କନକ ବ୍ୟୁରୋ: ସେରମ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡ ଦ୍ୱାରା ପ୍ରଭାବିତ ହେବନି କୋଭିସିଲ୍ଡ ଟିକା ଉତ୍ପାଦନ । ଏନେଇ ସୂଚନା ଦେଇଛନ୍ତି ସେରମ୍ ମୁଖ୍ୟ ଅଦାର ପୁନାୱାଲା । ସେ କହିଛନ୍ତି ଯେ, ନିଆଁ ଲାଗିଥିବା ଯୋଗୁଁ କମ୍ପାନୀକୁ ଆର୍ଥିକ କ୍ଷତି ହୋଇଥିଲେ ମଧ୍ୟ କୋଭିସିଲ୍ଡ ଟିକା ଉତ୍ପାଦନରେ ଏହାର କୌଣସି ପ୍ରଭାବ ପଡିବନି । ଗୁରୁବାର ଦିନ ଟିକା ପ୍ରସ୍ତୁତ କରୁଥିବା ପୁଣେର ସିରମ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଂଟରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା ।Continue reading “ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟଣା । ପ୍ରଭାବିତ ହେବନି ଟିକା ଉତ୍ପାଦନ । ସୂଚନା ଦେଲେ ସିଇଓ ଆଦର ପୁନାୱାଲା”
Tag Archives: News
ସହଜ ହେଉନି ଜଗା ଦର୍ଶନ । ସିଂହଦ୍ୱାରରେ ପହଞ୍ଚିବା ପାଇଁ ଚାଲିବାକୁ ପଡୁଛି ଦୁଇ କିଲୋମିଟର ବାଟ । ଲମ୍ବା ବ୍ୟାରିକେଡକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ।
କନକ ବ୍ୟୁରୋ : ଗୁରୁବାର ଠାରୁ ବିନା କୋଭିଡ୍ ରିପୋର୍ଟରେ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି, ଭକ୍ତଙ୍କ ମହଲରେ ଖୁସି ଆଣିଥିଲା, କିନ୍ତୁ ବଡଦାଣ୍ଡରେ ପହଞ୍ଚିବା ପରେ, ସମସ୍ତଙ୍କ ଚିନ୍ତା ବଢିଯାଇଥିଲା । କାରଣ, ସିଂହଦ୍ୱାରକୁ ପହଞ୍ଚିବା ପାଇଁ ଆପଣଙ୍କୁ ୨ କିଲୋମିଟର ବାଟ ଚାଲିବାକୁ ପଡିବ । ଦର୍ଶନ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ବ୍ୟବସ୍ଥା ଏତେ ବଡ ଅସୁବିଧା ହୋଇଯିବ ବୋଲି, କେହିContinue reading “ସହଜ ହେଉନି ଜଗା ଦର୍ଶନ । ସିଂହଦ୍ୱାରରେ ପହଞ୍ଚିବା ପାଇଁ ଚାଲିବାକୁ ପଡୁଛି ଦୁଇ କିଲୋମିଟର ବାଟ । ଲମ୍ବା ବ୍ୟାରିକେଡକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ।”
ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର । ମାମଲା ଦାୟର କଲେ କଂଗ୍ରେସ ବିଧାୟକ ଇଂ. ମହମ୍ମଦ ମୋକିମ୍
କନକ ବ୍ୟୁରୋ: ବିଜେପି ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର । ପରୀ ମାମଲାରେ ଅରୁଚିକର ଓ ଅଶାଳୀନ ଆରୋପର ପ୍ରତିବାଦ କରି ମାମଲା ଦାୟର କଲେ କଂଗ୍ରେସ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍ । ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବିଭିନ୍ନ ଜାତୀୟ ଗଣମାଧ୍ୟମରେ କଂଗ୍ରେସର ନଅ ଜଣ ବିଧାୟକଙ୍କ ବିରୋଧରେ ଅନେକ ଅଶାଳୀନ ଓ ଅରୁଚିକର ମନ୍ତବ୍ୟContinue reading “ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର । ମାମଲା ଦାୟର କଲେ କଂଗ୍ରେସ ବିଧାୟକ ଇଂ. ମହମ୍ମଦ ମୋକିମ୍”
ଚାଷୀ-କେନ୍ଦ୍ର ଭିତରେ ବୈଠକ ଶେଷ । ଏଥର ବି ବାହାରିଲାନି ନିଷ୍କର୍ସ । ଜିଦରେ ଅଟଳ ଚାଷୀ
କନକ ବ୍ୟୁରୋ: କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ଭିତରେ ୧୧ ତମ ବୈଠକ ଶେଷ । ଏଥର ବି ବାହାରିପାରିଲାନି ନିଷ୍କର୍ସ । ଚାଷୀମାନଙ୍କୁ ଶେଷ ଥର ପାଇଁ ଠିକ୍ ଭାବେ ଚିନ୍ତା କରିବାକୁ କହିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଶୁକ୍ରବାର ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ଭିତରେ ବୈଠକ ବସିଥିଲା । ଯେଉଁଥିରେ ନୂଆ କୃଷି ଆଇନ୍ ଓ ଚାଷୀ ଆନ୍ଦୋଳନ ବନ୍ଦ କରିବାକୁContinue reading “ଚାଷୀ-କେନ୍ଦ୍ର ଭିତରେ ବୈଠକ ଶେଷ । ଏଥର ବି ବାହାରିଲାନି ନିଷ୍କର୍ସ । ଜିଦରେ ଅଟଳ ଚାଷୀ”
ପୁରୀରେ ଲମ୍ବା ବ୍ୟାରିକେଡକୁ ନେଇ ଭକ୍ତ ଅସନ୍ତୋଷ । ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏଁ ହୋଇଥିବା ବ୍ୟାରିକେଡକୁ ଛୋଟ କରିବାକୁ ଦାବି
କନକ ବ୍ୟୁରୋ: ଜଗା ଦର୍ଶନ ପାଇଁ ଭକ୍ତଙ୍କୁ ଚାଲିବାକୁ ପଡୁଛି ୨ କିଲୋମିଟର ରାସ୍ତା । ଗତକାଲିଠୁ କଟକଣା ମୁକ୍ତ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି । ତେବେ ଲମ୍ବା ବ୍ୟାରିକେଡକୁ ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମାର୍କେଟ ଛକରୁ ବ୍ୟାରିକେଡ ହୋଇଥିବାରୁ ଭକ୍ତମାନଙ୍କୁ ଲମ୍ବା ରାସ୍ତା ଚାଲିବାକୁ ପଡୁଛି । ତେଣୁ ବ୍ୟାରିକେଡ ଛୋଟ କରିବାକୁ ଶ୍ରଦ୍ଧାଳୁ ପ୍ରସ୍ତାବ ଦେଇଛନ୍ତି । ତିନିContinue reading “ପୁରୀରେ ଲମ୍ବା ବ୍ୟାରିକେଡକୁ ନେଇ ଭକ୍ତ ଅସନ୍ତୋଷ । ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏଁ ହୋଇଥିବା ବ୍ୟାରିକେଡକୁ ଛୋଟ କରିବାକୁ ଦାବି”
ମଣ୍ଡି ସମସ୍ୟା ନେଇ ଶେଷ ହେଲା ଆଲୋଚନା । ନିଷ୍ପତ୍ତି ପାଇଁ ଆରଡିସିଙ୍କୁୁ ୭୨ ଘଣ୍ଟାର ସମୟ ଦେଲା ବିଜେପି ।
କନକ ବ୍ୟୁରୋ : ମଣ୍ଡି ସମସ୍ୟାକୁ ନେଇ ବିଜେପିର ୯ ଜଣିଆ ପ୍ରତିନିଧି ଦଳ ଏବଂ ଆରଡିସିଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଆରଡିସିଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ । ତେବେ ମଣ୍ଡି ସମସ୍ୟାକୁ ନେଇ ନିଷ୍ପତ୍ତି ନେବା ପାଇଁ ଆରଡିସିଙ୍କୁ ୭୨ ଘଣ୍ଟାର ସମୟ ଦେଇଛି ଭାରତୀୟ ଜନତା ପାର୍ଟି । ଆରଡିସି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂContinue reading “ମଣ୍ଡି ସମସ୍ୟା ନେଇ ଶେଷ ହେଲା ଆଲୋଚନା । ନିଷ୍ପତ୍ତି ପାଇଁ ଆରଡିସିଙ୍କୁୁ ୭୨ ଘଣ୍ଟାର ସମୟ ଦେଲା ବିଜେପି ।”
ମମତା କ୍ୟାବିନେଟରୁ ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ । ବନ ବିଭାଗର ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ଇସ୍ତଫା । ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ତୃଣମୂଳ କଂଗ୍ରେସରୁ ନେତାମାନଙ୍କର ଇସ୍ତଫା ମଧ୍ୟ ସେତିକି ବଢି ବଢିଚାଲିଛି । ଯାହାକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶୁକ୍ରବାର ମମତା ସରକାରରେ ମନ୍ତ୍ରୀ ଥିବା ଆଉ ଜଣେ ନେତା ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି ନେତା ଜଣକ ଖୁବଶୀଘ୍ର ବିଜେପିରେContinue reading “ମମତା କ୍ୟାବିନେଟରୁ ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ । ବନ ବିଭାଗର ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ଇସ୍ତଫା । ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା”
ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କ ଠାରୁ ଠକେଇ । ଯବାନଙ୍କୁ କୋଟି କୋଟି ଟଙ୍କାର ଠକେଇ କଲେ ସେହି ସେନାର ବରିଷ୍ଠ ଅଧିକାରୀ । କେନ୍ଦ୍ରାପଡାରେ ସିଆରପିଏଫ ଯବାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ ।
କନକ ବ୍ୟୁରୋ : ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କୁ ଠକେଇ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ ଯବାନଙ୍କୁ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି, ସେହି ସେନାର ବରିଷ୍ଠ ଅଧିକାରୀ । ସୈନିକମାନଙ୍କୁ ୩୫ କୋଟି ଟଙ୍କାର ଚୁନ ଲଗାଇବା ପରେ ଏବେ କ୍ଷତିଗ୍ରସ୍ତ, କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖାର କାର୍ଯ୍ୟାଳୟ ଆଗରେ ନ୍ୟାୟ ପାଇଁ ଧାରଣା ଦେଇଛନ୍ତି । ୨୦୧୧ରେ ଏକ ବେସରକାରୀ ସଂସ୍ଥା ସୈନିକ ୱେଲଫେୟାର ଅରଗାନାଇଜେସନର ଅଧ୍ୟକ୍ଷ ଅବସରପ୍ରାପ୍ତ ଲେଫ୍ଟନାଣ୍ଟContinue reading “ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କ ଠାରୁ ଠକେଇ । ଯବାନଙ୍କୁ କୋଟି କୋଟି ଟଙ୍କାର ଠକେଇ କଲେ ସେହି ସେନାର ବରିଷ୍ଠ ଅଧିକାରୀ । କେନ୍ଦ୍ରାପଡାରେ ସିଆରପିଏଫ ଯବାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ ।”
ବିରାଟଙ୍କୁ ପ୍ରଶ୍ନ କଲେ ଗୌତମ ଗମ୍ଭୀର । ୮ ବର୍ଷ ହେଲା ବିନା ଟ୍ରଫିରେ କେମିତି ଅଛନ୍ତି ଅଧିନାୟକ ।
କନକ ବ୍ୟୁରୋ: ଆଇପିଏଲ୍ ୨୦୨୧ ସିଜିନ୍ ପାଇଁ ଏବେଠୁ ପ୍ରସ୍ତୁତ ହେଲେଣି ସବୁ ଦଳ । ବୁଧବାର ଖେଳାଳିମାନଙ୍କର ରିଲିଜ୍ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଏଥିରେ ସବୁ ଦଳ ସେମାନଙ୍କର କିଛି ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଥିବାବେଳେ ବାକି ଖେଳାଳିଙ୍କୁ ରିଟେନ୍ ରଖିଛନ୍ତି । ଏହାରି ଭିତରେ ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର ଆରସିବିର ଅଧିନାୟକ ବିରାଟ କୋହଲିଙ୍କୁ ଟାର୍ଗେଟ କରିଛନ୍ତି । ଗମ୍ଭୀର ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇContinue reading “ବିରାଟଙ୍କୁ ପ୍ରଶ୍ନ କଲେ ଗୌତମ ଗମ୍ଭୀର । ୮ ବର୍ଷ ହେଲା ବିନା ଟ୍ରଫିରେ କେମିତି ଅଛନ୍ତି ଅଧିନାୟକ ।”
ପଶ୍ଚିମ ଓଡିଶାରେ ମୁଣ୍ଡ ଟେକିଛି ମଣ୍ଡି ସମସ୍ୟା । ବିଭିନ୍ନ ଆଳ ଦେଖାଇ ଧାନ କିଣୁନାହାନ୍ତି ମିଲର । ଅମଳ ହୋଇଛି ଅଧିକ ଧାନ, କିଣିବାକୁ କମ୍ ଟାର୍ଗେଟ୍ ଦେଇଛି ଯୋଗାଣ ବିଭାଗ ।
କନକ ବ୍ୟୁରୋ : ପଶ୍ଚିମ ଓଡିଶାରେ ମୁଣ୍ଡ ଟେକିଛି ମଣ୍ଡି ସମସ୍ୟା । ମଣ୍ଡିରେ ଧାନ ବିକ୍ରିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଛି ପ୍ରାୟ ଅଢେଇ ଲକ୍ଷ କ୍ୱିଂଟାଲ ଧାନ । ଧାନ କିଣା ଟାର୍ଗେଟ ରହିଛି ମାତ୍ର ୧ ଲକ୍ଷ କ୍ୱିଂଟାଲ । ଟାର୍ଗେଟ ବୃଦ୍ଧି ନ ହେଲେ ଜିଲ୍ଲାର ହଜାର ହଜାର ଚାଷୀ ଟୋକନ ପାଇ ବି ଧାନ ବିକ୍ରିରୁ ବଞ୍ଚିତ ହେବା ନେଇContinue reading “ପଶ୍ଚିମ ଓଡିଶାରେ ମୁଣ୍ଡ ଟେକିଛି ମଣ୍ଡି ସମସ୍ୟା । ବିଭିନ୍ନ ଆଳ ଦେଖାଇ ଧାନ କିଣୁନାହାନ୍ତି ମିଲର । ଅମଳ ହୋଇଛି ଅଧିକ ଧାନ, କିଣିବାକୁ କମ୍ ଟାର୍ଗେଟ୍ ଦେଇଛି ଯୋଗାଣ ବିଭାଗ ।”