ପ୍ରଧାନମନ୍ତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ କରିଥିବା ଅପିଲ ଉପରେ ରାକେଶ ଟିକାୟତଙ୍କ ବୟାନ । ‘ଆଲୋଚନା ପାଇଁ ଆମେ ପ୍ରସ୍ତୁତ ହେଲେ ଏମଏସପିକୁ ଆଇନସିଦ୍ଧ କରିବାକୁ ସରକାର ଦିଅନ୍ତୁ ପ୍ରତିଶୃତ’

କନକ ବ୍ୟୁରୋ : ଆଜି ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ଆନ୍ଦୋଳନ ବନ୍ଦ କରିବାକୁ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏଭଳି ଅପିଲ ପରେ କୃଷକନେତା ରାକେଶ ଟିକାୟତ ପ୍ରତିକ୍ରିୟା ରଖିଛନ୍ତି । ଟିକାୟତ କହିଛନ୍ତି କି ଭୋକ ଉପରେ ବେପାର କରନ୍ତୁ ନାହିଁ । ଏଭଳି କରୁଥିବା ଲୋକଙ୍କୁ ଦେଶ ବାହାରିକୁ ପଠାଇ ଦିଆଯିବ । ଏହା ସହ ସେ କହିଛନ୍ତି କି ଯଦି ସରକାର ଆଲୋଚନା କରିବାକୁ ଚାହୁଁଛନ୍ତିContinue reading “ପ୍ରଧାନମନ୍ତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ କରିଥିବା ଅପିଲ ଉପରେ ରାକେଶ ଟିକାୟତଙ୍କ ବୟାନ । ‘ଆଲୋଚନା ପାଇଁ ଆମେ ପ୍ରସ୍ତୁତ ହେଲେ ଏମଏସପିକୁ ଆଇନସିଦ୍ଧ କରିବାକୁ ସରକାର ଦିଅନ୍ତୁ ପ୍ରତିଶୃତ’”

ଇତିହାସ ରଚିବ ଆମେରିକା । ଦେଶର ବନ୍ଦ ହେବ ମୃତ୍ୟୁଦଣ୍ଡ । ନିର୍ବାଚନୀ ପ୍ରତିଶୃତି ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଜୋ-ବାଇଡେନ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ତାଙ୍କ ଦେଶରେ କୌଣସି ଅପରାଧିଙ୍କୁ ମୃତ୍ୟୁଦଣ୍ଡ ଦେବାର ଥିବା ପ୍ରାବଧାନକୁ ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାଇଡେନ୍ ରାଷ୍ଟ୍ରପତି ହେବା ପୂର୍ବରୁ ନିର୍ବାଚନ ସମୟରେ ଦେଶର ଲୋକମାନଙ୍କୁ ଏଭଳି ପ୍ରତିଶୃତି ଦେଇଥିଲେ । ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଜୋ-ବାଇଡେନ ମୃତ୍ୟୁଦଣ୍ଡକୁ ବିରୋଧ କରିଛନ୍ତି । ଏହା ସହ ମୃତ୍ୟୁଦଣ୍ଡ ନେଇ ଥିବା ଆଇନଗତ ପ୍ରାବଧାନ ହଟାଇବାକୁ ସେ ଦେଶର ଆଇନଜୀବୀ ମାନଙ୍କ ସହ ପରାମର୍ଶContinue reading “ଇତିହାସ ରଚିବ ଆମେରିକା । ଦେଶର ବନ୍ଦ ହେବ ମୃତ୍ୟୁଦଣ୍ଡ । ନିର୍ବାଚନୀ ପ୍ରତିଶୃତି ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଜୋ-ବାଇଡେନ”

ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ : କହିଲେ, କୃଷି ଆଇନରେ ହୋଇପାରିବ ସଂଶୋଧନ; ଏମଏସପି ଥିଲା, ଅଛି ଓ ରହିବ

କନକ ବ୍ୟୁରୋ : ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା କାଳରେ ମଧ୍ୟ ଚାଷୀଙ୍କ ଉତ୍ପାଦ ବଢିଛି । ସେହିପରି ସରକାର ଆଣିଥିବା କୃଷି ଆଇନକୁ ହେଉଥିବା ବିରୋଧ ପ୍ରସଙ୍ଗରେ ମତାମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସରକାର କୌଣସି ଆଇନ ଆଣିଲେ ତାହା ଚୂଡାନ୍ତ ନୁହେଁ । ଏଥିରେ ସଂସ୍କାର ପାଇଁ ସଂଶୋଧନ ମୂଳକ ପ୍ରସ୍ତାବContinue reading “ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ : କହିଲେ, କୃଷି ଆଇନରେ ହୋଇପାରିବ ସଂଶୋଧନ; ଏମଏସପି ଥିଲା, ଅଛି ଓ ରହିବ”

ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ଦୟନୀୟ ବ୍ୟାଟିଂ : ୩୩୭ ରନରେ ଅଲଆଉଟ୍ ଭାରତ; ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୨୪୧ ରନରେ ପଛୁଆ ଭାରତ

କନକ ବ୍ୟୁରୋ : ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ଦୟନୀୟ ବ୍ୟାଟିଂ ପ୍ରଦର୍ଶନ । ଇଂଲଣ୍ଡର ପ୍ରଥମ ଇନିଂସର ୫୭୮ ରନ୍ ଜବାବରେ ଭାରତର ପ୍ରଥମ ଇନିଂସ ୩୩୭ ରନରେ ସୀମିତ ରହିଛି । ଫଳରେ ପ୍ରଥମ ଇନିଂସରେ ଭାରତ ଇଂଲଣ୍ଡ ଠାରୁ ୨୪୧ ରନରେ ପଛୁଆ ରହିଛି । ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୮୫ ରନରେ ଅପରାଜିତ ରହିଥିଲେ । ରିସଭ ପନ୍ତ ୯୧, ପୂଜାରା ୭୩, ଅଶ୍ୱିନ୍ ୩୧, ଶୁଭମନ ଗିଲ୍ ୨୯,Continue reading “ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ଦୟନୀୟ ବ୍ୟାଟିଂ : ୩୩୭ ରନରେ ଅଲଆଉଟ୍ ଭାରତ; ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୨୪୧ ରନରେ ପଛୁଆ ଭାରତ”

ବିଧାନସଭାରେ ଓଡିଶା-ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଲୋଚନା : ସୀମା ବିବାଦ ଭିତରେ ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ଆଲୋଚନା

କନକ ବ୍ୟୁରୋ : ଓଡିଶାରେ ଆନ୍ଧ୍ରର ବିଧାୟକ ଓ ଅଧିକାରୀ । ଦୁଇ ଜଣ ବିଧାୟକଙ୍କ ସହ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓଡିଶାରେ ପହଚିଂଛନ୍ତି । ବିଧାନସଭାରେ ଆନ୍ଧ୍ରର ଏହି ପ୍ରତିନିଧି ମାନଙ୍କ ସହ ଆଲୋଚନା ଚାଲିଛି । ଓଡିଶା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହିତ ଏକାଧିକ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ତେବେ ଉଭୟ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ଭାଷା ଭିତିକ ପ୍ରସଙ୍ଗକୁ ନେଇ ଆଲୋଚନାContinue reading “ବିଧାନସଭାରେ ଓଡିଶା-ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଲୋଚନା : ସୀମା ବିବାଦ ଭିତରେ ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ଆଲୋଚନା”

କୃଷକ ଆନ୍ଦୋଳନରେ ବିଦେଶୀ ଲିଙ୍କ୍ ପ୍ରସଙ୍ଗ । ପାକିସ୍ତାନ ଓ ଖଲିସ୍ତାନ ସହ ଯୋଡି ହୋଇଥିବା ୧୧୭୮ ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ସରକାରଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ କୃଷକ ମାନେ କରିଥିବା ଟ୍ରାକ୍ଟର ରାଲିରେ ଘଟିଥିବା ହିଂସା ପରେ ସରକାର ପୁରା ସତର୍କ ହୋଇଛନ୍ତି । ଏନେଇ ସରକାରଙ୍କ ତରଫରୁ ସୋସିଆଲ ମିଡିଆ ଉପରେ ସମ୍ପୁର୍ଣ୍ଣ ନଜର ରଖାଯାଇଛି । ଏହାସହ ଗୁରୁବାର ଦିନ ସରକାରଙ୍କ ତରଫରୁ ଟ୍ୱିଟର କମ୍ପାନୀକୁ ଏକ ନୋଟିସ୍ ବି ଜାରି କରାଯାଇଛି । ଏହି ନୋଟିସରେ ସରକାର ମାଇକ୍ରୋବ୍ଲଗିଙ୍ଗ ସାଇଟକୁ କହିଛନ୍ତି କି ୧୧୭୮ ଆକାଉଣ୍ଟକୁ ବନ୍ଦ କରାଯାଉ । ସରକାରଙ୍କ କହିବା କଥାContinue reading “କୃଷକ ଆନ୍ଦୋଳନରେ ବିଦେଶୀ ଲିଙ୍କ୍ ପ୍ରସଙ୍ଗ । ପାକିସ୍ତାନ ଓ ଖଲିସ୍ତାନ ସହ ଯୋଡି ହୋଇଥିବା ୧୧୭୮ ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ସରକାରଙ୍କ ନିର୍ଦ୍ଦେଶ”

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ : କୋଭିଡ୍‌ ଯୁଦ୍ଧରେ ବିଜୟ ସରକାରଙ୍କର ନୁହେଁ, ଭାରତର ବାହାଦୁରି

କନକ ବ୍ୟୁରୋ : ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟସଭାରେ ନିଜ ସଂବୋଧନରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଦେବା ସହିତ ବିରୋଧୀଙ୍କ ଟାର୍ଗେଟ୍ କରିଛନ୍ତି । ମୋଦି କହିଛନ୍ତି, ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସମସ୍ତେ ଉପସ୍ଥିତ ଥିଲେ ଭଲ ହୋଇଥାନ୍ତା । ବର୍ତ୍ତମାନ କରୋନା କାଳରେ ଭାରତକୁ ଉତ୍କଣ୍ଠାର ସହ ଅନେଇ ରହିଛି ସାରା ବିଶ୍ୱ । ଭାରତ ପାଇଁContinue reading “ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ : କୋଭିଡ୍‌ ଯୁଦ୍ଧରେ ବିଜୟ ସରକାରଙ୍କର ନୁହେଁ, ଭାରତର ବାହାଦୁରି”

କେନ୍ଦୁଝରରୁ ୨ ହାତୀ ଦାନ୍ତ ଓ ବାଘ ଛାଲ ଜବତ : ଗ୍ରାହକ ବେଶରେ ଯାଇ ୩ ଜଣଙ୍କୁ କଲା ଗିରଫ କ୍ରାଇମବ୍ରାଂଚ ଏସଟିଏଫ

କନକ ବ୍ୟୁରୋ : କ୍ରାଇମବ୍ରାଂଚ ଏସଟିଏଫ୍ ହାତରେ ଧରାପଡିଛନ୍ତି ବନ୍ୟପ୍ରାଣୀ ଜନ୍ତୁଙ୍କ ସାମଗ୍ରୀ ବିକ୍ରି କରୁଥିବା ରାକେଟ୍ । କେନ୍ଦୁଝରରୁ ୨ ହାତୀ ଦାନ୍ତ ଓ ବାଘ ଛାଲ ଜବତ କରିଛି କ୍ରାଇଣବ୍ରାଂଚ ଏସଟିଏଫ୍ । ଦଲାଲଙ୍କୁ ଧରିବାକୁ ଗ୍ରାହକ ବେଶରେ ଯାଇଥିଲେ କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ । ହାତୀ ଦାନ୍ତ ଓ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଧରିଥିଲା ଏସଟିଏଫ୍ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।Continue reading “କେନ୍ଦୁଝରରୁ ୨ ହାତୀ ଦାନ୍ତ ଓ ବାଘ ଛାଲ ଜବତ : ଗ୍ରାହକ ବେଶରେ ଯାଇ ୩ ଜଣଙ୍କୁ କଲା ଗିରଫ କ୍ରାଇମବ୍ରାଂଚ ଏସଟିଏଫ”

ମହାପ୍ରଭୁ ଜଗନ୍ନାଥଙ୍କ ବିକାଶ କାର୍ଯ୍ୟକୁ କେହି ଅଟକାଇପାରିବେନି । ପ୍ରସ୍ତାବିତ ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର, ପୁରୀରୁ କେନ୍ଦ୍ରକୁ କଡା ବାର୍ତ୍ତା ଦେଲେ ନବୀନ ।

କନକ ବ୍ୟୁରୋ : ପୁରୀରୁ କେନ୍ଦ୍ରକୁ କଡା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଗସ୍ତ ସମୟରେ ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ ଲକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ନବୀନ । ପ୍ରସ୍ତାବିତ ବାଇ ଲକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ନବୀନ କହିଛନ୍ତି । ଏପରିକି କେହି ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିକାଶ କାର୍ଯ୍ୟକୁ ଅଟକାଇ ପାରିବେନି ବୋଲି କହିଛନ୍ତି ନବୀନ । ମହାପ୍ରଭୁଙ୍କContinue reading “ମହାପ୍ରଭୁ ଜଗନ୍ନାଥଙ୍କ ବିକାଶ କାର୍ଯ୍ୟକୁ କେହି ଅଟକାଇପାରିବେନି । ପ୍ରସ୍ତାବିତ ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର, ପୁରୀରୁ କେନ୍ଦ୍ରକୁ କଡା ବାର୍ତ୍ତା ଦେଲେ ନବୀନ ।”

ଚଳନ୍ତା କାରରେ ଲାଗିଲା ନିଆଁ : ଡ୍ରାଇଭର୍ ସୁରକ୍ଷିତ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : କଟକ ଜିଲ୍ଲା ମାହାଙ୍ଗା ଥାନା ମଧୁପୁରଠାରେ ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଥିବା ସୂଚନା ରହିିଛି । ଗାଡ଼ିଟି ଦୋବନ୍ଧିଆରୁ ଜୟପୁର ଯାଉଥିବା ବେଳେ ମଧୁପୁରଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଗାଡ଼ିରେ ନିଆଁ ଲାଗିବା ପରେ ଗାଡ଼ିର ଡ୍ରାଇଭର୍‌ ଗାଡିରୁ ବାହାରି ପଡ଼ିଥିଲେ । ଧୀରେ ଧୀରେ ଗାଡ଼ିଟି ବେଶି ବେଶି ଜଳିବାକୁ ଲାଗିଥିଲା । ଡ୍ରାଇଭର୍‌ ଗାଡ଼ିରେ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିContinue reading “ଚଳନ୍ତା କାରରେ ଲାଗିଲା ନିଆଁ : ଡ୍ରାଇଭର୍ ସୁରକ୍ଷିତ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ”

Design a site like this with WordPress.com
Get started