ପୁରୀ ମଙ୍ଗଳଘାଟ ଛକରେ ଶ୍ରମିକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ: ଗୁରୁତର ଅବସ୍ଥାରେ ୪ ଶ୍ରମିକଙ୍କୁ ପୁରୀ ମେଡ଼ିକାଲରେ ଭର୍ତି

କନକ ବ୍ୟୁରୋ: ପୁରୀ ମଙ୍ଗଳଘାଟ ଛକରେ ୪ ଶ୍ରମିକଙ୍କୁ ଆକ୍ରମଣ । କିଛି ଦୁର୍ବୃତ ଗତକାଳି ରାତିରେ ଶ୍ରମିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ଶ୍ରମିକ ପୁରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶ୍ରମିକଙ୍କ ପରିବାର ପକ୍ଷରୁ ବାସେଳି ସାହି ଥାନାରେ ଏନେଇ ଅଭିଯୋଗ ହୋଇଛି । କାହିଁକି ଶ୍ରମିକଙ୍କୁ ଆକ୍ରମଣ କରାଗଲା ତଦନ୍ତ କରୁଛି ପୋଲିସ । ଆକ୍ରମଣର ଶିକାର ହୋଇଥିବା ଶ୍ରମିକ ଚନ୍ଦନପୁର ଅଂଚଳର । The post ପୁରୀ ମଙ୍ଗଳଘାଟContinue reading “ପୁରୀ ମଙ୍ଗଳଘାଟ ଛକରେ ଶ୍ରମିକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ: ଗୁରୁତର ଅବସ୍ଥାରେ ୪ ଶ୍ରମିକଙ୍କୁ ପୁରୀ ମେଡ଼ିକାଲରେ ଭର୍ତି”

ବାଣୀବିହାର ଓଭରବ୍ରିଜରେ ଦୁର୍ଘଟଣା: ସ୍କୁଟି ଚାଳକଙ୍କ ଉପରେ ମାଡିଗଲା ଟ୍ରକ

କନକ ବ୍ୟୁରୋ: ଭୁବନେଶ୍ୱର ବାଣୀବିହାର ଓରବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପାଖରେ ପଡି ରହ଼ିଛି ମୋବାଇଲ ଯାହାକି ଦୁର୍ଘଟଣାରେ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ଦୁର୍ଘଟଣା ପରେ ଟ୍ରାଫିକ୍ ଜାମ୍ ରହିଛି । ଲୋକଙ୍କ ଯାତାୟତରେ ସମସ୍ୟା ସୃ୍ଷ୍ଟି ହୋଇଛି । ଦୁର୍ଘଟଣାଗସ୍ତ ହୋଇଥିବା ସ୍କୁଟିଟି ପ୍ରଦତ କୁମାର ଦାସଙ୍କ ନାଁରେ ରହିଛିContinue reading “ବାଣୀବିହାର ଓଭରବ୍ରିଜରେ ଦୁର୍ଘଟଣା: ସ୍କୁଟି ଚାଳକଙ୍କ ଉପରେ ମାଡିଗଲା ଟ୍ରକ”

ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ରେଳ ରୋକ । ଟ୍ରେନ ଆଗରେ ଛିଡ଼ା ହୋଇ ପ୍ରତିବାଦ କଲେ ଲୋକେ ।

କନକ ବ୍ୟୁରୋ : ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ରେଳ ରୋକ । ଅଧଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ଅଟକି ରହିଛି । ପଲାସା-କଟକ ପାସେଞ୍ଜର ଟ୍ରେନକୁ ଅଟକାଇଛନ୍ତି ଲୋକେ । ଏହା ସହ ଟ୍ରେନ ଆଗରେ ଛିଡା ହୋଇ ପ୍ରତିବାଦ କରୁଛନ୍ତି । ପଲାସା-କଟକ ଟ୍ରେନରେ ବଗି ସଂଖ୍ୟା ବୃଦ୍ଧି ଦାବିରେ ଟ୍ରେନ୍ ଅଟକ ରଖିଛନ୍ତି ଲୋକେ । ବିଭିନ୍ନ କାମରେ ଭୁବନେଶ୍ୱରକୁ ଯାଇଥାନ୍ତି ଏହି ଅଞ୍ଚଳର ଲୋକ । ଏଥିପାଇଁ ସେମାନେ ପଲାସା-କଟକ ଟ୍ରେନ୍Continue reading “ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ରେଳ ରୋକ । ଟ୍ରେନ ଆଗରେ ଛିଡ଼ା ହୋଇ ପ୍ରତିବାଦ କଲେ ଲୋକେ ।”

ସୁଡଙ୍ଗରେ ୧୭ ଦିନ । ଆସନ୍ତାକାଲି ଓଡ଼ିଶା ଆସିବେ ୫ ଶ୍ରମିକ, ସାଥୀରେ ଅଛନ୍ତି ଶ୍ରମମନ୍ତ୍ରୀ । ଉଦ୍ଧାର ପରେ ଗାଁରେ ଖୁସିର ଲହରୀ ।

କନକ ବ୍ୟୁରୋ : ୧୭ ଦିନ ପରେ ଉତରକାଶୀ ଟନେଲରୁ ୫ ଜଣ ଓଡ଼ିଆ ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଆସନ୍ତାକାଲି ସମସ୍ତେ ଓଡ଼ିଶା ଫେରିବେ ବୋଲି ଜଣାପଡ଼ିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ମୟୁରଭଞ୍ଜ ବାରିପଦାର ବିଶ୍ୱେର ନାୟକ, କୁଲଡିହାର ରାଜୁ ନାୟକ, ବଡ କୁଦରର ଧୀରେନ ନାୟକ, ନବରଙ୍ଗପୁର ତାଲବେଡାର ଭଗବାନ ଭତ୍ରା ଓ ଭଦ୍ରକ ଶଙ୍କର୍ଷଣପୁରର ତପନ ମଣ୍ଡଳ । ଉଦ୍ଧାର ପରେ ସେମାନଙ୍କ ପରିବାରକୁ ଫୋନ କରି ଜଣାଯାଇଥିଲାContinue reading “ସୁଡଙ୍ଗରେ ୧୭ ଦିନ । ଆସନ୍ତାକାଲି ଓଡ଼ିଶା ଆସିବେ ୫ ଶ୍ରମିକ, ସାଥୀରେ ଅଛନ୍ତି ଶ୍ରମମନ୍ତ୍ରୀ । ଉଦ୍ଧାର ପରେ ଗାଁରେ ଖୁସିର ଲହରୀ ।”

ଶ୍ରମିକ ଉଦ୍ଧାରର ସଙ୍କଟମୋଚକ ‘ରାଟ୍ ହୋଲ୍ ମାଇନର୍ସ’: ମେସିନ ଫେଲ୍ ମାରିବା ପରେ ଅନ୍ତିମ ପର୍ଯ୍ୟାୟରେ ହାତରେ ଗାତ ଖୋଳି କଲେ ଉଦ୍ଧାର

କନକ ବ୍ୟୁରୋ: ସିଲ୍କିୟାରା ସୁଡଙ୍ଗ ଖୋଳିବାରେ ଯେଉଁଠି ମେସିନ ଫେଲ୍ ମାରିଲା, ସେଇଠି ବଡ ଭୂମିକା ଗ୍ରହଣ କରିଛନ୍ତି ‘ର୍ୟାଟ୍ ହୋଲ୍ ମାଇନର୍ସ’ । ଆଉ ଦୀର୍ଘ ୧୭ ଦିନ ଧରି ଜୀବନ ଦୋଛକିରେ ଫସିଥିବା ୪୧ ଶ୍ରମିକଙ୍କୁ ସଙ୍କଟମୋଚକ ହୋଇ ଉଦ୍ଧାର କରିଛନ୍ତି ର୍ୟାଟ୍ ହୋଲ୍ ମାଇନର୍ସ । ମୋଟ୍ ୬ ଜଣ ର୍ୟାଟ୍ ହୋଲ ମାଇନର୍ସ ସ୍ୱଦେଶୀ ଜ୍ଞାନ କୌଶଳରେ ଟନେଲ ଭିତରେ ଖୋଳି ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲାContinue reading “ଶ୍ରମିକ ଉଦ୍ଧାରର ସଙ୍କଟମୋଚକ ‘ରାଟ୍ ହୋଲ୍ ମାଇନର୍ସ’: ମେସିନ ଫେଲ୍ ମାରିବା ପରେ ଅନ୍ତିମ ପର୍ଯ୍ୟାୟରେ ହାତରେ ଗାତ ଖୋଳି କଲେ ଉଦ୍ଧାର”

ଉଦ୍ଧାର ହୋଇଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ: କେମିତି ଥିଲେ କ’ଣ କରୁଥିଲେ ମୋଦୀଙ୍କୁ ଅବଗତ କରାଇ ଖୁସି ଜାହିର କଲେ ଶ୍ରମିକ

କନକ ବ୍ୟୁରୋ: ଟନେଲରୁ ୪୧ ଜଣ ଶ୍ରମିକ ବାହାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ଫୋନ୍ରେ କଥା ହୋଇଛନ୍ତି । ଟନେଲ୍ ଭିତରେ ୧୭ ଦିନ ସେମାନେ କିପରି ରହିଥିଲେ, ତାଙ୍କ ଠାରୁ ପଚାରି ବୁଝିଥିଲେ । କ’ଣ ଖାଉଥିଲେ, କେମିତି ତାଙ୍କ ଦିନ କଟୁଥିଲା, ସେ ସଂପର୍କରେ ଶ୍ରମିକଙ୍କଠାରୁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଶ୍ରମିକମାନେ ସେମାନଙ୍କ ଅନୁଭୂତି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ମୋଦୀ କହିଛନ୍ତି, ଶ୍ରମିକଙ୍କContinue reading “ଉଦ୍ଧାର ହୋଇଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ: କେମିତି ଥିଲେ କ’ଣ କରୁଥିଲେ ମୋଦୀଙ୍କୁ ଅବଗତ କରାଇ ଖୁସି ଜାହିର କଲେ ଶ୍ରମିକ”

ଦାଦନ ଖଟୁଛନ୍ତି ପୂର୍ବ ବ୍ଲକ ଅଧ୍ୟକ୍ଷା: ସମ୍ବଲପୁର ଜିଲ୍ଲା ଛାଡ଼ି ତାମିଲନାଡ଼ୁରେ ପୁଅ ସହ କରୁଛନ୍ତି କାମ

କନକ ବ୍ୟୁରୋ: ଦିନ ଥିଲା ସେ ନିର୍ବାଚିତ ଜନପ୍ରତିନିଧି ଭାବେ ଲୋକଙ୍କ ସେବା କରୁଥିଲେ । ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ ଜରିଆରେ ଗରିବ, ଅସହାୟଙ୍କ ସୁବିଧା ଅସୁବିଧା ବୁଝୁଥିଲେ । ବଡ଼ ବଡ଼ ଅଧିକାରୀଙ୍କ ସହ ମିଶି ବିଭିନ୍ନ ସରକାରୀ ଯୋଜନାର ରୂପାୟନ କରାଉଥିଲେ । ଏଭଳି ନିଷ୍ଠାପର ସେବା ପାଇଁ ଲୋକେ ତାଙ୍କୁ ସମ୍ମାନ କରୁଥିଲେ । ହେଲେ ଦିନ ଗଡ଼ିବା ସହ ବଦଳିଗଲା ପରିସ୍ଥିତି । ଯିଏ ଦିନେ ଲୋକଙ୍କ ପେଟପାଟଣା କଥାContinue reading “ଦାଦନ ଖଟୁଛନ୍ତି ପୂର୍ବ ବ୍ଲକ ଅଧ୍ୟକ୍ଷା: ସମ୍ବଲପୁର ଜିଲ୍ଲା ଛାଡ଼ି ତାମିଲନାଡ଼ୁରେ ପୁଅ ସହ କରୁଛନ୍ତି କାମ”

ଆଇନ୍ ବାବଦରେ ଲୋକଙ୍କୁ କେବଳ ସଚେତନତା କରାନଯାଉ: ଗ୍ରାମାଂଚଳର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ପ୍ରଧାନ ବିଚାରପତିଙ୍କ ସାମ୍ନାରେ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ: ଆଇନର ସହାୟତା କେବଳ ସ୍ୱଚ୍ଛଳ ବର୍ଗର ଲୋକଙ୍କ ପାଇଁ ନହେଉ । ଗରିବ ଶ୍ରେଣୀର ଲୋକେ ମଧ୍ୟ ଏ ବାବଦରେ ସଚେତନତା ହେବା ସହିତ ସହାୟତା ପାଆନ୍ତୁ । ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ‘‘ଆଇନଗତ ସହାୟତାର ଉପଲବ୍ଧତା: ଦକ୍ଷିଣ ବିଶ୍ୱରେ ନ୍ୟାୟର ଉପଲବ୍ଧତାକୁ ମଜଭୁତ କରିବା’’ ଶୀର୍ଷକରେ ଆୟୋଜିତ ପ୍ରଥମ ଆଂଚଳିକ ସମ୍ମିଳନୀର ଉଦ୍ୟାପନୀ ଉତ୍ସବରେ ଅତିଥିଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି ।ରାଷ୍ଟ୍ରପତି କହିଛନ୍ତି, ନ୍ୟାୟିକContinue reading “ଆଇନ୍ ବାବଦରେ ଲୋକଙ୍କୁ କେବଳ ସଚେତନତା କରାନଯାଉ: ଗ୍ରାମାଂଚଳର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ପ୍ରଧାନ ବିଚାରପତିଙ୍କ ସାମ୍ନାରେ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ”

ଢେଙ୍କାନାଳରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଟେକା ମାଡ ଘଟଣା: ଗିରଫ ହୋଇ ୨ ଯୁବକ ଗଲେ ତିନି ଦିନିଆ ବିଚାରବିଭାଗୀୟ ହାଜତ

କନକ ବ୍ୟୁରୋ: ଟ୍ରେନକୁ ଟେକା ଫୋପାଡି ଦୁଇ ଗିରଫ । ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଢେଲା ମରା ହୋଇଥିଲା । ଯେଉଁଥିରେ ଟ୍ରେନର ଗୋଟିଏ କୋଚର କାଚ ଭାଙ୍ଗିଯାଇଥିଲା । ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍ ମଝିରେ ହୋଇଥିବା ଏହି ଢେଲା ମାଡ଼ ଘଟଣାରେ ରେଳବାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳିର ସନ୍ତୋଷ କୁମାର ମହାରଣାContinue reading “ଢେଙ୍କାନାଳରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଟେକା ମାଡ ଘଟଣା: ଗିରଫ ହୋଇ ୨ ଯୁବକ ଗଲେ ତିନି ଦିନିଆ ବିଚାରବିଭାଗୀୟ ହାଜତ”

ଆସନ୍ତାକାଲି ଅବପାତର ରୂପ ନେବ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ: ଘନୀଭୂତ ହୋଇ ପରବର୍ତୀ ୪୮ ଘଂଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ନେଇପାରେ ବାତ୍ୟାର ରୂପ

କନକ ବ୍ୟୁରୋ: ଉତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମଲାକ୍କା ଷ୍ଟେଟ୍ ଅଂଚଳରେ ସୃଷ୍ଟ ଲଘୁଚାପ ପଶ୍ଚିମ ଆଡ଼କୁ ଗତି କରୁଛି । ଏବେ ଉତର ଆଣ୍ଡାମାନ ସାଗରରେ ରହିଛି । ଏହା ଧୀରେଧୀରେ ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଂଚଳରେ ୩୦ ତାରିଖ ଆଡ଼କୁ ଏକ ଅବପାତର ରୂପ ନେବ । ଏହାପରେ ଏହା ଉତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣପଶ୍ଚିମ ଓ ସଂଲଗ୍ନ ଦକ୍ଷିଣପୂର୍ବContinue reading “ଆସନ୍ତାକାଲି ଅବପାତର ରୂପ ନେବ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ: ଘନୀଭୂତ ହୋଇ ପରବର୍ତୀ ୪୮ ଘଂଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ନେଇପାରେ ବାତ୍ୟାର ରୂପ”

Design a site like this with WordPress.com
Get started