କନକ ବ୍ୟୁରୋ: ସମ୍ବଲପୁରରେ ବିଜେପି ଆରଡିିସି ଅଫିସ ଘେରାଉ ବେଳେ ଉତ୍ତେଜନା । ପୁଲିସ ସହ ବିଜେପି ନେତା ଓ କର୍ମୀମାନେ ଧସ୍ତାଧସ୍ତି ହୋଇଛନ୍ତି । ଏହି ଘଟଣା ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ପୁଲିସ ଉଠାଇନେଇ ଅଟକ ରଖିଛି। ମଣ୍ଡିରୁ ଧାନ ନଉଠିବା ଘଟଣାକୁ ନେଇ ବିଜେପି ଆଜି ଜୋରଦାର ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁରରେ ଆରଡ଼ିସି ଅଫିସ ଘେରାଉ କରିବା ପାଇଁ ଦଳର ନେତା ଓ କର୍ମୀମାନେ ଆଜି ଏକାଠି ହୋଇଥିଲେContinue reading “ସମ୍ବଲପୁର ଆରଡିସି ଅଫିସ ଘେରାଉ ବେଳେ ଉତ୍ତେଜନା । ମୁହାଁମୁହିଁ ହେଲେ ପୁଲିସ ଓ ବିଜେପି କର୍ମୀ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଅଟକ”
Tag Archives: News
ପୁଣେ ସେରମ୍ ଇନଷ୍ଟିଚ୍ୟୁଟରେ ଲାଗିଲା ନିଆଁ । ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ନିଆଁ ଲିଭା କାମରେ ୮ଟି ଦମକଳ ବାହିନୀ ନିୟୋଜିତ
କନକ ବ୍ୟୁରୋ: ପୁଣେ ସେରମ୍ ଇନଷ୍ଟିଚ୍ୟୁଟରେ ଲାଗିଲା ନିଆଁ । ସେରମ ଇନଷ୍ଟିଚ୍ୟୁଟରେ ତିଆରି ହେଉଛି କରୋନା ଟିକା । ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା । ଦମକଳ ବାହିନୀର ୮ଟି ଗାଡି ନିଆଁ ଲିଭାରେ ନିୟୋଜିତ । ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, ଟିକା ପ୍ରସ୍ତୁତ ହେଉଥିବା କୋଠାରେ ନିଆଁ ଲାଗିନାହିଁ । from Kanak News via <a href="https://ifttt.com/?
ସାମାନକୁ ଆସିଲା ସମ୍ବେଦନଶୀଳ ଚିତ୍ର : ମୃତ୍ୟୁ ପୂର୍ବରୁ ହୃଦଘାତ ଦୃଶ୍ୟରେ ଅଭିନୟ କରିଥିଲେ ରବି ମିଶ୍ର; ଦିନଟିଏ ପରେ ସତ ହୋଇଗଲା ଅଭିନୟ
କନକ ବ୍ୟୁରୋ : ହୃଦଘାତରେ ପରପାରିକୁ ଚାଲିଯାଇଛନ୍ତି ହାସ୍ୟ ଅଭିନେତା ରବି ମିଶ୍ର । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସତ ହୋଇଯାଇଛି ଶେଷ ଅଭିନୟ … ଏ ହେଉଛି ଟିଭି ସିରିଏଲ ହେ ପ୍ରଭୁର ଏକ ଦୃଶ୍ୟ । ଅଭିନେତା ରବି ମିଶ୍ରଙ୍କ ଶେଷ ଦୃଶ୍ୟ । କାହାଣୀର ଆବଶ୍ୟକତା ଅନୁସାରେ ସିରିଏଲର ଏକ ହୃଦଘାତର ଦୃଶ୍ୟ ରଖାଯାଇଥିଲା । ଆଉ ନିଜ ଅଭିନୟକୁ ଜୀବନ୍ତ କରିବା ପାଇଁ ହୃଦଘାତର ଏହି ଦୃଶ୍ୟ କଲାବେଳେ କିଛି ସମୟContinue reading “ସାମାନକୁ ଆସିଲା ସମ୍ବେଦନଶୀଳ ଚିତ୍ର : ମୃତ୍ୟୁ ପୂର୍ବରୁ ହୃଦଘାତ ଦୃଶ୍ୟରେ ଅଭିନୟ କରିଥିଲେ ରବି ମିଶ୍ର; ଦିନଟିଏ ପରେ ସତ ହୋଇଗଲା ଅଭିନୟ”
ବାଇଡେନ ପ୍ରଶାସନରେ ସ୍ଥାନ ପାଇଲେ ୨୦ ଭାରତୀୟ ବଂଶୋଦ୍ଭବ : ଜାଣନ୍ତୁ କେଉଁମାନେ ହେଲେ ସାମିଲ୍
କନକ ବ୍ୟୁରୋ : ବାଇଡେନ ପ୍ରଶାସନରେ ୨୦ ଜଣ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି । ଏମାନଙ୍କ ଭିତରୁ ୧୭ ଜଣଙ୍କୁ ହ୍ୱାଇଟ ହାଉସରେ ସ୍ଥାନ ମିଳିଛି । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଭାରତୀୟ ଆମେରିକୀୟ ରାଷ୍ଟ୍ରପତିଙ୍କ ଟିମରେ ସ୍ଥାନ ପାଇବା ଭାରତ-ଆମେରିକା ସଂପର୍କରେ ନିବିଡତା ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ଜାଣନ୍ତୁ କେଉଁମାନେ ବାଇଡେନ ପ୍ରଶାସନରେ ସ୍ଥାନ ପାଇଛନ୍ତି … ନୀରା ଟାଣ୍ଡେନ୍ – ସେ ହ୍ଵାଇଟ୍ ହାଉସ୍ ‘ଅଫିସ୍ ଅଫ୍Continue reading “ବାଇଡେନ ପ୍ରଶାସନରେ ସ୍ଥାନ ପାଇଲେ ୨୦ ଭାରତୀୟ ବଂଶୋଦ୍ଭବ : ଜାଣନ୍ତୁ କେଉଁମାନେ ହେଲେ ସାମିଲ୍ “
ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଉପରେ ରାଗିଲେ ହାଇକୋର୍ଟ ।
କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି ଚାଲିଥିବା ବେଳେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି । କୋର୍ଟ ବିରକ୍ତ ହେବାର କାରଣ ହେଲା, ତଦନ୍ତକାରୀ ସଂସ୍ଥା ଶବ ବ୍ୟବଛେଦର ସ୍ପଷ୍ଟ ଲେଖାଯାଇଥିବା କପି କୋର୍ଟରେ ଦାଖଲ କରିନଥିଲା । ସେହିପରି ୩ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା କପି ମଧ୍ୟ କୋର୍ଟଙ୍କ ରେକର୍ଡରେ ସଂଲଗ୍ନ ହୋଇନଥିଲାContinue reading “ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଉପରେ ରାଗିଲେ ହାଇକୋର୍ଟ । “
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ ଯୋଜନା । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦିଆଯିବ ପରୀକ୍ଷା ଦର୍ପଣ ପୁସ୍ତିକା ।
କନକ ବ୍ୟୁରୋ: କରୋନା କାଳରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚାପ କମାଇବାକୁ ବଡ଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପରୀକ୍ଷା ଦର୍ପଣ । ଦଶମ ଶ୍ରେଣୀ ପିଲାମାନଙ୍କର ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ୭୦୦ ପୃଷ୍ଠା ସମ୍ବଳିତ ଏହି ପରୀକ୍ଷା ଦର୍ପଣ ପୁସ୍ତିକା । କୋଭିଡContinue reading “ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ ଯୋଜନା । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦିଆଯିବ ପରୀକ୍ଷା ଦର୍ପଣ ପୁସ୍ତିକା । “
ଚାଷୀ-ଦିଲ୍ଲୀ ପୋଲିସ ଭିତରେ ବୈଠକ ଶେଷ । ଟ୍ରାକ୍ଟର ରାଲିକୁ ଅନୁମତି ଦେଲାନି ଦିଲ୍ଲୀ ପୋଲିସ । ରିଙ୍ଗ ରୋଡରେ ରାଲି କରିବାକୁ ଚାଷୀ ସଙ୍ଗଠନର ନିଷ୍ପତ୍ତି
କନକ ବ୍ୟୁରୋ : ଟ୍ରାକ୍ଟର ରାଲିକୁ ନେଇ ଚାଷୀ-ଦିଲ୍ଲୀ ପୋଲିସ ଭିତରେ ଗୁରୁବାର ବୈଠକ ଶେଷ ହୋଇଛି । ଏହି ବୈଠକରେ ଚାଷୀଙ୍କୁ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେବାକୁ ଦିଲ୍ଲୀ ପୋଲିସ ସିଧାସିଧା ମନା କରିଦେଇଛି । ଅନ୍ୟପଟେ ଚାଷୀ ସଙ୍ଗଠନମାନେ ରିଙ୍ଗ୍ ରୋଡରେ ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଦୀର୍ଘ ଦିନ ହେଲା ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । ଜାନୁଆରୀ ୨୬ ତାରିଖରେ ଚାଷୀମାନେContinue reading “ଚାଷୀ-ଦିଲ୍ଲୀ ପୋଲିସ ଭିତରେ ବୈଠକ ଶେଷ । ଟ୍ରାକ୍ଟର ରାଲିକୁ ଅନୁମତି ଦେଲାନି ଦିଲ୍ଲୀ ପୋଲିସ । ରିଙ୍ଗ ରୋଡରେ ରାଲି କରିବାକୁ ଚାଷୀ ସଙ୍ଗଠନର ନିଷ୍ପତ୍ତି”
ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇୱା; ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇୱା ଟ୍ରକ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ । ମାଆ , ଶିଶୁ ଓ ପୁଅର ମୃତ୍ୟୁ । ଅଟୋ ଚାଳକ ଗୁରୁତର ଆହତ । ଦୁର୍ଘଟଣା ପରେ ପରେ ହାଇୱା ଡ୍ରାଇଭର ଫେରାର ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଫଗୁନାମାଲ୍ ଗ୍ରାମର ଅଟୋ ଚାଳକ ଗଣେଶ ତାଣ୍ଡି ଅଟୋରେ (ଓଡି ୩୧ ଏଫ ୭୭୨୬ )Continue reading “ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇୱା; ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ”
ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗ ଯିବେ ମୋଦି । ସ୍ୱତନ୍ତ୍ର ପୁସ୍ତକକୁ କରିବେ ଲୋକାର୍ପଣ । ଆଜାଦ୍ ହିନ୍ଦ ଫୌଜର ସଦସ୍ୟଙ୍କୁ ଭେଟିବେ
କନକ ବ୍ୟୁରୋ: ଜାନୁଆରୀ ୨୩ରେ ନେତାଜୀ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗ ଯିବେ ମୋଦି । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ନେତାଜୀଙ୍କ ଚିଠିକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ପୁସ୍ତକକୁ ଲୋକାର୍ପଣ କରିବେ । ଏହି ଦିନ ସାରା ଦେଶରେ ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯିବ । ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାପୂର୍ବରୁ ବିଜେପି ସେଠାରେ ନିଜ ସଙ୍ଗଠନ ସୁଦୃଢ କରିବାକୁContinue reading “ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗ ଯିବେ ମୋଦି । ସ୍ୱତନ୍ତ୍ର ପୁସ୍ତକକୁ କରିବେ ଲୋକାର୍ପଣ । ଆଜାଦ୍ ହିନ୍ଦ ଫୌଜର ସଦସ୍ୟଙ୍କୁ ଭେଟିବେ”
ଚିଲଡ୍ରେନ କୋର୍ଟକୁ ଗଲା ପରୀ ହତ୍ୟା ମାମଲା । ଫେବୁଆରୀ ୫ ତାରିଖରେ ଶୁଣାଣି । ଅଭିଯୁକ୍ତକୁ ମିଳିପାରେ କଠୋର ଦଣ୍ଡ
କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ନୂଆ ମୋଡ । ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ କୋର୍ଟକୁ ଗଲା ପରୀ ହତ୍ୟା ମାମଲା । ଏଣିକି ଏହି ମାମଲାରେ ଯାହା ଶୁଣାଣି ହେବ ତାହା ଚିଲଡ୍ରେନ କୋର୍ଟରେ ହେବ । ଏସଆଇଟି ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଥିଲା । ଅନୁଗୁଳ ବାଳ ସୁଧାର ଗୃହରୁ ଅଣାଯାଇ ତାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଏସଆଇଟିର ବିଶେଷଜ୍ଞ ଟିମ ଅଭିଯୁକ୍ତ ନାବାଳକଟିContinue reading “ଚିଲଡ୍ରେନ କୋର୍ଟକୁ ଗଲା ପରୀ ହତ୍ୟା ମାମଲା । ଫେବୁଆରୀ ୫ ତାରିଖରେ ଶୁଣାଣି । ଅଭିଯୁକ୍ତକୁ ମିଳିପାରେ କଠୋର ଦଣ୍ଡ”