କନକ ବ୍ୟୁରୋ : ସାରା ଦେଶରେ କରୋନା ଟିକାକରଣ ସନ୍ତୋଷ ଜନକ ରହିଛି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇଥିଲେ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାକରଣର ୫ ଦିନରେ ୮ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କରୋନା ଯୋଦ୍ଧା ଟିକା ନେଇ ସାରିଲେଣି । ଆପଣ ଜାଣିଛନ୍ତି ଆମ ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ ୨ଟି ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି । ହେଲେ ଚିନ୍ତାContinue reading “ଦେଶରେ ଟିକାକରଣକୁ ନେଇ ଚିନ୍ତା ଜନକ ଚିତ୍ର : କୋଭାକ୍ସିନ୍ ଅପେକ୍ଷା କୋଭିସିଲ୍ଡକୁ ପସନ୍ଦ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ”
Tag Archives: News
ଶିବମୋଗାରେ ଡିନାମାଇଟ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ : ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା
କନକ ବ୍ୟୁରୋ : ବିଳମ୍ବିତ ରାତିରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲା ଅନ୍ତର୍ଗତ ହୁନାସୋଡୁ ଗ୍ରାମ ପାଖରେ ଥିବା ଏକ ରେଳବାଇ କ୍ରସ୍ର ପରିସରରେ ଡିନାମାଇଟ୍ ବିସ୍ଫୋରଣ । ଅନ୍ୟୂନ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ଜିଲ୍ଲାପାଳ କେବି ଶିବକୁମାର ଗଣମାଧ୍ୟମକୁ କହିଛନ୍ତି । ଗେଙ୍ଗୁଟି ଓ ଡେଣୁଆ ଭଳି ପଥରଖଣ୍ଡ ଚୂନା କରାଯାଉଥିବା ପରିସର ପାଖରେ ରାତି ପ୍ରାୟ ୧୦.୩୦ରେ ଘଟିଥିବା ଏହି ପ୍ରଚଣ୍ଡ ବିସ୍ଫୋରଣ କେବଳ ଶିବମୋଗା ନୁହେଁ ନିକଟବର୍ତ୍ତୀ ଚିକ୍କମାଗଲୁରୁ ଏବଂContinue reading “ଶିବମୋଗାରେ ଡିନାମାଇଟ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ : ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା”
ଆଜି ଝାରପଡ଼ା ଜେଲରୁ ହିମାଂଶୁକୁ ରିମାଣ୍ଡରେ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ । ଆଉ କାହାକୁ ଠକିଛି କିଡ଼ନୀ ରାକେଟର କିଙ୍ଗପିନ୍, ଜାଣିବାକୁ ହେବ ଖୋଳତାଡ଼
ଅନ୍ତରାଜ୍ୟ କିଡ୍ନି ଠକେଇ ରାକେଟ୍ର କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ପରଚାଉଚରା ଲାଗି ପୁଣି ତିନି ଦିନିଆ ରିମାଣ୍ଡରେ ଅଣାଯିବ। ଲକ୍ଷ୍ମୀସାଗର ଥାନା ପୁଲିସ ରିମାଣ୍ଡ ଆବେଦନକୁ ଭୁବନେଶ୍ବର ଏସଡିଜେଏମ୍ ଆଜି ମଞ୍ଜୁର କରିଛନ୍ତି। ଆସନ୍ତାକାଲି ପୂର୍ବାହ୍ନରେ ଲକ୍ଷ୍ମୀସାଗର ଥାନା ପୁଲିସ ଝାରପଡ଼ା ଜେଲରୁ ହିମାଂଶୁକୁ ଆଣି ଜେରା କରିବ। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ମିଲି ସାହୁ ନାମ୍ନୀ ମହିଳାଙ୍କଠାରୁ କିଡ୍ନି ଦେବା ପାଇଁ ହିମାଂଶୁ ୧ ଲକ୍ଷ ୧୩ ହଜାର ଟଙ୍କା ନେବା ପରେContinue reading “ଆଜି ଝାରପଡ଼ା ଜେଲରୁ ହିମାଂଶୁକୁ ରିମାଣ୍ଡରେ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ । ଆଉ କାହାକୁ ଠକିଛି କିଡ଼ନୀ ରାକେଟର କିଙ୍ଗପିନ୍, ଜାଣିବାକୁ ହେବ ଖୋଳତାଡ଼”
ଥାନାରେ ରାତି କାଟିଲେ ବିଜେପି ନେତା : ଚାଷୀ ସମସ୍ୟାକୁ ନେଇ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ବିଜେପି
କନକ ବ୍ୟୁରୋ : ଥାନାରେ ରାତି କାଟିଲେ ବିଜେପି ନେତା । ସମ୍ବଲପୁର ଟାଉନ ଥାନା ପରିସରରେ ବିଜେପି ନେତାଙ୍କ ରାତି ବିତିିଛି । ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ଆନ୍ଦୋଳନ ପରେ ସରକାରଙ୍କ ବିରୋଧରେ ଗର୍ଜିଛି ବିଜେପି । ଭୁବନେଶ୍ୱରରେ ଦଳ କହିଛି, ଆନ୍ଦୋଳନକୁ ଆଗକୁ ବଢାଯିବ । ବିରୋଧୀ ଦଳ ନେତାଙ୍କ ସମେତ ବିଜେପିର ଅନେକ ନେତା ଗିରଫ ହୋଇ ଥାନାରେ ଅଛନ୍ତି । ଶୁକ୍ରବାର ସୁଦ୍ଧା ସରକାର ନିଷ୍ପତ୍ତି ନନେଲେ ଆନ୍ଦୋଳନକୁ ଜୋରଦାରContinue reading “ଥାନାରେ ରାତି କାଟିଲେ ବିଜେପି ନେତା : ଚାଷୀ ସମସ୍ୟାକୁ ନେଇ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ବିଜେପି”
ପରାକ୍ରମ ଦିବସ ବନାମ ଦେଶ ନାୟକ ଦିବସ : କେନ୍ଦ୍ରର ‘ପରାକ୍ରମ ଦିବସ’ ପାଳିବନି ପଶ୍ଚିମବଙ୍ଗ; ‘ଦେଶ ନାୟକ’ ଦିବସ ପାଳିବେ ମମତା
କନକ ବ୍ୟୁରୋ : ନେତାଜୀଙ୍କ ଜୟନ୍ତୀଙ୍କୁ ନେଇ ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏହିଦିନକୁ ପଶ୍ଚିମବଙ୍ଗରେ ଦେଶ ନାୟକ ଦିବସ ଭାବେ ପାଳନ କରିବାକୁ ମମତା ବାନାର୍ଜୀ ସରକାର ଘୋଷଣା କରିଛନ୍ତି । ଶନିବାର ଦିନ ଦେଶରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳନContinue reading “ପରାକ୍ରମ ଦିବସ ବନାମ ଦେଶ ନାୟକ ଦିବସ : କେନ୍ଦ୍ରର ‘ପରାକ୍ରମ ଦିବସ’ ପାଳିବନି ପଶ୍ଚିମବଙ୍ଗ; ‘ଦେଶ ନାୟକ’ ଦିବସ ପାଳିବେ ମମତା”
ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଫସିଲା ଦେଶୀ ଲଞ୍ଚ : ୩ ଘଣ୍ଟା ପରେ ୧୦ଜଣଙ୍କୁ ଉଦ୍ଧାର କଲା ଆମ୍ବୁଲାନ୍ସ
କନକ ବ୍ୟୁରୋ : ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଫଶିଲା ଦେଶୀ ଲଞ୍ଚ । ଲଞ୍ଚଟି ଅଚଳ ହେବା ଫଳରେ ଅକାତ କାତ ପାଣି ମଝିରେ ଫଶି ରହିଥିଲେ ୧୦ ଜଣ ବ୍ୟକ୍ତି । ଦୀର୍ଘ ୩ଘଣ୍ଟା ପରେ ଉଦ୍ଧାର କଲା ରୋଗୀ ଆଣିବାକୁ ଯାଉଥିବା ଆମ୍ବିଲାନ୍ସ ଲଞ୍ଚ । ନବରଙ୍ଗପୁର ଜିଲ୍ଲା ବିଜ୍ରାଗୁଡା ଗାଁରୁ ନିର୍ବନ୍ଧ ପାଇଁ ଥୁଆମୂଳ ରାମପୁର ଅଞ୍ଚଳ ଉପରପଙ୍ଗାର ୭ ଜଣ ଲୋକ ଯାଉଥିଲେ । ତେବେ ଜଳଭଣ୍ଡାର ମଝିରେ କୌଣସି କାରଣରୁContinue reading “ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଫସିଲା ଦେଶୀ ଲଞ୍ଚ : ୩ ଘଣ୍ଟା ପରେ ୧୦ଜଣଙ୍କୁ ଉଦ୍ଧାର କଲା ଆମ୍ବୁଲାନ୍ସ “
ସାଧାରଣ ଲୋକଙ୍କ ଉପରେ ବିଏମସିର ପାର୍କିଂ ଜୁଲୁମ୍ ! ଏଣିକି ଗାଡି ପାର୍କିଂ କଲେ ଘଣ୍ଟା ପିଛା ଗଣିବେ ଟଙ୍କା, ଜାଣନ୍ତୁ… ଘଣ୍ଟାପିଛା ଦେବାକୁ ପଡିବ କେତେ?
ଦିଲ୍ଲୀରେ ଗୋଟିଏ କାର୍ ୬ଘଣ୍ଟା ପାଇଁ ପାର୍କିଂ କଲେ ୩୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଛି । କିନ୍ତୁ ଭୁବନେଶ୍ବରରେ ଯଦି ଜଣେ ଗୋଟିଏ କାର୍ ୬ଘଣ୍ଟା ପାର୍କିଂ କରିବ, ତେବେ ୯୬ଟଙ୍କା ଦେବାକୁ ପଡ଼ିବ । ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ଅଜବ ନିୟମ ଆଜିଠାରୁ କଡ଼ାକଡ଼ି ଲାଗୁ କରାଯାଇଛି । ବିଏମ୍ସିର ନିଲାମ ହୋଇଥିବା ପ୍ରାୟ ୧୦ଟି ପାର୍କିଂ ପ୍ୟାକେଜ୍ ଅଞ୍ଚଳରେ ଏହି ନିୟମ ଲାଗୁ ହୋଇଛି । ବିଏମ୍ସିର ନୂଆContinue reading “ସାଧାରଣ ଲୋକଙ୍କ ଉପରେ ବିଏମସିର ପାର୍କିଂ ଜୁଲୁମ୍ ! ଏଣିକି ଗାଡି ପାର୍କିଂ କଲେ ଘଣ୍ଟା ପିଛା ଗଣିବେ ଟଙ୍କା, ଜାଣନ୍ତୁ… ଘଣ୍ଟାପିଛା ଦେବାକୁ ପଡିବ କେତେ?”
ବିଏମସି ଅଂଚଳରୁ ଭିକ୍ଷାବୃତି ହଟାଇବାକୁ ପଦକ୍ଷେପ : ପ୍ରଥମେ ଚିହ୍ନଟ ପରେ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ରାଜଧାନୀକୁ ଭିକାରୀମୁକ୍ତ ସହର କରାଯିବ । ହେଲେ କୌଣସି ଭିକାରି ବେକାର ହେବେନି। ସେମାନଙ୍କର ଗୁଣ, କୌଶଳ ଓ ସାମର୍ଥ୍ୟ ଅନୁଯାୟୀ ରୋଜଗାରକ୍ଷମ କରାଯିବ । ଏଥିପାଇଁ ବିଏମ୍ସି ତିନିଟି ଭିକାରି ଥଇଥାନ କେନ୍ଦ୍ର କରିବ। ତିନିଟି ଜୋନ୍ରେ ତିନିଟି ଥଇଥାନ କେନ୍ଦ୍ର ହେବାକୁ ଥିବାବେଳେ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଭିକାରି ରହିବାର ବ୍ୟବସ୍ଥା କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ବିଏମ୍ସିର ସୂଚନା ଅନୁଯାୟୀ, ଏବେ ପୂରା ଭୁବନେଶ୍ବରରେContinue reading “ବିଏମସି ଅଂଚଳରୁ ଭିକ୍ଷାବୃତି ହଟାଇବାକୁ ପଦକ୍ଷେପ : ପ୍ରଥମେ ଚିହ୍ନଟ ପରେ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ”
ଉଷୁନା ଚାଉଳ ସଂଗ୍ରହ ଓ ବକେୟା ସବସିଡି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେଡି ସାଂସଦଙ୍କ ଆଲୋଚନା:କହିଲେ, ଓଡିଶା ପ୍ରାପ୍ୟ ବକେୟା ଟଙ୍କା ଖୁବ୍ ଶୀଘ୍ର ମିଳିବ
କନକ ବ୍ୟୁରୋ : ଉଷୁନା ଚାଉଳ ସଂଗ୍ରହ ଓ ବକେୟା ସବସିଡି ପ୍ରସଙ୍ଗରେ କେନ୍ଦ୍ର ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଓଡିଶାକୁ ସବସିଡି ବାବଦରେ କେନ୍ଦ୍ର ଦେବାକୁ ଥିବା ୬ ହଜାର ୩୯ କୋଟି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଖୁବଶୀଘ୍ର ବକେୟା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହContinue reading “ଉଷୁନା ଚାଉଳ ସଂଗ୍ରହ ଓ ବକେୟା ସବସିଡି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେଡି ସାଂସଦଙ୍କ ଆଲୋଚନା:କହିଲେ, ଓଡିଶା ପ୍ରାପ୍ୟ ବକେୟା ଟଙ୍କା ଖୁବ୍ ଶୀଘ୍ର ମିଳିବ”
କୋଭିଡ୍ ଟିକାକରଣ ଅଭିଯାନରେ ଓଡିଶାର ସଫଳତା : ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା; ୩୫ ଦଶମିକ ୩% ନେଲେ ଟିକା
କନକ ବ୍ୟୁରୋ : ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦେଇ କୋଭିଡ୍ ଟିକାକରଣ ଜାରି ରହିଛି । ତେବେ ପ୍ରଥମ ପର୍ଯ୍ୟାୟ ଟିକାର ହିସାବ ଅନୁସାରେ ପ୍ରଥମ ୫ଟି ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ଓଡିଶା ରହିଛି ଏବଂ ଏହାର ସ୍ଥାନ ଦ୍ୱିତୀୟରେ ରହିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ନାଗାଲାଣ୍ଡରେ ସର୍ବାଧିକ ୩୭.୫ ପ୍ରତିଶତ ରହିଥିବା ବେଳେ ଓଡିଶାରେ ଏହି ପରିମାଣ ୩୫ ଦଶମିକ ୩ ପ୍ରତିଶତ ରହିଛି । ସେହିପରି ହରିଆଣାରେ ୨୬Continue reading “କୋଭିଡ୍ ଟିକାକରଣ ଅଭିଯାନରେ ଓଡିଶାର ସଫଳତା : ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା; ୩୫ ଦଶମିକ ୩% ନେଲେ ଟିକା”