ବ୍ରହ୍ମଗିରିରେ ସକ୍ରିୟ ଉପାସନା ମହାପାତ୍ର । ଦାଦାଙ୍କ ସ୍ଥାନରେ ଏଥର ମଇଦାନକୁ ଓହ୍ଲାଇବେ ଝିଆରୀ

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ବେଳେ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ହୋଇନଥିବାରୁ ଉପାସନା ମଇଦାନକୁ ଓହ୍ଲାଇ ନ ଥିଲେ । ଏଥିପାଇଁ ମଇଦାନଙ୍କୁ ଓହ୍ଲାଇଥିଲେ ଲୁଲୁ ମହାପାତ୍ରଙ୍କ ଭାଇ ତଥା ଉପାସନାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆଉ ଲଳିତେନ୍ଦୁ ବିଜେଡିର ଟାଣୁଆ ନେତା ସଞ୍ଜୟ ଦାସବର୍ମାଙ୍କୁ ହରାଇ ବ୍ରହ୍ମଗିରି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଏବେ ସ୍ଥିତି ବଦଳିିଛି । ଉପାସନା ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ହୋଇଛନ୍ତିContinue reading “ବ୍ରହ୍ମଗିରିରେ ସକ୍ରିୟ ଉପାସନା ମହାପାତ୍ର । ଦାଦାଙ୍କ ସ୍ଥାନରେ ଏଥର ମଇଦାନକୁ ଓହ୍ଲାଇବେ ଝିଆରୀ”

ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାକୁ ନେଇ ତେଜିଲା ରାଜନୀତି । ବିରୋଧୀଙ୍କ ଟାର୍ଗେଟରେ ବିଜେଡି ନେତା ସୁଶାନ୍ତ ସିଂ

କନକ ବ୍ୟୁରୋ : ବରଗଡ ଜିଲ୍ଲା ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାରେ ଲାଗିଛି ରାଜନୀତିର ନିଆଁ । ଶାସକ ଦଳର ବିଧାୟକ ସୁଶାନ୍ତ ସିଂଙ୍କୁ ଦାୟୀ କରି, ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କଂଗ୍ରେସ ନେତା ଓ କର୍ମୀ ବରଗଡ ଏସପି ଅଫିସ ଘେରାଉ କରିବା ସହ ଧାରଣା ଦେଇଛନ୍ତି । ଏପଟେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତିିContinue reading “ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାକୁ ନେଇ ତେଜିଲା ରାଜନୀତି । ବିରୋଧୀଙ୍କ ଟାର୍ଗେଟରେ ବିଜେଡି ନେତା ସୁଶାନ୍ତ ସିଂ”

୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କଲା ସମ୍ପର୍କୀୟ ଦାଦା । ଭୁବନେଶ୍ୱରର ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ

କନକ ବ୍ୟୁରୋ : ଅଶାନ୍ତ ରାଜଧାନୀ । ଅସୁରକ୍ଷିତ ଶିଶୁକନ୍ୟା । ସମ୍ପର୍କୀୟ ଯୁବକର ଜଘନ୍ୟକାଣ୍ଡ ସାରା ରାଜ୍ୟର ମୁଣ୍ଡ ସବୁଦିନ ପାଇଁ ତଳକୁ କରି ଦେଇଛି । ଘୃଣ୍ୟ ମାନସିକତାର ସବୁ ସୀମା ଟପି ଯାଇ ମଣିଷ ଯେ, ସଇତାନ ରୁପୀ ରାକ୍ଷାସ ପାଲଟିଯାଏ ତାର ଜ୍ୱଳନ୍ତ ଉଦାହରଣ ରାଜଧାନୀରେ ଦେଖିବାକୁ ମିଳିଛି । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧିନ ଏକ ବସ୍ତିରେ ଘିଟିଛି ଏହି ବର୍ବର ହତ୍ୟାକାଣ୍ଡ । ଭୁଲେଇ ଭାଲେଇ ଚକୋଲେଟ ଦେବାକୁContinue reading “୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କଲା ସମ୍ପର୍କୀୟ ଦାଦା । ଭୁବନେଶ୍ୱରର ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ”

ଦୀପାବଳୀର ବାଣ, ବଡ କଟକଣା ଲଗାଇଲେ ସୁପ୍ରିମକାର୍ଟ । ପ୍ରଦୂଷଣ କରୁଥବା ବାଣକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଦେଲେ ନିର୍ଦ୍ଦେଶ

କନକ ବ୍ୟୁରୋ : ଦୀପାବଳିରେ ଫୁଟିବନି ବାଣ । ସାରା ଦେଶରେ ଘାତକ ବାଣ ଉପରେ କଟକଣା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଆଜି ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣିବେଳେ କୋର୍ଟ କହିଛନ୍ତି, ଗତଥରର ଏହି ଆଦେଶ କେବଳ ଦିଲ୍ଲୀ ପାଇଁ ସୀମିତ ନଥିଲା ବରଂ ପୁରା ଦେଶ ପାଇଁ ଥିଲା । ଦିଲ୍ଲୀ ସମେତ ସାରା ରାଜ୍ୟରେ ପ୍ରଦୂଷଣ ଚିନ୍ତା ବଢାଇଥିବାବେଳେ ଏଭଳି କଟକଣା ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀContinue reading “ଦୀପାବଳୀର ବାଣ, ବଡ କଟକଣା ଲଗାଇଲେ ସୁପ୍ରିମକାର୍ଟ । ପ୍ରଦୂଷଣ କରୁଥବା ବାଣକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଦେଲେ ନିର୍ଦ୍ଦେଶ”

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ହେଲା ଶେଷ କୃତ୍ୟ

କନକ ବ୍ୟୁରୋ : ପ୍ରାୟ ୪୦ ବର୍ଷର ଏକ ସଫଳ ଯାତ୍ରାର ହୁଏତ, ଏଇଠି ଅନ୍ତ ହୋଇଯାଇଛି । ଜଣେ ସଫଳ ରାଜନେତା, ଲୋକପ୍ରିୟ ଜନପ୍ରତିନିଧି ଏବଂ ସୁଦକ୍ଷ ବାଚସ୍ପତି ଭାବେ, ସାରା ଓଡ଼ିଶାରେ ଛାପ ଛାଡ଼ି ଯାଇଥିବା ମହେଶ୍ୱର ମହାନ୍ତିଙ୍କ ସ୍ଥାନ ପୂରଣ ହେବା ଏତେ ସହଜ ନୁହେଁ । ତୃଣମୂଳସ୍ତରରୁ ରାଜନୀତି ଆରମ୍ଭ କରିଥିବା ମହେଶ୍ୱର, ପୁରୀ ପୌର ପରିଷଦରୁ ଓଡ଼ିଶା ବିଧାନସଭା, ଏକ ଲମ୍ବା ଯାତ୍ର ଭିତରେ ବିଧାୟକ, ମନ୍ତ୍ରୀ ଏବଂ ବାଚସ୍ପତିContinue reading “ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ହେଲା ଶେଷ କୃତ୍ୟ”

ସାରା ଦେଶରେ ଫୁଟିବନି ପ୍ରଦୂଷଣ ସୃଷ୍ଟିକାରୀ ବାଣ: ସବୁ ରାଜ୍ୟରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ ହେବ । ଏ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ନିଜ ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବେରିୟମ ଓ ଅନ୍ୟ ନିଷିଦ୍ଧ ରସାୟନ ମିଶ୍ରିତ ବାଣ ଉପରେ କଟକଣା ସାରା ଦେଶରେ ଲାଗୁ ହେବ । ରାଜସ୍ଥାନ ସରକାରଙ୍କ ବାଣ କଟକଣା ପାଇଁ ନିର୍ଦ୍ଦେଶ ଦେବାକୁ ଆଗତ ଏକContinue reading “ସାରା ଦେଶରେ ଫୁଟିବନି ପ୍ରଦୂଷଣ ସୃଷ୍ଟିକାରୀ ବାଣ: ସବୁ ରାଜ୍ୟରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ “

ପକ୍ଷୀଙ୍କ କଳରବରେ ମୁଖରିତ ପରିବେଶ । ବିହଙ୍ଗାରଣ୍ୟ ହୋଇପଡିଛି ଚିଲିକା ନଳବଣ

କନକ ବ୍ୟୁରୋ : କିଚିରିମିଚରିିି ଶଦ୍ଦରେ ଗୁଂଜରିତ ହୋଇ ଉଠୁଛି ପରିବେଶ । ଶୀତର ଆଗମନରେ ବିହଙ୍ଗାରଣ୍ୟ ହୋଇପଡିଛି ଚିଲିକା କୂଳ । ଶୀତର ପହିଲି ଛୁଆଁରେ ମନୋରମ ପରିବେଶ ଭିତରେ ଏକାଠି ହୋଇଛନ୍ତି ଶହଶହ ବିଦେଶୀ ପକ୍ଷୀ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁଦୂର ଇଲାକାରୁ ଛୁଟି ଆସିଛନ୍ତି ଭଳିକିଭଳି ବିଦେଶୀ ପକ୍ଷୀ ସବୁ । ସୁଦୂର ସାଇବେରିଆରୁ ନେଇ ମାଙ୍ଗୋଲିଆ, ଇରାନ୍ , ଚାଇନା ଓ ୟୁରୋପରୁ ପକ୍ଷୀ ସବୁ ଉଡିଆସିଛନ୍ତିContinue reading “ପକ୍ଷୀଙ୍କ କଳରବରେ ମୁଖରିତ ପରିବେଶ । ବିହଙ୍ଗାରଣ୍ୟ ହୋଇପଡିଛି ଚିଲିକା ନଳବଣ”

ଯନ୍ତ୍ରଣାରେ ଜର୍ଜରିତ ଜୀବନ ।  ରକ୍ତ କର୍କଟରେ ପୀଡିତ କୋରାପୁଟର ୪ ବର୍ଷର ନିଷ୍ପାପ ଶିଶୁ ବିଭୁ ମୁଚକି

କନକ ବ୍ୟୁରୋ : ଜୀବନ ସହ ସଂଗ୍ରାମ କରୁଛି ନିଷ୍ପାପ ଶିଶୁ  । ରକ୍ତ କର୍କଟରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି । କୋରାପୁଟ ୧୦ ନମ୍ବର ୱାର୍ଡର ସଂଗ୍ରାମ ମୁୁଚୁକିଙ୍କ ୪ ବର୍ଷ ୧୧ମାସର ପୁଅ ବିଭୁ । ଦେଢ ବର୍ଷର ହୋଇଥିବା ବେଳେ ବିଭୁଙ୍କୁ ରକ୍ତ କର୍କଟ ହୋଇଥିବା ଜଣାପଡିଥିଲ । ଏନେଇ ଭୁବନେଶ୍ୱରର ଏକ ହସପିଟାଲରେ ଚିକିତ୍ସା କରିବା ପରେ କିଛିଟା ସୁସ୍ଥ ହୋଇଥିଲେ ବିଭୁ । ମାତ୍ର ଏବେ ପୂର୍ବContinue reading “ଯନ୍ତ୍ରଣାରେ ଜର୍ଜରିତ ଜୀବନ ।  ରକ୍ତ କର୍କଟରେ ପୀଡିତ କୋରାପୁଟର ୪ ବର୍ଷର ନିଷ୍ପାପ ଶିଶୁ ବିଭୁ ମୁଚକି”

ସରକାରଙ୍କୁ ଜମି ଦେଇ ଦହଗଂଜ ଚାଷୀ । ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ସମ୍ବଲପୁର ଧନକଉଡା ବସନ୍ତପୁର ପଂଚାୟତ ୮ଟି ଗାଁର ଚାଷୀ

କନକ ବ୍ୟୁରୋ : ଧାନ ବିକ୍ରି କରି ପାରୁନାହାନ୍ତି ୮ଟି ଗାଁର ଚାଷୀ । ସରକାରଙ୍କୁ ଜମି ଦେଇ ଦହଗଂଜ ହେଉଛନ୍ତି ଚାଷୀ ମାନେ । । ଯେଉଁ କାମ ପାଇଁ ଜମି ଦେଇଥିଲେ ତାହା ହୋଇପାରିଲାନି । କିନ୍ତୁ ନିଜର ଯେଉଁ କିଛି ଚାଷ କରୁଥିଲେ ଅମଳ ଧାନ ବିକ୍ରି କରି ନପାରି ଦଲାଲ ହାତକୁ ଟେକି ଦେଉଛନ୍ତି । ସମ୍ବଲପୁର ଜିଲ୍ଲା ଧନକଉଡା ବସନ୍ତପୁର ପଂଚାୟତର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।Continue reading “ସରକାରଙ୍କୁ ଜମି ଦେଇ ଦହଗଂଜ ଚାଷୀ । ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ସମ୍ବଲପୁର ଧନକଉଡା ବସନ୍ତପୁର ପଂଚାୟତ ୮ଟି ଗାଁର ଚାଷୀ”

ଜୟପୁରରେ ବଢ଼ୁଛି ଅପରାଧ । ଲାଗିଲା ରାଜନୀତିର ରଂଗ

କନକ ବ୍ୟୁରୋ : ଗତ କିଛି ଦିନ ହେଲା ଜୟପୁରରେ କେତେବେଳ ବନ୍ଧୁକ ଜବତ ହେଉଛି ତ ଆଉ କେତେବେଳେ ଗୁଳି ଫୁଟୁଛି । କେତେବେଳ ଉଭୟ ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରେ ତ ଆଉ କେତେବେଳେ ବଟି ଆଦାୟକୁ ନେଇ ବ୍ୟବସାୟୀ ଙ୍କ ଉପରେ ହେଉଛି ଗୁଳିମାଡ । ଅଶାନ୍ତ ହେଉଥିବା ଜୟପୁରରେ ଅପରାଧକୁ ରୋକିବା ପାଇଁ ପୋଲିସ୍ ଏବେ ରାତି ଅଧିଆ ଅପରେସନ ଆରମ୍ବ କରିଛି । ଜବତ ହୋଇଥିବା ଗୁଳିର ଖୋକା, ବିଦେଶୀ ବନ୍ଧୁକର ପରିଚୟContinue reading “ଜୟପୁରରେ ବଢ଼ୁଛି ଅପରାଧ । ଲାଗିଲା ରାଜନୀତିର ରଂଗ”

Design a site like this with WordPress.com
Get started