ଆଜି ବିଶ୍ୱ କର୍କଟ ଦିବସ । ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିତ୍ସା ।

କନକ ବ୍ୟୁରୋ : ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିତ୍ସା । ଆସନ୍ତା ୨୦୨୬ମସିହା ସୁଦ୍ଧା ଏହି ଚିକିତ୍ସା ସୁବିଧା ଜିଲ୍ଲାସ୍ତରରେ କର୍କଟ ରୋଗୀମାନେ ପାଇପାରିବେ । ରେଡିଓ ଥେରାପି ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ବେଳେ ଜିଲ୍ଲାସ୍ତରରେ ରୋଗୀମାନେ ଏଭଳି ଚିକିତ୍ସାର ସୁଯୋଗ ନେଇପାରିବେ । ଯାହାଫଳରେ ରୋଗୀମାନଙ୍କୁ ଆଉ ଆଚାର୍ଯ୍ୟ ହରିହର ଭଳି କର୍କଟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ଭିମସାର,Continue reading “ଆଜି ବିଶ୍ୱ କର୍କଟ ଦିବସ । ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିତ୍ସା ।”

ସାଇବର ଠକଙ୍କ ଫୋକସରେ ପ୍ରେମୀ ଯୁଗଳ । ଭାଲେଣ୍ଟାଇନ ଡେ ପୂର୍ବରୁ ଦେଉଛନ୍ତି ଦାମିକା ହୋଟେଲରେ ରହିବାର ଅଫର, ହ୍ୱାଟସଆପରେ ମେସେଜ ପଠାଇ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଉଛନ୍ତି ଠକ

ପ୍ରେମୀଯୁଗଳଙ୍କ ପାଇଁ ସାଇବର ଫାଶ । ଭାଲେଣ୍ଟାଇନ୍ ଡେ ନାଁରେ ଖାଲି କରିଦେଉଛନ୍ତି ଆକାଉଣ୍ଟ । ଦିନକୁ ଦିନ ଠକେଇ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ସାଇବର ଠକ । ଆଗକୁ ଭାଲେଣ୍ଟାଇନ୍ ଡେ ଆସୁଥିବାରୁ ଏଥର ସାଇବର ଠକଙ୍କ ଫୋକସରେ ପ୍ରେମୀଯୁଗଳ । ହ୍ୱାଟ୍ସଆପକୁ ଗୋଟିଏ ଲିଙ୍କ ପଠାଉଛନ୍ତି ସେହି ଲିଙ୍କ ଖୋଲି ପ୍ରଶ୍ନର ଉତ୍ତର ଦେଲେ, ଉତ୍ତରଦାତାଙ୍କୁ ମୁମ୍ବାଇ ତାଜ୍ ହୋଟେଲର ଟିକେଟ୍ ଦେବା ସହ ୭ଦିନ ମାଗଣା ରହିପାରିବେ ବୋଲି ଲୋଭContinue reading “ସାଇବର ଠକଙ୍କ ଫୋକସରେ ପ୍ରେମୀ ଯୁଗଳ । ଭାଲେଣ୍ଟାଇନ ଡେ ପୂର୍ବରୁ ଦେଉଛନ୍ତି ଦାମିକା ହୋଟେଲରେ ରହିବାର ଅଫର, ହ୍ୱାଟସଆପରେ ମେସେଜ ପଠାଇ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଉଛନ୍ତି ଠକ”

ସୀମାରେ ପୁଣି ସୈତାନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଜଣେ ଯବାନ ସହିଦ ।

କନକ ବ୍ୟୁରୋ : ଜମ୍ମୁକଶ୍ମୀରର ରଜୌରି ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ବୁଧବାର ଦିନ ପାକିସ୍ତାନୀ ସେନା ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ରଜୌରି ଜିଲ୍ଲାର ସୁନ୍ଦରବନ ସେକ୍ଟର୍‌ରେ ପାକିସ୍ତାନ ସୈନିକମାନେ ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା ଅଞ୍ଚଳରେ ଗୁଳି ବର୍ଷଣ କରିବା ସହ ମୋର୍ଟାର୍‌ (ଏକ ଜାତୀୟ ହାତ ବୋମା) ନିକ୍ଷେପ କରିଥିଲେ । ଏହିContinue reading “ସୀମାରେ ପୁଣି ସୈତାନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଜଣେ ଯବାନ ସହିଦ ।”

ଏପ୍ରିଲ୍‌ ସୁଦ୍ଧା ଭାରତରେ ମିଳିବ ରୁଷ୍‌ର କୋଭିଡ୍‌ ଟିକା ‘ସ୍ପୁଟ୍‌ନିକ୍‌’

ନୂଆଦିଲ୍ଲୀ: ମାର୍ଚରୁ ଏପ୍ରିଲ୍‌ ମାସ ମଧ୍ୟରେ ଭାରତରେ ରୁଷ୍‌ ନିର୍ମିତ କରୋନାଭାଇରସ୍‌ ଟିକା ସ୍ପୁଟ୍‌ନିକ-୫ ମିଳିବ ବୋଲି ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟରି’ର ‘ଏପିଆଇ’ ଏବଂ ‘ଫାର୍ମା ସର୍ଭିସେସ୍‌’ର ମୁଖ୍ୟ ଦୀପକ ସାପ୍ରା କହିଛନ୍ତି । ଭାରତରେ ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟରି’ ରୁଷ୍‌ ପ୍ରସ୍ତୁତ କରୋନାଭାଇରସ୍‌ ଟିକା ‘ସ୍ପୁଟ୍‌ନିକ୍‌-୫’ ଉତ୍ପାଦନ କରିବ । ‘ସ୍ପୁଟ୍‌ନିକ୍‌-୫’ ଟିକା କରୋନାଭାଇରସ୍‌ ସଂକ୍ରମଣ ବିରୋଧରେ ୯୧.୬% ଫଳପ୍ରଦ ବୋଲି ନିକଟରେ ‘ଲାନ୍‌ସେଟ୍‌’ ଅଧ୍ୟୟନର ମଧ୍ୟବର୍ତ୍ତୀକାଳୀନ ଫଳାଫଳରୁ ଜଣାପଡ଼ିଛି । ଗଣମାଧ୍ୟମକୁ ଦୀପକ ସାପ୍ରାContinue reading “ଏପ୍ରିଲ୍‌ ସୁଦ୍ଧା ଭାରତରେ ମିଳିବ ରୁଷ୍‌ର କୋଭିଡ୍‌ ଟିକା ‘ସ୍ପୁଟ୍‌ନିକ୍‌’”

ରେଳ ବଜେଟରେ ଓଡିଶାକୁ  ମିଳିଲା ୫୫୨୮ କୋଟି । ନୂଆ ରେଳପଥ, ଗେଜ ପରବର୍ତନ ଓ ଦୋହରୀକରଣ ପାଇଁ ୩୯ ପ୍ରକଳ୍ପ, ୪ ହଜାର ୮୭୭ କିଲୋମିଟର ରେଳପଥ ବିଚ୍ଛାଯିବାର କାର୍ଯ୍ୟକ୍ରମ

କନକ ବ୍ୟୁରୋ : ରେଳ ବଜେଟରେ ଏଥର ଓଡିଶାକୁ ମିଳିଛି  ୫୫୨୮କୋଟି ଟଙ୍କା ।  ଚଳିତବର୍ଷ ବଜେଟରେ ରେଳ ପ୍ରକଳ୍ପଗୁଡିକ ପାଇଁ  ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ମାଗିଥିଲେ ।  କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏ ନେଇ ଟ୍ୱିଟ କରିଛନ୍ତି । ଗୋୟଲ ଦାବି କରିଛନ୍ତି,  ୨୦୦୯-୨୦୧୪ ମଧ୍ୟରେ  ଓଡିଶାର ରେଳପ୍ରକଳ୍ପଗୁଡିକ ଲାଗି  ହାରାହାରି  ୮୩୮ କୋଟି ଟଙ୍କା ଆସିଥିବାବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଛି ।  ଏଥିରେ ନୂଆରେଳପଥContinue reading “ରେଳ ବଜେଟରେ ଓଡିଶାକୁ  ମିଳିଲା ୫୫୨୮ କୋଟି । ନୂଆ ରେଳପଥ, ଗେଜ ପରବର୍ତନ ଓ ଦୋହରୀକରଣ ପାଇଁ ୩୯ ପ୍ରକଳ୍ପ, ୪ ହଜାର ୮୭୭ କିଲୋମିଟର ରେଳପଥ ବିଚ୍ଛାଯିବାର କାର୍ଯ୍ୟକ୍ରମ”

ଧରା ପଡିଲା ପଡୋଶୀ ଆନ୍ଧ୍ରର ବଡ ଷଡଯନ୍ତ୍ର । ଓଡିଶାର ତିନୋଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ରର ବିଜ୍ଞପ୍ତି, ଆସନ୍ତା ୧୩ ଓ ୧୭ ତାରିଖରେ ନିର୍ବାଚନ ପାଇଁ ଘୋଷଣା, ନାମାଙ୍କନ ଦାଖଲ ଆରମ୍ଭ

ପୁଣି ଧରାପଡିଛି ପଡୋଶୀ ଆନ୍ଧ୍ରର ଷଡଯନ୍ତ୍ର । କୋରାପୁଟ ପଟାଙ୍ଗୀ ବ୍ଲକ କୋଟିଆ ଅଂଚଳର ୩ଟି ଗାଁର ନା ବଦଳାଇଛି ଆନ୍ଧ୍ର । ଏହି ଗାଁର ନାଁ ବଦଳାଇ ଚଳିତ ମାସ ୧୩ ଓ ୧୭ ତାରିଖରେ ପଂଚାୟତ ନିର୍ବାଚନ କରିବାକୁ ପଡୋଶୀ ରାଜ୍ୟ ଘୋଷଣା କରିଛି ।  ଏହି ୩ଟି ଗାଁ ହେଲା ତଳଗଞ୍ଜେଇ ପଦର, ଫୁଗଣ ସିନେରି ଓ ଫାଟୁ ସିନେରୀ । ଆନ୍ଧ୍ରର ସାଲୁରୁ ବ୍ଲକ ପକ୍ଷରୁ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶContinue reading “ଧରା ପଡିଲା ପଡୋଶୀ ଆନ୍ଧ୍ରର ବଡ ଷଡଯନ୍ତ୍ର । ଓଡିଶାର ତିନୋଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ରର ବିଜ୍ଞପ୍ତି, ଆସନ୍ତା ୧୩ ଓ ୧୭ ତାରିଖରେ ନିର୍ବାଚନ ପାଇଁ ଘୋଷଣା, ନାମାଙ୍କନ ଦାଖଲ ଆରମ୍ଭ”

ରାଜଧାନୀରେ ନିର୍ମାଣ ହେବ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ। ଉପଲବ୍ଧ ହେବ ସବୁପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା

ରାଜଧାନୀରେ ନିର୍ମାଣ ହେବ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ। ହସ୍ପିଟାଲରେ ସବୁପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ। ଟାଟା ପକ୍ଷରୁ ନିର୍ମାଣ କରାଯିବାକୁ ଥିବା କ୍ୟାନସର ହସ୍ପିଟାଲ ଯୋଜନା ଏବେ ଦୋଳାୟମାନ ସ୍ଥିତିରେ ରହିଛି। ତେଣୁ ଏହାର ବିକଳ୍ପ ଭାବେ ରାଜ୍ୟ ସରକାର ଭୁବନେଶ୍ବରରେ ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି। ଚଳିତମାସରେ ହସ୍ପିଟାଲ ନିର୍ମାଣ ନେଇ ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି। ୨୦୧୯ ମସିହା ଫେବ୍ରୁଆରିContinue reading “ରାଜଧାନୀରେ ନିର୍ମାଣ ହେବ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ। ଉପଲବ୍ଧ ହେବ ସବୁପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା”

ରାଉରକେଲାରୁ ଆସିଲା ଦୁଃଖଦ ଖବର । ପାର୍ସଲ ଭ୍ୟାନ ଧକ୍କାରେ ଦୁଇ ହାତୀ ମୃତ, ୨ ବଗି ବି ଲାଇନଚ୍ୟୁତ

ଟ୍ରେନ ଧକ୍କାରେ ୨ ହାତୀ ମୃତ । ରାଉରକେଲା ମୁମ୍ବାଇ ମୁଖ୍ୟ ରେଳ ପଥର ବିଶ୍ରା ଫରେଷ୍ଟ ରେଂଚ ଅନ୍ତର୍ଗତ ମହିପାଣି ଲେବୁଲ କସିଂରେ ଘଟିଛି ଏହି ଘଟଣା । ୧୨ରୁ ୧୪ ହାତୀ ପଲ ଟ୍ରେନ ଲାଇନରେ ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ହାତୀକୁ ଧକ୍କା ଦେଇଥିଲା । ଦୁଇଟି ମାଇ ହାତୀ ଘଟଣା ସ୍ଥଳରେ ମୃତ । ବନ୍ଧମୁଣ୍ଡା ଏୟାର ଏମ୍, ଅନ୍ୟ ପଦାଧିକାରୀମାନେ ଘଟଣା ସ୍ଥଳରେ ପହଂଚିଛନ୍ତି । ଲାଇନContinue reading “ରାଉରକେଲାରୁ ଆସିଲା ଦୁଃଖଦ ଖବର । ପାର୍ସଲ ଭ୍ୟାନ ଧକ୍କାରେ ଦୁଇ ହାତୀ ମୃତ, ୨ ବଗି ବି ଲାଇନଚ୍ୟୁତ”

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଦେଶୀ ବୋଟରେ ପାର ହେବା ବେଳ ମଝିରାସ୍ତାରେ ଶିଶୁପୁତ୍ର ଜନ୍ମ

ପୁଣି ସାମ୍ନାକୁ ଆସିଛି ଆଉ ଏକ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ବିଶାଳ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଆର ପାଖରେ ଡାକ୍ତରଖାନା । ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରର ଅପର ପାଖରେ ଥିବା ଏନ୍ ପାଡେପଦର ପଂଚାୟତର ଲିଟିମାସ୍କ ଗାଁ । ସ୍ଥାନୀୟ ଭାଗିରଥୀ ମାଝୀଙ୍କ ପତ୍ନୀ ସରୋଜିନୀଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ଜଳଭଣ୍ଡାରରେ ରୋଗୀଙ୍କ ଯାତାୟତ ପାଇଁ ଥିବା ଆମ୍ବୁଲାନ୍ସ ବୋଟକୁ ଖବର ଦେଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଏହାContinue reading “ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଦେଶୀ ବୋଟରେ ପାର ହେବା ବେଳ ମଝିରାସ୍ତାରେ ଶିଶୁପୁତ୍ର ଜନ୍ମ”

କରୋନା ମୁକାବିଲାରେ ଭାରତର ନିଆରା ରେକର୍ଡ । ମାତ୍ର ୧୮ ଦିନରେ ୪୦ ଲକ୍ଷ ବ୍ୟକ୍ତିଙ୍କୁ କରାଗଲାଣି ଟିକାକରଣ

କରୋନା ଟିକାକରଣରେ ଭାରତ ଦ୍ରୁତତମ ଦେଶ ଭାବରେ ୪ ମିଲିଅନ୍ ବା ୪୦ ଲକ୍ଷ ଛୁଇଁବାକୁ ଯାଉଛି । ଟିକାକରଣ ଆରମ୍ଭ ହେବାର ମାତ୍ର ୧୮ ଦିନରେ ଏହି ସଫଳତା ମିଳିଛି । ଏହି ସମୟରେ ଦେଶର ୪୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି । ତେବେ ଏହି ସ୍ତରକୁ ଛୁଇବା ପାଇଁ ଆମେରିକାରୁ ୨୦ ଦିନ ଓ ୟୁକେକୁ ଲାଗିଥିଲା ୩୯ ଦିନ । ଫେବୃଆରୀ ୨ ତାରିଖ ସୁଦ୍ଧା ଦେଶର ମଧ୍ୟ ପ୍ରଦେଶରେContinue reading “କରୋନା ମୁକାବିଲାରେ ଭାରତର ନିଆରା ରେକର୍ଡ । ମାତ୍ର ୧୮ ଦିନରେ ୪୦ ଲକ୍ଷ ବ୍ୟକ୍ତିଙ୍କୁ କରାଗଲାଣି ଟିକାକରଣ”

Design a site like this with WordPress.com
Get started