କନକ ବ୍ୟୁରୋ : ସାରାଦେଶରେ କେମିତି ଚାଲିଛି କରୋନା ଟିକାକରଣ, ତାର ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ମେଗା ଟିକାକରଣରେ ଏପର୍ଯ୍ୟନ୍ତ ୪ ଲକ୍ଷ ୫୪ ହଜାର ୪୯ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆସରିଲାଣି । ଓଡିଶା ସମେତ ସିକିମ, ତେଲେଙ୍ଗାନା, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଲାକ୍ଷାଦ୍ୱୀପରେ ଟିକାକରଣ ହାର ଅଧିକ ରହିଛି । ଆମ ରାଜ୍ୟରେ ଗତ ୩Continue reading “୪ ଦିନରେ ୪ ଲକ୍ଷ ୫୪ ହଜାର କରୋନା ଟିକା ନେଲେଣି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା : ପାର୍ଶ୍ୱ ପ୍ରତିକ୍ରିୟା ହାର ଶୂନ ଦଶମିକ ୧୮ ପ୍ରତିଶତ”
Tag Archives: News
କୋହଳ ହେବ ସ୍କୁଲ ଫି : ହାଇକୋର୍ଟଙ୍କ ରାୟ ପରେ ବାଟ ବାହାର କଲେ ସରକାର; ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ଫି ଛାଡ ହେବ
କନକ ବ୍ୟୁରୋ : କୋହଳ ହେବ ସ୍କୁଲ ଫି । ହାଇକୋର୍ଟଙ୍କ ରାୟ ପରେ ଶେଷରେ ବାଟ ବାହାର କରିଛନ୍ତି ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ସମସ୍ତ ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ । ହାଇକୋର୍ଟଙ୍କContinue reading “କୋହଳ ହେବ ସ୍କୁଲ ଫି : ହାଇକୋର୍ଟଙ୍କ ରାୟ ପରେ ବାଟ ବାହାର କଲେ ସରକାର; ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ଫି ଛାଡ ହେବ “
ଆଜିଠାରୁ ଆମେରିକା ଶାସନରେ ହେବ ପଟ୍ଟ ପରିବର୍ତ୍ତନ : ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍
କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜି ହେବ କ୍ଷମତାର ପଟ୍ଟ ପରିବର୍ତ୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍ । ସେହିପରି ଭାରତୀୟ ବଂଶୋଦ୍ଭବ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ କମଳା ହାରିସ୍ । ବିଶ୍ୱ ମହାମାରୀ କରୋନା ଏବଂ କ୍ୟାପିଟଲ ହିଲ ହିଂସାକାଣ୍ଡ ପରେ ଏହି ଶପଥ ସମାରୋହ ଭିନ୍ନ ହେବାକୁ ଯାଉଛି । ଜାନୁଆରୀ ୬ରେ ଆମେରିକା ସଂସଦ ଭବନ ଉପରେ ଟ୍ରମ୍ପ ସମର୍ଥକଙ୍କContinue reading “ଆଜିଠାରୁ ଆମେରିକା ଶାସନରେ ହେବ ପଟ୍ଟ ପରିବର୍ତ୍ତନ : ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍”
ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ରୁଷ୍ ଯାଉଛି ଭାରତୀୟ ସେନାର ସ୍ୱତନ୍ତ୍ର ଟିମ୍ । ରୁଷରେ ରହି ପରିଚାଳନାର ନେବେ ତାଲିମ ।
କନକ ବ୍ୟୁରୋ : ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ତାଲିମ ନେବାକୁ ଭାରତୀୟ ସେନାର ଏକ ଟିମ୍ ରୁଷ୍ ଅଭିମୁଖେ ଗସ୍ତ କରିଛି । ୨୦୧୮ ଅକ୍ଟୋବରରେ ଭାରତ ଓ ରୁଷ୍ ଏନେଇ ଚୁକ୍ତି କରିଥିଲେ । ପାଞ୍ଚ ଦଶମିକ ୪ ବିଲିୟନ ଡଲାର ମୂଲ୍ୟରେ ରୁଷ୍ ଠାରୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରୋଧୀ ବ୍ୟବସ୍ଥା କିଣୁଛି ଭାରତ । ଚଳିତବର୍ଷ ଶେଷ ସୁଦ୍ଧା ଏହି ସିଷ୍ଟମର ପ୍ରଥମ ଉପକରଣ ଭାରତକୁ ଆସିବାର କାର୍ଯ୍ୟକ୍ରମ ରହିଛିContinue reading “ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ରୁଷ୍ ଯାଉଛି ଭାରତୀୟ ସେନାର ସ୍ୱତନ୍ତ୍ର ଟିମ୍ । ରୁଷରେ ରହି ପରିଚାଳନାର ନେବେ ତାଲିମ । “
୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ଏବେ ବଡ଼ ପ୍ରଶ୍ନ, କମିଟି ସହ ଆଲୋଚନା କରିବେ କି ନାହିଁ ଚାଷୀ?
କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ମଙ୍ଗଳବାର ଦିଲ୍ଲୀରେ କମିଟିର ପ୍ରଥମ ବୈଠକ ବସିଥିଲା । ଏଥିରେ କମିଟିର ୩ ଜଣ ଯାକ ସଦସ୍ୟ ଡକ୍ଟର ଅଶୋକ ଗୁଲାଟି, ପ୍ରମୋଦ ଯୋଶୀ ଓ ଅନୀଲ ଘନୱତ ଉପସ୍ଥିତ ଥିଲେ । ବୈଠକ ପରେ କମିଟିର ସଦସ୍ୟ ଅନୀଲ ଘନୱତ କହିଛନ୍ତି ଯେ, କମିଟି ଚାଷୀଙ୍କ ସହ ଗୁରୁବାର ଆଲୋଚନା କରିବContinue reading “୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ଏବେ ବଡ଼ ପ୍ରଶ୍ନ, କମିଟି ସହ ଆଲୋଚନା କରିବେ କି ନାହିଁ ଚାଷୀ?”
ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଭାବେ ଆଜି ଟ୍ରମ୍ପଙ୍କ ଶେଷ ଦିନ । କାଲି ଆମେରିକାରେ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍, ଉପରାଷ୍ଟ୍ରପତି ଶପଥ ନେବେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ।
କନକ ବ୍ୟୁରୋ : ଯାଉଛନ୍ତିି ଟ୍ରମ୍ପ, ଆସୁଛନ୍ତି ବାଇଡେନ୍ । ଆମେରିକାରେ ଆସନ୍ତାକାଲି ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ୭୮ ବର୍ଷୀୟ ଜୋ ବାଇଡେନ୍ । ଏହାସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ନେବେ । ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ କମଳା ହାରିସ୍ । ଆସନ୍ତାକାଲି ବାଇଡେନଙ୍କୁ ବିଧିବଦ୍ଧ ଭାବେ କ୍ଷମତା ହସ୍ତାନ୍ତର କରିବେ ଡୋନାଲ୍ଡ ଟ୍ରମ୍ପ । ତେଣୁ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଭାବେContinue reading “ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଭାବେ ଆଜି ଟ୍ରମ୍ପଙ୍କ ଶେଷ ଦିନ । କାଲି ଆମେରିକାରେ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍, ଉପରାଷ୍ଟ୍ରପତି ଶପଥ ନେବେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ।”
ସରଗରମ ପଶ୍ଚିମବଙ୍ଗ ରାଜନୀତି । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ଗାଦି ଦଖଲ ପାଇଁ ଚାଲିଛି ରଣନୀତି ।
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଏବେ ନନ୍ଦୀଗ୍ରାମ ଉପରେ ନଜର । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଉଷ୍ମ ହୋଇଚାଲିଥିବା ବେଳେ ଏବେ ସବଠୁ ଚର୍ଚ୍ଚିତ ଆସନ ପାଲଟିଛି ନନ୍ଦୀଗ୍ରାମ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସୋମବାର ଘୋଷଣା ପରେ ଚର୍ଚ୍ଚା ଏବେ ଜୋର ଧରିଛି । ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ଲଢ଼ିବେ ବୋଲି ମମତା ଘୋଷଣାContinue reading “ସରଗରମ ପଶ୍ଚିମବଙ୍ଗ ରାଜନୀତି । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ଗାଦି ଦଖଲ ପାଇଁ ଚାଲିଛି ରଣନୀତି ।”
ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ପ୍ରସଙ୍ଗ । ପ୍ରତ୍ୟାହାର ପାଇଁ ଚିଠି ଲେଖିଲା କେନ୍ଦ୍ର, ଉତ୍ତର ରଖିବାକୁ ହ୍ୱାଟସଆପର ଗ୍ଲୋବାଲ ସିଇଓଙ୍କୁ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଚିଠି ।
କନକ ବ୍ୟୁରୋ : ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ହ୍ୱାଟସଆପକୁ ଚିଠି ଲେଖି ପ୍ରସ୍ତାବିତ ନୂଆ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ କହିଛନ୍ତି । ହ୍ୱାଟସଆପର ଗ୍ଲୋବାଲ ସିଇଓ ୱିଲ କାଥକାର୍ଟଙ୍କୁ ଚିଠି ଲେଖିଛି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ । ପ୍ରାଇଭେସି ପଲିସି, ତଥ୍ୟ ହସ୍ତାନ୍ତର ଓ ସେୟାରିଂ ପଲିସି ନେଇ ସରକାର ପ୍ରଶ୍ନ ପଚାରିଥିବା ବେଳେ ଏହାର ଉତ୍ତର ରଖିବାକୁ ହ୍ୱାଟସଆପକୁ କୁହାଯାଇଛି ।Continue reading “ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ପ୍ରସଙ୍ଗ । ପ୍ରତ୍ୟାହାର ପାଇଁ ଚିଠି ଲେଖିଲା କେନ୍ଦ୍ର, ଉତ୍ତର ରଖିବାକୁ ହ୍ୱାଟସଆପର ଗ୍ଲୋବାଲ ସିଇଓଙ୍କୁ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଚିଠି ।”
ଫୋକସରେ ପଶ୍ଚିମ ଓଡିଶା । ୨୦୨୨ ଜୁନ ସୁଦ୍ଧା ସରିବ ରାଉରକେଲା ହକି ଷ୍ଟାଡିୟମ କାର୍ଯ୍ୟ । ସମଲେଶ୍ୱରୀ ମନ୍ଦିର ବିକାଶ ପ୍ରକଳ୍ପରେ ଜମି ହରାଉଥିବା ଲୋକଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପ୍ୟାାକେଜ
କନକ ବ୍ୟୁରୋ : ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାଶ୍ୱିର୍କ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ସେହିପରି ସମଲେଶ୍ୱରୀ ପୀଠର ବିକାଶ ପାଇଁ ହୋଇଥିବା ବ୍ଲୁ-ପ୍ରିଣ୍ଟର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ । ୫-ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀContinue reading “ଫୋକସରେ ପଶ୍ଚିମ ଓଡିଶା । ୨୦୨୨ ଜୁନ ସୁଦ୍ଧା ସରିବ ରାଉରକେଲା ହକି ଷ୍ଟାଡିୟମ କାର୍ଯ୍ୟ । ସମଲେଶ୍ୱରୀ ମନ୍ଦିର ବିକାଶ ପ୍ରକଳ୍ପରେ ଜମି ହରାଉଥିବା ଲୋକଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପ୍ୟାାକେଜ “
ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି । ନିଜ ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ, ବୁଧବାର ସୁପ୍ରିମକୋର୍ଟରେ ହେବ ଶୁଣାଣି ।
କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି, ଏହାକୁ ନେଇ ଏବେ ଚର୍ଚ୍ଚା । କାରଣ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ସେପଟେ ବୁଧବାର ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି । ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଉ ଏସବୁ ଭିତରେ ଦିଲ୍ଲୀ ପୁଲିସ୍ ଅଧିକାରୀଙ୍କୁ ଆଜି ଚାଷୀ ନେତା ଭେଟିବାରContinue reading “ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି । ନିଜ ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ, ବୁଧବାର ସୁପ୍ରିମକୋର୍ଟରେ ହେବ ଶୁଣାଣି ।”