କନକ ବ୍ୟୁରୋ : କେନ୍ଦ୍ରର କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନଙ୍କୁ ଭେଟିବାକୁ ଆଜି ସକାଳେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାନ୍ତ ଗାଜିପୁରରେ ପହଞ୍ଚିଥିବା ୧୦ଟି ବିରୋଧୀ ରାଜନୈତିକ ଦଳର ୧୫ଜଣ ସାଂସଦଙ୍କୁ ପୁଲିସ ଅଟକାଇଥିବା କଥା ଜଣେ ସାଂସଦ କହିଛନ୍ତି । ଶୀରୋମଣି ଅକାଳି ଦଳର ହର୍ସିମ୍ରତ୍ କୌର୍ ବାଦଲ, ନ୍ୟାସ୍ନାଲିଷ୍ଟ୍ କମ୍ୟୁନିଷ୍ଟ୍ ପାର୍ଟିର ସୁପ୍ରିୟା ସୁଲେ, ଡିଏମ୍କେର କାନିମୋଝି ଏବଂ ତୃଣମୂଳ କଂଗ୍ରେସର ସୌଗତ ରାୟଙ୍କ ସମେତ ଅନ୍ୟ ସାଂସଦମାନେ ଏକ ବସ୍ରେ ଦିଲ୍ଲୀContinue reading “କୃଷକଙ୍କୁ ଭେଟିଲେ ବିରୋଧୀ ଦଳ । ପ୍ରତିବାଦସ୍ଥଳ ପରିଦର୍ଶନ କଲେ ୧୦ ବିରୋଧୀ ଦଳର ୧୫ ସାଂସଦ ।”
Tag Archives: News
ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ । ୩,୩୫,୩୬୯ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।
କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୧ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ବାକି ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୩୬୯ ହୋଇଥିବା ବେଳେ ଏବେ ସୁସ୍ଥ ହୋଇ ସାରିଲେଣିContinue reading “ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ । ୩,୩୫,୩୬୯ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।”
ରାସ୍ତା କଡରୁ ମିଳିଲା ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ । କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ ।
କନକ ବ୍ୟୁରୋ : ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର । ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତାରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଂଚି ତଦନ୍ତ କରୁଛି । ତେବେ ରାସ୍ତାରେ ମହିଳାଙ୍କୁ ମୃତଦେହ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ମୃତଦେହଟିକୁ ଉଦ୍ଧାର କରାଯାଇଛି, ତାହାContinue reading “ରାସ୍ତା କଡରୁ ମିଳିଲା ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ । କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ । “
ହେଲମେଟ୍ ପିନ୍ଧିନଥିଲେ ବୋଲି ଟ୍ରକ ଚାଳକ ଗଣିଲେ ଜୋରିମାନା । ବସିଥିବା ହେଲପର ପାଇଁ ମଧ୍ୟ କଟଗଲା ଚାଲାଣ ।
କନକ ବ୍ୟୁରୋ : ହେଲମେଟ୍ ପିନ୍ଧିନଥିଲେ ବୋଲି ଟ୍ରକ ଚାଳକ ଗଣିଛନ୍ତି ଜରିମାନା । କେବଳ ଚାଳକ ନୁହନ୍ତି, ବସିଥିବା ହେଲପର ପାଇଁ ମଧ୍ୟ ପିଲିଅନ୍ ହେଲମେଟ୍ ପାଇଁ କଟା ଯାଇଛି ଚାଲାଣ । ଏଭଳି ବିଚିତ୍ର ଘଟଣା ଯାଜପୁର ପୁଲିସ ଅଂଚଳରେ ଘଟିଛି । ସୂଚନା ମୁତାବକ ପହରକଂଟାର ଜ୍ୟୋତିରଂଜନ ସାହୁଙ୍କର ଏକ ଟ୍ରକ ରହିଛି । ଏହି ଟ୍ରକ ନେଇ ଚାଳକ ପ୍ରକାଶ ପାଣି ଯାଜପୁରରୁ ଚଣ୍ଡିଖୋଲ ଫେରୁଥିଲେ । ଚଣ୍ଡିଖୋଲ ଛକଠାରୁ ଏକContinue reading “ହେଲମେଟ୍ ପିନ୍ଧିନଥିଲେ ବୋଲି ଟ୍ରକ ଚାଳକ ଗଣିଲେ ଜୋରିମାନା । ବସିଥିବା ହେଲପର ପାଇଁ ମଧ୍ୟ କଟଗଲା ଚାଲାଣ ।”
ଇଏ ସେହି ସ୍କୁଟି । ଝରାଫୁଲ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଲା ବଡ଼ ସୁରାକ ।
କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ବଡ଼ ସୁରାକ । ଭୁବନେଶ୍ୱର ସୁନ୍ଦରପଦାରୁ ମିଳିଲା ସ୍କୁଟର । ସ୍କୁଟରକୁ ଜବତ କଲା ଯାଜପୁର ପୋଲିସ । ସ୍କୁଟରରେ ଝରାଫୁଲକୁ ନେଇ ଯାଇଥିଲା ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ତାହାର ସହଯୋଗୀ । ତେବେ ଗତକାଲି ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ଯାଜପୁରରୁ ଭୁବନେଶ୍ୱରକୁ ଆଣି ସିନ-ରିକ୍ରିଏଟ୍ କରିଥିଲା କୁଆଖିଆ ପୁଲିସ । ସୁନ୍ଦରପଦାରେ ଥିବା ଅଭିଯୁକ୍ତର ଘର, ପୋଖରୀପୁଟ ମଧୁସୁଦନContinue reading “ଇଏ ସେହି ସ୍କୁଟି । ଝରାଫୁଲ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଲା ବଡ଼ ସୁରାକ । “
କାଲିଠୁ ଇଣ୍ଡିଆ-ଇଂଲଣ୍ଡ କଡା ମୁକାବିଲା । ଚେନ୍ନାଇରେ ଖେଳାଯିବ ପ୍ରଥମ ଟେଷ୍ଟ ।
କନକ ବ୍ୟୁରୋ : ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ଅଷ୍ଟ୍ରେଲିଆ ଗସ୍ତର ଐତିହାସିକ ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳର ନଜର ଏବେ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ଉପରେ ରହିଛି । ଅଧିନାୟକ ବିରାଟ କୋହଲି ଫେରିବା ପରେ ଦଳ ଅଧିକ ଶକ୍ତିଶାଳୀ ହୋଇଛି । ତେବେ କିଛି ଅଭିଜ୍ଞ ଫେରିବା ପରେ ଦଳୀୟ ଅଧିକାରୀମାନେ ଏବେ ଚୂଡ଼ାନ୍ତ ଏକାଦଶ ଚୟନ ନେଇ ଦ୍ବନ୍ଦ୍ବରେ ରହିଛନ୍ତି । ଅଷ୍ଟ୍ରେଲିଆରେ ଶୃଙ୍ଖଳା ବିଜୟ ଉପହାରContinue reading “କାଲିଠୁ ଇଣ୍ଡିଆ-ଇଂଲଣ୍ଡ କଡା ମୁକାବିଲା । ଚେନ୍ନାଇରେ ଖେଳାଯିବ ପ୍ରଥମ ଟେଷ୍ଟ ।”
ଚାଷୀ ଆନ୍ଦୋଳନକୁ ନେଇ ଆମେରିକାର ପ୍ରତିକ୍ରିୟା । ୱାଂଶିଟନ କହିଲା, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଗଣତନ୍ତ୍ରର ଅଂଶ, ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଜରୁରୀ ।
କନକ ବ୍ୟୁରୋ : ଦେଶରେ ଚାଲିଥିବା କୃଷି ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଆମେରିକା ଏନେଇ ପ୍ରତିକ୍ରିୟା ରଖିଛି । ଆମେରିକା କହିଛି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଗଣତନ୍ତ୍ରର ଅଂଶ ଓ ଏନେଇ କଥାବାର୍ତ୍ତା ଜରିଆରେ ଆଲୋଚନା ହେବା ଦରକାର । ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, କୃଷିକୁ ଭଲ କରିବା ଲାଗି ଯେକୌଣସି ପଦକ୍ଷେପକୁ ଆମେରିକା ସ୍ୱାଗତ କରିବ । ସେପଟେ ସୋସିଆଲ ମିଡିଆରେ ଚାଷୀ ଆନ୍ଦୋଳନକୁ ନେଇContinue reading “ଚାଷୀ ଆନ୍ଦୋଳନକୁ ନେଇ ଆମେରିକାର ପ୍ରତିକ୍ରିୟା । ୱାଂଶିଟନ କହିଲା, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଗଣତନ୍ତ୍ରର ଅଂଶ, ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଜରୁରୀ ।”
ସେଦିନର ଭାରୋତ୍ତଳନକାରୀ, ଆଜିର ଶ୍ରମିକ । ଘରେ ଅଛି ମାଳମାଳ ମେଡାଲ, ହେଲେ ପୂରୁନି ପେଟ । କାନ୍ଧରେ ଜୀବନର ବୋଝ ବୋଲି ପର ଘରେ ମୂଲ ଲାଗୁଛନ୍ତି ଉମରକୋଟର ଅରୁଣ ।
କନକ ବ୍ୟୁରୋ : ପର ଜମିରେ ମୂଲ ଲାଗୁଛନ୍ତି ଅନେକ ସ୍ୱର୍ଣ୍ଣ ପଦକର ଅଧିକାରୀ ଅନ୍ତର୍ଜାତୀୟ ଭାରତୋଳନକାରୀ । ଅନ୍ତଃଜାତୀୟ ପ୍ରତିଯୋଗିତାରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ପ୍ରତିଭା ଆଜି ଦିନ ମଜୁରିଆ ସାଜିଛନ୍ତି । ଭାରତୋଳନ କରି ଦେଶ ପାଇଁ ମେଡାଲ ଆଣିଥିବା ପ୍ରତିଭାଙ୍କ ପାଇଁ ଆଜି ପରିବାର ବୋଝ ପାଲଟି ଯାଇଛି । ଦିନେ ଭାରତୋଳନ କରିବାକୁ ମନରେ ପ୍ରବଳ ଆଗ୍ରହ ଥିଲା, ଦେହରେ ଭୀମର ବଳ ଥିଲା, ହେଲେ ଏବେ ପରିବାରContinue reading “ସେଦିନର ଭାରୋତ୍ତଳନକାରୀ, ଆଜିର ଶ୍ରମିକ । ଘରେ ଅଛି ମାଳମାଳ ମେଡାଲ, ହେଲେ ପୂରୁନି ପେଟ । କାନ୍ଧରେ ଜୀବନର ବୋଝ ବୋଲି ପର ଘରେ ମୂଲ ଲାଗୁଛନ୍ତି ଉମରକୋଟର ଅରୁଣ ।”
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୋଇପଡିଛି ସିସିଟିଭି । ଜିନିଷ ଚୋରି ହେଲେ ରାତ୍ର ଜଗୁଆଳ ମୁଣ୍ଡରେ ଅଠା ।
କନକ ବ୍ୟୁରୋ : ଅପରାଧ ରୋକିବାରେ ମୁଖ୍ୟ ଅସ୍ତ୍ର ସାଜିଛି ସିସିଟିଭି । ଦିନ ହେଉ ଅବା ରାତି ସବୁ ସମୟରେ ସୁରକ୍ଷା ଯୋଗାଉଛି । କିନ୍ତୁ ଆଜିର ଏହି ସମୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସିସିଟିଭି ସୁରକ୍ଷା ଠାରୁ ଦୂରରେ । ଯଦି ଏପରି ପରିସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ବି ଅଘଟଣ ଘଟେ ତାକୁ ପ୍ରମାଣିତ କରିବା ପାଇଁ କୌଣସି ଉପାୟ ନାହିଁ, ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।Continue reading “ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୋଇପଡିଛି ସିସିଟିଭି । ଜିନିଷ ଚୋରି ହେଲେ ରାତ୍ର ଜଗୁଆଳ ମୁଣ୍ଡରେ ଅଠା ।”
ଅସମ୍ଭବ ହେଲା ଆମ୍ବୁଲାନ୍ସ ଆସିବା, ସେନା ଗାଡ଼ିରେ ଜନ୍ମ ନେଲା ଶିଶୁ । କୁପୱାଡ଼ାରେ ଯବାନଙ୍କ ମହାନତାକୁ ସୋସିଆଲ ମିଡ଼ିଆରେ ସଲାମ୍
କନକ ବ୍ୟୁରୋ: ଆପଣଙ୍କ ସୁଖରେ ସଭିଁଏ ସାମିଲ ହେବେ କିନ୍ତୁ ଦୁଃଖରେ ବାହାନା କରି ଦୂରେଇ ଯିବେ । କିନ୍ତୁ ଯବାନ ସବୁ ସମୟର ସାଥୀ, ଦୁଃଖ ହେଉ କି ସୁଖ, ଯବାନ କେବେ ସୁରକ୍ଷା କବଚ ସାଜିଥାନ୍ତି ତ କେବେ ସେବାର ସାକ୍ଷାତ ଦେବତା । ଠିକ୍ ଏମିତି କିଛି ଯବାନଙ୍କ ମହାନତାର ଏକ କାହାଣୀ କୁପୱାଡ଼ାର କଳାରୁଷରୁ ଆସିଛି । ଯାହାକୁ ଦେଖିଲେ ଆପଣ ବି ସଲାମ୍ ନକରି ରହିପାରିବେ ନାହିଁ । ବରଫContinue reading “ଅସମ୍ଭବ ହେଲା ଆମ୍ବୁଲାନ୍ସ ଆସିବା, ସେନା ଗାଡ଼ିରେ ଜନ୍ମ ନେଲା ଶିଶୁ । କୁପୱାଡ଼ାରେ ଯବାନଙ୍କ ମହାନତାକୁ ସୋସିଆଲ ମିଡ଼ିଆରେ ସଲାମ୍”