ଆଇଏମଆଇରେ ରକ୍ତଦାନ ଶିବିର ଆୟୋଜିତ । ବହୁ ସଂଖ୍ୟାରେ ସାମିଲ ହୋଇ ରକ୍ତଦାନ କଲେ ଅଧ୍ୟାପକ, ଛାତ୍ରଛାତୀ ଓ କର୍ମଚାରୀ । 

କନକ ବ୍ୟୁରୋ : ରକ୍ତଦାନ, ମହାପୂଣ୍ୟ । ରକ୍ତଦାନ ଅନେକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୁଏ । ସେଥିପାଇଁ ରକ୍ତଦାନକୁ ମହତ୍ ଦାନ ବୋଲି କୁହାଯାଏ । ଯେଉଁ ମନ୍ତ୍ରକୁ ଆଧାର କରି ଏକତା ଏବଂ ଦୟାଳୁତାର ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ, ଆନ୍ତର୍ଜାତୀୟ ପରିଚାଳନା ପ୍ରତିଷ୍ଠାନ (ଆଇଏମଆଇ)ର ବ୍ରାଣ୍ଡିଂ କମିଟି, ଭୁବନେଶ୍ୱର, କ୍ୟାପିଟାଲ୍ ହସ୍ପିଟାଲ୍, ଓଡ଼ିଶା ସରକାରଙ୍କ ସହଯୋଗରେ ଏକ ରକ୍ତଦାନ ଡ୍ରାଇଭ୍ ଆୟୋଜନ କରିଛି । ଆଇଏମଆଇ ଭୁବନେଶ୍ୱର ଉତ୍କର୍ଷତା ଏବଂ ସାମାଜିକ ଦାୟିତ୍ୱ ପାଳନContinue reading “ଆଇଏମଆଇରେ ରକ୍ତଦାନ ଶିବିର ଆୟୋଜିତ । ବହୁ ସଂଖ୍ୟାରେ ସାମିଲ ହୋଇ ରକ୍ତଦାନ କଲେ ଅଧ୍ୟାପକ, ଛାତ୍ରଛାତୀ ଓ କର୍ମଚାରୀ । “

ଯୁଦ୍ଧ ବେଳେ ଗାଜାରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ : ଆତଙ୍କୀ ବିରୋଧରେ ବିନା କୌଣସି ସଙ୍କୋଚରେ ଆକ୍ରମଣ ପାଇଁ ନିର୍ଦ୍ଦେଶ; ସେପଟେ ଯୁଦ୍ଧରେ ୨ଲକ୍ଷ ୬୦ ହଜାର ବିସ୍ଥାପିତ

କନକ ବ୍ୟୁରୋ : ଯୁଦ୍ଧର ଘନଘଟା ଭିତରେ ଗାଜାରେ ପହଞ୍ଚିଛନ୍ତି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ । ବିନା କୌଣସି ସଙ୍କୋଚରେ ଆତଙ୍କୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ଦେଲେ ନିର୍ଦ୍ଦେଶ । ଯୁଦ୍ଧ ବେଳେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ କହୁଛି ଗାଜା ବିରୋଧରେ ଇସ୍ରାଏଲ କିଭଳି ରକ୍ତମୁଖା ହୋଇଛି । ଆଉ ପ୍ରତିଶୋଧ ନେବାକୁ ଜୋରଦାର ପ୍ରୟାସ କରୁଛି ବୋଲି ଜଣାପଡୁଛି । ହମାସ ନିଜ କର୍ମର ପରିଣାମ ଭୋଗିବ ବୋଲି ସେ କହିଛନ୍ତିContinue reading “ଯୁଦ୍ଧ ବେଳେ ଗାଜାରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ : ଆତଙ୍କୀ ବିରୋଧରେ ବିନା କୌଣସି ସଙ୍କୋଚରେ ଆକ୍ରମଣ ପାଇଁ ନିର୍ଦ୍ଦେଶ; ସେପଟେ ଯୁଦ୍ଧରେ ୨ଲକ୍ଷ ୬୦ ହଜାର ବିସ୍ଥାପିତ”

ମିଶନ ଶକ୍ତି ସ୍କୁଟର ଯୋଜନା : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଏହି ଯୋଜନା ଦ୍ୱାରା ମହିଳାମାନେ ଉପକୃତ ହୋଇପାରିବେ । ଏହି ଯୋଜନାରେ ଏସଏଚଜି ମହିଳାଙ୍କୁ ସ୍କୁଟର କିଣିବା ସହଜ ହେବ । The post ମିଶନ ଶକ୍ତି ସ୍କୁଟର ଯୋଜନା : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନContinue reading “ମିଶନ ଶକ୍ତି ସ୍କୁଟର ଯୋଜନା : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ଯାତ୍ରା ଜଗତର କମେଡି କିଙ୍ଗ ରବି ଶତପଥୀ ଅସୁସ୍ଥ : ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି ପାଇଛନ୍ତି ଅନେକ ପୁରସ୍କାର

କନକ ବ୍ୟୁରୋ : ଯାତ୍ରା ଜଗତର କମେଡି କିଙ୍ଗ ରବି ଶତପଥୀ । ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କଳଦୀପ ଗାଁରେ । ଯାତ୍ରା ଜଗତରେ କମେଡି କିଙ୍ଗ ରବି ଶତପଥୀଙ୍କ ଅଭିନୟ ଥିବା ନାଟକ ଯେଉଁ ସ୍ଥାନରେ ପଡ଼ିଥାଏ ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକଙ୍କ ଖଚାଖଚ ଗିଡ଼ ଲାଗେ । ନିଖୁଣ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ ରବି । ହେଲେ କିଛି ମାସ ହେବ ରବି ଶତପଥୀଙ୍କ କମେଡି ଆଉContinue reading “ଯାତ୍ରା ଜଗତର କମେଡି କିଙ୍ଗ ରବି ଶତପଥୀ ଅସୁସ୍ଥ : ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି ପାଇଛନ୍ତି ଅନେକ ପୁରସ୍କାର”

ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା

ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସାହିଦକୁ  ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳିକରି ହତ୍ୟା କରାଯାଇଛି । ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ସାହିଦ ଲତିଫ । ଭାରତକୁ ଆତଙ୍କବାଦୀ ପଠେଇବାରେ ମୁଖ୍ୟଭୂମିକା ଥିଲା ସାହିଦ ଲତିଫର । ଜୈସ ଆତଙ୍କବାଦୀ ମାନଙ୍କୁ ଭାରତ ପଠାଉଥିଲା ଲତିଫ । The post ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା first appeared onContinue reading “ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା”

ବିଶ୍ୱକପରେ ପାକିସ୍ତାନ ରଚିଲା ନୂଆ ଇତିହାସ । ଭାରତ ମାଟିରେ ଭାଙ୍ଗିଲା ଟିମ୍ ଇଣ୍ଡିଆର ରେକର୍ଡ ।

କନକ ବ୍ୟୁରୋ : ରୋମାଞ୍ଚକର ହେଉଛି ବିଶ୍ୱକପ ୨୦୨୩ । ହାଇସ୍କୋରିଂ ମ୍ୟାଚ୍ କେବଳ ଦର୍ଶକଙ୍କ ମନୋରଞ୍ଜନ କରୁନି ବରଂ ମୁକାବିଲାକୁ ରୋମାଞ୍ଚକର କରୁଛି । ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି । ହାଇଦ୍ରାବାଦରେ ଖେଳାଯାଇଥିବା ଏହି ହାଇଭୋଲଟେଜ ମୁକାବିଲାରେ ବିଜୟ ସହ ଇତିହାସ ରଚିଛି ପାକିସ୍ତାନ । ଶ୍ରୀଲଙ୍କା ପକ୍ଷରୁ ଦିଆଯାଇଥିବା ୩୪୫ ରନର ଟାର୍ଗେଟକୁ ୧୦ଟି ବଲ ପୂର୍ବରୁ ହାସଲ କରିନେଇ ନୂଆ ରେକର୍ଡ ନିଜ ନାଁରେ କରିଛି ପାକିସ୍ତାନContinue reading “ବିଶ୍ୱକପରେ ପାକିସ୍ତାନ ରଚିଲା ନୂଆ ଇତିହାସ । ଭାରତ ମାଟିରେ ଭାଙ୍ଗିଲା ଟିମ୍ ଇଣ୍ଡିଆର ରେକର୍ଡ ।”

ଦୋକାନ ଭିତରେ ୨ଭାଇଙ୍କୁ ବନ୍ଧୁକ ଦେଖାଇ ଲୁଟ୍ : ଲୁଟି ନେଲେ ୫୪ ଗ୍ରାମର ସୁନା ଓ ବ୍ରେସଲେଟ୍

କନକ ବ୍ୟୁରୋ : ଦୋକାନ ଭିତରେ ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇଲେ । ଲୁଟି ନେଲେ ୫୪ ଗ୍ରାମର ସୁନା ଓ ବ୍ରେସଲେଟ୍ । ପୁରୁଣା ଭୁବନେଶ୍ୱରରେ ଗତକାଲି ରାତିରେ ଘଟିଛି ଏପରି ଘଟଣା । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏକ ଦୋକାନରେ ପଶି ଜଣେ ବନ୍ଧୁକଧାରୀ ଦୁଇ ଭାଇଙ୍କଠାରୁ ଦୁଇଟି ଚେନ୍ ଓ ବ୍ରେସଲେଟ୍ ଲୁଟି ନେଇଛନ୍ତି । ଏନେଇ ଦୁଇ ଭାଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସ୍ଥାନୀୟContinue reading “ଦୋକାନ ଭିତରେ ୨ଭାଇଙ୍କୁ ବନ୍ଧୁକ ଦେଖାଇ ଲୁଟ୍ : ଲୁଟି ନେଲେ ୫୪ ଗ୍ରାମର ସୁନା ଓ ବ୍ରେସଲେଟ୍”

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ କ୍ୟାନସରରେ ଆକ୍ରାନ୍ତ : ଚିକିତ୍ସା ପାଇଁ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ । ଚିକିତ୍ସା ପାଇଁ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ୪ ଦିନ ହେବ ସେଠାରେ ତାଙ୍କ ଚିକିତ୍ସା ଚାଲିଛି । ଥ୍ରୋଟ କ୍ୟାନସରରେ ସ୍ୱରୂପ ନାୟକ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । The post ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ କ୍ୟାନସରରେ ଆକ୍ରାନ୍ତ : ଚିକିତ୍ସା ପାଇଁ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେContinue reading “ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ କ୍ୟାନସରରେ ଆକ୍ରାନ୍ତ : ଚିକିତ୍ସା ପାଇଁ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି”

‘ହମାସ ଭଳି ଭାରତ ଉପରେ ଆକ୍ରମଣ କରିବୁ , ପଞ୍ଜାବକୁ ଛଡାଇ ନେବୁ’: SFJ ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ଧମକ

କନକ ବ୍ୟୁରୋ: ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର୍ ଜଷ୍ଟିସର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଭାରତକୁ ଧମକ ଦେଇଛନ୍ତି । କହିଛନ୍ତି, ହମାସ୍ ଯେପରି ଇସ୍ରାଏଲ ଉପରେ ଆକ୍ରମଣ କରିଛି ଆମେ ମଧ୍ୟ ଭାରତ ଉପରେ ସେଭଳି ଆକ୍ରମଣ କରିବୁ ଏବଂ ପଞ୍ଚାବକୁ ଛଡାଇନେବୁ । ଖଲିସ୍ତାନୀ ଆତଙ୍କବାଦୀ ଏକ ନୂଆ ଭିଡିଓ ଜାରି କରି ଭାରତ ସରକାର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଚେତାବନୀ ଦେଇଛନ୍ତି । ଇସ୍ରାଏଲରେ ହମାସ ଆକ୍ରମଣରୁ ଶିକ୍ଷାContinue reading “‘ହମାସ ଭଳି ଭାରତ ଉପରେ ଆକ୍ରମଣ କରିବୁ , ପଞ୍ଜାବକୁ ଛଡାଇ ନେବୁ’: SFJ ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ଧମକ”

ଗଙ୍ଗା ଜଳରେ କେନ୍ଦ୍ର ସରକାରଙ୍କ ୧୮% ଜିଏସଟି : ତେଜିଲା ରାଜନୀତି; ଭୂପେଶ ବାଘେଲ କହିଲେ, ନକଲି ରାମଭକ୍ତଙ୍କ ଉପରୁ ହଟିଲା ପରଦା

କନକ ବ୍ୟୁରୋ : ଗଙ୍ଗା ଜଳରେ ଜିଏସଟି । ୧୮ ପ୍ରତିଶତ ଜିଏସଟି ଲାଗିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ୪ ଦିନ ତଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ନେଇ ତେଜିଲା ରାଜନୀତି । ଶାସକ ଦଳ ବିଜେପି ହିନ୍ଦୁଧର୍ମ ଓ ପରମ୍ପରାର ସୁରକ୍ଷାକୁ ନେଇ ରାଜନୀତି କରି ଆସୁଛି । ଏପରି ସ୍ଥିତିରେ ଗଙ୍ଗାଜଳରେ ଜିଏସଟି ଲଗାଇବାକୁ ନେଇ ବିରୋଧୀ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ଛତିଶଗଡContinue reading “ଗଙ୍ଗା ଜଳରେ କେନ୍ଦ୍ର ସରକାରଙ୍କ ୧୮% ଜିଏସଟି : ତେଜିଲା ରାଜନୀତି; ଭୂପେଶ ବାଘେଲ କହିଲେ, ନକଲି ରାମଭକ୍ତଙ୍କ ଉପରୁ ହଟିଲା ପରଦା”

Design a site like this with WordPress.com
Get started