ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଜାରି : ଟିକାକରଣକୁ ପ୍ରଶଂସା କଲେ ପୋଲିସ ଡିଜି; କମିଶନର କହିଲେ, ‘ଗୁଳିକୁ ଡରୁନୁ, ଟିକାକୁ କାହିଁକି ଡରିବୁ’

କନକ ବ୍ୟୁରୋ : ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଜାରି ରହିଛି ଟିକାକରଣ । କଟକ, ଭୁବନେଶ୍ୱର, ସମ୍ବଲପୁର ସମେତ ସାରା ରାଜ୍ୟରେ ଟିକା ନେବା ପାଇଁ ଆଗେଇ ଆସିଲେ ଆଗଧାଡିର ଯୋଦ୍ଧା । ପୋଲିସି ଡିଜି ଅଭୟ ମଧ୍ୟ ଟିକାକରଣରେ ସାମିଲ ହୋଇଛନ୍ତି । ଏବଂ ଟିକାକରଣକୁ ପ୍ରଶଂସା କରିଛନ୍ତି ପୋଲିସ ଡିଜି । ସେପଟେ କମିଶନର କହିଛନ୍ତି ‘ଗୁଳିକୁ ଡରିନୁ, ଟିକାକୁ କାହିଁକି ଡରିବୁ’ । ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁContinue reading “ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଜାରି : ଟିକାକରଣକୁ ପ୍ରଶଂସା କଲେ ପୋଲିସ ଡିଜି; କମିଶନର କହିଲେ, ‘ଗୁଳିକୁ ଡରୁନୁ, ଟିକାକୁ କାହିଁକି ଡରିବୁ’”

ବହୁ ଚର୍ଚ୍ଚିତ ମାହାଙ୍ଗା ମର୍ଡର ମାମଲା : ଫେରାର ମୁଖ୍ୟ ଅଭିଯୁକ୍ତ ମୃତ, ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ସୂଚନା ।

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ନୂଆ ମୋଡ । ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର । ଟାଙ୍ଗୀ ଅଞ୍ଚଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ନିର୍ମାଣଧୀନ ଟୋଲ ଗେଟ ନିକଟରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଥିବା ବେଳେ ଟ୍ରକ ଚାପାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ହୋଇଛି । ତେବେ ଏହା ଦୁର୍ଘଟଣାContinue reading “ବହୁ ଚର୍ଚ୍ଚିତ ମାହାଙ୍ଗା ମର୍ଡର ମାମଲା : ଫେରାର ମୁଖ୍ୟ ଅଭିଯୁକ୍ତ ମୃତ, ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ସୂଚନା ।”

ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନକୁ ନେଇ ଘନଉଛି ବିବାଦ : ୧୫ ଜଣଙ୍କ ନାମାଙ୍କନ ପରେ ଆନ୍ଧ୍ର କରୁଛି ନିର୍ବାଚନର ଜୋରଦାର ପ୍ରସ୍ତୁତି

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶା ଅନ୍ତର୍ଗତ କୋଟିଆ ଅଂଚଳରେ ପଂଚାୟତ ନିର୍ବାଚନ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଠିକ୍ ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ କୋଟିଆ ପଂଚାୟତର ବିକାଶ ରାସ୍ତା ଖୋଲିଛନ୍ତି । କୋଟିଆ ପଂଚାୟତକୁ ଆଦର୍ଶ ପଂଚାୟତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଖୁବ ଶୀଘ୍ର ସେ ନିଜେ କୋଟିଆ ଯିବେ ବୋଲି ସୂଚନା ଦେଇଛନ୍ତିContinue reading “ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନକୁ ନେଇ ଘନଉଛି ବିବାଦ : ୧୫ ଜଣଙ୍କ ନାମାଙ୍କନ ପରେ ଆନ୍ଧ୍ର କରୁଛି ନିର୍ବାଚନର ଜୋରଦାର ପ୍ରସ୍ତୁତି”

ମାଓ ଭୟରେ ଗାଁ ଛାଡ଼ିଲେ ସରପଂଚଙ୍କ ପରିବାର : ପୋଲିସ ଇନଫର୍ମର ସନ୍ଦେହରେ ପୁଅକୁ ହତ୍ୟା କରିବା ପରେ ଗାଁଠାରୁ ଦୂରେଇ ରହିଲେ ଦୌପଦୀ ପାତ୍ରଙ୍କ ପରିବାର

କନକ ବ୍ୟୁରୋ : ମାଓ ଭୟରେ ଗାଁ ଛାଡ଼ିଲେ ସରପଂଚଙ୍କ ପରିବାର । ପୁଲିସ ଉପରୁ ଆସ୍ଥା ହରାଇ ଗାଁ ଛାଡ଼ିଥିବା ସୂଚନା । କନ୍ଧମାଳ ଜିଲ୍ଲା ବେଲଘର ଥାନା ଇଲାକାରେ ଲାଲ୍ ଆତଙ୍କରେ ଲୋକେ ଥରହର । କିଛିଦିନ ତଳେ ମାଓବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁ ପୁଅକୁ ହରାଇଥିବା ସରପଂଚଙ୍କ ପରିବାର ମଧ୍ୟ ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଛନ୍ତି । ଭଣ୍ଡରଙ୍ଗି ସରପଂଚ ଦୌପଦୀ ପାତ୍ରଙ୍କ ପୁଅ ଭବାନୀଙ୍କୁ ପୁଲିସ ଇନଫର୍ମର କହି ମାଓବାଦୀମାନେ ହାତଗୋଡ଼Continue reading “ମାଓ ଭୟରେ ଗାଁ ଛାଡ଼ିଲେ ସରପଂଚଙ୍କ ପରିବାର : ପୋଲିସ ଇନଫର୍ମର ସନ୍ଦେହରେ ପୁଅକୁ ହତ୍ୟା କରିବା ପରେ ଗାଁଠାରୁ ଦୂରେଇ ରହିଲେ ଦୌପଦୀ ପାତ୍ରଙ୍କ ପରିବାର”

ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ : ଗଂଜାମରେ ଟିକା ନେଲେ ଜିଲ୍ଲାପାଳ ଓ ଏସପି; କହିଲେ ଭୟ ନକରି ଟିକାକରଣ ପାଇଁ ଆଗକୁ ଆସନ୍ତୁ

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ କୋଭିଡ ୱାରିୟର୍ସଙ୍କୁ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ କୁହାଯାଇଥିବା ବେଳେ ଟିକା ନେବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଆଗେଇ ଆସିଛନ୍ତି । ଗଂଜାମ ଛତ୍ରପୁରରେ ଜିଲ୍ଲାପାଳ ଓ ଏସପି ଟିକା ନେଇଛନ୍ତି । ଟିକା ନେବା ପରେ ନିର୍ଦ୍ଧାରିତ ସମୟ ଯାଏଁ ଟିକାକରଣ କେନ୍ଦ୍ରରେ ବିଶ୍ରାମ ନେଇଥିଲେ । ଏହା ପରେ ଜିଲ୍ଲାପାଳ କହିଛନ୍ତି ଡ଼ରନ୍ତୁ ନାହିଁContinue reading “ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ : ଗଂଜାମରେ ଟିକା ନେଲେ ଜିଲ୍ଲାପାଳ ଓ ଏସପି; କହିଲେ ଭୟ ନକରି ଟିକାକରଣ ପାଇଁ ଆଗକୁ ଆସନ୍ତୁ”

ପୁଣି ଅଲୋଡା ହେଲା ଶିଶୁ କନ୍ୟା : ନଦୀପଠା ନିକଟ ଜଙ୍ଗଲରୁ ନବଜାତକ ଶିଶୁକନ୍ୟା ଠାବ; କନ୍ୟାକୁ କୋଳେଇ ନେଲେ ଦିବ୍ୟାଙ୍ଗ ଯୁବକ

କନକ ବ୍ୟୁରୋ : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଏକ ନବଜାତ ଶିଶୁ କନ୍ୟାକୁ ନଦୀ ପଠାରେ ଦୟନୀୟ ଅବସ୍ଥାରେ କୈାଣସି ଅଜଣା ଲୋକ ଫିଙ୍ଗି ଦେବା ପରେ ଉଦ୍ଧାର ଘଟଣା କେନ୍ଦ୍ରାପଡା ମହାକାଳପଡାରେ ଚର୍ଚ୍ଚାର ବିଷୟ ହୋଇଛି । ଅଳାଇଲୋ ଗାଁର ରମାକାନ୍ତ ସେଠୀ ନାମକ ଜଣେ ଦିବ୍ୟାଙ୍ଗ ଯୁବକ ଗାଁ ଛକରେ ଏକ ଦୋକନ କରି ନିଜ ପରିବାର ଚଳାନ୍ତି । ରମାକାନ୍ତ ଗୋବରୀ ନଦୀ ଉପରେ ଥିବା ସେତୁ ନିକଟକୁContinue reading “ପୁଣି ଅଲୋଡା ହେଲା ଶିଶୁ କନ୍ୟା : ନଦୀପଠା ନିକଟ ଜଙ୍ଗଲରୁ ନବଜାତକ ଶିଶୁକନ୍ୟା ଠାବ; କନ୍ୟାକୁ କୋଳେଇ ନେଲେ ଦିବ୍ୟାଙ୍ଗ ଯୁବକ”

ଗଞ୍ଜାମରେ ଏଣିକି ବ୍ୟାଟେରି ଚାଳିତ ଗାଡିରେ ଉଠିବ ଆବର୍ଜନା । ପୁରୁଷୋତ୍ତମପୁର, ପୋଲସରା ବିଜ୍ଞାପିତ ଅଞ୍ଚଳରେ ଅଭିଯାନ ଆରମ୍ଭ 

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁର, ପୋଲସରା ବିଜ୍ଞାପିତ ଅଂଚଳରେ ଆରମ୍ଭ ହୋଇଛି ଲୋକଙ୍କ ପାଇଁ ବ୍ୟାଟେରି ଚାଳିତ ଗାଡିରେ ଆବର୍ଜନା ଉଠାଇବା ଅଭିଯାନ । ମହିଳାମାନେ ନିଜର ଜୀବନଜୀବିକା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ଏହି ଗାଡିଗୁଡିକୁ ଧରି ସାହି ସାହି ବୁଲୁଛନ୍ତି । ଅଳିଆ, ଆବର୍ଜନା ସଂଗ୍ରହ କରୁଛନ୍ତି । ଟିମରେ ଥିବା ସମସ୍ତ ସଦସ୍ୟ ମହିଳା । ଗାଡି ଡ୍ରାଇଭରଠାରୁ ଆରମ୍ଭ କରି ସୁପରଭାଇଜର, ସ୍ୱଛ ସାଥୀ ବି ମହିଳା । ସକାଳୁContinue reading “ଗଞ୍ଜାମରେ ଏଣିକି ବ୍ୟାଟେରି ଚାଳିତ ଗାଡିରେ ଉଠିବ ଆବର୍ଜନା । ପୁରୁଷୋତ୍ତମପୁର, ପୋଲସରା ବିଜ୍ଞାପିତ ଅଞ୍ଚଳରେ ଅଭିଯାନ ଆରମ୍ଭ “

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନୂଆ କୀର୍ତ୍ତିମାନ : ଲଦ୍ଦାଖର ବିଭିନ୍ନ ଅପହଞ୍ଚ ଓ ପାହାଡି ଇଲାକାରେ ବୁଲିଲେ ଯୋଗବ୍ୟାସ

କନକ ବ୍ୟୁରୋ : ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନୂଆ କୀର୍ତ୍ତିମାନ । ଲଦାଖର ବିଭିନ୍ନ ଅପହଂଚ ଓ ପାହାଡି ଇଲାକାରେ ବୁଲିଛନ୍ତି ଯୋଗବ୍ୟାସ । ଲଦାଖ ପ୍ରଶାସନର ଅନୁମତି ନେଇ ସେ ରେଜାଂଲା ୱାର ମେମୋରିଆଲରେ ପହଂଚିଥିଲେ । ଏପରିକି ଗିଲଗିଟ ବାଲତିସ୍ତାନକୁ ଲାଗି ରହିଥିବା ପାକିସ୍ତାନ ସୀମାରେ ପହଂଚିଥିଲେ ଯୋଗବ୍ୟାସ । ସିଆଚିନର ନୁବ୍ରାଭ୍ୟାଲିରେ ପହଂଚିବା ସହ ଭାରତ ସୀମାର ଶେଷ ଗାଁ ଥାଙ୍ଗରେ ପହଂଚିଛନ୍ତି । ଏଲଏସିରେ ଥିବା ପାକିସ୍ତାନ ବର୍ଡର ପୋଷ୍ଟକୁ ପାଖରୁContinue reading “ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନୂଆ କୀର୍ତ୍ତିମାନ : ଲଦ୍ଦାଖର ବିଭିନ୍ନ ଅପହଞ୍ଚ ଓ ପାହାଡି ଇଲାକାରେ ବୁଲିଲେ ଯୋଗବ୍ୟାସ”

ଅଧାକୋଟି ଟିକାକରଣରେ ଭାରତ ଆଗୁଆ : ମାତ୍ର ୨୧ ଦିନରେ ୫୨ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଗଲାଣି କରୋନା ଟିକା

କନକ ବ୍ୟୁରୋ : କରୋନା ଟିକାକରଣ ମାମଲାରେ ଭାରତ, ବିଶ୍ୱର ଅନ୍ୟ ସମସ୍ତ ଦେଶକୁ ପଛରେ ପକାଇଛି । ସାରା ବିଶ୍ୱରେ ଭାରତ ଦ୍ରୁତତମ ୫୦ ଲକ୍ଷ ଟିକାକରଣ କରି ନୂଆ ମାଇଲଖୁଂଟକୁ ଛୁଇଁଛି । ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାତ୍ର ୨୧ ଦିନ ଭିତରେ ଅଧାକୋଟି ଲୋକଙ୍କୁ ଟିକା ଦେଇଛି ଭାରତ । ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନି କହିଛନ୍ତି, ଭାରତରେ ମାତ୍ର ୨୧ ଦିନରେ ୫୦ଲକ୍ଷContinue reading “ଅଧାକୋଟି ଟିକାକରଣରେ ଭାରତ ଆଗୁଆ : ମାତ୍ର ୨୧ ଦିନରେ ୫୨ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଗଲାଣି କରୋନା ଟିକା”

ଭାଙ୍ଗିଯିବ ଲିଙ୍ଗରାଜ ସିଂହଦ୍ୱାର ମୁଖ୍ୟ କବାଟ ! ସୃଷ୍ଟି ହୋଇଛି ବଡ ବଡ ଫାଟ

ଏକାମ୍ର ପ୍ରକଳ୍ପ ଯୋଜନା କାର୍ଯ୍ୟକ୍ରମ ଜୋର୍‌ଦାର୍‌ ଚାଲିଛି । ମନ୍ଦିର ଚତୁଃପାର୍ଶ୍ବକୁ ସୁନ୍ଦର କରିବା ପାଇଁ ଉଚ୍ଛେଦ କାମ ପୁଣି ଆରମ୍ଭ ହୋଇଛି । କିନ୍ତୁ ମନ୍ଦିରର ସମସ୍ୟା ସମାଧାନ ହୋଇପାରୁନାହିଁ । ପୂର୍ବରୁ ମୁଖ୍ୟ ମନ୍ଦିରରୁ ପାଣି ଗଳିବା ଓ ଆର୍ଥିଂ ନ ଥିବା ସମସ୍ୟା ଥିଲା । ଏବେ ଆଉ ଏକ ସମସ୍ୟା ଦେଖା ଦେଇଛି । ସିଂହଦ୍ବାର ମୁଖ୍ୟ ଦୁଇ କବାଟରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଫାଟ ଯୋଗୁଁ ଏହା ଭାଙ୍ଗିContinue reading “ଭାଙ୍ଗିଯିବ ଲିଙ୍ଗରାଜ ସିଂହଦ୍ୱାର ମୁଖ୍ୟ କବାଟ ! ସୃଷ୍ଟି ହୋଇଛି ବଡ ବଡ ଫାଟ”

Design a site like this with WordPress.com
Get started