କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷିବିଲ୍ କୁ ବିରୋଧ କରି ୨ ମାସରୁ ଅଧିକ ସମୟ ହେବ ଧାରଣାରେ ବସିଥିବା କୃଷକ ମାନଙ୍କ ଡାକରାରେ ଆଜି ସାରା ଦେଶରେ ୩ ଘଣ୍ଟିଆ ଚକା ଜାମ୍ ଆନ୍ଦୋଳନ କରାଯାଉଛି । ଏହି ଚକା ଜାମ୍ ଆନ୍ଦୋଳନ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହୋଇଛି ଓ ଏହା ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । କିଛି ନିଦ୍ଧିଷ୍ଟ କାରଣ ପାଇଁ ଉତ୍ତରପ୍ରଦେଶ,Continue reading “ଚାଷୀଙ୍କ ୩ ଘଣ୍ଟିଆ ଚକା ଜାମ୍ । ଦିଲ୍ଲୀ ସୀମା ସିଲ୍, ୧୦ ମେଟ୍ରୋ ଷ୍ଟେସନ ବନ୍ଦ, ଗାଜିପୁର ଓ ସିଂଘୁ ସୀମାରେ ୫୦ ହଜାର ସୁରକ୍ଷା କର୍ମୀ ମୁତୟନ”
Tag Archives: News
ଓଡିଶାରେ ଚାଷୀଙ୍କ ଚକାଜାମ ଆନ୍ଦୋଳନ : ସମ୍ବଲପୁର, ଜୟପୁର, ବାଲେଶ୍ୱରରେ ରାସ୍ତା ରୋକକରି ଚାଷୀଙ୍କ ଚକାଜାମ; ଭୁବନେଶ୍ୱର ହଂସପାଳରେ ପ୍ରତିବାଦ ବେଳେ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ
କନକ ବ୍ୟୁରୋ : ଆଜି ଦେଶବ୍ୟାପୀ ଚକା ଜାମ୍ କରୁଛନ୍ତି ଚାଷୀ ସଂଗଠନ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଂଟା ଧରି ଅଖ,ଚକ ଜାମ କରୁଛନ୍ତି ଚାଷୀ ସଂଗଠନ । ମିଳିଥିବା ସୂଚନା ଅନୁଯାୟୀ, କଟକ- ଭୁବନେଶ୍ୱର ରାସ୍ତାରେ ହଂସପାଳଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ ଜାରି ରହିଛି। ଏହାଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜାତୀୟ ରାଜପଥର ଉଭୟ ପଟେ ଶହଶହ ସଂଖ୍ୟକ ଗାଡ଼ି ଅଟକି ରହିଛି । ଦେଶବ୍ୟାପୀ ଅଖଚକContinue reading “ଓଡିଶାରେ ଚାଷୀଙ୍କ ଚକାଜାମ ଆନ୍ଦୋଳନ : ସମ୍ବଲପୁର, ଜୟପୁର, ବାଲେଶ୍ୱରରେ ରାସ୍ତା ରୋକକରି ଚାଷୀଙ୍କ ଚକାଜାମ; ଭୁବନେଶ୍ୱର ହଂସପାଳରେ ପ୍ରତିବାଦ ବେଳେ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ”
ପଶ୍ଚିମବଙ୍ଗରେ ପରିବର୍ତ୍ତନ ରଥଯାତ୍ରା ପାଇଁ ବିଜେପିକୁ ମିଳିଲାନି ଅନୁମତି । ସେପଟେ ତୃଣମୂଳ କଂଗ୍ରେସର ବାଇକ୍ ରାଲିକୁ ଅନୁମତି ଦେଲା ରାଜ୍ୟ ପ୍ରଶାସନ । କଡା ଜବାବ୍ ରଖିଲେ ବିଜେପି ନେତା
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନାହିଁ । ହେଲେ ରାଜନୀତି ଏତେ ସରଗରମ ହୋଇଛି ଯେ ଲାଗୁଛି ଯେମିତି ପଶ୍ଚିମବଙ୍ଗରେ ଚାଲିଛି ନିର୍ବାଚନୀ ପ୍ରଚାର । ବିଜେପି ପକ୍ଷରୁ ଶନିବାର ଠାରୁ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ ହେବାକୁ ଥିଲା ଓ ଏହାସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କ ଏକ ସଭା ପାଇଁ ପୋଲିସ ବିଭାଗ ପକ୍ଷରୁ ଅନୁମତି ମଗାଯାଇଥିଲା । ହେଲେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁContinue reading “ପଶ୍ଚିମବଙ୍ଗରେ ପରିବର୍ତ୍ତନ ରଥଯାତ୍ରା ପାଇଁ ବିଜେପିକୁ ମିଳିଲାନି ଅନୁମତି । ସେପଟେ ତୃଣମୂଳ କଂଗ୍ରେସର ବାଇକ୍ ରାଲିକୁ ଅନୁମତି ଦେଲା ରାଜ୍ୟ ପ୍ରଶାସନ । କଡା ଜବାବ୍ ରଖିଲେ ବିଜେପି ନେତା”
ମାଟ୍ରିକ ପାସ୍ କରି ଚାକିରୀ ଖୋଜୁଥିବା ବେକାରୀଙ୍କ ପାଇଁ ଖୁସି ଖବର । ରେଳ ବିଭାଗ ଆଣିଲା ୨୫୦୦ ରୁ ଅଧିକ ନିଯୁକ୍ତି । ବିନା ପରୀକ୍ଷାରେ ମିଳିବ ଚାକିରୀ
କନକ ବ୍ୟୁରୋ : ଆପଣ ମାଟ୍ରିକ ପାସ୍ କରି ଚାକିରୀ ଖୋଜୁଛନ୍ତି କି ? ଯଦି ହଁ ତେବେ ଭାରତୀୟ ରେଳ ବିଭାଗ ଆପଣଙ୍କ ପାଇଁ ଆଣିଛି ଏକ ବଡ ସୁଯୋଗ । ସେଂଟ୍ରାଲ ରେଲୱେ ପକ୍ଷରୁ ଟ୍ରେଡ୍ ଶିକ୍ଷାର୍ଥୀ ମାନଙ୍କ ପାଇଁ ୨୫୩୨ ପଦବୀରେ ନିଯୁକ୍ତି ଦେବାକୁ ଘୋଷଣା କରିଛି । ରେଲୱେ ରିକ୍ରୁଟିମେଣ୍ଟ ସେଲ ବା (ଆର.ଆର.ସି) ପକ୍ଷରୁ ବିଭିନ୍ନ ଟ୍ରେଡରେ ନିଯୁକ୍ତି ଦିଆଯିବ । ରେଳ ବିଭାଗର ସୂଚନା ମୁତାବକ ଟ୍ରେଡ୍ ଶିକ୍ଷାର୍ଥୀContinue reading “ମାଟ୍ରିକ ପାସ୍ କରି ଚାକିରୀ ଖୋଜୁଥିବା ବେକାରୀଙ୍କ ପାଇଁ ଖୁସି ଖବର । ରେଳ ବିଭାଗ ଆଣିଲା ୨୫୦୦ ରୁ ଅଧିକ ନିଯୁକ୍ତି । ବିନା ପରୀକ୍ଷାରେ ମିଳିବ ଚାକିରୀ”
ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ଶ୍ବାସରୁଦ୍ଧ କରି ହତ୍ୟା ସନ୍ଦେହ ଦୃଢ଼ୀଭୂତ
କନକ ବ୍ୟୁରୋ : ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇନାହିଁ। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ହିଁ ତାଙ୍କୁ ଭୁବନେଶ୍ବରର ଓୟୋ ଶିବସାଇ ଗେଷ୍ଟହାଉସ୍ରେ ହତ୍ୟା କରିଛି ଏବଂ ପ୍ରମାଣ ନଷ୍ଟ ପାଇଁ ଶବକୁ ୧୦୦ କିମି ଦୂର ଯାଜପୁର ଜିଲ୍ଲାର କୁଆଖିଆ ନିକଟରେ ଫିଙ୍ଗିଛି । ରାକେଶଙ୍କୁ ରିମାଣ୍ଡରେ ଆଣି ଜେରା ଏବଂ କ୍ରାଇମ୍ ସିନ୍ ରିକ୍ରିଏଟ କରିବା ବେଳେ ପୁଲିସକୁ ଏ ନେଇ ଠୋସ୍ ପ୍ରମାଣ ମିଳିଛି । ପୁଲିସContinue reading “ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ଶ୍ବାସରୁଦ୍ଧ କରି ହତ୍ୟା ସନ୍ଦେହ ଦୃଢ଼ୀଭୂତ”
ଆଇପିଏଲ ୨୦୨୧ : ସଚିନଙ୍କ ପୁଅ ଅର୍ଜୁନ କରିପାରନ୍ତି ଏଣ୍ଟ୍ରି, ନିଲାମୀରେ ଭାଗ ନେବାକୁ କରିଛନ୍ତି ରେଜିଷ୍ଟ୍ରେସନ ।
କନକ ବ୍ୟୁରୋ : ୨୦୨୧ ଆଇପିଏଲ ପାଇଁ ଆସନ୍ତା ଫେବ୍ରୁଆରୀ ୧୮ରେ ଖେଳାଳି ନିଲାମୀ ହେବ । ଏଥିପାଇଁ ମୋଟ ୧୦୯୭ ଜଣ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି । କିଛି ପୁରୁଣା ଚେହେରା ନିଲାମ ପ୍ରକ୍ରିୟାରୁ ବାଦ୍ ପଡିଥିବା ବେଳେ କିଛି ନୂଆ ଚେହେରା ଏଣ୍ଟ୍ରି ମାରିଛନ୍ତି । ଆଉ ଏହି ନୂଆ ଚେହେରାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅର୍ଜୁନ ତେନ୍ଦୁଲକର । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପ୍ରଥମଥର ପାଇଁContinue reading “ଆଇପିଏଲ ୨୦୨୧ : ସଚିନଙ୍କ ପୁଅ ଅର୍ଜୁନ କରିପାରନ୍ତି ଏଣ୍ଟ୍ରି, ନିଲାମୀରେ ଭାଗ ନେବାକୁ କରିଛନ୍ତି ରେଜିଷ୍ଟ୍ରେସନ ।”
ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ‘ଚକାଜାମ’ ପାଳନ : ଦିନ ୧୨ଟାରୁ ୩ଟା ଯାଏଁ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆହ୍ୱାନ
କନକ ବ୍ୟୁରୋ : ଆଜି ଦେଶବ୍ୟାପୀ ‘ଚକାଜାମ୍’ କରୁଛନ୍ତି ଚାଷୀ ସଂଗଠନ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଂଟା ଧରି ଅଖ,ଚକ ଜାମ କରୁଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକାଜାମ୍ ଆନ୍ଦୋଳନ ହେଉନାହିଁ । ଦେଶର ଅନ୍ୟାନ୍ୟ ଭାଗରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ, ଚାଷୀ ଆନ୍ଦୋଳନକୁ ଅଣଦେଖା, ଆନ୍ଦୋଳନ ସ୍ଥଳରେ ଇଂଟରନେଟ୍ ବ୍ୟାନ୍ ଏବଂ ବଜେଟରେ ଚାଷୀଙ୍କ ଦାବିକୁ ଉପେକ୍ଷା ପ୍ରତିବାଦରେContinue reading “ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ‘ଚକାଜାମ’ ପାଳନ : ଦିନ ୧୨ଟାରୁ ୩ଟା ଯାଏଁ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆହ୍ୱାନ”
ଧାନ ନଉଠିବା ନେଇ ବିଜେପିର ଧାରଣା : ମଣ୍ଡିରେ ପଡିରହିଛି ୨ଲକ୍ଷରୁ ଅଧିକ ବସ୍ତା ଧାନ; ୨୪ଘଣ୍ଟାରେ ଧାନ ନଉଠିଲେ ଆନ୍ଦୋଳନ ତୀବ୍ର ହେବା ନେଇ ଚେତାବନୀ
କନକ ବ୍ୟୁରୋ : ମଣ୍ଡିରୁ ଧାନ ନଉଠିବା ନେଇ ବିଜେପିର ବିକ୍ଷୋଭ । ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଧାନ ଉଠୁନଥିବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ଓ ଧାରଣା କରିଛି ବିଜେପି । ଏହାସହ ସରକାରଙ୍କ ୨୪ଘଂଟାର ମହଲତ ଦିଆଯାଇଛି । ଜିଲ୍ଲାର ମଣ୍ଡି ଗୁଡିକରେ ୨ଲକ୍ଷ କ୍ୱିଂଟାଲ ଧାନ ପଡିରହିଛି । ଏବେ ବି ୧୨ଲକ୍ଷ ଚାଷୀଙ୍କ ଧାନ କିଣାଯାଇନଥିବା ଅଭିଯୋଗ କରି ଜିଲ୍ଲାର ସମସ୍ତ ମଣ୍ଡି ସମ୍ମୁଖରେ ବିଜେପିର କର୍ମକର୍ତ୍ତା ଧାରଣା ଦେଇଛନ୍ତି ।Continue reading “ଧାନ ନଉଠିବା ନେଇ ବିଜେପିର ଧାରଣା : ମଣ୍ଡିରେ ପଡିରହିଛି ୨ଲକ୍ଷରୁ ଅଧିକ ବସ୍ତା ଧାନ; ୨୪ଘଣ୍ଟାରେ ଧାନ ନଉଠିଲେ ଆନ୍ଦୋଳନ ତୀବ୍ର ହେବା ନେଇ ଚେତାବନୀ “
ରିଚାର୍ଜ କରିବା ନାଁରେ ଠକିବା ମାମଲା : ମୁହଁ ଖୋଲିଲେ ‘ସାଙ୍ଗଭି ଏଣ୍ଟରପ୍ରାଇଜର୍ସ’ର କର୍ତ୍ତୃପକ୍ଷ; କହିଲେ, ସ୍ମିମ ବିଷୟରେ ଲୋକଙ୍କୁ ଦିଆଯାଇଛି ଭୁଲ ତଥ୍ୟ
କନକ ବ୍ୟୁରୋ : ରିଚାର୍ଜ କରିବା ନାଁରେ ଲୋକଙ୍କୁ ଠକିବା ନେଇ ଅଭିଯୋଗ ହୋଇଥିବା କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ର କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି । ସାଙ୍ଗଭି ଏଂଟରପ୍ରାଇଜର୍ସ’ର ମୁଖ୍ୟ ବିପ୍ର ସ୍ୱାଇଁ ଅଭିଯୋଗକୁ ଅସ୍ୱୀକାର କରିବା ସହ ମୂଳ ସ୍ମିମ ବିଷୟରେ ଲୋକଙ୍କୁ ଭୁଲ ତଥ୍ୟ ଦିଆଯାଇଛି ଏବଂ କମ୍ପାନୀ କାହାରିକୁ ଠକି ନଥିବା କହିଛନ୍ତି । ସେପଟେ ଏହି ଠକେଇ ଘଟଣା ଅଭିଯୋଗରେ ଏଜେଂଟଙ୍କ ଉପରେ ଦୋଷ ଲଦିଛନ୍ତି କମ୍ପାନୀର ଆଇନଜୀବୀ ।Continue reading “ରିଚାର୍ଜ କରିବା ନାଁରେ ଠକିବା ମାମଲା : ମୁହଁ ଖୋଲିଲେ ‘ସାଙ୍ଗଭି ଏଣ୍ଟରପ୍ରାଇଜର୍ସ’ର କର୍ତ୍ତୃପକ୍ଷ; କହିଲେ, ସ୍ମିମ ବିଷୟରେ ଲୋକଙ୍କୁ ଦିଆଯାଇଛି ଭୁଲ ତଥ୍ୟ”
ନିଜର ଶକ୍ତି ବଢାଇବାକୁ ପାକିସ୍ତାନର ପ୍ରୟାସ । ଧିରେ ଧିରେ କାଙ୍ଗାଳ ପଥରେ ଗତିକରୁଥିବା ପାକିସ୍ତାନ କିଣିବାକୁ ଯାଉଛି ବୁଡା ଜାହାଜ
ନୌସେନାର ଆଧୁନିକୀକରଣ ଲାଗି ପାକିସ୍ତାନ ତା’ର ଘନିଷ୍ଠ ବନ୍ଧୁ ଚୀନ୍ ଠାରୁ ୪ଟି ଆଧୁନିକ ଯୁଦ୍ଧପୋତ ଏବଂ ଆଠଟି ବୁଡ଼ାଜାହାଜ ଆଣିବ ବୋଲି ପାକିସ୍ତାନ ନୌସେନାର ମୁଖ୍ୟ କହିଛନ୍ତି। ପାକିସ୍ତାନ ନୌସେନା ନିମନ୍ତେ ଜାନୁଆରି ୨୯ ତାରିଖ ଦିନ ଚୀନ୍ ଦ୍ୱିତୀୟ ‘ଟାଇପ୍ ୦୫୪ଏ/ପି’ ବହୁମୁଖୀ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପକାରୀ ଯୁଦ୍ଧପୋତ ନିର୍ମାଣ ଆରମ୍ଭ କରିଛି । ଏହି ‘ଗାଇଡେଡ୍-ମିସାଇଲ୍’ ଯୁଦ୍ଧପୋତ ହେଉଛି ‘ଚୀନା ପିପୁଲ୍ସ୍ ଲିବରେସନ୍ ଆର୍ମି’ ନୌସେନାର ମେରୁଦଣ୍ଡ । ସେମାନଙ୍କ ପାଖରେ ଏହିପରିContinue reading “ନିଜର ଶକ୍ତି ବଢାଇବାକୁ ପାକିସ୍ତାନର ପ୍ରୟାସ । ଧିରେ ଧିରେ କାଙ୍ଗାଳ ପଥରେ ଗତିକରୁଥିବା ପାକିସ୍ତାନ କିଣିବାକୁ ଯାଉଛି ବୁଡା ଜାହାଜ”