ସାବାସ୍ ସ୍କୁଲପିଲା । ସଡକ ସୁରକ୍ଷା ସଚେତନ କରି ପ୍ରଥମ ସ୍ଥାନ ପାଇଲେ ନୟାଗଡ ନୋତର ଆଦର୍ଶ ସ୍କୁଲପିଲା । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ନୟାଗଡ ସ୍କୁଲପିଲାଙ୍କୁ ନବୀନଙ୍କ ଶୁଭେଚ୍ଛା । ନୟାଗଡ ନୋତର ଓଡିଶା ଆଦର୍ଶ ବିଦ୍ୟାଳୟର ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଡକ ସୁରକ୍ଷା ସଚେତନତା ନେଇ ଅନଲାଇନ ଆଇଡିଆ ପ୍ରତିଯୋଗିତାରେ ଆଦର୍ଶ ସ୍କୁଲପିଲା ପ୍ରଥମ ସ୍ଥାନ ପାଇଥିବାରୁ ସାବାସୀ ଜଣାଇଲେ ମୁଖ୍ୟମନ୍ତ୍ରୀ । ଭିଡିଓରେ ନିଆରା ସଚେତନତାର ବାର୍ତ୍ତା ଦେଇ ଲୋକଙ୍କ ଜୀବନ ସୁରକ୍ଷିତ କରାଇଥିବାରୁ ସବୁ ପିଲାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ତେବେ ସଡକ ସୁରକ୍ଷା ମାସରେ ରାଜ୍ୟରେContinue reading “ସାବାସ୍ ସ୍କୁଲପିଲା । ସଡକ ସୁରକ୍ଷା ସଚେତନ କରି ପ୍ରଥମ ସ୍ଥାନ ପାଇଲେ ନୟାଗଡ ନୋତର ଆଦର୍ଶ ସ୍କୁଲପିଲା । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।”

ପିପିଲିରୁ ଉପନିର୍ବାଚନ ଲଢିବା ପାଇଁ ଇଚ୍ଛାପ୍ରକାଶ କଲେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । କହିଲେ, ନିଷ୍ପତ୍ତି ନେବେ ଦଳର ସୁପ୍ରିମୋ, ସୁଯୋଗ ମିଳିଲେ ଖୁସି ହେବେ ।

କନକ ବ୍ୟୁରୋ : ଉପନିର୍ବାଚନ ଲଢିବାକୁ ଆଗ୍ରହୀ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ଖାଲିଥିବା ବେଳେ ପ୍ରତିଭା ମହାରଥୀ ଏକ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି ନିର୍ବାଚନ ଏକ ପ୍ରକିୟା । କିଏ ପ୍ରାର୍ଥୀ ହେବ ସେନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେବେ । ତେବେ ସୁଯୋଗ ମିଳିଲେ ସେ ଖୁସିContinue reading “ପିପିଲିରୁ ଉପନିର୍ବାଚନ ଲଢିବା ପାଇଁ ଇଚ୍ଛାପ୍ରକାଶ କଲେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । କହିଲେ, ନିଷ୍ପତ୍ତି ନେବେ ଦଳର ସୁପ୍ରିମୋ, ସୁଯୋଗ ମିଳିଲେ ଖୁସି ହେବେ ।”

ଚାଟିଂ ସହ ଜମିବ ସପିଂ । ଫିଲ୍ପକାର୍ଟ ଓ ଆମାଜନ୍ ଭଳି ଏଣିକି ହ୍ୱାଟ୍ସଆପରେ ମଧ୍ୟ ଆପଣଙ୍କ ମନ ପସନ୍ଦର ସାମଗ୍ରୀ କରପାରିବେ ଅର୍ଡର ।  

କନକ ବ୍ୟୁରୋ : ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନଟିଏ ନିହାତି ରହୁଛି । ଆଉ ସ୍ମାର୍ଟଫୋନ୍ ଅଛି ମାନେ ହ୍ୱାଟ୍ସଆପ୍ ବି ନିହାତି ଥିବ । ଏହି ମେସେଜିଙ୍ଗ ଆପରେ ଆପଣ ବିଶେଷ କରି ଚାଟିଂ କରିଥାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଆଜିର ଦିନରେ ହ୍ୱାଟ୍ସଆପ୍, ଯୋଗାଯୋଗର ଏକ ମାଧ୍ୟମ ପାଲଟିଛି । ତେବେ ଆପଣ ଭାବୁଥିବେ ଆମେ ଆପଣଙ୍କୁ ଆଜି ହ୍ୱାଟ୍ସଆପ୍ କଥା କାହିଁକି କହୁଛୁ । ଆଜି ଆମେ ହ୍ୱାଟ୍ସଆପକୁ ନେଇContinue reading “ଚାଟିଂ ସହ ଜମିବ ସପିଂ । ଫିଲ୍ପକାର୍ଟ ଓ ଆମାଜନ୍ ଭଳି ଏଣିକି ହ୍ୱାଟ୍ସଆପରେ ମଧ୍ୟ ଆପଣଙ୍କ ମନ ପସନ୍ଦର ସାମଗ୍ରୀ କରପାରିବେ ଅର୍ଡର ।  “

ପଦ ଛାଡିବା ପୂର୍ବରୁ ଟ୍ରମ୍ପଙ୍କ ବଡ ନିଷ୍ପତ୍ତି । ୭୩ ଜଣ ଦୋଷୀଙ୍କୁ ଦେଲେ କ୍ଷମା । ୭୦ ଜଣଙ୍କ ଦଣ୍ଡ କଲେ କୋହଳ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ପଦ ଛାଡିବାର କେଇ ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ ରାଷ୍ଟ୍ରପତି କ୍ଷମତାର ଉପଯୋଗ କରି ୭୩ ଜଣ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିଦେଇଥିବାବେଳେ ୭୦ ଜଣ ଦୋଷୀଙ୍କର ଦଣ୍ଡକୁ କମାଇ ଦେଇଛନ୍ତି । ଏହା ଭିତରେ ଟ୍ରମ୍ପଙ୍କ କେତେକ ରାଜନୈତିକ ସହଯୋଗୀ ଥିବା ମଧ୍ୟ କୁହାଯାଉଛି । ଡିସେମ୍ବର ମାସରେ କ୍ଷମା ଯାଚିକା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖକୁContinue reading “ପଦ ଛାଡିବା ପୂର୍ବରୁ ଟ୍ରମ୍ପଙ୍କ ବଡ ନିଷ୍ପତ୍ତି । ୭୩ ଜଣ ଦୋଷୀଙ୍କୁ ଦେଲେ କ୍ଷମା । ୭୦ ଜଣଙ୍କ ଦଣ୍ଡ କଲେ କୋହଳ”

ବିଡିଓର ପରିଚୟ ଦେଇ ଟଙ୍କା ଠକେଇ । ଏଟିଏମର ୧୬ ଟିକିଆ ନମ୍ବର ନେଇ ଖାଲି କରିଦେଲେ ଆକାଉଣ୍ଟ ।

କନକ ବ୍ୟୁରୋ : ବିଡିଓର ପରିଚୟ ଦେଇ ଟଙ୍କା ଠକେଇ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କନ୍ଧମାଳ ଜିଳ୍ଲା ଫିରିଙ୍ଗିଆ ବ୍ଲକରୁ । ନିଜକୁ ବିଡିଓ କହି, ଫୋନ୍ କରି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳର କାର୍ଯ୍ୟରତ ଆଶାକର୍ମୀ ମାନଙ୍କଠାରୁ କେହି ଜଣେ ଦୁର୍ବୃତ୍ତ ଟଙ୍କା ଗାଏବ୍ କରିନେଉଥିବା ଅଭିଯୋଗ ହୋଇଛି । ଏ.ଟିଏମ୍. ର ୧୬ଟି ନମ୍ବର ନେଇ ୩୦ ହଜାର ଟଙ୍କା ଉଠେଇ ନେଇଥିବା ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେContinue reading “ବିଡିଓର ପରିଚୟ ଦେଇ ଟଙ୍କା ଠକେଇ । ଏଟିଏମର ୧୬ ଟିକିଆ ନମ୍ବର ନେଇ ଖାଲି କରିଦେଲେ ଆକାଉଣ୍ଟ ।”

ଅସ୍ଥାୟୀ ଭାବେ ବନ୍ଦ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ । ତାଣ୍ଡବ ୱେବସିରିଜକୁ ନେଇ ଆଣିଥିଲେ ଅଭିଯୋଗ

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା କଥା ସମସ୍ତଙ୍କୁ ଜଣା । ବିଭିନ୍ନ ସମୟରେ ତାଙ୍କ ବିଭିନ୍ନ ଟ୍ୱିଟକୁ ନେଇ ମଧ୍ୟ ଝଡ ସୃଷ୍ଟି ହୋଇଥାଏ । ହେଲେ ବୁଧବାର ତାଙ୍କ ନିଜର ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ ହୋଇଯିବା ଘଟଣା ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ଏନେଇ କଙ୍ଗନା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । Librus cried to theirContinue reading “ଅସ୍ଥାୟୀ ଭାବେ ବନ୍ଦ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ । ତାଣ୍ଡବ ୱେବସିରିଜକୁ ନେଇ ଆଣିଥିଲେ ଅଭିଯୋଗ”

ବଜାରରେ ବିକ୍ରି ହେଉଛି ନକଲି ଲେବର କାର୍ଡ, ଶ୍ରମିକଙ୍କୁ ଠକି ମାଲାମାଲ ହେଉଛନ୍ତି ଦଲାଲ୍ । ଆଳି ଓ ରାଜକନିକା ବ୍ଲକରୁ ଆସିଲା ସାଂଘାତିକ ଅଭିଯୋଗ ।

କନକ ବ୍ୟୁରୋ : ହଜାରେ ଟଙ୍କା ଦେଲେ ମିଳୁଛି ଲେବର କାର୍ଡ, ତାହା ପୁଣି ନକଲି କାର୍ଡ । ଏଭଳି ଘଟଣା ସାମ୍ନାକୁ ଆସିଛି ଆଳି ଓ ରାଜକନିକା ବ୍ଲକରେ । ଆଉ ଏହି ଘଟଣାରେ ଲେବର କାର୍ଡ ଦଲାଲ ହେଉଛନ୍ତି ମାଲାମାଲ୍ । ଏହି ଦୁଇ ବ୍ଲକରେ ମାତିଛନ୍ତି ଲେବର କାର୍ଡ ଦଲାଲ । ଆଳି ବ୍ଲକର ବଡଆଙ୍କୋ ଗାଁର ଅନେକ ଲୋକ ଆଳି ବଜାରରେ ଥିବା ଏକ ଇଣ୍ଟରନେଟ ଦୋକାନରେ ଲେବର କାର୍ଡ ଲାଗିContinue reading “ବଜାରରେ ବିକ୍ରି ହେଉଛି ନକଲି ଲେବର କାର୍ଡ, ଶ୍ରମିକଙ୍କୁ ଠକି ମାଲାମାଲ ହେଉଛନ୍ତି ଦଲାଲ୍ । ଆଳି ଓ ରାଜକନିକା ବ୍ଲକରୁ ଆସିଲା ସାଂଘାତିକ ଅଭିଯୋଗ ।”

ଗୋଟିଏ ଗୋଡରେ ଛକା ଚୌକା ବର୍ଷା । ଦମ୍ ଦେଖାଉଛନ୍ତି ଦିବ୍ୟାଙ୍ଗ କ୍ରିକେଟର । ଗାଁ ଗ୍ରାଉଣ୍ଡରେ ଗୋଟିଏ ଗୋଡରେ ଖେଳି ପାଲଟିଛନ୍ତି ଗାଁର ହିରୋ ।

କନକ ବ୍ୟୁରୋ: ଗୋଟିଏ ଗୋଡରେ ଛକା ଚୌକା ବର୍ଷା । ପଡିଆରେ ଚାଲେ ପ୍ରଶାନ୍ତଙ୍କ ପତିଆରା । ଯେତେବେଳେ ପ୍ରତିପକ୍ଷଙ୍କ ଘାତକ ବୋଲିଂ ଆଗରେ ପ୍ରବଳ ଚାପରେ ଥାଏ ଟିମ୍ ସେତେବେଳେ ପ୍ରତିପକ୍ଷଙ୍କୁ ପ୍ରହାର ଦେବାକୁ ପ୍ରଶାନ୍ତଙ୍କୁ ଖୋଜନ୍ତି ସମସ୍ତେ । ଆଉ ଯେବେ ବ୍ୟାଟ ଧରି ପାଭିଲିୟନରୁ ବାହାରି ଆସନ୍ତି ପ୍ରଶାନ୍ତ ସେବେ କରତାଳିରେ କମ୍ପିଯାଏ ଗାଁ ମଝିର ଷ୍ଟାଡିୟମ । ଛକା ଚୌକା ପିଟନ୍ତି, ପଡିଆରେ ପ୍ରତିପକ୍ଷଙ୍କୁ ଧୂଲେଇ କରନ୍ତି ଆଉ ପରାଜୟ ମୁହଁରୁContinue reading “ଗୋଟିଏ ଗୋଡରେ ଛକା ଚୌକା ବର୍ଷା । ଦମ୍ ଦେଖାଉଛନ୍ତି ଦିବ୍ୟାଙ୍ଗ କ୍ରିକେଟର । ଗାଁ ଗ୍ରାଉଣ୍ଡରେ ଗୋଟିଏ ଗୋଡରେ ଖେଳି ପାଲଟିଛନ୍ତି ଗାଁର ହିରୋ ।”

ଅଫେରା ରାଇଜରେ ‘ଗୋପାଳ ରହସ୍ୟ’ର ଗୋପାଳ । ନିଖୁଣ କଳାର ଅଧିକାରୀ ରବି ମିଶ୍ରଙ୍କୁ ଝୁରୁଛି ଓଡ଼ିଶା, ଝୁରୁଛି ଓଲିଉଡ ଜଗତ ।

କନକ ବ୍ୟୁରୋ: ନୂଆବର୍ଷରୁ ଜଣେ ନିଖୁଣ କଳାକାରଙ୍କୁ ହରାଇଲା ଓଡ଼ିଶା । ଓଲିଉଡ ଜଗତରେ ଏବେ ଶୋକରେ ଛାୟା କାରଣ, କେବେ ହାସ୍ୟ ଅଭିନେତା ଆଉ କେବେ ପାଶ୍ୱର୍ ଅଭିନେତା, ଏମିତି ଅନେକ ଭୂମିକାରେ ନଜର ଆସୁଥିବା ରବି ମିଶ୍ର ଏବେ ଅସ୍ତମିତ । ଘରେ ଘରେ ପରିଚିତ ‘ଗୋପାଳ ରହସ୍ୟ’ ମେଗା ସିରିୟଲର ଗୋପାଳ ଆଉ ଏ ଦୁନିଆରେ ନାହାନ୍ତି । ୬୪ ବର୍ଷରେ ହୃଦଘାତ ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଅସ୍ତ ହୋଇଯାଇଛନ୍ତି ରବିContinue reading “ଅଫେରା ରାଇଜରେ ‘ଗୋପାଳ ରହସ୍ୟ’ର ଗୋପାଳ । ନିଖୁଣ କଳାର ଅଧିକାରୀ ରବି ମିଶ୍ରଙ୍କୁ ଝୁରୁଛି ଓଡ଼ିଶା, ଝୁରୁଛି ଓଲିଉଡ ଜଗତ ।”

ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଆଉ ୩ ଗିରଫ, ବୋଲେରୋ ଜବତ; ପୂର୍ବରୁ ଜଣେ ଗିରଫ ହୋଇଥିଲା

କନକ ବ୍ୟୁରୋ : କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ ମାମଲା । ଆଜି ଆକ୍ରମଣ ଘଟଣାରେ ସାମିଲ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ । ଏଥିସହ ଆକ୍ରମଣ ସମୟରେ ବ୍ୟବହାର ହୋଇଥିବା ବୋଲେରୋ ଗାଡି ପୁଲିସ ଜବତ କରିଛି । ପୂର୍ବରୁ ଏହି ମାମଲାରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ସଂଜୟ ମହାନ୍ତିଙ୍କୁ ଗିରଫ କରାଯାଇଥିଲା । ଗତ ରବିବାର ରାତିରେ କେନ୍ଦୁଝରର କାଶିପୁର ନିକଟରେ ପିସିସିContinue reading “ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଆଉ ୩ ଗିରଫ, ବୋଲେରୋ ଜବତ; ପୂର୍ବରୁ ଜଣେ ଗିରଫ ହୋଇଥିଲା”

Design a site like this with WordPress.com
Get started