ଅକ୍ଟୋବର ସୁଦ୍ଧା ଛୋଟ ପିଲାଙ୍କ ପାଇଁ ଆସିବ କରୋନା ଟିକା । ଏକ୍ସିମ ଗ୍ରୁପ ମୁଖ୍ୟ ପି.ସି ନାମ୍ବିଆର, ନବଜାତ ଶିଶୁଙ୍କୁ ଦିଆଯାଇ ପାରିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ।

କନକ ବ୍ୟୁରୋ: ସାରା ଦେଶରେ କରୋନା ଟିକାକରଣ ଜୋରସରରେ ଆଗେଇ ଚାଲିଥିବା ବେଳେ ସେହି ଟିକାକୁ ନେଇ ଆସିଛି ଉତ୍ସାହଜନକ ଖବର । ଭାରତରେ କୋଭିସିଲ୍ଡ ଟିକାର ଉତ୍ପାଦନ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି ବର୍ଷ ଶେଷ ଆଡ଼କୁ ଆସିଯିବ ଛୁଆଙ୍କ ପାଇଁ କରୋନା ଟିକା । ଏକ୍ସିମ୍ ଗ୍ରୁପର ଅଧ୍ୟକ୍ଷ ପି.ସି ନାମ୍ବିଆର କହିଛନ୍ତି ଅକ୍ଟୋବର ସୁଦ୍ଧା ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏପରିକି ସେହି ମାସରୁ ନବଜାତContinue reading “ଅକ୍ଟୋବର ସୁଦ୍ଧା ଛୋଟ ପିଲାଙ୍କ ପାଇଁ ଆସିବ କରୋନା ଟିକା । ଏକ୍ସିମ ଗ୍ରୁପ ମୁଖ୍ୟ ପି.ସି ନାମ୍ବିଆର, ନବଜାତ ଶିଶୁଙ୍କୁ ଦିଆଯାଇ ପାରିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ।”

ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ୨ ଅଭିଯୁକ୍ତଙ୍କୁ ଗିରଫ ପରେ ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ ସୂଚନା ।

କନକ ବ୍ୟୁରୋ : ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଗଂଜାମ ଗୋଳନ୍ଥରାରେ ନାବାଳିକାଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାର ତଦନ୍ତ କରି ଏଭଳି କିଛି ତଥ୍ୟ ଦେଇଛି ବ୍ରହ୍ମପୁର ପୁଲିସ । ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ନାବାଳିକାଙ୍କୁ ଅପହରଣ କରିନେବା ପରେ ଗଣଦୁଷ୍କର୍ମ କରିଛନ୍ତି । ନାବାଳିକା ଜଣଙ୍କ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେContinue reading “ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ୨ ଅଭିଯୁକ୍ତଙ୍କୁ ଗିରଫ ପରେ ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ ସୂଚନା ।”

ରାଜ୍ୟରେ ଫେବ୍ରୁଆରୀ ୧ରୁ ଖୋଲିବ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର । କରୋନା କଟକଣାକୁ ମାନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି

କନକ ବ୍ୟୁରୋ: ରାଜ୍ୟରେ ଫେବ୍ରୁଆରୀ ୧ ତାରିଖରୁ ଖୋଲିବ ସମସ୍ତ ଅଙ୍ଗନୱାଡି କେନ୍ଦ୍ର । କଟକଣାକୁ ମାନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ସୁପ୍ରିକୋର୍ଟଙ୍କ ନିଷ୍ପତ୍ତିକୁ ମାନି ରାଜ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ଡ଼ାଟା ବେସ୍ ପ୍ରସ୍ତୁତ ହୋଇଛି । ଏନେଇ ନୂଆ ଏସଓପି ଜାରି କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରକୁ ସାନିଟାଇଜ କରାଯିବା ସହ ୬ ଫୁଟ ବ୍ୟବଧାନରେ ପିଲା ବସିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ୨Continue reading “ରାଜ୍ୟରେ ଫେବ୍ରୁଆରୀ ୧ରୁ ଖୋଲିବ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର । କରୋନା କଟକଣାକୁ ମାନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି”

ଓଡ଼ିଶା ଛତିଶଗଡ଼ ମଧ୍ୟରେ ଜଳ ବିବାଦ ପ୍ରସଙ୍ଗ: ଆଉ ୨ମାସ ପରେ ସରିବ ମହାନଦୀ ଟ୍ରିବ୍ୟୁନାଲର ଅବଧି; ସଂସଦରେ ପ୍ରସଙ୍ଗ ଉଠାଇବାକୁ ବିଜୟ ମହାପାତ୍ରଙ୍କ ପ୍ରସ୍ତାବ

କନକ ବ୍ୟୁରୋ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା । ଏହି ଟ୍ରିବ୍ୟୁନାଲର ଅବଧି ଆଉ ଦୁଇମାସ ବାକି ରହିଛି । ଏହାରି ଭିତରେ ଟ୍ରିବ୍ୟୁନାଲ ଗଠନକୁ ତିନି ବର୍ଷ ବିତିଯାଇଛି । କେନ୍ଦ୍ର ସରକାର ଚାହିଁଲେ ଅବଧି ଆଉ ଦୁଇ ବର୍ଷ ବଢାଇ ଦେଇପାରିବେ । ହେଲେ କେନ୍ଦ୍ରର ସେ ଆନ୍ତରିକତା ଅଛି କି ନାହିଁ ତାକୁ ସନ୍ଦେହ । ବରିଷ୍ଠ ବିଜେପି ନେତା ବିଜୟContinue reading “ଓଡ଼ିଶା ଛତିଶଗଡ଼ ମଧ୍ୟରେ ଜଳ ବିବାଦ ପ୍ରସଙ୍ଗ: ଆଉ ୨ମାସ ପରେ ସରିବ ମହାନଦୀ ଟ୍ରିବ୍ୟୁନାଲର ଅବଧି; ସଂସଦରେ ପ୍ରସଙ୍ଗ ଉଠାଇବାକୁ ବିଜୟ ମହାପାତ୍ରଙ୍କ ପ୍ରସ୍ତାବ”

ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅଙ୍କ ପଟ୍ଟଚିତ୍ର । ‘ମନ୍ କି ବାତ୍’ରେ ରାଉରକେଲାର ଭାଗ୍ୟଶ୍ରୀଙ୍କୁ ଭୁରିଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ।

କନକ ବ୍ୟୁରୋ: ରାଉରକେଲାର ଝିଅ ଭାଗ୍ୟଶ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା । ବିନା ତାଲିମରେ ପଟ୍ଟଚିତ୍ର ପାଇଁ ରାଉରକେଲାର ଭାଗ୍ୟଶ୍ରୀଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାଗ୍ୟଶ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା ବି କରିଛନ୍ତି ପ୍ରଧାନମନ୍ତ୍ରୀ ।  ଭାଗ୍ୟଶ୍ରୀ ବିନା ତାଲିମରେ ପଥର, କାଚ ବୋତଲ, ବଲ୍ବରେ ଚିତ୍ର ଆଙ୍କୁଛନ୍ତି । ତାଙ୍କ ତୂଳୀ ସ୍ପର୍ଶରେ କଥା କହୁଛି ନିର୍ଜୀଵ ପଦାର୍ଥ । ରାଜ୍ୟ ବାହାରେ ଏହି କଳାର ବହୁତ ଚାହିଦା ରହିଛି ବୋଲି ସେ କହନ୍ତି । Continue reading “ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅଙ୍କ ପଟ୍ଟଚିତ୍ର । ‘ମନ୍ କି ବାତ୍’ରେ ରାଉରକେଲାର ଭାଗ୍ୟଶ୍ରୀଙ୍କୁ ଭୁରିଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ।”

ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ନେଇ ସାମ୍ନାକୁ ଆସିଲା ୨ଟି କାହାଣୀ: ରାସ୍ତାକଡ଼ରେ ଝରାଫୁଲଙ୍କ ମୃତଦେହକୁ କାହିଁକି ଫିଙ୍ଗିଦେଲା ରାକେଶ? ପୋଲିସ ସୁତ୍ରରୁ ମିଳିଲା ସୂଚନା

କନକ ବ୍ୟୁରୋ: ଝରାଫୁଲଙ୍କ ମୃତଦେହକୁ କାହିଁକି ରାସ୍ତାକଡ଼ରେ ଫିଙ୍ଗିଦେଇ ଚାଲିଗଲା ଅଭିଯୁକ୍ତ ରାକେଶ । ତା’ର ସତ ଜଣାପଡ଼ିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାକେଶ ଓ ତାର ବନ୍ଧୁ ଝରାଫୁଲଙ୍କୁ ସ୍କୁଟରରେ ନେଇ ଯାଉଥିବା ବେଳେ ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିଲା । ଏହା ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ନଜରରେ ପଡ଼ିବା ପରେ ସନ୍ଦେହ ହୋଇଥିଲା । ତେବେ ରାକେଶ ପୋଲିସକୁ କହିଛି, ରାସ୍ତାରେ ଯାଉଥିବା ଏକ ଇଣ୍ଡିଗୋ କାର କିଛିContinue reading “ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ନେଇ ସାମ୍ନାକୁ ଆସିଲା ୨ଟି କାହାଣୀ: ରାସ୍ତାକଡ଼ରେ ଝରାଫୁଲଙ୍କ ମୃତଦେହକୁ କାହିଁକି ଫିଙ୍ଗିଦେଲା ରାକେଶ? ପୋଲିସ ସୁତ୍ରରୁ ମିଳିଲା ସୂଚନା”

ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ମନର କଥା କହିଲେ ମୋଦି, ଦେଶରେ ଦୃତ ଗତିରେ ଆଗେଇ ଚାଲିଥିବା କରୋନା ଟିକାକରଣକୁ କଲେ ପ୍ରଶଂସା, ଉଠାଇଲେ ଲୋକାଲ ଫର ଭୋକାଲ ଓ ମହିଳା ସଶକ୍ତିକରଣ ପ୍ରସଙ୍ଗ ।

କନକ ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମର ୭୩ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ସେ କହିଛନ୍ତି, କରୋନା ମହାମାରୀ ବିରୋଧ ଲଢ଼େଇରେ ଭାରତ ପୃଥିବୀରେ ଏକ ଉଦାହରଣ ସୃଷ୍ଟି କରିଛି । ଭାରତରେ ସର୍ବବୃହତ ସାର୍ବଜନୀକ ଟିକାକଣ ଅଭିଯାନ ଜାରି ରହିଛି । ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି । ଆମେରିକାରେContinue reading “ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ମନର କଥା କହିଲେ ମୋଦି, ଦେଶରେ ଦୃତ ଗତିରେ ଆଗେଇ ଚାଲିଥିବା କରୋନା ଟିକାକରଣକୁ କଲେ ପ୍ରଶଂସା, ଉଠାଇଲେ ଲୋକାଲ ଫର ଭୋକାଲ ଓ ମହିଳା ସଶକ୍ତିକରଣ ପ୍ରସଙ୍ଗ ।”

ଆନ୍ଦୋଳନରତ ଚାଷୀଙ୍କୁ ରୋକିବା ପାଇଁ ପୋଲିସର କଡ଼ା ପଦକ୍ଷେପ । ବଢିଲା ସୁରକ୍ଷା, ଦିଲ୍ଲୀରେ ୧୨ଟି ସ୍ତରରେ କରାଗଲା ବ୍ୟାରିକେଡ଼ିଂ ବ୍ୟବସ୍ଥା ।

କନକ ବ୍ୟୁରୋ: ଚାଷୀଙ୍କ ପାଇଁ କଡ଼ା ସୁରକ୍ଷା । ଦିଲ୍ଲୀ–ଗାଜିପୁର ସୀମାରେ ଆନ୍ଦୋଳନକାରୀ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାତାରାତି ତିଆରି ହେଲା ୧୨ ଲେୟାର ବ୍ୟାରିକେଡ଼ । ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବା ପାଇଁ ଏଭଳି ନୂଆ ଫଣ୍ଡା ଅପଣାଇଛି ଦିଲ୍ଲୀ ପୋଲିସ । ବ୍ୟାରିକେଡ଼ ସହ କଂଟାଯୁକ୍ତ ତାର ବିଛାଯାଇଛି । ଜାତୀୟ ରାଜପଥକୁ ପୁରାପୁରି ବନ୍ଦ ରଖାଯାଇଛି । ନୋଏଡ଼ା ସେକ୍ଟର-୬୨ରୁ ଅକ୍ଷରଧାମ ରାସ୍ତାକୁ ପୁରାପୁରି ସିଲ କରାଯାଇଛି । ଜାନୁଆରୀ ୨୬ରେ ହୋଇଥିବାContinue reading “ଆନ୍ଦୋଳନରତ ଚାଷୀଙ୍କୁ ରୋକିବା ପାଇଁ ପୋଲିସର କଡ଼ା ପଦକ୍ଷେପ । ବଢିଲା ସୁରକ୍ଷା, ଦିଲ୍ଲୀରେ ୧୨ଟି ସ୍ତରରେ କରାଗଲା ବ୍ୟାରିକେଡ଼ିଂ ବ୍ୟବସ୍ଥା ।”

ଢେଙ୍କାନାଳରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ହେବା ପରେ ତାତିଲେ ଲୋକେ: କଟକ-ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥକୁ କଲେ ଅବରୋଧ

କନକ ବ୍ୟୁରୋ: ଢ଼େଙ୍କାନାଳରେ ହାତୀ ଆତଙ୍କ । ଅତିଶୟ କରୁଛି ହାତୀ । ହାତୀ ଆତଙ୍କରେ ଢ଼େଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗାଁର ଲୋକେ । ହାତୀର ଉପଦ୍ରବ ଦେଖି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଗାଁର ଲୋକେ । ସ୍କୁଲ ବାରଣ୍ଡାରେ ପ୍ରଶାନ୍ତ ରାଉତ ନାମକ ଜଣେ ବ୍ୟକ୍ତି ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଗୋବିନ୍ଦପୁର ଛକରେContinue reading “ଢେଙ୍କାନାଳରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ହେବା ପରେ ତାତିଲେ ଲୋକେ: କଟକ-ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥକୁ କଲେ ଅବରୋଧ”

ମୋଦିଙ୍କ ‘ମନ୍ କି ବାତ୍’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । କହିଲେ, ଦେଶକୁ ଦୁଃଖିତ କରିଛି ତ୍ରିରଙ୍ଗାର ଅପମାନ ଘଟଣା ।

କନକ ବ୍ୟୁରୋ: ମୋଦିଙ୍କ ‘ମନ କି ବାତ୍’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ମନର କଥା କହିଛନ୍ତି । ମୋଦି କହିଛନ୍ତି କି, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ପହଁଚାଇଛି । ଏନେଇ ସେ ବହୁତ ମର୍ମାହତ ଏବଂ ଦୁଃଖିତ ଥିବା କହିଛନ୍ତି । ସେହିପରି ଭାରତୀୟ କ୍ରିକେଟ ଦଳକୁ ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତିContinue reading “ମୋଦିଙ୍କ ‘ମନ୍ କି ବାତ୍’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । କହିଲେ, ଦେଶକୁ ଦୁଃଖିତ କରିଛି ତ୍ରିରଙ୍ଗାର ଅପମାନ ଘଟଣା ।”

Design a site like this with WordPress.com
Get started