢିଗଲା ପ୍ରେମିକ । ଦୁଇ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲେ ଯୁବକ”
ଜମୁଛି ବାଲିଯାତ୍ରା । ଲୋକଙ୍କୁ ଆକର୍ଷିତ କରୁଛି ବାଇକ୍ ଷ୍ଟଣ୍ଟ୍
କନକ ବ୍ୟୁରୋ : ଜମୁଛି ବାଲିଯାତ୍ରା । ଦର୍ଶକଙ୍କୁ ଆକୃଷ୍ଟ କରୁଛି ବାଇକ୍ ଷ୍ଟଣ୍ଟ୍ । ମାତ୍ର ୫୦ ଟଙ୍କାରେ ବାଇଟ୍ ଷ୍ଟଣ୍ଟର ମଜା ନେଉଛନ୍ତି ଦର୍ଶକ । କିନ୍ତୁ ବିପଦ ଯୋଗୁ ବାଲିଯାତ୍ରାରେ ଏହା ବନ୍ଦ ହୋଇଥିଲା । କିନ୍ତୁ ଏବେ ପୁଣି ବାଇଟ୍ ଷ୍ଟଂଟ ଆରମ୍ଭ ହୋଇଛି । କିନ୍ତୁ ଏମାନେ ବିନା ସେଫ୍ଟି ଜାକେଟରେ ବାଇକ ଚଳାଉଛନ୍ତି । ତଳେ ପୁଣି ସିମେଂଟ ଚଟାଣ । ଯଦି କୌଣସି ଅଘଟଣ ଘଟେ ଏଥିପାଇଁContinue reading “ଜମୁଛି ବାଲିଯାତ୍ରା । ଲୋକଙ୍କୁ ଆକର୍ଷିତ କରୁଛି ବାଇକ୍ ଷ୍ଟଣ୍ଟ୍”
ଆଜି କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୩ । ପର୍ଯ୍ୟଟନ, କୃଷି, କ୍ରୀଡ଼ା, ରାଜନୀତି ଓ ସିନେମା ଉପରେ ହେବ ଚର୍ଚ୍ଚା
କନକ ବ୍ୟୁରୋ : ଆଜି କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୩ । କନକ ନ୍ୟୁଜର ଏହି ବାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଜ୍ୟପାଳ ରଘୁବର ଦାସ । ସେହିପରି ଅତିଥି ଭାବେ ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଯୋଗ ଦେଉଛନ୍ତି । ଏହି ଅବସରରେ ଓଡ଼ିଶାର ପର୍ଯ୍ୟଟନ, କୃଷି, କ୍ରୀଡ଼ା, ରାଜନୀତି ଓ ସିନେମା ଆଦି ୫ଟି ଅଧିବେଶନ ଜରିଆରେ ଚର୍ଚ୍ଚା-ଆଲୋଚନା କରାଯିବContinue reading “ଆଜି କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୩ । ପର୍ଯ୍ୟଟନ, କୃଷି, କ୍ରୀଡ଼ା, ରାଜନୀତି ଓ ସିନେମା ଉପରେ ହେବ ଚର୍ଚ୍ଚା”
ଟନେଲରୁ ଶ୍ରମିକ ମାନେ ସୁରକ୍ଷିତ ଉଦ୍ଧାର ପରେ ନାଚିଲେ ମୁଖ୍ୟମନ୍ତ୍ରୀ । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଧୁମଧାମରେ ପାଳିତ ହେଲା ଇଗାସ ପର୍ବ
କନକ ବ୍ୟୁରୋ : ନାଚିଲେ ମୁଖ୍ୟମନ୍ତ୍ରୀ । ସୁଡଙ୍ଗ ଭିତରୁ ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପରେ କିଛି ଏଭଳି ଖୁସିରେ ନାଚିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ବୁଧବାର ରାତିରେ ଡେହରାଡୁନ୍ ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ଇଗାସ ପର୍ବ ପାଳିତ ହୋଇଛି । ଦୀପାବଳିର ୧୧ ଦିନ ପରେ ଉତରାଖଣ୍ଡରେ ପାଳିତ ହୁଏ ଇଗାସ ପର୍ବ । ଏହି ପର୍ବକୁ ଶ୍ରମିକଙ୍କ ପରିବାର ସହ ବେଶ ଧୁମ୍ ଧାମରେ ପାଳନ କରିଛନ୍ତିContinue reading “ଟନେଲରୁ ଶ୍ରମିକ ମାନେ ସୁରକ୍ଷିତ ଉଦ୍ଧାର ପରେ ନାଚିଲେ ମୁଖ୍ୟମନ୍ତ୍ରୀ । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଧୁମଧାମରେ ପାଳିତ ହେଲା ଇଗାସ ପର୍ବ”
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଉଛି ଅବପାତର ରୂପ । ଡିସେମ୍ବର ୨ରେ ବାତ୍ୟା ଆଶଙ୍କା
କନକ ବ୍ୟୁରୋ : ଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଉଛି ଅବପାତର ରୂପ । ଡିସେମ୍ବର ୨ରେ ବାତ୍ୟା ଆଶଙ୍କା । କିନ୍ତୁ ଗତିପଥ ନେଇ ସ୍ପଷ୍ଟ ହୋଇନି ଚିତ୍ର । ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସଷ୍ଟ ଚିହ୍ନିତ ହୋଇଛି ଲଘୁଚାପ କ୍ଷେତ୍ର । ଏହା ଅଧିକ ଘନୀଭୂତ ହୋଇ ଆଜି ଅବପାତର ରୂପ ନେଉଛି ।Continue reading “ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଉଛି ଅବପାତର ରୂପ । ଡିସେମ୍ବର ୨ରେ ବାତ୍ୟା ଆଶଙ୍କା”
ଆଜି ଭୋଟ ଦେଉଛି ତେଲେଙ୍ଗାନା । ୧୧୯ ବିଧାନସଭା ଆସନ ପାଇଁ ୫ ଟାଏ ହେବ ମତଦାନ । ପ୍ରାର୍ଥୀ ଚୟନ କରିବେ ୩ କୋଟିରୁ ଅଧିକ ଭୋଟର
କନକ ବ୍ୟୁରୋ : ଆଜି ଭୋଟ ଦେଉଛି ତେଲେଙ୍ଗାନା । ୧୧୯ ବିଧାନସଭା ଆସନ ପାଇଁ ଆଜି ତେଲେଙ୍ଗାନାରେ ନିର୍ବାଚନ ହେଉଛି । ମୋଟ ୨୨୯୦ ଜଣ ପ୍ରାର୍ଥୀ ଏଥିର ମଇଦାନକୁ ଓହ୍ଲାଇଛନ୍ତି । ୩ କୋଟି ୨୬ ଲକ୍ଷ ଲୋକେ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ରାଜ୍ୟରେ ମୋଟ ୩୫ ହଜାର ୬୫୫ ଟି ମତଦାନ କେନ୍ଦ୍ରରେ ଭୋଟିଂ ହେବ । ସକାଳ ୭ଟାରୁ ସନ୍ଧ୍ୟା ୫ ଟାଏ ଯାଏଁ ଲୋକେ ଭୋଟ ଦେଇପାରିବେContinue reading “ଆଜି ଭୋଟ ଦେଉଛି ତେଲେଙ୍ଗାନା । ୧୧୯ ବିଧାନସଭା ଆସନ ପାଇଁ ୫ ଟାଏ ହେବ ମତଦାନ । ପ୍ରାର୍ଥୀ ଚୟନ କରିବେ ୩ କୋଟିରୁ ଅଧିକ ଭୋଟର”
୨୦୨୭ ବିଶ୍ୱକପ୍ ଖେଳିବେ ତ କୋହଲି? ସଚିନ ଦେଲେ ବଡ ବୟାନ, ଜାଣନ୍ତୁ କ୍ରିକେଟର ଭଗବାନ କହିଲେ କଣ?
କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ କୋହଲିଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ସହ ବିଶ୍ୱକପର ସର୍ବାଧିକ ରନ୍ ସ୍କୋରର ସାଜିଥିଲେ କୋହଲି । ବିଶ୍ୱକପ ଇତିହାସରେ ଗୋଟିଏ ସଂସ୍କରଣରେ ୭୬୫ ରନ୍ ହାସଲ କରି କୋହଲି ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ୨୦୨୩ ବିଶ୍ୱକପର ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ମଧ୍ୟ ହାତେଇଛନ୍ତି କୋହଲି । ଏହାସତ୍ତେ୍ୱ ମଧ୍ୟ ଭାରତର ୨୦୨୩Continue reading “୨୦୨୭ ବିଶ୍ୱକପ୍ ଖେଳିବେ ତ କୋହଲି? ସଚିନ ଦେଲେ ବଡ ବୟାନ, ଜାଣନ୍ତୁ କ୍ରିକେଟର ଭଗବାନ କହିଲେ କଣ?”