କନକ ବ୍ୟୁରୋ: ଯାଜପୁରକୁ ଫେରିବେ ଅଧିଷ୍ଠାତ୍ରୀ ଦେବ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁଲ୍ଲର୍ଭ ମୂର୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁ ଉଦ୍ୟମ ପରେ ମନ୍ଦିରକୁ ଫେରିବ ଏହି ଦୁଲର୍ଭ ମୂର୍ତି । ମୂର୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅର୍ଥମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ପ୍ରାୟ ୨ଶହ ବର୍ଷ ତଳର ଅଷ୍ଟଧାତୁ ମୂର୍ତ୍ତିContinue reading “ମନ୍ଦିରକୁ ଫେରିବ ମାଙ୍କ ଦୁଲର୍ଭ ମୂର୍ତ୍ତି: ଧମେନ୍ଦ୍ରଙ୍କୁ ଚିଠି ଲେଖି ଜଣାଇଲେ ନିର୍ମଳା”
Tag Archives: News
ମହଙ୍ଗା ପଡ଼ିଲା ପୁଲିସକୁ ଢେଲାପଥର ମାଡ଼: ଭୁବନେଶ୍ୱର ପଦ୍ମକେଶରୀପୁରରେ ପୁରୁଷଙ୍କ ପରେ ବନ୍ଧା ହେଲେ ୫୪ ଜଣ ମହିଳା
କନକ ବ୍ୟୁରୋ: ଭୁବନେଶ୍ୱର ପଦ୍ମକେଶରୀପୁର ଗାଁରେ ସାମାନ୍ୟ କଥାକୁ ନେଇ ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷ ଭୟଙ୍କର ରୂପ ନେଇଛି । ପୂରା ଗାଁ ଏବେ ଜନଶୂନ୍ୟ ହୋଇପଡ଼ିଥବା ବେଳେ ଯୁଆଡ଼େ ଦେଖିବ, କୋକୁଆ ଭୟ । ଘଟଣାରେ ଏପର୍ଯ୍ୟନ୍ତ ୧୩୨ ଜଣଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ୫୪ ହେଉଛନ୍ତି ମହିଳା । ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ପୁଲିସ କହିଛି । ପଦ୍ମକେଶରୀପୁର ଗାଁ ଏବେ ଜନଶୂନ୍ୟ । ତାଟି କବାଟ ପଡ଼ିଯାଇଛିContinue reading “ମହଙ୍ଗା ପଡ଼ିଲା ପୁଲିସକୁ ଢେଲାପଥର ମାଡ଼: ଭୁବନେଶ୍ୱର ପଦ୍ମକେଶରୀପୁରରେ ପୁରୁଷଙ୍କ ପରେ ବନ୍ଧା ହେଲେ ୫୪ ଜଣ ମହିଳା”
ମୋବାଇଲ ନିଶା ନେଲା କି ଛାତ୍ରଙ୍କ ଜୀବନ? ପୂଜା ଛୁଟି ପରେ ସ୍କୁଲକୁ ଆଣିଥିଲେ ମୋବାଇଲ୍
କନକ ବ୍ୟୁରୋ: ଖୋର୍ଦ୍ଧାର ଏକ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲରେ ଛାତ୍ରଙ୍କର ଆତ୍ମହତ୍ୟା ଅଭିଯୋଗ ଚାଂଚଲ୍ୟ ଖେଳାଇ ଦେଇଛି । ଗଜପତି ଜିଲ୍ଳା ପାରଳାଖେମୁ୍ଣ୍ଡିର ଏହି ଛାତ୍ର ଜଣକ କାହିଁକି ଆତ୍ମହତ୍ୟା କଲେ, ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସ୍କୁଲରେ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଥିବାରୁ ଛାତ୍ର ଜଣକ ଏପରି ଚରମ ପଦକ୍ଷେପ ନେଇଥିବା ସହେନ୍ଦ କରାଯାଉଛି । ନାଁ: ପିବୁଲିଆସ କାଜି ବୟସ: ୧୫ ବର୍ଷ ୧୦ ଶ୍ରେଶୀର ଛାତ୍ର ଗଜପତି ଜିଲ୍ଳାContinue reading “ମୋବାଇଲ ନିଶା ନେଲା କି ଛାତ୍ରଙ୍କ ଜୀବନ? ପୂଜା ଛୁଟି ପରେ ସ୍କୁଲକୁ ଆଣିଥିଲେ ମୋବାଇଲ୍”
କଳାକାରଙ୍କ କଳି, ବଳି ପଡିଲା ଜଲିଉଡ୍: ବିରୋଧ ଯୋଗୁଁ ଯାତ୍ରା ବାତିଲ
କନକ ବ୍ୟୁରୋ: ଓଲିଉଡ୍ କଳାକାରଙ୍କ କଳି ଏବେ ଜଲିଉଡ୍ ଉପରେ ପ୍ରଭାବ ପକାଇଛି । କଳିରୁ ଫାଇଦା ଉଠାଇବାକୁ କିଛି ଲୋକ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ବିଭେଦ ତିଆରି କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି । ଆଉ ଏତିିକି ବେଳେ ବଲାଙ୍ଗିରରେ ବନ୍ଦ ହୋଇଯାଇଛି ଯାତ୍ରା । ଯାତ୍ରାକୁ ବନ୍ଦ କରିଛି କୋଶଳ ସଂଗଠନ । ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ କଳାକାର ମଂଟୁ ଛୁରିଆ ଓ ଅଭିଜିତ ମଜୁମଦାର ଏକତାର ବାର୍ତା ଦେଇଛନ୍ତିContinue reading “କଳାକାରଙ୍କ କଳି, ବଳି ପଡିଲା ଜଲିଉଡ୍: ବିରୋଧ ଯୋଗୁଁ ଯାତ୍ରା ବାତିଲ”
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ଜାନୁଆରୀ ୧୨ରୁ ଆରମ୍ଭ ହେବ ହୋମଯଜ୍ଞ
କନକ ବ୍ୟୁରୋ: ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠାର ଶ୍ରେୟ ନେଇ, ହିନ୍ଦୁ ଭୋଟ୍ ଧ୍ରୁବିକରଣର ଯୋଜନା ରଖିଛନ୍ତି ମୋଦୀ ସରକାର । ବର୍ଷ ବର୍ଷ ଧରି ଯେଉଁ ପ୍ରକଳ୍ପ ସ୍ୱରୂପ ନେଇପାରୁନଥିଲା, ତାକୁ ବିଜେପିର ସଂକଳ୍ପ ପୂରଣ କରିପାରିଛି । ଏହି କଥାକୁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ର ସରକାର । ତେଣୁ ରାଜ୍ୟରେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଭୋଟ୍ ଧୃବିକରଣର ପ୍ରୟାସ ଆରମ୍ଭ ହୋଇଛି । କୁହାଯାଉଛି, କେନ୍ଦ୍ର ସରକାରଙ୍କContinue reading “ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ଜାନୁଆରୀ ୧୨ରୁ ଆରମ୍ଭ ହେବ ହୋମଯଜ୍ଞ”
ପ୍ରଯୋଜକ ଟୁଟୁ ନାୟକଙ୍କ ପିଛା ଛାଡୁନି ବିବାଦ: ସାମ୍ବାଦିକାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ
କନକ ବ୍ୟୁରୋ: ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ପିଛା ଛାଡ଼ୁନି ବିବାଦ । କିଛି ମାସ ତଳର କଥା ମନେ ପକାନ୍ତୁ, କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଥିଲେ ତିନି ଅଭିନେତ୍ରୀ । ଓଲିଉଡ୍ କଳାକାରଙ୍କ ଭିତରେ ଯେଉଁ କଳି ହେଉଛି, ତା ପଛରେ ଟୁଟୁ ନାୟକଙ୍କ ଭୂମିକା ଥିବା କୁହାଯାଉଛି । ଏହାରି ଭିତରେ ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡ଼ା ମାରିଥିବା ଅଭିଯୋଗ ଆସିଛି । ଯଦିଓ ଅଭିଯୋଗକୁ ଟୁଟୁ ଖଣ୍ଡନ କରିଛନ୍ତି, କିନ୍ତୁContinue reading “ପ୍ରଯୋଜକ ଟୁଟୁ ନାୟକଙ୍କ ପିଛା ଛାଡୁନି ବିବାଦ: ସାମ୍ବାଦିକାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ”
ଧାନ ଜମିରେ ଚରିଗଲେ ଚକଡା ପୋକ । ସୁବର୍ଣ୍ଣପୁର ତରଭା ବ୍ଲକରେ ଶହଶହ ଏକରର ଧାନ ଫସଲ ନଷ୍ଟ
କନକ ବ୍ୟୁରୋ : କିଛି ଦିନ ତଳେ ଜମିରେ ହସୁଥିଲା ଧାନ ଫସଲ । ସୁନାର ଫସଲକୁ ଦେଖି ଖୁସି ହେଉଥିଲା ଚାଷୀ, ଅମଳ କରି ଖଳାକୁ ନେବ, ମଣ୍ଡିରେ ଦେଇ ପଇସା ଆଣି ଋଣ ସୁଝିବ । ହେଲେ ଧାନ ଫସଲରେ ଚକଡା ଏମିତି ମାଡିଛି ଯେ ମୁଣ୍ଡରେ ଚଡକ ପଡିଯାଇଛି । ଚକଡା ପୋକ ଚରି ଯିବାରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୁଗୋଚ୍ଛା ଅଂଚଳରେ ଶହ ଶହ ଏକରର ଧାନ ଚାଷ ଏବେContinue reading “ଧାନ ଜମିରେ ଚରିଗଲେ ଚକଡା ପୋକ । ସୁବର୍ଣ୍ଣପୁର ତରଭା ବ୍ଲକରେ ଶହଶହ ଏକରର ଧାନ ଫସଲ ନଷ୍ଟ”
ବର୍ଷ ବର୍ଷ ଧରି ଗାଁ ରାସ୍ତାର ମରାମତି କଲେ ନାହିଁ ପ୍ରଶାସନ । ନିଜ ଗାଁର ରାସ୍ତା ତିଆରି କଲେ କଳାହାଣ୍ଡିର ୫ଟି ଗାଁର ଲୋକ
କନକ ବ୍ୟୁରୋ : କାହା ହାତରେ କୋଡି, କାହା ହାତରେ କୋଦାଳ । ନିଜ ପାଇଁ, ପରିବାର ପାଇଁ, ଗାଁ ପାଇଁ ରାସ୍ତା ତିଆରିରେ ଲାଗିଛନ୍ତି ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଆମପାଣି ପଂଚାୟତର ବିରିମୁହାଣ ଛକରୁ କୁଟୁରୁ ଗାଁକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଯେଉଁ କାମ ପ୍ରଶାସନ କରିବା କଥା ତାହା ୭୦ ଦଶକ ପରେ ବି ହେଲାନି । ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀଙ୍କ ପାଖରେContinue reading “ବର୍ଷ ବର୍ଷ ଧରି ଗାଁ ରାସ୍ତାର ମରାମତି କଲେ ନାହିଁ ପ୍ରଶାସନ । ନିଜ ଗାଁର ରାସ୍ତା ତିଆରି କଲେ କଳାହାଣ୍ଡିର ୫ଟି ଗାଁର ଲୋକ”
ଜଣେ ମାତ୍ର ଡାକ୍ତର ଥିବାରୁ ରୋଗୀଙ୍କ ଭରସା ପାଲଟିଛନ୍ତି ଷ୍ଟାଫନର୍ସ, କେବଳ ଡାକ୍ତର ନୁହଁନ୍ତି କର୍ମଚାରୀ ଅଭାବ ଯୋଗୁଁ ହନ୍ତସନ୍ତ ରୋଗୀ
କନକ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି ଗଞ୍ଜାମ ବେଗୁନିଆପଡା ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଅସୁବିଧା ଭୋଗୁଛନ୍ତି ଶହଶହ ରୋଗୀ । ୨୦୧୦ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନତ ହୋଇଥିବା ଡାକ୍ତରଖାନାରେ ଏବେ ଜଣେ ମାତ୍ର ଡାକ୍ତର ଅଛନ୍ତି । ମେଡିସିନ, ଶିଶୁରୋଗ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଖାଲି ରହିଛି । ଏଠାରେ ନିଯୁକ୍ତି ପାଇଥିବାContinue reading “ଜଣେ ମାତ୍ର ଡାକ୍ତର ଥିବାରୁ ରୋଗୀଙ୍କ ଭରସା ପାଲଟିଛନ୍ତି ଷ୍ଟାଫନର୍ସ, କେବଳ ଡାକ୍ତର ନୁହଁନ୍ତି କର୍ମଚାରୀ ଅଭାବ ଯୋଗୁଁ ହନ୍ତସନ୍ତ ରୋଗୀ”
ଝିଅ ଜୀବନରେ ଘୋଟି ଆସିଛି ଅମାଅନ୍ଧାର । ନଷ୍ଟ ହୋଇଯାଇଛି ୨ଟି ଯାକ କିଡନୀ, ଶୁଭ୍ରାଲିନଙ୍କୁ କିଡନୀ ଦେବାକୁ ପ୍ରସ୍ତୁତ ଅଛନ୍ତି ମାଆ
କନକ ବ୍ୟୁରୋ : ଗରିବ ଅଭାବି ଚାଷୀ ପରିବାର । ସ୍ୱାମୀ-ସ୍ତ୍ରୀ ତିନି ପିଲାଙ୍କୁ ନେଇ ସଂସାର । ୩ଟି ଗାଇଙ୍କୁ ପାଳି କ୍ଷୀର ବିକ୍ରି କରି ପାଠପଢାଇ ମଣିଷ କରିବା ପାଇଁ କେତେ ପରିଶ୍ରମ କରିଛନ୍ତି । ବଡ ଝିଅ ବିବାହ ଯୋଗ୍ୟା ହୋଇଯିବା ପରେ ତାକୁ ଶାଶୁଘରକୁ ପଠାଇବା ପାଇଁ ଦେଖିଥିବା ସ୍ୱପ୍ନକୁ ଧାର କରଜ କରି ୮ ମାସ ତଳେ ପୁରଣ କରିଛନ୍ତି । ଥିଲାବାଲା ଘର ନହେଲେ ମଧ୍ୟ, ଝିଅ ଭଲବରContinue reading “ଝିଅ ଜୀବନରେ ଘୋଟି ଆସିଛି ଅମାଅନ୍ଧାର । ନଷ୍ଟ ହୋଇଯାଇଛି ୨ଟି ଯାକ କିଡନୀ, ଶୁଭ୍ରାଲିନଙ୍କୁ କିଡନୀ ଦେବାକୁ ପ୍ରସ୍ତୁତ ଅଛନ୍ତି ମାଆ”