ନୂଆପଡ଼ାରେ ବାଘ ଆତଙ୍କ: ଗାଁ ପାଖ ପାହାଡ଼ରେ ବାଘ ବୁଲିବା ପରେ ଲୋକଙ୍କ ଭିତରେ ଛନକା; ଖରିଆର ରୋଡ଼ର ହଳଦୀ ଜଙ୍ଗଲ ପାଖ ପାହାଡ଼ରେ ବୁଲୁଛି କଲରାପତରିଆ ବାଘ

କନକ ବ୍ୟୁରୋ: ନୂଆପଡ଼ାରେ ବାଘ ଆତଙ୍କ । ନୂଆପଡ଼ା ଖରିଆର ରୋଡ଼ର ହଳଦୀ ଜଙ୍ଗଲ ପାହାଡ଼ରେ ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଯାହାକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବାଘଟିକୁ ଦେଖି ଗାଁ ଲୋକେ ଏକାଠି ହୋଇ ହୋ ହାଲ୍ଲା କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଲୋକମାନଙ୍କ ପାଟି ଶୁଣି ବାଘଟି ପାହାଡ଼ ନିକଟରୁ ଦୌଡି ପଳାଉଥିବାର ଦେଖିବାକୁ ମିଳିଛି । ଏହି ସବୁ ଦୃଶ୍ୟ କ୍ୟାମେରାରେContinue reading “ନୂଆପଡ଼ାରେ ବାଘ ଆତଙ୍କ: ଗାଁ ପାଖ ପାହାଡ଼ରେ ବାଘ ବୁଲିବା ପରେ ଲୋକଙ୍କ ଭିତରେ ଛନକା; ଖରିଆର ରୋଡ଼ର ହଳଦୀ ଜଙ୍ଗଲ ପାଖ ପାହାଡ଼ରେ ବୁଲୁଛି କଲରାପତରିଆ ବାଘ”

କରୋନା କାଳରେ ଆର୍ଥିକ ଅସଙ୍ଗତିକୁ ନେଇ ଅକ୍ସଫାମର ଚିନ୍ତାଜନକ ରିପୋର୍ଟ: ଧନୀ ହେଉଥିଲେ ଧନୀ, ଗରିବ ହେଉଥିଲେ ଗରିବ

କନକ ବ୍ୟୁରୋ: ଅନେକ ସମୟରେ ଚର୍ଚ୍ଚା ହୁଏ ଆମ ଦେଶରେ ୨ଟି ଭାରତ ରହିଛି । ଗୋଟିଏ ଖାଦ୍ୟ ଅନ୍ୱେଷଣରେ ଦୌଡ଼ୁଛି । ଅନ୍ୟ ଗୋଟିଏ ଖାଦ୍ୟ ହଜମ କରିବାକୁ ଦୌଡୁଛି, କହିବାର କଥା ହେଲା ଦେଶରେ ଗରିବ ଓ ଧନୀଙ୍କ ଭିତରେ ବିରାଟ ତାରତମ୍ୟ ରହିଛି । ସମାଜରେ ଥିବା ଏଭଳି ଅସଙ୍ଗତିକୁ ନେଇ ଅନେକ ସମୟରେ ସର୍ଭେ କରିଥାଏ ଅନ୍ତଜାର୍ତୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ଅକ୍ସଫାମ । ମହାମାରୀ କରୋନା ସଂକଟ ସମୟରେ କିଭଳି ଦେଶରେContinue reading “କରୋନା କାଳରେ ଆର୍ଥିକ ଅସଙ୍ଗତିକୁ ନେଇ ଅକ୍ସଫାମର ଚିନ୍ତାଜନକ ରିପୋର୍ଟ: ଧନୀ ହେଉଥିଲେ ଧନୀ, ଗରିବ ହେଉଥିଲେ ଗରିବ”

ବାଇଡେନ୍ ପ୍ରଶାସନରେ ବରିଷ୍ଠ ପଦବୀ ପାଇଲେ ୪ ଭାରତୀୟ! ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ତାରକ ଶାହାଙ୍କୁ ଶକ୍ତି ବିଭାଗର ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଭାବେ ନିଯୁକ୍ତି ମିଳିଛି

ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗରେ ବାଇଡେନ୍‌ ପ୍ରଶାସନ ୪ଜଣ ଭାରତୀୟ-ଆମେରିକୀୟଙ୍କୁ ବରିଷ୍ଠ ପଦବୀରେ ନିଯୁକ୍ତି ଦେଇଛି । ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ତାରକ ଶାହାଙ୍କୁ ଏହି ବିଭାଗରେ ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଭାବେ ନିଯୁକ୍ତି ମିଳିଛି। ସେହିଭଳି, ତନ୍ୟା ଦାସଙ୍କୁ ‘ଅଫିସ୍‌ ଅଫ୍‌ ସାଇନ୍‌ସ୍‌’ର ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’, ନାରାୟଣ ସୁବ୍ରମଣିଆନ୍‌ଙ୍କୁ ’ଜେନେରାଲ୍‌ କାଉନ୍‌ସେଲ୍‌’ଙ୍କ କାର୍ଯ୍ୟାଳୟରେ ଆଇନଗତ ପରାମର୍ଶଦାତା ଏବଂ ସୁଚି ତଲତିଙ୍କୁ ‘ଜୀବାଶ୍ମ ଶକ୍ତି’ କାର୍ଯ୍ୟାଳୟର ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଭାବେ ନିଯୁକ୍ତି ମିଳିଛି। ‘ଶକ୍ତି ବିଭାଗ’Continue reading “ବାଇଡେନ୍ ପ୍ରଶାସନରେ ବରିଷ୍ଠ ପଦବୀ ପାଇଲେ ୪ ଭାରତୀୟ! ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ତାରକ ଶାହାଙ୍କୁ ଶକ୍ତି ବିଭାଗର ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଭାବେ ନିଯୁକ୍ତି ମିଳିଛି”

ଦିନଟିଏ ବନ୍ଦ ରହିବା ପରେ ଶ୍ରୀମନ୍ଦିରରେ ଚାଲିଛି ଜଗା ଦର୍ଶନ :  ଭକ୍ତଙ୍କ ଅସୁବିଧାକୁ ଦେଖି ବ୍ୟାରିକେଡକୁ ଛୋଟାଇ ଦେଲା ପ୍ରଶାସନ; ମରିଚକୋଟ ଛକରୁ ଶ୍ରୀମନ୍ଦିର ଯାଏଁ ଧାଡ଼ି ବାନ୍ଧି ଦର୍ଶନ କରୁଛନ୍ତି ଭକ୍ତ

କନକ ବ୍ୟୁରୋ : ଭକ୍ତଙ୍କ ଅସନ୍ତୋଷ ପରେ ପୁରୀ ବଡ଼ଦାଣ୍ଡରେ ଥିବା ବ୍ୟାରିକେଡକୁ ଛୋଟ କରାଯାଇଛି । ଜଗାକୁ ଦେଖିବାକୁ ଆଉ ଭକ୍ତକୁ ବେଶି ବାଟ ଚାଲିବାକୁ ପଡିବନାହିଁ । ମାର୍କେଟ ଛକ ବଦଳରେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ରହିବ ବ୍ୟାରିକେଡ । ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି  ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ କରାଯାଇଥିଲା ।Continue reading “ଦିନଟିଏ ବନ୍ଦ ରହିବା ପରେ ଶ୍ରୀମନ୍ଦିରରେ ଚାଲିଛି ଜଗା ଦର୍ଶନ :  ଭକ୍ତଙ୍କ ଅସୁବିଧାକୁ ଦେଖି ବ୍ୟାରିକେଡକୁ ଛୋଟାଇ ଦେଲା ପ୍ରଶାସନ; ମରିଚକୋଟ ଛକରୁ ଶ୍ରୀମନ୍ଦିର ଯାଏଁ ଧାଡ଼ି ବାନ୍ଧି ଦର୍ଶନ କରୁଛନ୍ତି ଭକ୍ତ”

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ଶୋଷଣ ମାମଲା: ଆଜି ପଳାସପଲ୍ଲୀ କାର୍ଯ୍ୟାଳୟରେ ଯାଞ୍ଚ କରିବେ ଭିନ୍ନକ୍ଷମ କମିଶନର

କନକ ବ୍ୟୁରୋ: ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ମାମଲାର ହେବ ଯାଂଚ । ଆଜି ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର କାର୍ଯ୍ୟାଳୟକୁ ଯାଇ ଯାଂଚ୍ କରିବେ ରାଜ୍ୟ ଭିନ୍ନକ୍ଷମ କମିଶନର । ଗତକାଲି କନକ ନ୍ୟୁଜକୁ ଏହି ସୂଚନା ଦେଇଥିଲେ ଭିନ୍ନକ୍ଷମ କମିଶନର ସୁଲଚନା ଦାସ । ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରା ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ଜଣେ ଦିବ୍ୟାଙ୍ଗ ଯୁବତୀContinue reading “ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ଶୋଷଣ ମାମଲା: ଆଜି ପଳାସପଲ୍ଲୀ କାର୍ଯ୍ୟାଳୟରେ ଯାଞ୍ଚ କରିବେ ଭିନ୍ନକ୍ଷମ କମିଶନର”

ମୁକୁଳିବ ରୋଜିଙ୍କ ସାର୍ଟିଫିକେଟ୍ ! କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଡ଼େଲାଙ୍ଗ ରୋଜି ବେହେରାଙ୍କ ପାଇଁ ବଢିଆସିଲା ସହାୟତାର ହାତ: ସାର୍ଟିଫିକେଟ୍ ମୁକୁଳାଇବାକୁ ୨୫ ହଜାର ଟଙ୍କା ଦେଲେ ଅଭିନେତ୍ରୀ ରାନୀ ପଣ୍ଡା

କନକ ବ୍ୟୁରୋ: ସାର୍ଟିଫିକେଟ୍ ମୁକୁଳାଇବାକୁ ଇଂଜିନିୟରିଂ ଛାତ୍ରୀ ଗାଁ ଦାଣ୍ଡରେ ମାଟି କାମ କରିବା ଖବର ପ୍ରସାରଣ ପରେ ସହାୟତା ପାଇଁ ଆଗେଇ ଆସିଲେ ରାନୀ ପଣ୍ଡା । ମଂଚ କଳାକାର ଭାବେ ରାଜ୍ୟରେ ଲୋକପ୍ରିୟତା ହାସଲ କରିଥିବା ରାନୀ ପଣ୍ଡା ଏବେ ରାଜ୍ୟ ବାହାରେ ଅଛନ୍ତି । ତଥାପି ଓଡ଼ିଆଙ୍କ ଦୁଃଖ ଦେଖି ତାଙ୍କ ହୃଦୟ ତରଳି ଯାଇଛି । କନକ ନ୍ୟୁଜରେ ଡ଼େଲାଙ୍ଗ ଅଂଚଳର ରୋଜି ବେହେରା ମନରେଗାରେ  ମାଟି କାମ କରିବା ଦେଖିContinue reading “ମୁକୁଳିବ ରୋଜିଙ୍କ ସାର୍ଟିଫିକେଟ୍ ! କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଡ଼େଲାଙ୍ଗ ରୋଜି ବେହେରାଙ୍କ ପାଇଁ ବଢିଆସିଲା ସହାୟତାର ହାତ: ସାର୍ଟିଫିକେଟ୍ ମୁକୁଳାଇବାକୁ ୨୫ ହଜାର ଟଙ୍କା ଦେଲେ ଅଭିନେତ୍ରୀ ରାନୀ ପଣ୍ଡା”

ଅନଲାଇନରେ ବଡ ଠକେଇ । କଟକରୁ ଦେଢ କୋଟି ଟଙ୍କାର ଖେଳ, କେନ୍ଦ୍ରାପଡା, ଜଗତସିଂପୁର, ଯାଜପୁର ଯାଏ ଲମ୍ବିଛି ଚେର । ଫସିଲେ ୩୦ ହଜାର ଜମାକାରୀ

ଉତ୍ତରପ୍ରଦେଶର ଏକ ଅନଲାଇନ୍‌ ନେଟଵାର୍କି˚ କମ୍ପାନି କଟକରୁ ପ୍ରାୟ ଦେଢ଼କୋଟି ଟଙ୍କା ଲୁଟିନେଇଛି । କଟକ ସମେତ ପଡେ଼ାଶୀ କେନ୍ଦ୍ରାପଡ଼ା, ଜଗତସି˚ହପୁର ଓ ଯାଜପୁର ଜିଲ୍ଲାରୁ ବି ଟଙ୍କା ଲୁଟ୍‌ ହୋଇଛି । ୪ଟି ଜିଲ୍ଲାର ପ୍ରାୟ ୩୦ ହଜାର ଜମାକାରୀଙ୍କ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା କୁହାଯାଉଛି । ଜମାକାରୀମାନେ ଲୋକଲଜ୍ଜ୍ୟା ଭୟରେ ଥାନାରେ ଏତଲା ଦେଉ ନଥିବା ଘଟଣା ଏବେ ସାମନାକୁ ଆସିଛି । ଏଠି ଠକେଇରେ କଟକର ଶିକ୍ଷକ,Continue reading “ଅନଲାଇନରେ ବଡ ଠକେଇ । କଟକରୁ ଦେଢ କୋଟି ଟଙ୍କାର ଖେଳ, କେନ୍ଦ୍ରାପଡା, ଜଗତସିଂପୁର, ଯାଜପୁର ଯାଏ ଲମ୍ବିଛି ଚେର । ଫସିଲେ ୩୦ ହଜାର ଜମାକାରୀ”

ନିଜ ଦଳରୁ ବିଦା ହେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି : ଓଲିଙ୍କୁ ଦଳରୁ ବାହାର କଲା ଶାସନ ନେପାଳ କମ୍ୟୁନିଷ୍ଟ ପାର୍ଟି

କନକ ବ୍ୟୁରୋ : ଚୀନ କଥାରେ ପଡି ଭାରତ ବିରୋଧୀ ପଦକ୍ଷେପ ନେଉଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଶେଷରେ ବିଦା କରିଦେଇଛି ତାଙ୍କରି ଦଳ । ଫଳରେ ନେପାଳରେ ବିରାଟ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ନେପାଳର ବର୍ତ୍ତମାନର ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କୁ ଦଳରୁ ବହିଷ୍କାର କରିଦେଇଛି । ଏପରିକି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଥିବା ଏକ ବିବୃତିରେ କୁହାଯାଇଛି । ଗତContinue reading “ନିଜ ଦଳରୁ ବିଦା ହେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି : ଓଲିଙ୍କୁ ଦଳରୁ ବାହାର କଲା ଶାସନ ନେପାଳ କମ୍ୟୁନିଷ୍ଟ ପାର୍ଟି”

ଗରିବୀକୁ ନେଇ ବିଶ୍ୱବ୍ୟାଙ୍କର ଆକଳନ । ଅନ୍ତର୍ଜାତୀୟ ସଂସ୍ଥା କହିଲା କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ ୧୨ କୋଟି ୪୦ ଲକ୍ଷ ଲୋକ

କନକ ବ୍ୟୁରୋ: କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ- ୧୨ କୋଟି ୪୦ ହଜାର ଲୋକ । ଏଭଳି ଆକଳନ କରିଛି ବିଶ୍ୱ ବ୍ୟାଙ୍କ । ବିଶ୍ୱ ମହାମାରୀ କରୋନା ସହ ଲଢେଇ ଜାରି ରହିଛି । ଟିକା ଆସିଯିବା ପରେ ଏହି ଲଢେଇ ମାନବ ସଭ୍ୟତାକୁ ସୁରକ୍ଷା ଦେଇପାରିବ ବୋଲି ଆଶା କରାଯାଉଛି । ହେଲେ ବିଶ୍ୱବ୍ୟାପୀ କରୋନା ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏହି ମହାମାରୀ କେବଳ ଲୋକଙ୍କContinue reading “ଗରିବୀକୁ ନେଇ ବିଶ୍ୱବ୍ୟାଙ୍କର ଆକଳନ । ଅନ୍ତର୍ଜାତୀୟ ସଂସ୍ଥା କହିଲା କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ ୧୨ କୋଟି ୪୦ ଲକ୍ଷ ଲୋକ”

କୋରାପୁଟ ବିଧାୟକଙ୍କ ମହତ କାମ: ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ପଠାଇଲେ ହସ୍ପିଟାଲ

କନକ ବ୍ୟୁରୋ: କୋରାପୁଟ ବିଧାୟକଙ୍କ ମାନବିକତା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ । କୌଣସି ଏକ କାମରେ ଯୋଗ ଦେବା ପାଇଁ ବିଧାୟକ ଲକ୍ଷ୍ମୀପୁର ଯାଉଥିଲେ । ତେବେ ଯିବା ବାଟରେ କୁସୁମଗୁଡା ଘାଟି ନିକଟରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିଲେ ବାଇକ ଆରୋହୀ ଓ ତାଙ୍କ ପତ୍ନୀ । ବିଧାୟକ ଗାଡିରୁ ଓହ୍ଲାଇ ଆସି ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେContinue reading “କୋରାପୁଟ ବିଧାୟକଙ୍କ ମହତ କାମ: ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ପଠାଇଲେ ହସ୍ପିଟାଲ”

Design a site like this with WordPress.com
Get started