କନକ ବ୍ୟୁରୋ : ଜାତୀୟ ରାଜପଥ ପ୍ରକଳ୍ପ ପ୍ରସଙ୍ଗ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଭେଟ ପରେ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି କି ଭେଟ ବେଳେ କଟକ-ଅନୁଗୋଳ-ସମ୍ବଲପୁର ରାଜପଥ, ରିଙ୍ଗ୍ ରୋଡ୍, କୋଷ୍ଟାଲ ହାଇଓ୍ୱେ, ରାଜଧାନୀ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନେଇ ହେଲା ଆଲୋଚନା ହୋଇଛି । ଏହାସହ ତାଳଚେରରୁ କାମାକ୍ଷାନଗର ବାଇପାସ କାମ ଶୀଘ୍ର ଶେଷ କରିବା ଉପରେContinue reading “ଜାତୀୟ ରାଜପଥ ପ୍ରକଳ୍ପ ପ୍ରସଙ୍ଗ : କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ”
Tag Archives: News
ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ୍ ମନ୍ତ୍ରୀ । କହିଲେ, ନିଷ୍ପତ୍ତି ନେବ ମନ୍ଦିର ଓ ଜିଲ୍ଲାପ୍ରଶାସନ…
କନକ ବ୍ୟୁରୋ: ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବାକୁ ବହୁ ଦିନ ହେଲା ଦାବି ହେଇ ଆସୁଛି । ଏହିକ୍ରମରେ ଆଜି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା । ସେ କହିଛନ୍ତି ଯେ, ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ସରକାର ଏହାକୁ ନେଇ ବିଚାର କରୁଛନ୍ତି । ଶ୍ରୀମନ୍ଦିର ଚାରିପାଖ କାମ ସରିବା ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ । ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତିContinue reading “ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ୍ ମନ୍ତ୍ରୀ । କହିଲେ, ନିଷ୍ପତ୍ତି ନେବ ମନ୍ଦିର ଓ ଜିଲ୍ଲାପ୍ରଶାସନ…”
ଧର୍ମଶାଳା ଗୋକର୍ଣ୍ଣେଶ୍ୱର ନିକଟରେ ଅଘଟଣ । ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଦୁଇ ସାଙ୍ଗଙ୍କ ସଲିଳ ସମାଧୀ
କନକ ବ୍ୟୁରୋ : ଧର୍ମଶାଳା ଗୋକର୍ଣ୍ଣେଶ୍ୱର ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଛି । ଜାରକା କୁମାରୀ ଗାଁର ଦିବ୍ୟରଞ୍ଜନ ମହାରଣା ଓ ଗୋବିନ୍ଦ ରଣା ଦିନ ଗୋଟାଏ ବେଳେ ନଦୀକୁ ଗାଧୋଇ ଯାଇଥିଲେ । ନଦୀରେ ଗୋଡ଼ ଖସିଯିବାରୁ ଦୁଇ ଜଣ ବୁଡ଼ି ଯାଇଥିବା ଅଭିଯୋଗ ହୋଇଛି । ଖବର ପାଇଁ ସ୍ଥାନୀୟ ଲୋକ ଦୁଇଜଣଙ୍କୁ ନଦୀରୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତରContinue reading “ଧର୍ମଶାଳା ଗୋକର୍ଣ୍ଣେଶ୍ୱର ନିକଟରେ ଅଘଟଣ । ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଦୁଇ ସାଙ୍ଗଙ୍କ ସଲିଳ ସମାଧୀ”
ବାହାଘର ପାଇଁ ବଦଳିଲା ବିଧାନସଭା ନିର୍ବାଚନ ତାରିଖ । ରାଜସ୍ଥାନରେ ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ହେବ ନିର୍ବାଚନ ।
କନକ ବ୍ୟୁରୋ : ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ । ନଭେମ୍ବର ୨୩ ବଦଳରେ ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟଗ୍ରହଣ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । କେବଳ ଭୋଟଗ୍ରହଣ ପାଇଁ ତାରିଖ ପରିବର୍ତ୍ତନ ହୋଇଥିବା ବେଳେ ଅନ୍ୟ କୌଣସି ତାରିଖ ପରିବର୍ତ୍ତନ ହୋଇନାହିଁ । ଅଥାର୍ତ ୨୫ରେ ନିର୍ବାଚନ ହେଲେContinue reading “ବାହାଘର ପାଇଁ ବଦଳିଲା ବିଧାନସଭା ନିର୍ବାଚନ ତାରିଖ । ରାଜସ୍ଥାନରେ ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ହେବ ନିର୍ବାଚନ ।”
ବିଦେଶରେ ବି ପାଳିତ ହେଲା ନୁଆଁଖାଇ । ବ୍ରିଟେନରେ ଶହଶହ ପ୍ରବାସୀ ଓଡିଆ ଧୁମଧାମରେ ପାଳନ କଲେ ଏହି ପର୍ବ
କନକ ବ୍ୟୁରୋ : ଜୁହାର ପରିବାର ତରଫରୁ ଲଣ୍ଡନର ପିନରସ୍ଥିତ ହ୍ୟାଚ୍ ଆଣ୍ଡ ହାଇସ୍କୁଲରେ ବ୍ରିଟେନର ଷଷ୍ଠ ବାର୍ଷିକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ବେଶ୍ ଉତ୍ସାହର ସହ ପାଳିତ ହୋଇଛି । ସୁନ୍ଦର ସମ୍ବଲପୁରୀ ପୋଷାକ ପରିଧାନ କରି ୨୫୦ ରୁ ଅଧିକ ଲୋକ ଏହି ପର୍ବ ପାଳନ କରିଛନ୍ତି । ବ୍ରିଟେନରେ ଷଷ୍ଠବାର୍ଷିକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ପାଲିକେର ହାଚ୍ ଆଣ୍ଡ ହାଇସ୍କୁଲରେ ବେଶ ଉତ୍ସାହର ସହ ପାଳିତ ହୋଇଛି । ଏହିContinue reading “ବିଦେଶରେ ବି ପାଳିତ ହେଲା ନୁଆଁଖାଇ । ବ୍ରିଟେନରେ ଶହଶହ ପ୍ରବାସୀ ଓଡିଆ ଧୁମଧାମରେ ପାଳନ କଲେ ଏହି ପର୍ବ”
ପାର୍ବଣର ମହୋତ୍ସବରେ ଜୀ-ସାର୍ଥକରେ ହେବାକୁ ଯାଉଛି ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩’ର ଗ୍ରାଣ୍ଡ ଫିନାଲେ, ଅକ୍ଟୋବର ୧୫ ତାରିଖ ସନ୍ଧ୍ୟା ୬.୩୦ରେ
କନକ ବ୍ୟୁରୋ : ଜୀ-ସାର୍ଥକରେ ଚଳିତ ବର୍ଷ ଜୁଲାଇ ୨୨ରୁ ଆରମ୍ଭ ହୋଇ ଦର୍ଶକଙ୍କ ମନ ଜିତିଥିବା ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ ‘ ପହଞ୍ଚିଛି ତାର ଶେଷ ପାହାଚରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ । ତେବେ ସାନ ପିଲାଙ୍କ ପାଇଁ ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩’ର ଗ୍ରାଣ୍ଡ ଫିନାଲେ ବି ହେବ ପୁରା ଗ୍ରାଣ୍ଡ ଆକାରରେ ଆସନ୍ତା ଅକ୍ଟୋବର ୧୫Continue reading “ପାର୍ବଣର ମହୋତ୍ସବରେ ଜୀ-ସାର୍ଥକରେ ହେବାକୁ ଯାଉଛି ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩’ର ଗ୍ରାଣ୍ଡ ଫିନାଲେ, ଅକ୍ଟୋବର ୧୫ ତାରିଖ ସନ୍ଧ୍ୟା ୬.୩୦ରେ”
ବିଜେପିରେ ସାମିଲ ହେଲା ଅଲ୍ ଓଡ଼ିଶା ମିଳିତ ଅଟୋ ଚାଳକ ସଂଘ: ପୂର୍ବତନ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ଯୋଗଦେଲେ ଶତାଧିକ କର୍ମୀ
କନକ ବ୍ୟୁରୋ: ବିଜେପିରେ ସାମିଲ ହେଲା ଅଲ୍ ଓଡ଼ିଶା ମିଳିତ ଅଟୋ ଚାଳକ ସଂଘ । ପୂର୍ବତନ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି ଶତାଧିକ କର୍ମୀ । ଆଗାମି ଦିନରେ ଅଟୋ ଚାଳକ ସଂଘ ଯେଉଁସବୁ କେନ୍ଦ୍ରୀୟ ଯୋଜନାର ଲାଭରୁ ବଂଚିତ ହେଉଥିଲେ ସେସବୁ ପାଇବା ନେଇ ସୂଚନା ଦେଇଛନ୍ତି ସମିର ମହାନ୍ତି । The post ବିଜେପିରେ ସାମିଲ ହେଲା ଅଲ୍ ଓଡ଼ିଶା ମିଳିତ ଅଟୋ ଚାଳକ ସଂଘ: ପୂର୍ବତନ ରାଜ୍ୟ ବିଜେପି ସଭାପତିଙ୍କContinue reading “ବିଜେପିରେ ସାମିଲ ହେଲା ଅଲ୍ ଓଡ଼ିଶା ମିଳିତ ଅଟୋ ଚାଳକ ସଂଘ: ପୂର୍ବତନ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ଯୋଗଦେଲେ ଶତାଧିକ କର୍ମୀ”
ଡାକ୍ତରଖାନାରେ ଯନ୍ତ୍ରଣା ଭୋଗୁଛି ଘରର ଏକମାତ୍ର ରୋଜଗାରିଆ ପୁଅ: ପୁଅର ଜୀବନ ପାଇଁ କାନି ପତାଇ ଭିକ ମାଗୁଛି ମାଆ
କନକ ବ୍ୟୁରୋ: ରୋଗଗ୍ରସ୍ତ ହୋଇଛି ରୋଜଗାରିଆ ପୁଅ । ହସ୍ପିଟାଲ ବେଡରେ ହତାସ ହୋଇ ରୋଗୀଣା ପୁଅକୁ ଜଗିଛନ୍ତି ବାପା ମା । ନା ପୁଅକୁ ଭଲ କରିବାକୁ ତାଙ୍କ ପାଖରେ ଅର୍ଥ ଅଛି ନା ଘରକୁ ଫେରାଇ ନେବାକୁ ସାହସ । ଭାଗ୍ୟକୁ ଆଦରୀ ଦୀର୍ଘ ୫ ବର୍ଷ ହେବ କଟକର ବଡ ମେଡିକାଲରେ ପଡି ରହିଛନ୍ତି । ସେପଟେ ପୁଅକୁ ଭଲ କରିଦେବାକୁ ଓଡିଶାବାସୀଙ୍କ ପାଖରେ କାନି ପତାଇ ନେହୁରା ହେଉଛନ୍ତି ମା’ ।Continue reading “ଡାକ୍ତରଖାନାରେ ଯନ୍ତ୍ରଣା ଭୋଗୁଛି ଘରର ଏକମାତ୍ର ରୋଜଗାରିଆ ପୁଅ: ପୁଅର ଜୀବନ ପାଇଁ କାନି ପତାଇ ଭିକ ମାଗୁଛି ମାଆ”
ଚାକିରି ଫେରିପାଇଲେ ଭାରତୀ ସିଂହ: ଭୁବନେଶ୍ୱରରେ ଆନ୍ଦୋଳନ କରିବା ପରେ ହରାଇଥିଲେ ଚାକିରି
କନକ ବ୍ୟୁରୋ: ଚାକିରି ଫେରିପାଇଲେ ଭାରତୀ ସିଂହ । ବ୍ୟାଙ୍କ ମିତ୍ର ଭାବେ ସେ ଚାକିରି କରୁଥିଲେ । କିନ୍ତୁ ଭୁବନେଶ୍ୱରରେ ଆନ୍ଦୋଳନ କରିବା ପରେ ତାଙ୍କୁ ଚାକିରିରୁ ହଟାଇ ଦିଆଯାଇଥିଲା । ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକରେ ସେ କାମ କରୁଥିଲେ । ଏବେ ତାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବିଏଲଏଫ ପକ୍ଷରୁ ଚିଠି ହୋଇଛି । ଚାକିରି ହରାଇବା ପରେ ସେ କୋର୍ଟକୁ ଯିବେ ବୋଲି ଧମକ ଦେଇଥିଲେ । ଏବେ କିନ୍ତୁ ବିଏଲଏଫ ପକ୍ଷରୁContinue reading “ଚାକିରି ଫେରିପାଇଲେ ଭାରତୀ ସିଂହ: ଭୁବନେଶ୍ୱରରେ ଆନ୍ଦୋଳନ କରିବା ପରେ ହରାଇଥିଲେ ଚାକିରି”
ଅହମ୍ମଦାବାଦ ଅଭିମୁଖେ ଉଡାଣ ଭରିବେ ଗିଲ ! ପାକିସ୍ତାନ ବିପକ୍ଷ ମ୍ୟାଚରେ ମୈଦାନକୁ ଓହ୍ଲାଇପାରନ୍ତି ଶୁଭମନ ।
କନକ ବ୍ୟୁରୋ : ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭାରତୀୟ ଟିମର ଷ୍ଟାର ଓପନର ବ୍ୟାଟର ଶୁଭମନ ଗିଲଙ୍କୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବିଶ୍ରାମ ଦିଆଯାଇଛି । ଟିମର ସମସ୍ତ ଖେଳାଳୀ ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ବେଳେ ଶୁଭମନ ଅହମ୍ମଦାବାଦ ଅଭିମୁଖେ ଉଡାଣ ଭରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିସିସିଆଇର ମେଡିକାଲ ଟିମ ଶୁଭମନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବେ । ବିସିସିଆଇର ବ୍ୟାଟିଂ କୋଚ୍ ବିକ୍ରମ ରାଠୋରContinue reading “ଅହମ୍ମଦାବାଦ ଅଭିମୁଖେ ଉଡାଣ ଭରିବେ ଗିଲ ! ପାକିସ୍ତାନ ବିପକ୍ଷ ମ୍ୟାଚରେ ମୈଦାନକୁ ଓହ୍ଲାଇପାରନ୍ତି ଶୁଭମନ । “