ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶା ପାଇଁ ଏହା ଗର୍ବର ମୁହୂର୍ତ୍ତ

କନକ ବ୍ୟୁରୋ : ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଏହି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇବା ପରେ ତାଙ୍କୁ ନବୀନ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଶୁଭେଚ୍ଛା । ଓଡିଶା ପାଇଁ ଏହା ଗର୍ବର ମୁହୂର୍ତ୍ତ । ନୂଆContinue reading “ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶା ପାଇଁ ଏହା ଗର୍ବର ମୁହୂର୍ତ୍ତ”

ଅବହେଳିତ ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ । ପାଇକ ବୀରଙ୍କ ବୀରତ୍ୱ ଗାଥାର ମୁକସାକ୍ଷୀ ଆଜି ଭଗ୍ନସ୍ତୁପ, ଖୋଲା ଆକାଶ ତଳେ ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ।

କନକ ବ୍ୟୁରୋ : ଇଂରେଜ ଶାସନ ସମୟର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ ଆଜି ଅବହେଳିତ । ବୀର ପାଇକଙ୍କ ବୀରତ୍ୱ ଗାଥାର ସ୍ୱାକ୍ଷର ବହନ କରୁଥିବା ଏହି ଐତିହାସିକ ଗଡ ଭଗ୍ନସ୍ତୁପରେ ପରିଣତ ହୋଇଛି । ଗଡ, ପୋଖରୀ ଓ ଅନ୍ୟ ଐତିହାସିକ କିର୍ତ୍ତୀରାଜି ଜରାଜୀର୍ଣ୍ଣ ହୋଇ ପଡିରହିଛି । ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଖୋଲା ଆକାଶ ତଳେ ପଡିରହିଛି । ଖୋର୍ଦ୍ଧା ଗଡ଼ । ବରୁଣେଇ ପାଦଦେଶରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱContinue reading “ଅବହେଳିତ ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ । ପାଇକ ବୀରଙ୍କ ବୀରତ୍ୱ ଗାଥାର ମୁକସାକ୍ଷୀ ଆଜି ଭଗ୍ନସ୍ତୁପ, ଖୋଲା ଆକାଶ ତଳେ ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ।”

ରାଉରକେଲାରେ ହେବ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ । ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଫାଇଭ ଟି ସଚିବ ।

କନକ ବ୍ୟୁରୋ: ରାଉରକେଲାରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ । ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କଲେ ଫାଇଭ ଟି ସଚିବ । ୨୦୨୨ ସୁଦ୍ଧା ଏହି ଷ୍ଟାଡିୟମର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଏହି ସ୍ଥାନର ଅନୁଧ୍ୟାନ କରାଯାଇଛି । ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ଯେମିତି ବିଶ୍ୱ ସ୍ତରୀୟ ଅନୁଭୂତିContinue reading “ରାଉରକେଲାରେ ହେବ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ । ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଫାଇଭ ଟି ସଚିବ ।”

୮୦ ବର୍ଷ ବୟସରେ ବି ସେ ଥକିପଡିନାହାନ୍ତି । ପରିଣତ ବୟସରେ ପୁରୁଣା ସାଇକେଲରେ ରଙ୍ଗ ବେରଙ୍ଗର ଚୂଡି ବିକୁଛନ୍ତି ବୁଢା ଶଙ୍ଖାରୀ ଲକ୍ଷ୍ମୀଧର ମଉସା ।

କନକ ବ୍ୟୁରୋ : ବୟସ ୮୦ ଡେଇଁଲାଣି । ବାର୍ଦ୍ଧକ୍ୟରେ ନଇଁଗଲାଣି ଅଣ୍ଟା । ପୁରୁଣା ସାଇକେଲରେ ଶଙ୍ଖା, ରଙ୍ଗ ବେରଙ୍ଗର ଚୂଡି ପେଟି ବୋଝେଇ କରି ଗାଁକୁ ଗାଁ ବୁଲୁଛି ବୁଢା ଶଙ୍ଖାରୀ । ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ସେ ସମସ୍ତଙ୍କ ପ୍ରିୟର ଲକ୍ଷ୍ମୀଧର ମଉସା । ଲକ୍ଷ୍ମୀଧର ଦାସଙ୍କ ପାଖରେ ସତେ ଯେମିତି ବାର୍ଦ୍ଧକ୍ୟ ହାରମାନିଛି । ଝିଅ, ବୋହୂଙ୍କୁ ଅତି ଯତ୍ନରେ ଚୂଡି ପିନେ୍ଧଇ ଆଶିର୍ବାଦ ଦିଅନ୍ତି ଲକ୍ଷ୍ମୀଧର । ତାଙ୍କContinue reading “୮୦ ବର୍ଷ ବୟସରେ ବି ସେ ଥକିପଡିନାହାନ୍ତି । ପରିଣତ ବୟସରେ ପୁରୁଣା ସାଇକେଲରେ ରଙ୍ଗ ବେରଙ୍ଗର ଚୂଡି ବିକୁଛନ୍ତି ବୁଢା ଶଙ୍ଖାରୀ ଲକ୍ଷ୍ମୀଧର ମଉସା ।”

କରୋନା କଟକଣା ସତ୍ୱେ କଳାହାଣ୍ଡିରେ ପାଳିତ ହେଲା ଟୋକି ପରବ । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆସ୍ଥା ଓ ବିଶ୍ୱାସର ପର୍ବ ପାଳିଲେ ଆଦିବାସୀ ।

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବାବୁ କେନ୍ଦୁଗୁଡାରେ ପାଳିତ ହୋଇଯାଇଛି ଆଦିବାସୀଙ୍କ ପର୍ବ ଟୋକି ପରବ । ଏହି ଟୋକି ପରବରେ କନ୍ଧଙ୍କ ମେଳି ଦେଖିବାକୁ ଦୂରଦୁରାନ୍ତରୁ ଆସିଥିଲେ ଶହ ଶହ ଲୋକ । ହେଲେ କେହି ସାମାଜିକ ଦୂରତା ରକ୍ଷା କରିନଥିଲେ, ଏବଂ ମାସ୍କ ବି ପିନ୍ଧିଥିବା ଦେଖିବାକୁ ମିଳିନଥିଲା । ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ପର୍ବ । ଟୋକି ମରା ପରବ । ହାତରେ ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ରContinue reading “କରୋନା କଟକଣା ସତ୍ୱେ କଳାହାଣ୍ଡିରେ ପାଳିତ ହେଲା ଟୋକି ପରବ । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆସ୍ଥା ଓ ବିଶ୍ୱାସର ପର୍ବ ପାଳିଲେ ଆଦିବାସୀ ।”

ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଘଟଣାସ୍ଥଳକୁ କମିଟି ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିଆଗଲା ନିଷ୍ପତ୍ତି ।

କନକ ବ୍ୟୁରୋ : ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସୀମା ବିବାଦକୁ ନେଇ ଆଲୋଚନା ହୋଇଛି । ଗୃହ କମିଟି ସୀମା ବିବାଦ ରହିଥିବା ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଝାଡଖଣ୍ଡ, ଆନ୍ଧ୍ର, ଛତିଶଗଡ ଓ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳରେ ଓଡିଶା ସହ ସୀମା ବିବାଦ ରହିଛି । ତେବେ ରାଜ୍ୟ ସରକାର ସୀମା ବିବାଦକୁ ନେଇ ଯତ୍ନବାନContinue reading “ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଘଟଣାସ୍ଥଳକୁ କମିଟି ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିଆଗଲା ନିଷ୍ପତ୍ତି ।”

ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଇଓସିଏଲ୍ ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ।

କନକ ବ୍ୟୁରୋ : ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତୁରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନଡ଼ିଏମସି) ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଉତ୍ତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହି ପ୍ଲାଣ୍ଟରେContinue reading “ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଇଓସିଏଲ୍ ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ।”

ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । କଡା ସୁରକ୍ଷା ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରକୁ ହେଲା ସ୍ଥାନାନ୍ତର ।

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ସ୍ପାଇସ୍ ଜେଟ୍ ବିମାନ ଯୋଗେ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । କଡା ସୁରକ୍ଷା ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରକୁ ଟିକା ସ୍ଥାନାନ୍ତର କରାଯାଇଛି । ତେବେ ଆସନ୍ତା ୩ ଦିନ ଭିତରେ ଟିକା ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଟିକା ପହଞ୍ଚିବ । ତେବେ ଆଜି ୨୮ଟି ପ୍ୟାକେଟରେ ୩ ଲକ୍ଷ ୩୪ ହଜାର ୫୦୦ ଡୋଜ୍ ଟିକାContinue reading “ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । କଡା ସୁରକ୍ଷା ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରକୁ ହେଲା ସ୍ଥାନାନ୍ତର ।”

ଛତିଶଗଡ କୋଲାବ ଡ୍ୟାମରେ ଅଟକିଛି ମହାନଦୀ ପାଣି: ଉପରମୁଣ୍ଡରେ ଉଛୁଳୁଛି ପାଣି, ଶୁଖିଲା ପଡିଛି ଓଡିଶା ପଟ

କନକ ବ୍ୟୁରୋ: ମହାନଦୀ ଜଳ ବିବାଦକୁ ନେଇ ଓଡିଶାରେ ବେଶ ହୋହଲ୍ଲା । ବ୍ୟାରେଜ କରି ମହାନଦୀ ପାଣିକୁ ଅଟକାଇ ଦେଇଛି ଛତିଶଗଡ । ଏହାକୁ ନେଇ ଓଡିଶାରୁ ଦିଲ୍ଲୀ ସବୁଠି ତମ୍ବି ତୋଫାନ ହେବା ପରେ ବି ଏଥିରେ ବିଶେଷ କିଛି ପରିବର୍ତ୍ତନ ଆସିନାହିଁ । ଏଯାଏଁ କୌଣସି ସମାଧାନ ହୋଇ ପାରୁନାହିଁ । ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧୀ କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି,Continue reading “ଛତିଶଗଡ କୋଲାବ ଡ୍ୟାମରେ ଅଟକିଛି ମହାନଦୀ ପାଣି: ଉପରମୁଣ୍ଡରେ ଉଛୁଳୁଛି ପାଣି, ଶୁଖିଲା ପଡିଛି ଓଡିଶା ପଟ”

ବାଣୀବିହାରରେ ଶାନ୍ତି ଫେରାଇ ଆଣିବା ପାଇଁ ଛାତ୍ରଙ୍କ ସହ ଆଲୋଚନା କଲେ କୁଳପତି: କହିଲେ, ଦିଆଯିବ ଉତ୍ତମ ମାନର ଖାଦ୍ୟ, କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ ରୋକ

କନକ ବ୍ୟୁରୋ: ବାଣୀବିହାରରେ ଦୁଇ ଛାତ୍ରଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୁଲିସ କମିସନରଙ୍କୁ ଭେଟିଛନ୍ତି କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଏହାସହ କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ପାଇଁ ଆନ୍ଦୋଳନରତ ଛାତ୍ରଙ୍କ ସହ ମଧ୍ୟ ଭିସି ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଛାତ୍ରମାନେ କୁଳପତିଙ୍କୁ ବିଭିନ୍ନ ଦାବି ସଂପର୍କରେ ଅବଗତ କରାଇଛନ୍ତି । ଏହାସହ ଏକ ଦାବି ପତ୍ର ମଧ୍ୟContinue reading “ବାଣୀବିହାରରେ ଶାନ୍ତି ଫେରାଇ ଆଣିବା ପାଇଁ ଛାତ୍ରଙ୍କ ସହ ଆଲୋଚନା କଲେ କୁଳପତି: କହିଲେ, ଦିଆଯିବ ଉତ୍ତମ ମାନର ଖାଦ୍ୟ, କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ ରୋକ”

Design a site like this with WordPress.com
Get started