କନକ ବ୍ୟୁରୋ : ବିଜେଡି ଜନସମ୍ପର୍କ ପଦଯାତ୍ରାରେ ନିମାପଡା ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ । ଗୋପରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ବେଳେ କଳାପତାକା ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ଗତକାଲି ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗତସିହଂପୁର ସାଂସଦ ରାଜଶ୍ରୀ ମଲ୍କିକ ଜନସମ୍ପର୍କ ପଦଯାତ୍ରାରେ ବାହାରିଥିଲେ । ଗୋପରେ ବିଜେଡି ନେତାଙ୍କୁ ବିଜେପି ଯୁବ ମୋର୍ଚ୍ଚା କର୍ମୀ କଳାପତାକା ପ୍ରଦର୍ଶନ କରି, ଗୋ ବ୍ୟାକ ନାରା ଦେଇ ବିରୋଧContinue reading “ବିଜେଡି ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ : ଗୋପରେ ପଦଯାତ୍ରା ବେଳେ ବିଜେପି କର୍ମୀଙ୍କ ପକ୍ଷରୁ କଳାପତାକା ପ୍ରଦର୍ଶନ”
Tag Archives: News
ଇସ୍ରାଏଲରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ ଅପରେସନ ଅଜୟ ଆରମ୍ଭ : ପଠାଗଲା ସ୍ୱଚନ୍ତ୍ର ବିମାନ, ବୈଦେଶିକ ମନ୍ତ୍ରୀଙ୍କ ସୂଚନା
କନକ ବ୍ୟୁରୋ : ଇସ୍ରାଏଲରୁ ଉଦ୍ଧାର ହେବେ ଭାରତୀୟ ନାଗରିକ । ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ପାଇଁ ଭାରତ ସରକାର ଅପରେସନ ଅଜୟ ଆରମ୍ଭ କରିଛନ୍ତି । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଏଥିପାଇଁ ସ୍ୱତନ୍ତ୍ର ଚାଟାର୍ଟ ଫ୍ଲାଇଟ ପଠାଇବା ସହ ଅନ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଚାହୁଁଛନ୍ତି ସେମାନେ ଇସ୍ରାଏଲରୁ ଭାରତ ଫେରିପାରିବେ । ବିଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଭାରତContinue reading “ଇସ୍ରାଏଲରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ ଅପରେସନ ଅଜୟ ଆରମ୍ଭ : ପଠାଗଲା ସ୍ୱଚନ୍ତ୍ର ବିମାନ, ବୈଦେଶିକ ମନ୍ତ୍ରୀଙ୍କ ସୂଚନା”
ହମାସ-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ : ଉଭୟ ପକ୍ଷରୁ ଗଲାଣି ୩୬୦୦ରୁ ଅଧିକ ଜୀବନ
କନକ ବ୍ୟୁରୋ : ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧରେ ଉଭୟ ପକ୍ଷରୁ ୩୬୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହମାସ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଏପଟେ ପଡୋଶୀ ସିରିୟା ଓ ଲେବାନନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି । ସିରିୟା ଓ ଲେବାନନ ମାଟିରୁ କ୍ଷେପଣାସ୍ତ୍ର ମାଡ ପରେ କଡା ଜବାବ ଦେଇଛନ୍ତି ଇସ୍ରାଏଲ ସେନା । ଆଗକୁ ତିନିପଟୁ ଆକ୍ରମଣର ତୀବ୍ରତାContinue reading “ହମାସ-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ : ଉଭୟ ପକ୍ଷରୁ ଗଲାଣି ୩୬୦୦ରୁ ଅଧିକ ଜୀବନ”
ଆଜି ମାଲକାନଗିରିରେ ଗଡିବ ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ; ପ୍ରଥମ ଦିନରେ ଗଡିବ ୩୬ଟି ବସ
କନକ ବ୍ୟୁରୋ : ଆଜି ମାଲକାନଗିରିରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନରେ ଗଡିବ ୩୬ଟି ବସ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହେବ । ପଞ୍ଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ । ଆଗକୁ ଅନ୍ୟଜିଲ୍ଲାରେ ମଧ୍ୟ ଖୁବଶୀଘ୍ର ଲକ୍ଷ୍ମୀ ବସ ସେବାContinue reading “ଆଜି ମାଲକାନଗିରିରେ ଗଡିବ ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ; ପ୍ରଥମ ଦିନରେ ଗଡିବ ୩୬ଟି ବସ”
ବକ୍ସରରେ ବଡ ରେଳ ଦୁର୍ଘଟଣା, ୨୧ ବଗି ଲାଇନଚ୍ୟୁତ : ୪ ମୃତ, ଶତାଧିକ ଆହତ; ଜନଶତାବ୍ଦୀ ଏକ୍ସପ୍ରେସ ବାତିଲ, ୧୮ ଟ୍ରେନର ଗତିପଥ ପରିବର୍ତ୍ତନ
କନକ ବ୍ୟୁରୋ : ବିହାରର ବକ୍ସରରେ ବଡ ରେଳ ଦୁର୍ଘଟଣା । ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ରାତି ପ୍ରାୟ ସାଢେ ୯ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହେବାରୁ ବଡ ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଲୋକ ଆହତ ହୋଇଛନ୍ତି । ୨୦Continue reading “ବକ୍ସରରେ ବଡ ରେଳ ଦୁର୍ଘଟଣା, ୨୧ ବଗି ଲାଇନଚ୍ୟୁତ : ୪ ମୃତ, ଶତାଧିକ ଆହତ; ଜନଶତାବ୍ଦୀ ଏକ୍ସପ୍ରେସ ବାତିଲ, ୧୮ ଟ୍ରେନର ଗତିପଥ ପରିବର୍ତ୍ତନ”
ଆଫଗାନିସ୍ତାନ ବିରୋଧରେ ଭାରତର ବଡ ବିଜୟ: ୮ ୱିକେଟରେ ଜିତିଲା ଟିମ ଇଣ୍ଡିଆ
କନକ ବ୍ୟୁରୋ: ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି । ଅତିଥି ଟିମକୁ ଆୟୋଜକ ଭାରତ ୮ ୱିକେଟରେ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍-୨୦୨୩ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନର ବିଜୟ ଲକ୍ଷ୍ୟକୁ ଭାରତ ୩୫ ଓଭରରେ ୨ ୱିକେଟ ହରାଇ ପୂରା କରିଛି। ଆଜି ଭାରତର ବିଜୟକୁ ହିଟ୍ ମ୍ୟାନ୍ ରୋହିତ ଶର୍ମା ସହଜContinue reading “ଆଫଗାନିସ୍ତାନ ବିରୋଧରେ ଭାରତର ବଡ ବିଜୟ: ୮ ୱିକେଟରେ ଜିତିଲା ଟିମ ଇଣ୍ଡିଆ”
ବହୁତ ହୋଇଗଲା… ଆଉ ନୁହେଁ: ବାଲ୍ୟ ବିବାହ ବିରୋଧରେ ପୂଜା ଓ ଅନିଶା
କନକ ବ୍ୟୁରୋ: ରାଜଧାନୀରେ ବାଲ୍ୟ ବିବାହ ବିରୋଧରେ ଉଠିଛି ସ୍ୱର । ନିଜର ତିକ୍ତ ଅନୁଭୂତିକୁ ନେଇ ଦୁଇ ଜଣ ଝିଅ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି । ସ୍ୱେଛାସେବୀ ଅନୁଷ୍ଠାନ ରୁଚିକା ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଏଭଳି ବାଳିକା ମଣ୍ଡଳ ଗଠନ କରିଛି । ରାଜଧାନୀର ବସ୍ତିଗୁଡିକରେ କିଛିଦିନ ହେଲା ବାଲ୍ୟ ବିବାହ ବଢିଥିଲା । ଆଉ ଏବେ ଏ ନେଇ ସଚେତନ କରାଯିବା ପାଇଁ ଅଂଟା ଭିଡିଛନ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ । ପୂଜା ଓContinue reading “ବହୁତ ହୋଇଗଲା… ଆଉ ନୁହେଁ: ବାଲ୍ୟ ବିବାହ ବିରୋଧରେ ପୂଜା ଓ ଅନିଶା”
ମାତିଛନ୍ତି ସମଲିଙ୍ଗୀ ସମ୍ପର୍କ ନାଁରେ ଠକ ଗ୍ୟାଙ୍ଗ: ଆପରେ କରୁଛନ୍ତି ସମ୍ପର୍କ, ଲୁଟୁଛନ୍ତି ଟଙ୍କା
କନକ ବ୍ୟୁରୋ: ରାଜଧାନୀରେ ଲୁଟର ନୂଆ ତରିକା । ସମଲଙ୍ଗୀ ଆପରେ ଚାଟ୍ କରି ପାଖକୁ ଡାକୁଛନ୍ତି ଓ ପରେ ଭିଡଓ କରି ବ୍ଲାକମେଲ କରିବାକୁ ଧମକ ଦେଇ ଲୁଟ କରୁଛନ୍ତି । ଭୁବନେଶ୍ୱର ସାମନ୍ତରାପୁର ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଆଉ ସବୁଠାରୁ ବଡ କଥା ହେଲା, ଏଥିରେ ସାମିଲ ଅଛନ୍ତି ୪ ନାବାଳକ । ଘଟଣାରେ ମେଣ୍ଢାଶାଳ ଅଂଚଳର ଜଣେ ଯୁବକ ଦେଢଲକ୍ଷ ଟଙ୍କାର ଶିକାର ହେବା ପରେ ଥାନାରେ ପଂହଚିଛିContinue reading “ମାତିଛନ୍ତି ସମଲିଙ୍ଗୀ ସମ୍ପର୍କ ନାଁରେ ଠକ ଗ୍ୟାଙ୍ଗ: ଆପରେ କରୁଛନ୍ତି ସମ୍ପର୍କ, ଲୁଟୁଛନ୍ତି ଟଙ୍କା “
ହକିରେ ହୃଦୟ ଜିତୁଛି ଭାରତ: କଲେଜ ପିଲା ଶୁଣିବେ ବିଜୟ ଗାଥା
କନକ ବ୍ୟୁରୋ: କଲେଜ ଛାତ୍ର ଶୁଣିବେ ହକି ସଫଳତାର ଗାଥା । ଏ ନେଇ ସବୁ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି କରଛି ଉଚ୍ଚଶିକ୍ଷା ବିଭାଗ । ଓଡିଶା ହକି ଦଳର ପ୍ରଯୋଜକ ହେବା ପରେ କିଭଳି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ବିଷୟରେ କୁହାଯିବ । ଏହା ସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଆଉ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।Continue reading “ହକିରେ ହୃଦୟ ଜିତୁଛି ଭାରତ: କଲେଜ ପିଲା ଶୁଣିବେ ବିଜୟ ଗାଥା”
ଅମିତାଭ ବଚ୍ଚନଙ୍କ ଜନ୍ମଦିନର ଶୁଭେଚ୍ଛା । ଜଲସା ବାସଭବନ ବାହାରେ ପହଁଚି ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଲେ ଶହ ଶହ ପ୍ରଶଂସକ
କନକ ବ୍ୟୁରୋ : ଫିଲ୍ମ ଦୁନିଆକୁ ଅନେକ କଳାକାର ଆସନ୍ତି ଯାଆନ୍ତି । ଏହା ଭିତରେ କିଛି ଜଣ ଥାଆନ୍ତି ଯେଉଁମାନେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରନ୍ତି । ଏହା ଭିତରେ ଜଣେ ମାତ୍ର ଚେହେରା ରହିଛି ଯାହାଙ୍କ ଗୋଟିଏ ଝଲକ ଓ ଅନନ୍ୟ କଣ୍ଠସ୍ୱର ହିଁ ତାଙ୍କ ପରିଚୟ ପାଇଁ ଯଥେଷ୍ଟ । ସେ ହେଉଛନ୍ତି ଶତାଦ୍ଧୀର ସେହେନଶା ଅମିତାଭ ବଚ୍ଚନ । ଅକ୍ଟୋବର ୧୧ ତାରିଖରେ ବିଗ ବି ନିଜର ୮୧Continue reading “ଅମିତାଭ ବଚ୍ଚନଙ୍କ ଜନ୍ମଦିନର ଶୁଭେଚ୍ଛା । ଜଲସା ବାସଭବନ ବାହାରେ ପହଁଚି ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଲେ ଶହ ଶହ ପ୍ରଶଂସକ”