ବୁଡିଯାଉଥିବା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ : ଆସନ୍ତା ମେ ମାସରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ସୋନିଆ ଗାନ୍ଧିଙ୍କ ଘୋଷଣା

କନକ ବ୍ୟୁରୋ : ବୁଡିଯାଉଥିବା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ । ଏହି ପ୍ରଶ୍ନଉତ୍ତର ଆସନ୍ତା ମେ ମାସରେ ମିଳିବାକୁ ଯାଉଛି । କାରଣ ଆସନ୍ତା ମେ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବ । କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ଘୋଷଣା କରିଛନ୍ତି କଂଗ୍ରେସର ବର୍ତ୍ତମାନର ଅଧ୍ୟକ୍ଷ ସୋନିଆ ଗାନ୍ଧ । ସୋନିଆଙ୍କ ଏହି ଘୋଷଣା ପରେ ଚର୍ଚ୍ଚା ହେଉଛି ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ପୁଣି ରାହୁଲଙ୍କୁ ମିଳିପାରେContinue reading “ବୁଡିଯାଉଥିବା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ : ଆସନ୍ତା ମେ ମାସରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ସୋନିଆ ଗାନ୍ଧିଙ୍କ ଘୋଷଣା”

ଆମେରିକା-ଭାରତ ସମ୍ପର୍କକୁ ବାଇଡେନଙ୍କ ସମ୍ମାନ

ଭାରତ ଓ ଯୁକ୍ତରାଷ୍ଟ୍ର ମଧ୍ୟରେ ଥିବା ଦୀର୍ଘ ଦିନର ରାଜିନାମା ଏବଂ ସଫଳ ସମ୍ପର୍କକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ସମ୍ମାନ ପ୍ରଦର୍ଶନ କରିଥିବା କଥା ହ୍ଵାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ ଜେନ୍‌ ସାକି ଦୈନିକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି । ବାଇଡେନ୍‌ଙ୍କ ଶାସନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କ ପ୍ରସଙ୍ଗରେ ପ୍ରଶ୍ନ ଉଠିବାରୁ ସାକି କହିଲେ, ରାଷ୍ଟ୍ରପତି ବାଇଡେନ୍‌ ଅନେକ ଥର ଭାରତ ଯାଇଛନ୍ତି । ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାର ନେତାଙ୍କ ମଧ୍ୟରେ ହୋଇଥିବା ଦୀର୍ଘContinue reading “ଆମେରିକା-ଭାରତ ସମ୍ପର୍କକୁ ବାଇଡେନଙ୍କ ସମ୍ମାନ”

ଓଡ଼ିଶାରେ ଚାଇନା ଟେକନୋଲୋଜି : କେନ୍ଦୁଝରରେ ଜ୍ୟାକରେ ଉଠିଲା ଘର; ବର୍ଷା ଦିନେ ପାଣିରେ ବୁଡ଼ି ଯାଉଥିଲା କଲୋନୀ

କନକ ବ୍ୟୁରୋ : ୪ଫୁଟ ଉପରକୁୁ ଉଠିଲା ଘର । କଥାଟି ଅସମ୍ଭବ ମନେ ହେଉଥିଲେ ବି କେନ୍ଦୁଝରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମାଟି ଦବି ତଳୁଆ ହୋଇପଡିଥିବା ଘରକୁ ଜ୍ୟାକ ସାହାର୍ଯ୍ୟରେ ଉପରକୁ ଉଠାଯାଇଛି । ସୂଚନା ମୂତାବକ, କେନ୍ଦୁଝର ସ୍ପଞ୍ଜ କଲୋନୀର ବାସିନ୍ଦା ମହେଶ୍ୱର ନାୟକଙ୍କ ଘର ତଳକୁ ତଳ ଦବି ଯାଉଥିଲା । ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ବର୍ଷା ହେଲେ ପାଣିରେ ସମ୍ପୂର୍ଣ୍ଣ ଭାବେ କଲୋନୀଟି ବୁଡିଯାଏContinue reading “ଓଡ଼ିଶାରେ ଚାଇନା ଟେକନୋଲୋଜି : କେନ୍ଦୁଝରରେ ଜ୍ୟାକରେ ଉଠିଲା ଘର; ବର୍ଷା ଦିନେ ପାଣିରେ ବୁଡ଼ି ଯାଉଥିଲା କଲୋନୀ”

ଚଳିତ ବର୍ଷ ନିଜ ସ୍କୁଲରେ ହେବ ମାଟ୍ରିକ୍ ପରୀକ୍ଷା : ପରୀକ୍ଷା ନିରୀକ୍ଷଣରେ ରହିବେ ଅନ୍ୟ ସ୍କୁଲର ଶିକ୍ଷକ; ୧୦୦ ବଦଳରେ ୮୦ ମାର୍କର ହେବ ପରୀକ୍ଷା

କନକ ବ୍ୟୁରୋ : ଏ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜେ ପଢ଼ୁଥିବା ସ୍କୁଲରେ ପରୀକ୍ଷା ଦେବେ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବୋର୍ଡ ସଭାପତି । ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ପରୀକ୍ଷା ଦେଲେ ବି ସେହି ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ହୋଇପାରିବେ ନାହିଁ । ଅନ୍ୟ ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ । ଖାଲି ସେତିକି ନୁହେଁ, ଏଥର ମାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରିContinue reading “ଚଳିତ ବର୍ଷ ନିଜ ସ୍କୁଲରେ ହେବ ମାଟ୍ରିକ୍ ପରୀକ୍ଷା : ପରୀକ୍ଷା ନିରୀକ୍ଷଣରେ ରହିବେ ଅନ୍ୟ ସ୍କୁଲର ଶିକ୍ଷକ; ୧୦୦ ବଦଳରେ ୮୦ ମାର୍କର ହେବ ପରୀକ୍ଷା”

କାମାକ୍ଷାନଗର କଲେଜରେ ମନ୍ତ୍ରୀଙ୍କ ବୋହୂଙ୍କୁ ଅନୁକମ୍ପା ଘଟଣା : ମୁହଁ ଖୋଲିଲେ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପସାରାଣୀ ପ୍ରଧାନ; ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ଭିତ୍ତିହୀନ

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର କଲେଜରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂଙ୍କୁ ଅନୁକମ୍ପା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ଲିପ୍‌ସା ପ୍ରଧାନ । ପ୍ରଥମଥର ପାଇଁ ସାମ୍ନାକୁ ଆସି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ଆରଟିଆଇ ତଥ୍ୟରୁ ନେଇ ଯେଉଁ ରାଜନୀତି କରାଯାଉଛି ତାହା ମିଛ । ତାଙ୍କ ପାଖରେ ସମସ୍ତ ତଥ୍ୟର ରେକର୍ଡ ରହିଥିବା ସେ ଦାବି କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ପ୍ରି-ପିଏଚଡି କରିଛନ୍ତିContinue reading “କାମାକ୍ଷାନଗର କଲେଜରେ ମନ୍ତ୍ରୀଙ୍କ ବୋହୂଙ୍କୁ ଅନୁକମ୍ପା ଘଟଣା : ମୁହଁ ଖୋଲିଲେ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପସାରାଣୀ ପ୍ରଧାନ; ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ଭିତ୍ତିହୀନ”

ସମ୍ବଲପୁର ଟାଉନ ଥାନା ସାମ୍ନାରେ ବିଜେପି ନେତାଙ୍କ ହଙ୍ଗାମା : ଧସେଇ ପଶିବା ପାଇଁ କଲେ ଠେଲାପେଲା

କନକ ବ୍ୟୁରୋ : ଚାଷୀଙ୍କ ପ୍ରତି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ପାଇଁ ବିଜେପି ରାସ୍ତାରୁ ନେଇ ବିଧାନସଭା ପର୍ଯ୍ୟନ୍ତ ସବୁଠି ଲଢ଼େଇ କରିବ। ପ୍ରତିଟି ଚାଷୀକୁ ତାର କଷ୍ଟୋପାର୍ଜିତ ଫସଲର ଶେଷ ବସ୍ତାର ମୂଲ୍ୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଗୁରୁବାର ସମ୍ବଲପୁରରେ ଆୟୋଜିତ ‘ଚାଷୀ ଅଧିକାର’ ରାଲିରେ ଏଭଳି ଗର୍ଜନ କରିଛନ୍ତି ବିଜେପି ନେତା ଓ କର୍ମୀ। ପଶ୍ଚିମ ଓଡ଼ିଶାର ୩୭ଟି ବିଧାନସଭା କ୍ଷେତ୍ରରୁ ପ୍ରାୟ ୧୦ ହଜାର ନେତାContinue reading “ସମ୍ବଲପୁର ଟାଉନ ଥାନା ସାମ୍ନାରେ ବିଜେପି ନେତାଙ୍କ ହଙ୍ଗାମା : ଧସେଇ ପଶିବା ପାଇଁ କଲେ ଠେଲାପେଲା”

ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ । ବାଜା ବଜିଲା, ରୋଷଣୀ ହେଲା । ସମସ୍ତଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ ହେଲା

ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ । ବାଜା ବଜାଇ ବର ଆସିଲା । ବନ୍ଧୁବାନ୍ଧବ ଓ ସାହିପଡୋଶୀ ଆସି ଥିଲେ ବରଯାତ୍ରୀରେ । ସେପଟେ କନିଆ ବଧୂ ବେଶରେ ସଜ ହୋଇ ମନ୍ଦିରରେ ଅପେକ୍ଷା କରି ଥିଲା ତାର ଜନ୍ମ ଜନ୍ମର ସାଥୀକୁ । ଏପରି ଏକ ନିଆରା ବିବାହ ହୋଇଛି ଡିହସାହି, କୈଳପଡା ପଞ୍ଚାୟତର ମଠସାହି ଗ୍ରାମରେ। ସମସ୍ତେ ସାମିଲ ହୋଇ ଦୁଇ ଦିବ୍ୟାଙ୍ଗଙ୍କ ବିବାହ କରାଇଛନ୍ତି । ବର ଓ କନିଆ ଦୁହେଁ ଦୁନିଆରContinue reading “ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ । ବାଜା ବଜିଲା, ରୋଷଣୀ ହେଲା । ସମସ୍ତଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ ହେଲା”

କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ : ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ପାହାଡ଼ ଖୋଲରୁ ମିଳିଲା ବିସ୍ଫୋରକ

କନକ ବ୍ୟୁରୋ : କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ମରିଗେତା ଜଙ୍ଗଲର ଏକ ପାହାଡ଼ ଖୋଲରୁ ଏହି ବିସ୍ଫୋରକ ଜବତ କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ପାହାଡ଼ ଖୋଲରେ ନକ୍ସଲ ବିସ୍ଫୋରକ ଲୁଚାଇଥିବା ସନ୍ଦେହ କରାଯାଉଛି । ବିସ୍ଫୋରକ ମଧ୍ୟରେ ଅଛି ବିପୁଳ ପରିମାଣର ଜିଲୋଟିନ ଷ୍ଟ୍ରିକ, ଡିଟୋନେଟର ଓ ତାର । ନକ୍ସଲ ଏହି ବିସ୍ଫୋରକକୁ ବ୍ୟବହାର କରି ଯବାନଙ୍କୁ ଏବଂ ପୁଲିସକୁ ଟାର୍ଗେଟContinue reading “କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ : ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ପାହାଡ଼ ଖୋଲରୁ ମିଳିଲା ବିସ୍ଫୋରକ”

ଦଶ ମାସର ବ୍ୟବଧ୍ୟାନ ପରେ ରିଲିଜ ହେଉଛି ଓଡ଼ିଆ ଫିଲ୍ମ : ଅମ୍ଳାନଙ୍କ ଅଭିନୀତ ରୋମିଓ ରାଜା କଟକ ବୃନ୍ଦାବନ ହଲରେ ମଧ୍ୟାହ୍ନରେ ହେବ ପ୍ରିମିୟର

କନକ ବ୍ୟୁରୋ : ଦୀର୍ଘ ୧୦ମାସ ପରେ ହଲରେ ବସି ଓଡ଼ିଆ ଫିଲ୍ମ ଦେଖିବେ ଦର୍ଶକ । ଆଜି ମୁକ୍ତିଲାଭ କରୁଛି ଅଭିନେତା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଫିଲ୍ମ ରୋମିଓ ରାଜା । ଏନବି ଏଟଟେଂନମେଂଟ ବ୍ୟାନରେ ତିଆରୀ ହୋଇଥିବା ଏହି ଫିଲ୍ମର ଆଜି ମଧ୍ୟାହ୍ନରେ କଟକ ବୃନ୍ଦାବନ ହଲରେ ପ୍ରିମିୟର ହେବ । ସେହିପରି ଅପରାହ୍ନ ୪ଟାରେ ଭୁବନେଶ୍ୱର ସିନେ ପଲିସରେ ବସି ଫିଲ୍ମର ମଜା ନେଇପାରିବେ ଦର୍ଶକ । ହେଲେ କରୋନା କାଳରେContinue reading “ଦଶ ମାସର ବ୍ୟବଧ୍ୟାନ ପରେ ରିଲିଜ ହେଉଛି ଓଡ଼ିଆ ଫିଲ୍ମ : ଅମ୍ଳାନଙ୍କ ଅଭିନୀତ ରୋମିଓ ରାଜା କଟକ ବୃନ୍ଦାବନ ହଲରେ ମଧ୍ୟାହ୍ନରେ ହେବ ପ୍ରିମିୟର”

ଆଜି ଠାରୁ ରାଜଧାନୀରେ ଆରମ୍ଭ ହେବ ପରେଡ଼ ଅଭ୍ୟାସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ

ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠାରୁ ଆରମ୍ଭ ହେବ ପରେଡ ଅଭ୍ୟାସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ତା ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେସାଲ ଟାକ୍ଟିକାଲ ୟୁନିଟ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍Continue reading “ଆଜି ଠାରୁ ରାଜଧାନୀରେ ଆରମ୍ଭ ହେବ ପରେଡ଼ ଅଭ୍ୟାସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ”

Design a site like this with WordPress.com
Get started