କନକ ବ୍ୟୁରୋ : ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଓଡିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡରେ ସାମିଲ ହୋଇଛି । ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା ସହ ଆହୁରି ଅନେକ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହି ଚଳଚିତ୍ରଟି ଓସ୍କାର ଦୌଡର ସାଧାରଣ ବର୍ଗରେ ପ୍ରବେଶ କରିଛି । ନୀଳମାଧବ ପଣ୍ଡା ନିର୍ଦ୍ଦେଶିତ ଏହି ସିନେମାଟି ମୁଖ୍ୟତ ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ଓଡିଶାରContinue reading “ଓସ୍କାର ଦୌଡରେ ସାମିଲ ହେଲା ଓଡିଆ ଚଳଚିତ୍ର ‘କାଲିର ଅତୀତ’ । ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ପତ୍ତନ ବୃଦ୍ଧି ଉପରେ ନିର୍ମାଣ ହୋଇଛି ଏହି ସିନେମା”
Tag Archives: News
ନିର୍ବାଚିତ ସରକାରକୁ କାମ କରିବାକୁ ଦିଅ : ନୀତି ଆୟୋଗ ବୈଠକରେ ନବୀନଙ୍କ କଡା ବାର୍ତ୍ତା
କନକ ବ୍ୟୁରୋ : ନୀତି ଆୟୋଗର ଷଷ୍ଠ ବୈଠକରେ ଯୋଗଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଗଣତନ୍ତ୍ରରେ ନିର୍ବାଚନର ଆବଶ୍ୟକତା ରହିଛି । ହେଲେ ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର । ତେଣୁ ଦେଶରେ ନିର୍ବାଚନୀContinue reading “ନିର୍ବାଚିତ ସରକାରକୁ କାମ କରିବାକୁ ଦିଅ : ନୀତି ଆୟୋଗ ବୈଠକରେ ନବୀନଙ୍କ କଡା ବାର୍ତ୍ତା”
କୋଲକତା ବିଜେପି ନେତ୍ରୀଙ୍କ ଗାଡିରୁ ଜବତ୍ ହେଲା କୋକିନ୍ । ଦୁଇ ବନ୍ଧୁଙ୍କ ସହ ଗିରଫ୍ କଲା ପୋଲିସ
କନକ ବ୍ୟୁରୋ : ବିଜେପିର ଯୁବ ନେତ୍ରୀ ପାମେଲା ଗୋସ୍ୱାମୀଙ୍କୁ ଶୁକ୍ରବାର ପୋଲିସ ଗିରଫ୍ କରିଛି । ସେ ତାଙ୍କ କାରରେ କୋକିନ ନେଇ ଯାଉଥିବା ବେଳେ ପାମେଲାଙ୍କ ସମେତ ୨ ଜଣ ସହଯୋଗୀ ଙ୍କୁ କୋଲକତାର ଅଲ୍ଲୀପୁର ଅଞ୍ଚଳରୁ ଗିରଫ୍ କରାଯାଇଛି । ପଶ୍ଚିମବଙ୍ଗ ବିଜେପି ଯୁବମୋର୍ଚ୍ଚାର ପର୍ଯ୍ୟବେକ୍ଷକ ତଥା ହୁଗୁଳି ଜିଲ୍ଲାର ମହାସଚିବ ପାମେଲା ଗୋସ୍ୱାମୀଙ୍କ ଗାଡିରୁ ବିପୁଳ ପରିମାଣର କୋକିନ ମିଳିଥିଲା । ଅଲ୍ଲୀପୁର ଅଞ୍ଚଳ ଦେଇ ପାମେଲା ଓ ତାଙ୍କର ଦୁଇଜଣContinue reading “କୋଲକତା ବିଜେପି ନେତ୍ରୀଙ୍କ ଗାଡିରୁ ଜବତ୍ ହେଲା କୋକିନ୍ । ଦୁଇ ବନ୍ଧୁଙ୍କ ସହ ଗିରଫ୍ କଲା ପୋଲିସ”
କଳାହାଣ୍ଡି କର୍ଲାପାଟରେ ହାତୀ ମୃତ୍ୟୁର କାରଣ ଖୋଜିବାକୁ ତନାଘନା । ଭବାନୀପାଟଣାରେ ପହଂଚିଲେ ୩ଜଣିଆ କେନ୍ଦ୍ରୀୟ ଟିମ୍
କନକ ବ୍ୟୁରୋ : କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଏହି ଘଟଣାର ପଛରେ କାରଣ କ’ଣ ଜାଣିବା ପାଇଁ ୩ ଜଣିଆ କେନ୍ଦ୍ରୀୟ ଟିମ୍ କଳାହାଣ୍ଡିରେ ପହଂଚିଛନ୍ତି । ଗତକାଲି ସଂଧ୍ୟାରେ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଉତରପ୍ରଦେଶ ବରେଲିର ସେଂଟର ଫର ୱାଇଡ଼ଲାଇଫର ବୈଜ୍ଞାନିକ ଡାକ୍ତର କରିକଲାନ ମାଥେଓ, ଏଲିଫେଣ୍ଟ ସେଲର ଜାତୀୟ ସଂଯୋଜିକା ଏବଂ ଓୟୁଟିର ପ୍ରଫେସର ଭବାନୀପାଟଣା ଠାରେ ପହଂଚିଛନ୍ତି । ଗୌହାଟିContinue reading “କଳାହାଣ୍ଡି କର୍ଲାପାଟରେ ହାତୀ ମୃତ୍ୟୁର କାରଣ ଖୋଜିବାକୁ ତନାଘନା । ଭବାନୀପାଟଣାରେ ପହଂଚିଲେ ୩ଜଣିଆ କେନ୍ଦ୍ରୀୟ ଟିମ୍”
ଚଳିତ ବର୍ଷ ସଂଗ୍ରହ ହୋଇଛି ରେକର୍ଡ ସଂଖ୍ୟକ ଧାନ । ବିରୋଧ ଭିତରେ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
କନକ ବ୍ୟୁରୋ : ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗୃହରେ ବିରୋଧୀଙ୍କ ଜୋରଦାର ବିରୋଧ ଭିତରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଚଳିତବର୍ଷ ୫୫.୦୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫.୬୧ ଲକ୍ଷ ଟନ୍ ମେଟ୍ରିକ ଟନ୍ ସଂଗ୍ରହ ହୋଇଛି । ଗତବର୍ଷContinue reading “ଚଳିତ ବର୍ଷ ସଂଗ୍ରହ ହୋଇଛି ରେକର୍ଡ ସଂଖ୍ୟକ ଧାନ । ବିରୋଧ ଭିତରେ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।”
କମେଣ୍ଟ ମରାକୁ ନେଇ ଗାଁରେ ଗୋଷ୍ଠୀ ସଂଘର୍ଷ । ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା, ପୁଅ ଗୁରୁତର
କନକ ବ୍ୟୁରୋ : ଯୁବତୀଙ୍କୁ କମେଂଟ ମରାକୁ ନେଇ ଗାଁରେ ଗୋଷ୍ଠୀ ସଂଘର୍ଷ । ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡାଶୋଦା ଗାଁରେ ଗୋଷ୍ଠୀ ସଂଘର୍ଷ ପରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ପୁଅ ଗୁରୁତର ଅବସ୍ଥାରେ ତାଳଚେର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସୂଚନା ଅନୁସାରେ : ଗତ ୧୧ ତାରିଖରେ ଗାଁର ମୋହନ ବାଇଙ୍କ ଝିଅ ଫେରିବା ସମୟରେ ଗାଁର କିଛି ଯୁବକContinue reading “କମେଣ୍ଟ ମରାକୁ ନେଇ ଗାଁରେ ଗୋଷ୍ଠୀ ସଂଘର୍ଷ । ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା, ପୁଅ ଗୁରୁତର”
ହ୍ୱାଟ୍ସଆପ ପ୍ରାଇଭେସି ପଲିସିରେ ଆସିଲା ଦୁଇଟି ଅପସନ୍ । ଜାଣନ୍ତୁ, କଣ ଏହି ଅପସନ୍ ଏବଂ ଏହାର ବ୍ୟବହାର
କନକ ବ୍ୟୁରୋ : ଗତ କିଛି ମାସ ପୂର୍ବେ ହ୍ୱାଟ୍ସଆପ୍ ପ୍ରାଇଭେସି ପଲିସି ନେଇ ଅନେକ ବିବାଦ ଦେଖାଦେଇଥିଲା । ଅନେକ ୟୁଜର୍ସ ହ୍ୱାଟ୍ସଆପର ଏହି ପଲିସିକୁ ଗ୍ରହଣ ନକରି ହ୍ୱାଟ୍ସଆପରୁ ମୁହଁ ଫେରାଇନେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ତାପରେ ହ୍ୱାଟ୍ସାଆପ୍ ତାର ପ୍ରାଇଭେସି ପଲିସକୁ ତୁରନ୍ତ ଲାଗୁ ନକରି ଗ୍ରାହକଙ୍କୁ କିଛି ସମୟସୀମା ଦେଇଥାଲା ଆଉ ଏବେ ସେହି ସମୟସୀମା ସରିଯାଇଥିବା ବେଳେ ପୁଣି ସମୟସୀମାକୁ ବୃଦ୍ଧି କରିଛି ମେସେଞ୍ଜିଗ୍ ଆପ୍ ହ୍ୱାଟ୍ସଆପ୍Continue reading “ହ୍ୱାଟ୍ସଆପ ପ୍ରାଇଭେସି ପଲିସିରେ ଆସିଲା ଦୁଇଟି ଅପସନ୍ । ଜାଣନ୍ତୁ, କଣ ଏହି ଅପସନ୍ ଏବଂ ଏହାର ବ୍ୟବହାର”
ଓଡ଼ିଶା ସୀମାରେ ଆନ୍ଧ୍ର ଷଡ଼ଯନ୍ତ୍ରର ଆଉ ଏକ ପ୍ରମାଣ । ଗଜପତି ଜିଲ୍ଲା କାଶୀନଗରରେ ଘରୋଇ ଜମିରେ ତିଆରୀ କରିଛି ସ୍କୁଲ, ଲେଖା ଅଛି କୌଶଲ୍ୟାପୁରମ, କୋଟୁରୁ ମଣ୍ଡଳ
କନକ ବ୍ୟୁରୋ : ଓଡ଼ିଶା ସୀମାରେ ପସି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ କିଭଳି ଦାଦାଗିରି ଚଳାଇଛି, ତାର ପ୍ରମାଣ ସାମ୍ନାକୁ ଆସିଛି । ଗଜପତି ଜିଲ୍ଲାର କାଶୀନଗରରେ ସ୍କୁଲ ଖୋଲିଛି ଆନ୍ଧ୍ର । ଜିଲ୍ଲାର କାଶୀନଗର ବ୍ଲକ ହାଡ଼ଭାଙ୍ଗି ପଂଚାୟତରେ ଏକ ବେସରକାରୀ ଜମିରେ ବିଦ୍ୟାଳୟ ଆରମ୍ଭ ହୋଇଛି । ଏପରିକି ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶ କୋଟୁର ମଣ୍ଡଳ କୌଶଲ୍ୟାପୁରମର ଏହି ଅଂଚଳ ବୋଲି ଦର୍ଶାଯାଇଛି । ସମାନ୍ତରାଳ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲି ସୀମାନ୍ତContinue reading “ଓଡ଼ିଶା ସୀମାରେ ଆନ୍ଧ୍ର ଷଡ଼ଯନ୍ତ୍ରର ଆଉ ଏକ ପ୍ରମାଣ । ଗଜପତି ଜିଲ୍ଲା କାଶୀନଗରରେ ଘରୋଇ ଜମିରେ ତିଆରୀ କରିଛି ସ୍କୁଲ, ଲେଖା ଅଛି କୌଶଲ୍ୟାପୁରମ, କୋଟୁରୁ ମଣ୍ଡଳ”
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତ୍ତି
କନକ ବ୍ୟୁରୋ : ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଆଜି ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗ ଉଠାଇ ଜୋରଦାର ହଙ୍ଗାମା କଲେ ବିରୋଧୀ । ଗୃହରେ ଉଭୟ କଂଗ୍ରେସ ଓ ବିଜେପି ପ୍ଲାକାର୍ଡ ଦେଖାଇ ନାରାବାଜି କରିଥିଲେ । ତେଣୁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତ୍ତି । ଗତକାଲି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହାଲ୍ଲା କରିଥିଲେ ବିରୋଧୀContinue reading “ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତ୍ତି “
କାହାକୁ ଦିଆଯିବ କରୋନା ଟିକା? ନିଷ୍ପତ୍ତି ନେବେ ସରକାର, ଜରୁରୀ ଆବଶ୍ୟକତା ଓ ପରିସ୍ଥିତିକୁ ଦେଖି ଟିକାକରଣ କରିବାକୁ କହିଲେ ହାଇକୋର୍ଟ ।
କନକ ବ୍ୟୁରୋ : ପ୍ରାଥମିକତା ଭିତ୍ତିରେ କାହାକୁ ଦିଆଯିବ କରୋନା ଟିକା ଏନେଇ ନିଷ୍ପତି ନେବେ ସରକାର । ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କୋର୍ଟର ସଦସ୍ୟମାନଙ୍କୁ ପ୍ରାଥମିକତା ଦେବା ପାଇଁ ଏକ ଆବେଦନ ହୋଇଥିଲା । ଏହାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ଟିକା ସୀମିତ ପରିମାଣରେ ଉପଲବ୍ଧ ରହିଛି । ତେଣୁ ଜରୁରୀ ଆବଶ୍ୟକତା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଟିକାକରଣContinue reading “କାହାକୁ ଦିଆଯିବ କରୋନା ଟିକା? ନିଷ୍ପତ୍ତି ନେବେ ସରକାର, ଜରୁରୀ ଆବଶ୍ୟକତା ଓ ପରିସ୍ଥିତିକୁ ଦେଖି ଟିକାକରଣ କରିବାକୁ କହିଲେ ହାଇକୋର୍ଟ ।”