ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ସମନ କଲା ଇଡି ।

କନକ ବ୍ୟୁରୋ: କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହାକୁ ମିଶାଇ ୪ ଥର ସମନ କରିସାରିଲାଣି ଇଡି । ପୂର୍ବ ତିନିଥର ସମନ ପାଇଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ। ଏଥର କ’ଣ କରବେ ତା ଉପରେ ସମସ୍ତଙ୍କ ନଜର । ତୃତୀୟ ଥର ସମନ ପାଇବା ପରେ ଆପ୍ ପକ୍ଷରୁ ପ୍ରତିକ୍ରିୟାContinue reading “ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ସମନ କଲା ଇଡି ।”

୪ ଶଙ୍କରାଚାର୍ଯ୍ୟଙ୍କ ବୟାନ: ମୋଦୀ କାରଣ ନୁହଁନ୍ତି, ରୀତିନୀତି କାରଣରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେବେନି ।

କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରରେ ବହୁ ପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ଆଗାମୀ ୨୨ ତାରିଖ ଦିନ ଅନୁଷ୍ଠିତ ହେବ। ଏଥିରେ ସନାତନ ଧର୍ମର ଚାରି ଶଙ୍କରାଚାର୍ୟ୍ୟ ସାମିଲ ହେବେନାହିଁ। ସେମାନଙ୍କ ମଧ୍ୟରୁ ୩ ଜଣ ଏହି କାର୍ୟ୍ୟକ୍ରମକୁ ସମର୍ଥନ କରିଥିଲେ ମଧ୍ୟ ରୀତିନୀତି କାରଣରୁ ସାମିଲ ହେଉନଥିବା କହିଛନ୍ତି। ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେ ବିରୋଧ କରୁନାହୁଁ, କେବଳ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହେବା ପୂର୍ବରୁ ହେଉଥିବା ଏବଂContinue reading “୪ ଶଙ୍କରାଚାର୍ଯ୍ୟଙ୍କ ବୟାନ: ମୋଦୀ କାରଣ ନୁହଁନ୍ତି, ରୀତିନୀତି କାରଣରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେବେନି ।”

ଗ୍ରାମ୍ୟବ୍ୟାଙ୍କରୁ ଲୁଟ୍ । ବିଳମ୍ବିତ ରାତିରେ ବ୍ୟାଙ୍କରେ ବୁଲାଇଲେ କଳାକନା । ପୁରୀ ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ଼ିର ଘଟଣା ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି । ବିଳମ୍ବିତ ରାତିରେ ବ୍ୟାଙ୍କର ଗେଟ୍ ତାଡି ଲୁଟିନେଲେ ଲୁଟେରା । ସିସିଟିଭି କ୍ୟାମେରାର ତାର ମଧ୍ୟ କାଟି ନେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । The post ଗ୍ରାମ୍ୟବ୍ୟାଙ୍କରୁ ଲୁଟ୍ । ବିଳମ୍ବିତ ରାତିରେ ବ୍ୟାଙ୍କରେContinue reading “ଗ୍ରାମ୍ୟବ୍ୟାଙ୍କରୁ ଲୁଟ୍ । ବିଳମ୍ବିତ ରାତିରେ ବ୍ୟାଙ୍କରେ ବୁଲାଇଲେ କଳାକନା । ପୁରୀ ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ଼ିର ଘଟଣା ।”

ଆଜି ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୟୁପିରୁ ପଶ୍ଚିମବଙ୍ଗ ଆସନ ବୁଝାମଣା ନେଇ ହେବ ଆଲୋଚନା । କିନ୍ତୁ ଯୋଗଦେବେନି ମମତା ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ହାତରେ ଆଉ ଅଳ୍ପ ସମୟ । ଦେଶରେ ଶକ୍ତିଶାଳୀ ଦଳ ତଥା ଶାସକ ଦଳ ବିଜେପିକୁ ଟକ୍କର ଦେବା ପାଇଁ ଇଣ୍ଡିଆ ମେଂଟ ଜୋରଦାର ପ୍ରସ୍ତୁତି ଚଳାଇଛି । ଆଜି ମେଂଟର ବୈଠକ ଅଛି । ଏହି ବୈଠକ ପୂର୍ବରୁ କିନ୍ତୁ ଜଣାପଡିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ବୈଠକରୁ ଓହରି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଜି ହେବାକୁ ଥିବା ଭର୍ଚୁଆଲ୍ ବୈଠକରେ ସେ ଯୋଗ ଦେବେ ନାହିଁContinue reading “ଆଜି ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୟୁପିରୁ ପଶ୍ଚିମବଙ୍ଗ ଆସନ ବୁଝାମଣା ନେଇ ହେବ ଆଲୋଚନା । କିନ୍ତୁ ଯୋଗଦେବେନି ମମତା ।”

କେନ୍ଦୁଝର ପରେ ଝାରସୁଗୁଡାରୁ ଆସିଲା ସମାନ ଅଭିଯୋଗ । ଅର୍ପଣ ରଥ ବୁଲିବା ବେଳେ ଅନିୟମିତତା ହୋଇଥିବା ଅଭିଯୋଗ କଲେ ଖୋଦ୍ ଶାସକ ଦଳର ନେତା ।

କନକ ବ୍ୟୁରୋ: ବିବାଦ ବଢାଇଲା ଅର୍ପଣ ରଥ । ପୌର ପ୍ରଶାସନ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେଡି କାଉନସିଲର । ଅର୍ପଣ ରଥ ବୁଲିବା ଓ ପୁରୀ ପରିକ୍ରମା ପ୍ରକଳ୍ପ ପ୍ରଚାର ପାଇଁ ୱାର୍ଡ ପିଛା ୨ ଲକ୍ଷ ଟଙ୍କା ଆସିଥିବାବେଳେ ଝାରସୁଗୁଡା ପୌର ପରିଷଦରେ ଏହାର ବ୍ୟତିକ୍ରମ ଘଟୁଥିବା ଅଭିଯୋଗ । ଜନ ପ୍ରତିନିଧିକୁ ଅଣଦେଖା ସହ ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛନ୍ତିି ୱାର୍ଡ ନମ୍ବର ୨୩ର ବିଜେଡି କାଉନସିଲର ଜିରମାନ୍ନାContinue reading “କେନ୍ଦୁଝର ପରେ ଝାରସୁଗୁଡାରୁ ଆସିଲା ସମାନ ଅଭିଯୋଗ । ଅର୍ପଣ ରଥ ବୁଲିବା ବେଳେ ଅନିୟମିତତା ହୋଇଥିବା ଅଭିଯୋଗ କଲେ ଖୋଦ୍ ଶାସକ ଦଳର ନେତା ।”

ଏଣିକି ରାତିରେ କମିବ ତାପମାତ୍ରା । ଉପକୂଳ ଓଡିଶାରେ ୧୫ ଡିଗ୍ରୀ ,ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ରହିପାରେ ତାପମାତ୍ରା ।

କନକ ବ୍ୟୁରୋ: ଏଣିକି ରାତିରେ ତାପମାତ୍ରା ଆହୁରି କମିବ । ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ । ତେଣୁ ଶୀତ ଆହୁରି ଅନୁଭୂତ ହେବ ବୋଲି ଜଣାପଡିଛି । ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପୁଣିଥରେ ରହିବ ବୋଲି କୁହାଯାଇଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ତେବେ ଶୀତ ବଢିବା ସହିତ ୧୫ ଯାଏ କୁହୁଡି ମଧ୍ୟContinue reading “ଏଣିକି ରାତିରେ କମିବ ତାପମାତ୍ରା । ଉପକୂଳ ଓଡିଶାରେ ୧୫ ଡିଗ୍ରୀ ,ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ରହିପାରେ ତାପମାତ୍ରା ।”

ଆତଙ୍କବାଦ ବିରୋଧୀ ଅଭିଯାନ ବୈଠକ ବେଳେ ଜମ୍ମୁ କଶ୍ମୀରରେ ସେନା ଗାଡି ଉପରେ ଆକ୍ରମଣ । ଚୋରଦାର ସର୍ଚ୍ଚ ଅପରେସନ୍ ଜାରି ।

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ପୁଂଛ ସେକ୍ଟର କ୍ରିଷ୍ଣା ଘାଟିରେ ଶୁକ୍ରବାର ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଏକ ଗାଡ଼ି ଉପରକୁ ଗୁଳି ଚଳାଇଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡିଛି । କିନ୍ତୁ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ମିଳିତ ସର୍ଚ୍ଚ ଅପରେସନ ଜାରି ରଖିଛି । ଆକ୍ରମଣର ଶିକାର ହୋଇଥିବା ଗାଡ଼ିଗୁଡ଼ିକ ସୁରକ୍ଷା କର୍ମୀଙ୍କୁ କ୍ୟାମ୍ପକୁ ଫେରାଇ ନେଉଥିଲେ । ବାରମ୍ବାରContinue reading “ଆତଙ୍କବାଦ ବିରୋଧୀ ଅଭିଯାନ ବୈଠକ ବେଳେ ଜମ୍ମୁ କଶ୍ମୀରରେ ସେନା ଗାଡି ଉପରେ ଆକ୍ରମଣ । ଚୋରଦାର ସର୍ଚ୍ଚ ଅପରେସନ୍ ଜାରି ।”

ସୋମବାରଠାରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଅଭିନୟକୁ ଜୀବନ୍ତ କରିବାକୁ ଆଖଡାଶାଳରେ ଚାଲିଛି ଜୋରଦାର ଅଭ୍ୟାସ ।

କନକ ବ୍ୟୁରୋ: ସୋମବାରଠୁ ଆରମ୍ଭ ହେବ ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଯାହାକୁ ନେଇ ଏବେ ଠାରୁ ଚଳଚଂଚଳ ହୋଇ ଉଠିଛି ବରଗଡ ସହର । ଧନୁଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାୟରେ ପହଂଚିଛି । କଳାକାର ମାନେ ମଧ୍ୟ ନିଜ କଳା ଅଭିନୟ ମାଧ୍ୟମରେ ଦର୍ଶକକୁ କେମିତି ଅଧିକ ଆକର୍ଷଣ କରିପାରିବେ ସେନେଇ ଅଭ୍ୟାସ ଜାରି ରଖିିଥିବା ବେଳେ ଧନୁଯାତ୍ରାର ଅନ୍ତିମଦିବସର କଂସ ବଧ ଅଷ୍ଟମଲ ବଧContinue reading “ସୋମବାରଠାରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଅଭିନୟକୁ ଜୀବନ୍ତ କରିବାକୁ ଆଖଡାଶାଳରେ ଚାଲିଛି ଜୋରଦାର ଅଭ୍ୟାସ ।”

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପତ୍ର । ଆରଏସଏସ ଓ ଭିଏଚପି ନେତା କଲେ ନିମନ୍ତ୍ରଣ । ମରିସସରେ ମଧ୍ୟ ୨ ଘଣ୍ଟାର ବିରତି ଘୋଷଣା ।

କନକ ବ୍ୟୁରୋ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ରାମ ମନ୍ଦିର ନିର୍ମାଣ କମିଟିର ସଭାପତି ନୃପେନ୍ଦ୍ର ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଅଖିଳ ଭାରତୀୟ ସମ୍ପର୍କ ମୁଖ୍ୟ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ମୁର୍ମୁଙ୍କୁ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁContinue reading “ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପତ୍ର । ଆରଏସଏସ ଓ ଭିଏଚପି ନେତା କଲେ ନିମନ୍ତ୍ରଣ । ମରିସସରେ ମଧ୍ୟ ୨ ଘଣ୍ଟାର ବିରତି ଘୋଷଣା ।”

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ହେଲା ଶୁଭାରମ୍ଭ । ଗଜପତି କଲେ ବ୍ରାହ୍ମଣବରଣ । ଆଜି ଆରମ୍ଭ ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି ।

କନକ ବ୍ୟୁରୋ: ଆଜି ପରିକ୍ରମା ପ୍ରକଳ୍ପର ଅଙ୍କୁର ପୂଜନ କରାଯିବ । ଯଜ୍ଞର ଦ୍ୱିତୀୟ ଦିନରେ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଭିତରେ ଏହି କାର୍ଯ୍ୟକ୍ରମ ହେବ । ଗତକାଲି ଗଜପତିଙ୍କ ଶ୍ରୀନଅରରେ ମଙ୍ଗଳାର୍ପଣ କାର୍ଯ୍ୟ ସମାପନ ପରେ ଗଜପତି ମହାରାଜା ପ୍ରଧାନାଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ,ଉପପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କରିଥିଲେ । ପରେ ପ୍ରଚାରକ, ଉପ ପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଗଜପତିଙ୍କ ପ୍ରତିନିଧି ଅଙ୍କୁରାରୋପଣ ଗୃହରେ ବ୍ରହ୍ମା ବିଷ୍ଣୁContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ହେଲା ଶୁଭାରମ୍ଭ । ଗଜପତି କଲେ ବ୍ରାହ୍ମଣବରଣ । ଆଜି ଆରମ୍ଭ ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି ।”

Design a site like this with WordPress.com
Get started