ମାଓବାଦୀଙ୍କ ମୃତ୍ୟୁ ସାଜି ଆସୁଛନ୍ତି ମହିଳା କମାଣ୍ଡୋ । ଘଞ୍ଚ ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ କରିବେ ନିପାତ । ମାଟି ମାଆର ସୁରକ୍ଷା ପାଇଁ ସିଏଆରପିଏଫରେ ସାମିଲ ହେଲା ନାରୀଶକ୍ତି ।

କନକ ବ୍ୟୁରୋ: ନକ୍ସଲଙ୍କୁ ମିଳିବନି ନିସ୍ତାର, ଆସୁଛନ୍ତି ସିଆରପିଏଫର ନାରୀଶକ୍ତି । ବଣ ପାହାଡ ଘେରା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କୁ ଖୋଜି ଖୋଜି ନିପାତ କରିବେ ଲେଡି କମାଣ୍ଡୋ । ମାଓବାଦୀଙ୍କ ପାଇଁ କାଳ ସାଜି ଆସୁଛନ୍ତି କୋବ୍ରା ଫୋର୍ସ । ମୁହଁରେ ମାଟି ମାଆର ରଙ୍ଗ, ମୁଣ୍ଡରେ କଳା କପଡା ଆଉ ହାତରେ ଘାତକ ହତିଆର ଧରି, ଶତ ସିଂହର ବଳ ନେଇ ଏବେ ଜଙ୍ଗଲୀ ଦସ୍ୟୁଙ୍କ ସହ ଯୁଦ୍ଧ କରିବେ ଲେଡି କମାଣ୍ଡୋ ଆଉContinue reading “ମାଓବାଦୀଙ୍କ ମୃତ୍ୟୁ ସାଜି ଆସୁଛନ୍ତି ମହିଳା କମାଣ୍ଡୋ । ଘଞ୍ଚ ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ କରିବେ ନିପାତ । ମାଟି ମାଆର ସୁରକ୍ଷା ପାଇଁ ସିଏଆରପିଏଫରେ ସାମିଲ ହେଲା ନାରୀଶକ୍ତି ।”

କୋରାପୁଟ କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ର କରୁଛି ନିର୍ବାଚନ । ତଳଗଞ୍ଜେଇ ପଦର ଓ ଫଗୁଣସିନେରିର ୨ ସରପଞ୍ଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ।

କନକ ବ୍ୟୁରୋ : ଓଡିଶା ଉପରେ ପଡୋଶୀର ଆଖି । ଆଗରୁ ସୀମାକୁ ମାଡି ଆସୁଥିଲା, ଆଉ ଏବେ ନିର୍ବାଚନ କରୁଛି । କୋରାପୁଟ କୋଟିଆର ୩ଟି ପଂଚାୟତରେ ନିର୍ବାଚନ ଆୟୋଜନ କରୁଛି ଆନ୍ଧ୍ର ପ୍ରଦେଶ । ଏହିକ୍ରମରେ କୋଟିଆର ତଳଗଂଜେଇ ପଦର ଓ ଫଗୁଣସିନେରିର ୨ ଜଣ ସରପଂଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । କେବଳ ଔପଚାରିକ ଘୋଷଣା ବାକି ରହିଛି । ତେବେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା ।Continue reading “କୋରାପୁଟ କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ର କରୁଛି ନିର୍ବାଚନ । ତଳଗଞ୍ଜେଇ ପଦର ଓ ଫଗୁଣସିନେରିର ୨ ସରପଞ୍ଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ।”

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ପଛର ବିନ୍ଧାଣୀ କିଏ? ଶ୍ରେୟ ନେବାକୁ ହେଉଛି କି ଟ୍ୱିଟର ପୋଷ୍ଟ?

କନକ ବ୍ୟୁରୋ : ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ । ଗୋଟିଏ ପଟେ ପୁରୀରୁ ମୁଖ୍ୟମନ୍ତ୍ରୀଙ୍କ କଡା ବାର୍ତ୍ତା, ଆଉ ଅନ୍ୟପଟେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଓଡ଼ିଶାର ସାଂସଦ ମାନେ ଭେଟିବା ପରେ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହୃତ କରାଯାଇଛି । କିନ୍ତୁ ଏହି ବାଇ-ଲ ପ୍ରତ୍ୟାହୃତ ହେବା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତିର ଚର୍ଚ୍ଚା ।  କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳାଇବା ପଛର ଶ୍ରେୟ କାହା ପାଖକୁ ଯିବ ତାହାକୁ ନେଇContinue reading “ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ପଛର ବିନ୍ଧାଣୀ କିଏ? ଶ୍ରେୟ ନେବାକୁ ହେଉଛି କି ଟ୍ୱିଟର ପୋଷ୍ଟ?”

ଖଣ୍ଡଗିରି ଯାତ୍ରା ପାଇଁ ଚାଲିଛି ବିକଳ୍ପ ଜାଗା ଖୋଜା : ପୂର୍ବ ସ୍ଥାନରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ କହିଲେ ବିଏମସି କମିଶନର

କନକ ବ୍ୟୁରୋ : ଖଣ୍ଡଗିରି ଯାତ୍ରାର ଆୟୋଜନକୁ ନେଇ ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପୂର୍ବସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି । ତା’ଛଡ଼ା ଖଣ୍ଡଗିରି ଯାତ୍ରାକୁ ଦୈନିକ ୫୦ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି । ତେଣୁ ସେହି ସ୍ଥାନରେ କୋଭିଡ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ । ଏଥିଲାଗି ବିକଳ୍ପ ସ୍ଥାନ ଖୋଜା ଚାଲିଛି ବୋଲି ଭୁବନେଶ୍ବରContinue reading “ଖଣ୍ଡଗିରି ଯାତ୍ରା ପାଇଁ ଚାଲିଛି ବିକଳ୍ପ ଜାଗା ଖୋଜା : ପୂର୍ବ ସ୍ଥାନରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ କହିଲେ ବିଏମସି କମିଶନର”

ଜବତ ନକଲି ସାମଗ୍ରୀ ମାଟିରେ ମିଶିଲା : ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲ ଉପରେ ରୋଲର୍‌ ମଡ଼ାଇ କରାଗଲା ନଷ୍ଟ

କନକ ବ୍ୟୁରୋ : ଗତ ଦୁଇମାସ ଭିତରେ କମିସନରେଟ୍‌ ପୁଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ନକଲି ଘିଅ, ସ୍କ୍ବାସ୍‌, ସସ୍‌ ଓ ଆଚାର ପ୍ରଭୃତି ଜବତ କରିଥିଲା । ସୁବାସ କମ୍ପାନିରୁ ଜବତ କରାଯାଇଥିବା ସାମଗ୍ରୀ ସବୁକୁ ରବିବାର ସିଏମ୍‌ସି ସ୍ବାସ୍ଥ୍ୟବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ ନଷ୍ଟ କରିଦେଇଛି । ଘିଅକୁ ମାଟିତଳେ ପୋତାଯାଇଥିବାବେଳେ ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲ ଉପରେ ରୋଲର୍‌ ମଡ଼ାଇ ନଷ୍ଟ କରି ଦିଆଯାଇଛି । ଅଦାଲତଙ୍କContinue reading “ଜବତ ନକଲି ସାମଗ୍ରୀ ମାଟିରେ ମିଶିଲା : ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲ ଉପରେ ରୋଲର୍‌ ମଡ଼ାଇ କରାଗଲା ନଷ୍ଟ”

ସିନେ ସମୀକ୍ଷକ ରଣଧୀର ଦାସଙ୍କ ୮୨ବର୍ଷ ବୟସରେ ପରଲୋକ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଜଣାଶୁଣା ସିନେ ସମୀକ୍ଷକ, ସୁ‌‌ଲେଖକ, ଚଳଚ୍ଚିତ୍ର ସାମ୍ବାଦିକ ରଣଧୀର ଦାସଙ୍କର ରବିବାର ସକାଳ ୧୦ଟା ୫୫ରେ ଡଗରପଡ଼ା ଷ୍ଟୋନି ରୋଡ୍‌ ବାସଭବନରେ ପରଲୋକ ଘଟିଛି । ତାଙ୍କୁ ୮୨ବର୍ଷ ‌ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ । ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ସୁଲେଖିକା ବିଜୟିନୀ ଦାସ, ବଡ଼ଭାଇ ଡାକ୍ତର ରଘୁବୀର ଦାସ, ସାନଭାଇ ଇଞ୍ଜିନିୟର ବଣ୍‌ବୀର ଦାସ, ପୁଅ ଅମରଜିତ ଦାସ, ବୋହୂ ମିନତୀContinue reading “ସିନେ ସମୀକ୍ଷକ ରଣଧୀର ଦାସଙ୍କ ୮୨ବର୍ଷ ବୟସରେ ପରଲୋକ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପୁଅ ରମାକାନ୍ତଙ୍କୁ ଫୋନ କରି କ’ଣ କହିଥିଲେ ଅଭିଯୁକ୍ତ ? ଥାନାରେ ମାମଲା ରୁଜୁ

କନକ ବ୍ୟୁରୋ : ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ଏକ ଏଫଆଇଆର ଦେଇଛନ୍ତି । ତାଙ୍କ ବାପାଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ୍ୟୁ ପୂର୍ବରୁ ତାଙ୍କୁ ଫୋନ୍ କରିଥିଲେ । ପ୍ରାୟ ୧ ମିଟର ୪୦ ସେକେଣ୍ଡ ଧରି କଣ କଥା ହୋଇଥିଲେ, ସେ ବାବଦରେ ଏହି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ରମାକାନ୍ତ । ତାଙ୍କୁ ଫୋନ୍ କରି ପ୍ରଫୁଲ୍ଲ ବିଶ୍ୱାଳContinue reading “ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପୁଅ ରମାକାନ୍ତଙ୍କୁ ଫୋନ କରି କ’ଣ କହିଥିଲେ ଅଭିଯୁକ୍ତ ? ଥାନାରେ ମାମଲା ରୁଜୁ”

ତପୋବନ ସୁଡଙ୍ଗ ଭିତରେ ଚାଲିଛି ଜୀବନ ବଞ୍ଚାଇବାକୁ ଯୁଦ୍ଧ । ସୁଡଙ୍ଗର ଶହେ ମିଟର ଭିରକୁ ପଶିଲା ଉଦ୍ଧାରକାରୀଦଳ । ୧୯ ଶବ ଉଦ୍ଧାର

କନକ ବ୍ୟୁରୋ : ଚମୋଲୀ ଦୁର୍ଘଟଣାକୁ ନେଇ ଉତ୍ତରାଖଣ୍ଡ ପୋଲିସ ବୟାନ ଜାରି କରିଛି । ପୋଲିସ ଦ୍ୱାରା କରାଯାଇଥିବା ଟ୍ୱିଟ୍ ମୁତାବକ ଏପର୍ଯ୍ୟନ୍ତ ୨୦୨ ଜଣ ଲୋକ ନିଖୋଜ ଥିବା କୁହାଯାଇଛି । ଏହା ସହ ବିଭିନ୍ନ ସ୍ଥାନରୁ ୧୯ ଟି ଶବ ଉଦ୍ଧାର କରାଯାଇଛି । ଏହାସହ ତପୋବନ ସୁଡଙ୍ଗ ଭିତରୁ ଲଗାତର ଭାବେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ଉଦ୍ଧାରକାରୀଦଳ ଶହେ ମିଟର ଭିତରକୁ ପଶିବାରେ ସକ୍ଷମ ହୋଇଥିବା ପୋଲିସ ସୂଚନାContinue reading “ତପୋବନ ସୁଡଙ୍ଗ ଭିତରେ ଚାଲିଛି ଜୀବନ ବଞ୍ଚାଇବାକୁ ଯୁଦ୍ଧ । ସୁଡଙ୍ଗର ଶହେ ମିଟର ଭିରକୁ ପଶିଲା ଉଦ୍ଧାରକାରୀଦଳ । ୧୯ ଶବ ଉଦ୍ଧାର”

ସୀମା ବିବାଦ ନେଇ ପ୍ରତିକ୍ରିୟା ରଖିଲେ ଆନ୍ଧ୍ର ବିଧାନପରିଷଦର ଅଧ୍ୟକ୍ଷ : ମହମ୍ମଦ ଅହମ୍ମଦ ସରିଫ କହିଲେ, ଆପୋଷ ଆଲୋଚନାରେ ହୋଇପାରିବ ସମାଧାନ

କନକ ବ୍ୟୁରୋ : ଓଡିଶାରେ ଆନ୍ଧ୍ରର ବିଧାୟକ ଓ ଅଧିକାରୀ । ଦୁଇ ଜଣ ବିଧାୟକଙ୍କ ସହ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓଡିଶାରେ ପହଚିଂଛନ୍ତି । ବିଧାନସଭାରେ ଆନ୍ଧ୍ରର ଏହି ପ୍ରତିନିଧି ମାନଙ୍କ ସହ ଆଲୋଚନା ଚାଲିଛି । ଓଡିଶା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହିତ ଏକାଧିକ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ତେବେ ଉଭୟ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ଭାଷା ଭିତିକ ପ୍ରସଙ୍ଗକୁ ନେଇ ଆଲୋଚନାContinue reading “ସୀମା ବିବାଦ ନେଇ ପ୍ରତିକ୍ରିୟା ରଖିଲେ ଆନ୍ଧ୍ର ବିଧାନପରିଷଦର ଅଧ୍ୟକ୍ଷ : ମହମ୍ମଦ ଅହମ୍ମଦ ସରିଫ କହିଲେ, ଆପୋଷ ଆଲୋଚନାରେ ହୋଇପାରିବ ସମାଧାନ”

ଏଣିକି ଶ୍ରୀମନ୍ଦିରର ବିକାଶ କାର୍ଯ୍ୟରେ କେହି ଦେଇପାରିବେନି ବାଧା  । ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ, ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । 

କନକ ବ୍ୟୁରୋ : ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ । ଓଡ଼ିଶାର ସାଂସଦ  ମାନେ ଏନଏମଏର ବାଇ ଲକୁ ପ୍ରତ୍ୟାହୃତ କରିବାକୁ ଭେଟି ଦାବି ଜଣାଇଥିଲେ । ଉଭୟ ବିଜେଡି-ବିଜେପି ସାଂସଦଙ୍କ ଦାବି ପରେ ବାଇ ଲକୁ ପ୍ରତ୍ୟାହୃତ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ଏହାପୂର୍ବରୁ ବିଜେଡି ସାଂସଦ ମାନେContinue reading “ଏଣିକି ଶ୍ରୀମନ୍ଦିରର ବିକାଶ କାର୍ଯ୍ୟରେ କେହି ଦେଇପାରିବେନି ବାଧା  । ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ, ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । “

Design a site like this with WordPress.com
Get started