କରୋନା ସମୟରେ ଓଡିଶାରେ ୧ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ବିକଶିତ ଓଡ଼ିଶାର ହିସାବ ଦେଲେ ସରକାର

ମହାମାରୀ କରୋନା କେବଳ ଭାରତ ନୁହେଁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଗୁଡିକୁ ମଧ୍ୟ ଅର୍ଥନୈତିକ କ୍ଷେତ୍ରରେ ପ୍ରଭାବିତ କରିଛି । ହେଲେ ଏହାରି ଭିତରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଅନେକ ଥର ବିଶ୍ୱ ପାଇଁ ଉଦାହରଣ ସାଜିଥିବା ଓଡ଼ିଶା ପୁଣି ଏକ ଆନୁସଙ୍ଗିକ ପଦକ୍ଷେପ ନେଇଛି । ରାଜ୍ୟ ସରକାର କରୋନା ସମୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ପାଖାପାଖି ୧ ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶContinue reading “କରୋନା ସମୟରେ ଓଡିଶାରେ ୧ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ବିକଶିତ ଓଡ଼ିଶାର ହିସାବ ଦେଲେ ସରକାର”

କଳାହାଣ୍ଡିର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇଙ୍କ ହିମାଳୟନ ଚାଦର ଅଭିଯାନ: ୧୩୪୭୯ ଫୁଟ ଉଚ୍ଚତା ବିଶିଷ୍ଟ ଫତୁଲା ଟପ୍‌ରେ ଉଡ଼ାଇଲେ ଜାତୀୟ ପତାକା

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗ୍ରାମ ବାସିନ୍ଦା ତଥା ଏଭରେଷ୍ଟ ବିଜେତା ଓ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ହିମାଳୟନ ଚାଦର ଅଭିଯାନ ଓ ଖରଡୁଙ୍ଗଲା ଟପ୍‌ କାର୍ଯ୍ୟକ୍ରମରେ ଭାଗନେଇ ଗତ ୨୧ ତାରିଖରୁ ଲେହ ଲଦାଖ ଗସ୍ତରେ ଅଛନ୍ତି। ସେ ୨୪ ତାରିଖ ଲେହ ଠାରୁ କାରଗିଲ ଅଭିମୁଖେ ଯାତ୍ରା କରି ୧୩୪୭୯ ଫୁଟ ଉଚ୍ଚତା ବିଶିଷ୍ଟ ଫାତୁଲା ଟପ୍‌ରେ ସଫଳତାର ସହିତ ପହଞ୍ଚି ଜାତୀୟ ପତାକା ଉଡ଼ାଇଛନ୍ତି। ଏହି ଯାତ୍ରାContinue reading “କଳାହାଣ୍ଡିର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇଙ୍କ ହିମାଳୟନ ଚାଦର ଅଭିଯାନ: ୧୩୪୭୯ ଫୁଟ ଉଚ୍ଚତା ବିଶିଷ୍ଟ ଫତୁଲା ଟପ୍‌ରେ ଉଡ଼ାଇଲେ ଜାତୀୟ ପତାକା”

ନ୍ୟାସନାଲ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ : ସ୍ମାରକୀରେ ଥିବା ‘ସେରିମୋନିଆଲ୍‌ ବୁକ୍‌’ରେ କଲେ ସ୍ବାକ୍ଷର

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ ଗେଟ୍‌’ ଅଞ୍ଚଳରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥରେ ପହଞ୍ଚିବା ପରେ ‘ଜାତୀୟ ଯୁଦ୍ଧ ସ୍ମାରକୀ’ ସ୍ଥଳକୁ ଯାଇଥିଲେ । ତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ଜେନେରାଲ୍‌ ବିପିନContinue reading “ନ୍ୟାସନାଲ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ : ସ୍ମାରକୀରେ ଥିବା ‘ସେରିମୋନିଆଲ୍‌ ବୁକ୍‌’ରେ କଲେ ସ୍ବାକ୍ଷର”

ଆମ ପରିବେଶ ଆମେ ସଫା ରଖିବୁ । ନିଜେ ଜଙ୍ଗଲ ସୃଷ୍ଟି କଲେ ପୁରୁଣାଢ଼ିହ ଗ୍ରାମବାସୀ । ୨୮ ବର୍ଷ ଉଦ୍ୟମ ପରେ ୭ଶହ ଏକର ଏବେ ସବୁଜିମା

କନକ ବ୍ୟୁରୋ: ୨୮ବର୍ଷ ଧରି ଉଦ୍ୟମ କରୁଥିଲେ। ହେଲେ ନିଜ ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ ତଥା ଜଙ୍ଗଲକ୍ଷୟକୁ ରୋକିବା ପାଇଁ ଆଦିବାସୀ ଅଞ୍ଚଳ ଲୋକେ ଏବେ ଏକ ନୂତନ ଜଙ୍ଗଲ ସୃଷ୍ଟି କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି। ୧୯୯୨ ମସିହାରୁ ନିରନ୍ତର ପ୍ରୟାସରୁ ସେମାନେ ଆଜି ୭ଶହ ଏକର ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ନିଜର ପାରମ୍ପରିକ ପୋଡ଼ୁଚାଷ, ବଗଡ଼ଚାଷ ଛାଡ଼ି ଏହି ୭ଶହ ଏକର ପରିମିତ ଅଞ୍ଚଳକୁ କାହାକୁ ପଶିବାକୁ ଦେଇନାହାନ୍ତି। ନିଜସ୍ବContinue reading “ଆମ ପରିବେଶ ଆମେ ସଫା ରଖିବୁ । ନିଜେ ଜଙ୍ଗଲ ସୃଷ୍ଟି କଲେ ପୁରୁଣାଢ଼ିହ ଗ୍ରାମବାସୀ । ୨୮ ବର୍ଷ ଉଦ୍ୟମ ପରେ ୭ଶହ ଏକର ଏବେ ସବୁଜିମା”

ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । କୁନି ଝିଅ ମୁହଁରୁ ଦେଶାତ୍ମବୋଧକ ସଙ୍ଗୀତ ଶୁଣିଲେ ଆପଣ ବି ହୋଇଯିବେ ଚକିତ

କନକ ବ୍ୟୁରୋ: ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସୁନ୍ଦରଗଡର ଗୁଗୁଲ ଗାର୍ଲଙ୍କ କାହାଣୀ ନ ଦେଖିଲେ ହୁଏତ ଆପଣ ବିଶ୍ୱାସ ନକରିପାରନ୍ତି । ଏହି କୁନି ଶିଶୁ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି । ଯେଉଁ ବୟସରେ ଠିକ ଭାବେ କଥା କହିବା ମୁସକିଲ ସେହି ବୟସରେ ସେ ଜନ ଗଣ ମନ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ନଜର ପକାନ୍ତୁ ଏହି କୁନି ଝିଅଙ୍କ ଦେଶାତ୍ମବୋଧକ ସଙ୍ଗିତContinue reading “ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । କୁନି ଝିଅ ମୁହଁରୁ ଦେଶାତ୍ମବୋଧକ ସଙ୍ଗୀତ ଶୁଣିଲେ ଆପଣ ବି ହୋଇଯିବେ ଚକିତ”

ଗାଁ ଭିତରେ ଏମସିଏଲ କୋଇଲା ପରିବହନକୁ ବିରୋଧ: ସୁନ୍ଦରଗଡ ଟପରିଆରେ ଜନଶକ୍ତି ବିକାଶ ପରିଷଦର ଆନ୍ଦୋଳନ

କନକ ବ୍ୟୁରୋ: ଗାଁ ଭିତରେ ଏମସିଏଲର କୋଇଲା ପରିବହନକୁ ବିରୋଧ କରି ଆନ୍ଦୋଳନ । ସୁନ୍ଦରଗଡର ଟପରିଆଠାରେ ସ୍ଥାନୀୟ ସଙ୍ଗଠନ ଜନଶକ୍ତି ବିକାଶ ପରିଷଦ ପକ୍ଷରୁ ଗତ ୧୯ ତାରିଖରୁ ଏହି ଆନ୍ଦୋଳନ ଚାଲିଛି । ତେବେ ଆନ୍ଦୋଳନର ୭ ଦିନ ବିତିଯାଇଥିଲେ ବି କୌଣସି ଲୋକପ୍ରତିନିଧି ଏ ଯାଏଁ ପହଞ୍ଚିନାହାନ୍ତି । ପରିଷଦର ଅଭିଯୋଗ ଅନୁସାରେ, କୋଇଲା ପରିବହନ ଯୋଗୁଁ ଏହି ଅଂଚଳର ଜନଜୀବନ ବହୁ ଭାବେ ପ୍ରଭାବିତ ହୋଇଛି । ସୁନ୍ଦରଗଡର ବାଙ୍କିବାହାଲରୁ ଟପରିଆContinue reading “ଗାଁ ଭିତରେ ଏମସିଏଲ କୋଇଲା ପରିବହନକୁ ବିରୋଧ: ସୁନ୍ଦରଗଡ ଟପରିଆରେ ଜନଶକ୍ତି ବିକାଶ ପରିଷଦର ଆନ୍ଦୋଳନ”

ଆଜି ୭୨ତମ ସାଧାରଣତନ୍ତ୍ର ଦିବସ: ସମ୍ବାଦ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ ଅନୁଷ୍ଠିତ

କନକ ବ୍ୟୁରୋ: ଆମ ଓଡିଶା କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି ଆମ ଓଡିଶା ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ । ସେହିପରି ସମ୍ବାଦ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି, ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ । ଜାତୀୟ ପତାକା ଉତ୍ତୋଳନ କରି ସୌମ୍ୟରଂଜନ କହିଛନ୍ତି, ଆଜି ଗଣମାଧ୍ୟମ ଓ ସୂଚନାର ବିସ୍ଫୋରଣ ଘଟିଛି । ସେହିପରି କରୋନା ଯୋଦ୍ଧାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । from Kanak News via <a href="https://ifttt.com/?

କୃଷକଙ୍କ ଟ୍ରାକ୍ଟର ରାଲି ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ: ସ୍ଥିତିର ସମୀକ୍ଷା କଲେ ଅମିତ ଶାହା; ସେପଟେ ଟିକ୍ରି ସୀମାନ୍ତରେ ବେରିକେଡ୍‌ ଭାଙ୍ଗି ଦିଲ୍ଲୀ ଭିତରକୁ ପ୍ରବେଶ କରିବାକୁ ଚାଷୀଙ୍କ ଉଦ୍ୟମ

କନକ ବ୍ୟୁରୋ: ନୂଆ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ରୁଟ ଚାର୍ଟ ଅନୁଯାୟୀ ଟ୍ରାକ୍ଟର ରାଲି ହେବ । ଏହି ରାଲିରେ ୫ହଜାର ଟ୍ରାକ୍ଟର ଏବଂ ୫ହଜାର ଲୋକ ସାମିଲ ହେବା ପାଇଁ ଦିଲ୍ଲୀ ପୋଲିସ ଠାରୁ ଅନୁମତି ମିଳିଛି । ତେଣୁ ପୋଲିସର ଦାୟିତ୍ୱ ଆହୁରି ବଢିଯାଇଛି । ସେପଟେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆନନ୍ଦ ବିହାର ରେଳଷ୍ଟେସନରୁ ଟ୍ରେନ ଚଳାଚଳContinue reading “କୃଷକଙ୍କ ଟ୍ରାକ୍ଟର ରାଲି ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ: ସ୍ଥିତିର ସମୀକ୍ଷା କଲେ ଅମିତ ଶାହା; ସେପଟେ ଟିକ୍ରି ସୀମାନ୍ତରେ ବେରିକେଡ୍‌ ଭାଙ୍ଗି ଦିଲ୍ଲୀ ଭିତରକୁ ପ୍ରବେଶ କରିବାକୁ ଚାଷୀଙ୍କ ଉଦ୍ୟମ”

ହିମାଳୟର ୧୨ହଜାର ୫୦୦ଫୁଟ ଉଚ୍ଚତା ବିଶିଷ୍ଟ ଦୟାରା ବୁଗ୍ୟାଲ ଆରୋହଣ କଲେ ୨୩ଜଣ ଓଡିଆ: ଉଡାଇଲେ ଜାତୀୟ ପତାକା; ଅଦମ୍ୟ ସାହସିକତାର ଦେଲେ ପରିଚୟ

କନକ ବ୍ୟୁରୋ : ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କଲେ ୨୩ଜଣ ଓଡିଆ । ଜାନୁଆରୀ ୨୪ ତାରିଖରେ ୧୨ହଜାର୫୦୦ଫୁଟ ଉଚ୍ଚତା ଦୟାରା ବୁଗ୍ୟାଲ ଶୀର୍ଷରେ ୫ରୁ ୧୦ ଡିଗ୍ରି ତାପମାତ୍ରାରେ ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲସ ଦ୍ୱାରା ଚୟନ ହୋଇଥିବା ଓଡିଶାର ବିଭିନ୍ନ ଜିଲ୍ଲାର ୨୩ଜଣ ପ୍ରତିଭା ପହଂଚି ଜାତୀୟ ପତାକା ଉଡେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଅଭିନେତା ବାବୁସାନ ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । from Kanak NewsContinue reading “ହିମାଳୟର ୧୨ହଜାର ୫୦୦ଫୁଟ ଉଚ୍ଚତା ବିଶିଷ୍ଟ ଦୟାରା ବୁଗ୍ୟାଲ ଆରୋହଣ କଲେ ୨୩ଜଣ ଓଡିଆ: ଉଡାଇଲେ ଜାତୀୟ ପତାକା; ଅଦମ୍ୟ ସାହସିକତାର ଦେଲେ ପରିଚୟ”

ସାଧାରଣତନ୍ତ୍ର ଦିବସରେ ବାଲୁକାକଳାରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ : ପୁରୀ ଲାଇଟହାଉସ ବେଳାଭୂମିରେ ତିଆରି କଲେ ୧୫ଫୁଟ ଚଉଡାର ବାଲୁକା କଳାକୃତୀ

କନକ ବ୍ୟୁରୋ : ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ଆକର୍ଷଣୀୟ ବାଲୁକାକୃତୀ ଜରିଆରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଖ୍ୟାତ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ଲାଇଟହାଉସ ବେଳାଭୂମିରେ ସେ ଓ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମିଶି ତିଆରି କରିଛନ୍ତି ଏହି ସୁନ୍ଦର କଳାକୃତି । ଏଥିରେ ତ୍ରିରଙ୍ଗା ପତାକା ସହିଚ ତିନିରଙ୍ଗରେ ସଜେଇ ହୋଇଥିବା ମାତୃଶକ୍ତିକୁ ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି । ଭାରତବାସୀଙ୍କ ମଧ୍ୟରେ ଏକତା, ଅଖଣ୍ଡତା ଓ ଭାତୃଭାବର ଦୃଶ୍ୟContinue reading “ସାଧାରଣତନ୍ତ୍ର ଦିବସରେ ବାଲୁକାକଳାରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ : ପୁରୀ ଲାଇଟହାଉସ ବେଳାଭୂମିରେ ତିଆରି କଲେ ୧୫ଫୁଟ ଚଉଡାର ବାଲୁକା କଳାକୃତୀ”

Design a site like this with WordPress.com
Get started