ଓଡିଶା ପାଇଁ ଗୌରବର କଥା । ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୧୩ ପୁଲିସ ପାଇବେ ରାଷ୍ଟ୍ରପତି ପଦକ

ପୁଲିସ ବାହିନୀରେ ଉଲ୍ଲେଖନୀୟ ସେବା ନିମନ୍ତେ ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୧୩ଜଣ ପୁଲିସ କର୍ମଚାରୀ ରାଷ୍ଟ୍ରପତି ପୁଲିସ ପଦକ ଏବଂ ପୁଲିସ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧୩ଜଣଙ୍କ ମଧ୍ୟରୁ ୨ଜଣ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଉଥିବା ବେଳେ ଅବଶିଷ୍ଟ ୧୧ଜଣଙ୍କୁ ଗୁଣାତ୍ମକ ସେବା ନିମନ୍ତେ ପୁଲିସଙ୍କୁ ପୁଲିସ ପଦକ ମିଳିବ । ଭୁବନେଶ୍ୱରସ୍ଥିତ ‘ଏସ୍‌ଆଇଡବ୍ଲୁ’ ଅଫିସ୍‌ ଅଟ୍ଟାଳିକାରେ ଥିବା ଗୁଇନ୍ଦା ନିର୍ଦେଶାଳୟର ଗୁଇନ୍ଦା ନିର୍ଦେଶକ ରାଧାକିଷନ୍‌Continue reading “ଓଡିଶା ପାଇଁ ଗୌରବର କଥା । ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୧୩ ପୁଲିସ ପାଇବେ ରାଷ୍ଟ୍ରପତି ପଦକ”

ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସରିଲା ବିଜେପିର ଡେଡ୍ ଲାଇନ୍: କଣ ହେବ ଆନ୍ଦୋଳନର ରୂପରେଖ ନିଷ୍ପତ୍ତି ନେବେ ପଶ୍ଚିମ ଓଡ଼ିଶା ନେତା

କନକ ବ୍ୟୁରୋ: ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଜେପି ଚଳାଇଥିବା ଆନ୍ଦୋଳନକୁ ୭୨ ଘଂଟା ପାଇଁ ସ୍ଥଗିତ ରଖିଥିଲା । ଏହି ସମୟ ଭିତରେ ସମସ୍ତ ମଣ୍ଡିରେ ଧାନ ଉଠାଇବା ପାଇଁ ସରକାରଙ୍କୁ ଦେଇଥିଲା ଡେଡ୍ ଲାଇନ୍ । ଏହି କଣ୍ଟ ପୁରିବା ପରେ ଦଳର ଆଗାମୀ ରଣନୀତି କ’ଣ ହେବ ସେନେଇ ନିଷ୍ପତ୍ତି କରିବେ ପଶ୍ଚିମ ଓଡ଼ିଶାର ନେତା । ଅପରାହ୍ନ ୫ଟାରେ ୫ଟି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୩୭ଟି ବିଧାନସଭା କ୍ଷେତ୍ରର ନେତା ବୈଠକContinue reading “ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସରିଲା ବିଜେପିର ଡେଡ୍ ଲାଇନ୍: କଣ ହେବ ଆନ୍ଦୋଳନର ରୂପରେଖ ନିଷ୍ପତ୍ତି ନେବେ ପଶ୍ଚିମ ଓଡ଼ିଶା ନେତା”

ରୋଜଗାର କମୁଛି, ଗରିବୀ ବଢୁଛି । କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ ୧୨.୪ କୋଟି ! ବିଶ୍ୱ ବ୍ୟାଙ୍କ ଦେଲା ଚାଞ୍ଚଲ୍ୟକର ତଥ୍ୟ

କରୋନା କେବଳ ଲୋକଙ୍କ ଜୀବନ ନେଉନାହିଁ; ବଞ୍ଚିଥିବା ଲୋକମାନଙ୍କୁ ଗରିବ ମଧ୍ୟ କରିଦେଉଛି । ଲୋକଙ୍କ ଚାକିରି ଚାଲିଯିବା ସହିତ ରୋଜଗାର କମିଯାଉଛି । ଏଥିପାଇଁ ବିଶ୍ବରେ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଚରମ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ । ବିଶ୍ବ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ନୂଆ ଆକଳନରେ ଏହା କୁହାଯାଇଛି । ବିଶ୍ବ ବ୍ୟାଙ୍କ ପକ୍ଷରୁ ଗତବର୍ଷ ଅକ୍ଟୋବରରେ କରାଯାଇଥିବା ସଂଖ୍ୟା ଠାରୁ ଏହା ଅଧିକ । ବିଶ୍ବ ଅର୍ଥନୈତିକ ଦୃଶ୍ୟପଟରୁ ଗତବର୍ଷ ଜୁନ‌ରContinue reading “ରୋଜଗାର କମୁଛି, ଗରିବୀ ବଢୁଛି । କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ ୧୨.୪ କୋଟି ! ବିଶ୍ୱ ବ୍ୟାଙ୍କ ଦେଲା ଚାଞ୍ଚଲ୍ୟକର ତଥ୍ୟ”

ଜଳସ୍ତର ତଳକୁ ଖସୁଛି… ନଳକୂପ ଅଚଳ ହେଉଛି । ରାଜନଗରରେ ଉତ୍କଟ ରୂପ ନେଉଛି ପାନୀୟ ଜଳ ସମସ୍ୟା

ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ଜଳ ସମସ୍ୟା ଉତ୍କଟ ହେଲାଣି । ଭୂତଳ ଜଳସ୍ତର କମିବା ଯୋଗୁଁ ପିଇବା ପାଣି ସମସ୍ୟା ଦେଖାଦେଲାଣି । ନଦୀ ନାଳ ଘେରା ରାଜନଗର ବ୍ଲକରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଇବା ଯୋଗୁଁ ଗତ ୪ ବର୍ଷରେ ପିଇବା ପାଣି ସ୍ତର ୧୫୦ ଫୁଟ ତଳକୁ ଖସି ଗଲାଣି । ଗଲା ୮ ବର୍ଷରେ ଲୁଣି ପାଣି ପାଇଁ ୨୦୫ଟିContinue reading “ଜଳସ୍ତର ତଳକୁ ଖସୁଛି… ନଳକୂପ ଅଚଳ ହେଉଛି । ରାଜନଗରରେ ଉତ୍କଟ ରୂପ ନେଉଛି ପାନୀୟ ଜଳ ସମସ୍ୟା”

ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ ଟିକାକରଣ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା; ୨ୟ ପର୍ଯ୍ୟାୟ ପାଇଁ ୨ଲକ୍ଷରୁ ଅଧିକ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ

କନକ ବ୍ୟୁରୋ: ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦେବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜାନୁଆରି ୧୬ ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଦ୍ୱିତୀୟ ଡୋଜ କାର୍ଯ୍ୟକ୍ରମ ଫେବ୍ରୁଆରି ୧୪ ତାରିଖରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ଲକ୍ଷ ୯୨ ହଜାର ଟିକାକରଣContinue reading “ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ ଟିକାକରଣ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା; ୨ୟ ପର୍ଯ୍ୟାୟ ପାଇଁ ୨ଲକ୍ଷରୁ ଅଧିକ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ”

ଟିଆରପି ଦୁର୍ନୀତିର ବଡ ଖୁଲାସା : ବାର୍କର ସିଇଓ ପାର୍ଥ ଦାସଗୁପ୍ତାଙ୍କୁ ୩ବର୍ଷରେ ୪୦ଲକ୍ଷ ଟଙ୍କା ଦେଇଛନ୍ତି ଅର୍ଣ୍ଣବ; ଅର୍ଣ୍ଣବଙ୍କ ଟଙ୍କାରେ ବିଦେଶ ବୁଲୁଥିଲେ ପାର୍ଥ

କନକ ବ୍ୟୁରୋ : ଅର୍ଣ୍ଣବଙ୍କ ଟଙ୍କାରେ ବିଦେଶ ବୁଲୁଥିଲେ ପାର୍ଥ ଦାସଗୁପ୍ତା । ଟିଆରପି ଅର୍ଥାତ ଜାଲିଆତି କରି ଟିଭି ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ବଢ଼ାଇବା ପାଇଁ ଏମିତି ହୋଇଥିଲା ଡିଲ୍ । ମୁମ୍ବାଇ ପୋଲିସକୁ ହାତଲେଖା ସ୍ୱିକାରୋକ୍ତି ଦେଇଛନ୍ତି ବାର୍କର ସିଇଓ ପାର୍ଥ ଦାସଗୁପ୍ତା । ଏଥିରେ ସେ ଲେଖିଛନ୍ତି ପାର୍ଥଙ୍କ ପରିବାର ବିଦେଶ ବୁଲିବା ପାଇଁ ୩ବର୍ଷ ଭିତରେ ୪୦ ଲକ୍ଷ ଟଙ୍କା ଦେଇଥିଲେ ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ । ୨୦୦୪ରୁContinue reading “ଟିଆରପି ଦୁର୍ନୀତିର ବଡ ଖୁଲାସା : ବାର୍କର ସିଇଓ ପାର୍ଥ ଦାସଗୁପ୍ତାଙ୍କୁ ୩ବର୍ଷରେ ୪୦ଲକ୍ଷ ଟଙ୍କା ଦେଇଛନ୍ତି ଅର୍ଣ୍ଣବ; ଅର୍ଣ୍ଣବଙ୍କ ଟଙ୍କାରେ ବିଦେଶ ବୁଲୁଥିଲେ ପାର୍ଥ”

ଅମ୍ବାନୀଙ୍କ ଘଣ୍ଟାକର ଆୟ, ଜଣେ ଶ୍ରମିକର ୧୦ହଜାର ବର୍ଷର ଆୟ ସହ ସମାନ୍ । ଅକ୍ସଫାମ୍ ଦେଲା ରୋଚକ ତଥ୍ୟ

କରୋନାଭାଇରସ୍‌ ମହାମାରୀ ଭାରତର ଅତି ଧନୀ ଏବଂ କୋଟି କୋଟି ଅଣକୁଶଳୀ, ବେକାର ପୁରୁଷ ଓ ମହିଳାମାନଙ୍କର ସାମ୍ପ୍ରତିକ ଆୟ ମଧ୍ୟରେ ଥିବା ଅସମାନତାକୁ ଆହୁରି ବଢ଼ାଇ ଦେଇଥିବା କଥା ସୋମବାର ଦିନ ଲାଭରହିତ ସଙ୍ଗଠନ ‘ଅକ୍ସଫାମ୍‌’ ରିପୋର୍ଟ କରିଛି। ଏହି ରିପୋର୍ଟ ସୁଇଜର୍‌ଲାଣ୍ଡ୍‌ର ଡେଭୋସ୍‌ସ୍ଥିତ ‘ବିଶ୍ୱ ଆର୍ଥିକ ମଞ୍ଚ’ରେ ଉପସ୍ଥାପନ କରାଯିବ। ‘ଅସମାନତା ଭୂତାଣୁ’ ଶୀର୍ଷକ ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ, କେବଳ ୨୦୨୦ ଏପ୍ରିଲ୍‌ ମାସରେ ଲକ୍‌ଡାଉନ୍‌ ସମୟରେ ଭାରତର କୋଟିପତିମାନଙ୍କର ସମ୍ପତ୍ତିContinue reading “ଅମ୍ବାନୀଙ୍କ ଘଣ୍ଟାକର ଆୟ, ଜଣେ ଶ୍ରମିକର ୧୦ହଜାର ବର୍ଷର ଆୟ ସହ ସମାନ୍ । ଅକ୍ସଫାମ୍ ଦେଲା ରୋଚକ ତଥ୍ୟ”

ଭିଜିଲାନ୍ସ ଜାଲରେ ବରଗଡ଼ କେଲେଙ୍ଗାପାଲି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ: ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ

କନକ ବ୍ୟୁରୋ: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ରେଡ଼ । ବରଗଡ଼ ଭଟଲି ବ୍ଲକ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ କୁମାର ସେଠଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ । ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଉମେଶ ସେଠଙ୍କ ବରଗଡ଼ ସ୍ଥିତ ବାସ ଭବନ, ବରପାଲି ଥାନା ଅନ୍ତର୍ଗତ ଲାଉନସରା ଗାଁ ସ୍ଥିତ ବାସଭବନ, କେଙ୍ଗଲାପାଲି ଗ୍ରାମପଂଚାୟତ ଅଫିସ ଓ କେଶାଇପାଲି ପଂଚାୟତ ଅଫିସରେ ରେଡ଼Continue reading “ଭିଜିଲାନ୍ସ ଜାଲରେ ବରଗଡ଼ କେଲେଙ୍ଗାପାଲି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ: ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ”

ସିକିମର ସୀମାରେ ମୁହାଁମୁହିଁ ଭାରତ ଓ ଚୀନ ସେନା । ୩ଦିନ ତଳେ ଉତର ସିକିମର ନାକୁ ଲା’ ଅଂଚଳରେ ଚୀନ ସେନାର ଅନୁପ୍ରବେଶ ବେଳେ ବାଧା ଦେଲା ଭାରତ, ୨ ଦେଶର ସୈନା ହାତାହାତି, ୪ ଭାରତୀୟ ଯବାନ ଓ ୨୦ ଚୀନ ସୈନିକ ଆହତ ସୂଚନା

କନକ ବ୍ୟୁରୋ : ସୁଧୁରୁନି ସଇତାନ ଚୀନ୍ । ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି । ଏପଟେ ଆଲୋଚନା ଟେବୁଲରେ ସେନା ପ୍ରତ୍ୟାହାର କରିବା ନେଇ ପ୍ରତିଶ୍ରୁତି ଦେଉଛି । ସେପଟେ ସୀମାରେ ସୈନ୍ୟ ଅନୁପ୍ରବେଶ ପାଇଁ ଚଳାଇଛି ଷଡ଼ଯନ୍ତ୍ର । ପୁଣି ଲଦାଖ ସୀମାରେ ଉତ୍ତେଜନା । ପୁଣି ସୀମାରୁ ଆସିଲା ଭାରତ-ଚୀନ ସେନା ହାତାହାତିର ଖବର । ଉତ୍ତର ସିକିମର ନାକୁ ଲା’ରେ ଭାରତ ସୀମା ଭିତରକୁ ଚୀନ୍ ସେନା ପ୍ରବେଶ ବେଳେContinue reading “ସିକିମର ସୀମାରେ ମୁହାଁମୁହିଁ ଭାରତ ଓ ଚୀନ ସେନା । ୩ଦିନ ତଳେ ଉତର ସିକିମର ନାକୁ ଲା’ ଅଂଚଳରେ ଚୀନ ସେନାର ଅନୁପ୍ରବେଶ ବେଳେ ବାଧା ଦେଲା ଭାରତ, ୨ ଦେଶର ସୈନା ହାତାହାତି, ୪ ଭାରତୀୟ ଯବାନ ଓ ୨୦ ଚୀନ ସୈନିକ ଆହତ ସୂଚନା”

ରାତି ପାହିଲେ ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ : ସୁରକ୍ଷା ଯାଂଚ୍ କଲେ ଭୁବନେଶ୍ୱର ଡିସିପି; ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ

କନକ ବ୍ୟୁରୋ : ରାତି ପାହିଲେ ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଗତକାଲି ଫୁଲ ଡ଼୍ରେସ ରିହସର୍ଲ ଶେଷ ହୋଇଛି । ଆଜି ଗାନ୍ଧୀମାର୍ଗର ସୁରକ୍ଷା ବ୍ୟବସ୍ଥା ଯାଂଚ୍ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣContinue reading “ରାତି ପାହିଲେ ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ : ସୁରକ୍ଷା ଯାଂଚ୍ କଲେ ଭୁବନେଶ୍ୱର ଡିସିପି; ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ”

Design a site like this with WordPress.com
Get started