ଘରେ କେହି ନଥିବା ବେଳେ ଆଲମିରା ଖୋଲି ଲକ୍ଷେ ଟଙ୍କା ଚୋରିକଲା କାମବାଲି । ସିସିଟିଭିରେ କଏଦ ହେଲା ଟଙ୍କା ଗଣିବାର ଦୃଶ୍ୟ

କନକ ବ୍ୟୁରୋ : ଭୁବନେଶ୍ୱର ଜଗନ୍ନାଥନଗରର ରୋଡ ନମ୍ବର ୪ ପ୍ଲଟ ନମ୍ବର ୧୫୩୫-୩୮୨୯ । ଏଠାରେ ରୁହନ୍ତି ବିଭୁ ପ୍ରସାଦ ମହାପାତ୍ର । ଘର କାମ ପାଇଁ ମାସିକ ୪ ହଜାର ଟଙ୍କା ଦେଇ କାମବାଲୀ ରଖିଥିଲେ । ହେଲେ ଏହି କାମବାଲୀ କେବଳ ବାସନ ଆଉ ଘର ସଫା କରେନାହିଁ, ଘରେ କେହି ନଥିବା ବେଳେ ଦାମୀ ଜିନିଷ ବି ସଫା କରିଦିଏ । ଭରସା ଓ ବିଶ୍ୱାସରେ କାମବାଲୀ ହାତରେ ଘରର ଚାବିକାଠିContinue reading “ଘରେ କେହି ନଥିବା ବେଳେ ଆଲମିରା ଖୋଲି ଲକ୍ଷେ ଟଙ୍କା ଚୋରିକଲା କାମବାଲି । ସିସିଟିଭିରେ କଏଦ ହେଲା ଟଙ୍କା ଗଣିବାର ଦୃଶ୍ୟ”

ପୁଣି ଫେରିବ ଭକ୍ତକବି ମଧୁସୂଧନ ରାଓଙ୍କ ବର୍ଣ୍ଣବୋଧ । ଅବିକଳ ପ୍ରକାଶ କରିବେ ସରକାର, ମୁଦ୍ରଣ ପାଇଁ ଓଡ଼ିଶା ଭାଷା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଓଡ଼ିଆ ଶିକ୍ଷାର ଏନ୍ତୁଡିଶାଳ । ଏହି ପୁସ୍ତକ ସହ ପ୍ରତ୍ୟେକ ଓଡ଼ିଆଙ୍କର ଭାବ ପ୍ରବଣତା ଯୋଡି ହୋଇ ରହିଛି । ଖୁସିର କଥା ହେଉଛି, ହଜି ଯାଇଥିବା ମଧୁସୂଦନ ରାଓଙ୍କ ମୂଳ ବର୍ଣ୍ଣବୋଧ ପୁଣି ଥରେ ପ୍ରକାଶ କରିବେ ସରକାର । ଏଥିପାଇଁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡିଆ ଭାଷା ପ୍ରତିଷ୍ଠାନକୁ ବର୍ଣ୍ଣବୋଧର ମୂଳ କପି ସଂଗ୍ରହ ଓ ସଂପାଦନContinue reading “ପୁଣି ଫେରିବ ଭକ୍ତକବି ମଧୁସୂଧନ ରାଓଙ୍କ ବର୍ଣ୍ଣବୋଧ । ଅବିକଳ ପ୍ରକାଶ କରିବେ ସରକାର, ମୁଦ୍ରଣ ପାଇଁ ଓଡ଼ିଶା ଭାଷା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ”

ବସ୍ ଧର୍ମଘଟ୍ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ସରକାର ମାନିନେଲେ ସଂଘର ଦାବି ।

କନକ ବ୍ୟୁରୋ: ବସ୍ ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ଆଜି ସଚିବାଳୟରେ ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ବସ୍ ଧର୍ମଘଟକୁ ସଂଘ ପ୍ରତ୍ୟାହାର କରିଛି । ଏନେଇ ଖୋଦ୍ ଘରୋଇ ବସ୍ ମାଲିକ ସଂଘ ଗଣମାଧ୍ୟମକୁ ସୂଚନା ଦେଇଛି । ତେବେ ଘରୋଇ ବସ୍ ମାଲିକ ସଂଘ ଲକ୍ଷ୍ମୀ ବସର ଚଳାଚଳକୁ ନେଇ ଧର୍ମଘଟର ଡାକରା ଦେଇଥିଲା । ହେଲେ ଏବେ ଲକ୍ଷ୍ମୀ ବସକୁ ନେଇ ସଂଘ କରିଥିବା କିଛିContinue reading “ବସ୍ ଧର୍ମଘଟ୍ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ସରକାର ମାନିନେଲେ ସଂଘର ଦାବି ।”

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ହେଲା ଲଘୁଚାପ କ୍ଷେତ୍ର । କାଲି ନେଇପାରେ ଅବପାତର ରୂପ, ଡିସେମ୍ବର ୨ରେ ବାତ୍ୟା ଆଶଙ୍କା

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ହୋଇଛି ଲଘୁଚାପ କ୍ଷେତ୍ର । ଏହା ଅଧିକ ଘନୀଭୂତ ହୋଇ ୩୦ତାରିଖରେ ନେବ ଅବପାତର ରୂପ । ଦୁଇ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣପୂର୍ବ ବଂଗୋପସାଗରର ଆଖପାଖ ଅଂଚଳରେ ବାତ୍ୟାର ରୂପ ନେଇପାରେ । ଏମିତି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । । ତେବେ ବାତ୍ୟାର ଗତିପଥ ନେଇ ଏପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ମିଳିନାହିଁ । ଏପରିକିContinue reading “ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ହେଲା ଲଘୁଚାପ କ୍ଷେତ୍ର । କାଲି ନେଇପାରେ ଅବପାତର ରୂପ, ଡିସେମ୍ବର ୨ରେ ବାତ୍ୟା ଆଶଙ୍କା”

ଖୋଲୁଛି ଆଇଆଇସି ସୁଶାନ୍ତ ଶତପଥୀଙ୍କ କଳାକାରନାମାର ଗୁମର । କ୍ୟାରିୟରରେ ଲାଗିଥିଲା ଏକାଧିକ ବ୍ଲାକ୍ ମାର୍କ । ତଥାପି ପାଇଥିଲେ ପ୍ରମୋସନ

କନକ ବ୍ୟୁରୋ: ଖୋଲୁଛି ଗିରଫ ବୈପାରୀଗୁଡା ଥାନା ଅଧିକାରୀଙ୍କ କଳାକାରନାମା । ଆଇଆଇସିଙ୍କ ଘରୁ, କ୍ୱାର୍ଟର ଓ ବସରୁ ୩୭ ଲକ୍ଷ ନଗଦ ଟଙ୍କା ଜବତ ହେବା ପରେ ଏବେ ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସୁଛି । ୩ ଜିଲ୍ଲାର ଏସପି ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନାଁରେ ଏକାଧିକ ପ୍ରୋସିଡିଙ୍ଗ ଓ ବ୍ଲାକମାର୍କ ଥିଲା । ତାସତ୍ୱେ ସେ ପ୍ରମୋଶନ କିଭଳି ପାଇଲେ ତାହା ବଡContinue reading “ଖୋଲୁଛି ଆଇଆଇସି ସୁଶାନ୍ତ ଶତପଥୀଙ୍କ କଳାକାରନାମାର ଗୁମର । କ୍ୟାରିୟରରେ ଲାଗିଥିଲା ଏକାଧିକ ବ୍ଲାକ୍ ମାର୍କ । ତଥାପି ପାଇଥିଲେ ପ୍ରମୋସନ”

ସ୍କୁଟିରେ କଲେଜ ଯାଉଥିବା ବେଳେ ଓଭରବ୍ରିଜରେ ମାଡ଼ିଗଲା ଟ୍ରକ । ଓୟୁଟିଆରର ବି-ଟେକ୍ ଛାତ୍ର ପ୍ରତ୍ୟୁତପର୍ଣ୍ଣ ଦାସଙ୍କ ମୃତ୍ୟୁ । ପରିବାର ଉପରେ ଭାଙ୍ଗି ପଡ଼ିଲା ଦୁଃଖର ପାହାଡ଼

କନକ ବ୍ୟୁରୋ: ସବୁଦିନ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବାଣୀବିହାରରୁ ହଂସପାଳ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ ହୋଇଥାଏ । କଲେଜ ଓ ଅଫିସ ଟାଇମ ହୋଇଥିବାରୁ ରାସ୍ତାରେ ଭିଡ ହୋଇଥାଏ । ଆଜି ବି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏହି ରାସ୍ତାରେ ଟ୍ରାଫିକ୍ ଜାମ ହୋଇଥିଲା କିନ୍ତୁ ଟ୍ରାଫିକ୍ ଜାମର କାରଣ ଥିଲା ଭିନ୍ନ । ବାଣୀବିହାର ଓଭର ବ୍ରିଜରେ ଜଣେ ଛାତ୍ର ଉପରେ ମାଡି ଯାଇଥିଲା ଟ୍ରକ୍ । ଆଉ ଦୁର୍ଘଟଣାContinue reading “ସ୍କୁଟିରେ କଲେଜ ଯାଉଥିବା ବେଳେ ଓଭରବ୍ରିଜରେ ମାଡ଼ିଗଲା ଟ୍ରକ । ଓୟୁଟିଆରର ବି-ଟେକ୍ ଛାତ୍ର ପ୍ରତ୍ୟୁତପର୍ଣ୍ଣ ଦାସଙ୍କ ମୃତ୍ୟୁ । ପରିବାର ଉପରେ ଭାଙ୍ଗି ପଡ଼ିଲା ଦୁଃଖର ପାହାଡ଼”

ସୁଡ଼ଙ୍ଗ ଭିତରେ ୧୭ ଦିନ କେମିତି କାଟିଲେ ଶ୍ରମିକ ? ବାହାରକୁ ଆସିବା ପରେ କହିଲେ ଜୀବନ ସଂଘର୍ଷର କାହାଣୀ । ଖାଉଥିଲେ ମୁଢ଼ି, ମୋବାଇଲରେ ଦେଖୁଥିଲେ ମୁଭି

କନକ ବ୍ୟୁରୋ: ସୁଡଙ୍ଗରୁ ବାହାରିବା ପରେ ଶ୍ରମିକ ବଖାଣିଛନ୍ତି ୧୭ ଦିନର ସଂଘର୍ଷ କାହାଣୀ । ଉଦ୍ଧାର ହୋଇଥିବା ଓଡିଆ ଶ୍ରମିକ ବିଶେଶ୍ୱର ନାୟକ କହିଛନ୍ତି, ପ୍ରଥମ ୧୦ ଦିନ ମୁଢି ଓ ଶୁଖିଲା ଖାଦ୍ୟ ଖାଇ ରହିଥିଲେ । ଭିତରେ ପ୍ରାୟ ଅଢେଇ କିଲୋମିଟର ଖାଲି ସ୍ଥାନ ଥିବାରୁ ତା ଭିତରେ ରହିଥିଲେ ସବୁ ଶ୍ରମିକ । ପରେ ଖାଇବା ଓ ଔଷଧ ପଠାଯାଇଥିଲା । ମୋବାଇଲ ଦେଖି ଓ ଗେମ ଖେଳି ସମୟ ଅତିବାହିତContinue reading “ସୁଡ଼ଙ୍ଗ ଭିତରେ ୧୭ ଦିନ କେମିତି କାଟିଲେ ଶ୍ରମିକ ? ବାହାରକୁ ଆସିବା ପରେ କହିଲେ ଜୀବନ ସଂଘର୍ଷର କାହାଣୀ । ଖାଉଥିଲେ ମୁଢ଼ି, ମୋବାଇଲରେ ଦେଖୁଥିଲେ ମୁଭି”

ସରିଛି ସଂଘର୍ଷ, ଏବେ ଘର ବାହୁଡ଼ାର ବେଳ । ଋଷିକେଶ ଏମ୍ସରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

କନକ ବ୍ୟୁରୋ: ସାରା ବିଶ୍ୱ ଦେଖିଛି ମୁକ୍ତିର ଆନନ୍ଦ । ଉତ୍ତରାଖଣ୍ଡ ଟନେଲରେ ଉଦ୍ଧାର ହୋଇ ୪୧ ଜଣ ଶ୍ରମିକ ପାଇଛନ୍ତି ନୂଆ ଜୀବନ, ଯାହାକୁ ନେଇ ଆଜି ସବୁଆଡେ ଚର୍ଚ୍ଚା । ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏମ୍ସ ନିଆଯାଇଛି । ସୁସ୍ଥ ହେବା ପରେ ଉଦ୍ଧାର ଶ୍ରମିକ ଘରକୁ ଫେରିବେ । ଆଉ ଉଦ୍ଧାର ସମୟର ଚିତ୍ର ଦେଖି ଭାବବିହ୍ୱଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସରିଛି ସଂଘର୍ଷ,Continue reading “ସରିଛି ସଂଘର୍ଷ, ଏବେ ଘର ବାହୁଡ଼ାର ବେଳ । ଋଷିକେଶ ଏମ୍ସରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା”

ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି । ଆଉ ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ । ଉପକୃତ ହେବେ ୮୧ କୋଟିରୁ ଅଧିକ ଲୋକ

କନକ ବ୍ୟୁରୋ: ଦେଶରେ କେହି ବି ଜଣେ ଯେମିତି ଭୋକିଲା ରହିବ ନାହିଁ । ପ୍ରତି ଗରିବ ପରିବାର ମାଗଣାରେ ପାଇବେ ଚାଉଳ ଓ ଗହମ । ଏହି ଲକ୍ଷ୍ୟ ନେଇ କେନ୍ଦ୍ରର ମୋଦୀ ସରକାର ଆରମ୍ଭ କରିଥିବା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ଶେଷ ହେବା ଆଗରୁ ପୁଣି ୫ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର । ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ ବଢ଼ିଲା ପିଏମଜିକେଏୱାଇ ଯୋଜନାର ଅବଧି ୨୦୨୪Continue reading “ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି । ଆଉ ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ । ଉପକୃତ ହେବେ ୮୧ କୋଟିରୁ ଅଧିକ ଲୋକ”

କିଏ ସେହି ମଣିପୁରର ଲୀନ ଲେଶରାମ୍  ? ରଣଦୀପ ହୁଡା ଯାହାକୁ ବିବାହ ହେବାକୁ ଯାଉଛନ୍ତି ।

ରଣଦୀପ ଏବଂ ଲିନ୍ ଲେଶରାମ୍ ଙ୍କ ପ୍ରି ୱେଡ଼ିଂ ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲିନ ଲେଶରାମ୍ ମଣିପୁରର ଜଣେ ଜଣାଶୁଣା ମଡେଲ ଏବଂ ଅଭିନେତ୍ରୀ ମଧ୍ୟ । କେବଳ ଏତିକି ନୁହେଁ ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ମଧ୍ୟ । ଦୁହେଁ ଦୀର୍ଘ ଦିନ ଧରି ରିଲେସନରେ ଥିଲେ । ଗତ ୨୭  ନଭେମ୍ବରରେ ଏହି ଦମ୍ପତି ଇମ୍ଫାଲରେ ପହଞ୍ଚିଛନ୍ତି ।  ଯେଉଁଠାରେ ସେମାନେ ଆଜି ୨୯ ନଭେମ୍ବର ରେContinue reading “କିଏ ସେହି ମଣିପୁରର ଲୀନ ଲେଶରାମ୍  ? ରଣଦୀପ ହୁଡା ଯାହାକୁ ବିବାହ ହେବାକୁ ଯାଉଛନ୍ତି ।”

Design a site like this with WordPress.com
Get started