ଭାରତ ସୀମାରେ ଗାଁ ତିଆରି କରୁଛି ଚୀନ୍ । କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, କହିଲେ ଚୀନ୍ ରଣନୀତିର ମୁକାବିଲା କରିବାରେ ମୋଦୀ ସରକାର ବିଫଳ, ବିଜେପି ଆଣିଲା ପାଲଟା ଅଭିଯୋଗ ।

କନକ ବ୍ୟୁରୋ : ଭାରତ ସୀମାରେ ଗାଁ ତିଆରି କରୁଛି ଚୀନ୍ । ତୱାଙ୍ଗର ସମଡୁରୁଙ୍ଗ ଚୁ ଭ୍ୟାଲିରେ ଏହିଁ ଗାଁ ତିଆରି କରୁଛି ଚୀନ୍ । ତେବେ ଏହି ଅଂଚଳ ଚୀନ୍ ଅଧୀନରେ ଅଛି । ଏହାକୁ ନେଇ ଏବେ ବିବାଦ ତେଜିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କେନ୍ଦ୍ର ସରକାର ଚୀନ୍ ପ୍ରସଙ୍ଗରେ ଅପାରଗ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚୀନ୍ ରଣନୀତିର ମୁକାବିଲା କରିବାରେContinue reading “ଭାରତ ସୀମାରେ ଗାଁ ତିଆରି କରୁଛି ଚୀନ୍ । କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, କହିଲେ ଚୀନ୍ ରଣନୀତିର ମୁକାବିଲା କରିବାରେ ମୋଦୀ ସରକାର ବିଫଳ, ବିଜେପି ଆଣିଲା ପାଲଟା ଅଭିଯୋଗ ।”

ମାଲକାନଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ ।

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ବିଜାପଦର ଘାଟିରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ଭାରସାମ୍ୟ ହରାଇ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ। ଗୋଟିଏ ବାଇକ ମାଲକାନଗିରିରୁ କୋରାପୁଟ ଜିଲ୍ଲାର ଜୟପୁର ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି ବିପରୀତ ଦିଗରୁ ଆସୁଥିଲା । ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ଶବ ଉଦ୍ଧାର କରିଛି ।Continue reading “ମାଲକାନଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ ।”

ବିଜେପିର ଅରୁଆ ବନାମ ବିଜେଡିର ଉଷୁନା । ଉଷୁନା, ଅରୁଆ ବିବାଦ ଭିତରେ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ, କହିଲେ ଅତି ଖରାପ ପ୍ରଭାବ ପକାଇବ କେନ୍ଦ୍ରର ନିଷ୍ପତ୍ତି, ବିଜେପି କଲା ଟାର୍ଗେଟ୍ ।

କନକ ବ୍ୟୁରୋ : ଅରୁଆ ଓ ଉଷୁନା ଚାଉଳକୁ ନେଇ ରାଜନୀତି ଜୋର ଧରିଛି । ଆଜି କେନ୍ଦ୍ରକୁ ଚିଠି ଲେଖି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, କେନ୍ଦ୍ରର ନିଷ୍ପତି ପାଇଁ ଓଡିଶା ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡିବ । ତେଣୁ ଉଷୁନା ଚାଉଳ ନେବା ପାଇଁ ଚିଠି ଲେଖିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେପଟେ ସାମ୍ବାଦିକ ସମ୍ମିଳନୀ କରି ବିଜେପି କହିଛି, ମିଲର୍ସଙ୍କ ଫାଇଦା ପାଇଁ ଓଡିଶା ସରକାର ଉଷୁନା ଚାଉଳContinue reading “ବିଜେପିର ଅରୁଆ ବନାମ ବିଜେଡିର ଉଷୁନା । ଉଷୁନା, ଅରୁଆ ବିବାଦ ଭିତରେ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ, କହିଲେ ଅତି ଖରାପ ପ୍ରଭାବ ପକାଇବ କେନ୍ଦ୍ରର ନିଷ୍ପତ୍ତି, ବିଜେପି କଲା ଟାର୍ଗେଟ୍ ।”

କୋଭିଡ୍ ଟିକା ନେବା ପାଇଁ ଆଗ୍ରହ ଦେଖାଉଛି ଓଡ଼ିଶା । ପୂରା ଦମରେ ଚାଲିଛି ଟିକାକରଣ, ଏଯାଏଁ ଦେଖାଦେଇନି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ।

କନକ ବ୍ୟୁରୋ : ଓଡିଶାରେ ସ୍ୱାଭାବିକ ଭାବେ ଚାଲିଛି କରୋନା ଟିକାକରଣ । ଆଶ୍ୱସ୍ତିକର କଥା ହେଉଛି, ଟିକା ନେଉଥିବା ବ୍ୟକ୍ତିଙ୍କ ଠାରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉ ନାହିଁ । ସେପଟେ କୋଭାକସିନ ଟିକା କେଉଁମାନେ ନେବେ ନାହିଁ ସେନେଇ ଗାଇଡଲାଇନ୍ ଦେଇଛି ଭାରତ ବାୟୋଟେକ୍ । ଆଜି ଦ୍ୱିତୀୟ ଦଫାରେ ରାଜ୍ୟକୁ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ୍ କୋଭିସିଲ୍ଡ ଟିକା ଆସିଛି । ବିନାବାଧାରେ ରାଜ୍ୟରେ ଟିକାକରଣ ଚାଲୁଥିବାରୁ ଧାର୍ଯ୍ୟ ସମୟContinue reading “କୋଭିଡ୍ ଟିକା ନେବା ପାଇଁ ଆଗ୍ରହ ଦେଖାଉଛି ଓଡ଼ିଶା । ପୂରା ଦମରେ ଚାଲିଛି ଟିକାକରଣ, ଏଯାଏଁ ଦେଖାଦେଇନି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ।”

୮ ବର୍ଷର କୁନି ଝିଅକୁ କୋର୍ଟ ପଠାଇଲା ପୁଲିସ । କୁନି ଝିଅଙ୍କୁ ଦେଖି ଖପ୍ପା ହେଲେ କୋର୍ଟ, ବାଲିପାଟଣା ପୁଲିସକୁ କଲେ ତାଗିଦ, କହିଲେ କାହିଁକି କୁନିଝିଅକୁ ଆଣିଲ, କାରଣ ଦର୍ଶାଅ । 

କନକ ବ୍ୟୁରୋ : ଜଣେ ୮ ବର୍ଷର କୁନି ଝିଅକୁ କୋର୍ଟକୁ ପଠାଇଛି ପୁଲିସ । କୁନି ଝିଅଙ୍କୁ ଦେଖି କୋର୍ଟ ଖପ୍ପା ହୋଇଥିଲେ । ପୁରା ମାମଲାରୁ ନାବାଳିକାର ନା କାଟିଦେବା ସହ ଏ ସମ୍ପର୍କରେ ଡିସିପିଙ୍କୁ ଜଣାଇଥିଲେ । ସେପଟେ କାହିଁକି ଜଣେ ନାବାଳିକାକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ପଠାଇଥିଲେ ତାହାର କୈଫିୟତ ଦେବାକୁ ବାଲିପାଟଣା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । ଭୁବନେଶ୍ୱର ଡିସିପିଙ୍କ କୋର୍ଟରେ ହାଜର ହେବା ପାଇଁContinue reading “୮ ବର୍ଷର କୁନି ଝିଅକୁ କୋର୍ଟ ପଠାଇଲା ପୁଲିସ । କୁନି ଝିଅଙ୍କୁ ଦେଖି ଖପ୍ପା ହେଲେ କୋର୍ଟ, ବାଲିପାଟଣା ପୁଲିସକୁ କଲେ ତାଗିଦ, କହିଲେ କାହିଁକି କୁନିଝିଅକୁ ଆଣିଲ, କାରଣ ଦର୍ଶାଅ । “

ମଣ୍ଡିରେ ପଡି ରହିଛି ଚାଷୀର ଧାନ । ସାମ୍ନାକୁ ଆସିଲା ଅନ୍ନଦାତାଙ୍କ କରୁଣ ଚିତ୍ର । ଟାର୍ଗେଟ ପୂରଣ ହୋଇଥିବା କହି ଧାନ ଉଠାଉନାହାନ୍ତି ମିଲର, କିଛି ବୁଝି ପାରୁନାହାନ୍ତି ଚାଷୀ କରିବେ କଣ ।

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଣ୍ଡି ଅବ୍ୟବସ୍ଥା ଚାଷୀଙ୍କୁ ଚିନ୍ତାରେ ପକାଇଛି । ମଣ୍ଡି ଗୁଡିକରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ମଣ୍ଡି ଖୋଲିବାର ଅଳ୍ପ ଦିନ ଭିତରେ ଟାର୍ଗେଟ୍ ପୂରଣ ହୋଇଯାଇଥିବା କହି ଆଉ ଧାନ କିଣାଯାଉ ନାହିଁ । ସେପଟେ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ନେଇଥିବା ଚାଷୀ କଣ କରିବ, କିଛି ବୁଝି ପାରୁନାହିଁ । ଦିନ ରାତି ମଣ୍ଡିରେ ନିଜ ଉତ୍ପାଦିତ ଧାନକୁContinue reading “ମଣ୍ଡିରେ ପଡି ରହିଛି ଚାଷୀର ଧାନ । ସାମ୍ନାକୁ ଆସିଲା ଅନ୍ନଦାତାଙ୍କ କରୁଣ ଚିତ୍ର । ଟାର୍ଗେଟ ପୂରଣ ହୋଇଥିବା କହି ଧାନ ଉଠାଉନାହାନ୍ତି ମିଲର, କିଛି ବୁଝି ପାରୁନାହାନ୍ତି ଚାଷୀ କରିବେ କଣ ।”

ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ୩୨ ବର୍ଷ ପରେ ବ୍ରିସବେନରେ ହାରିଲା ଅଷ୍ଟ୍ରେଲିଆ, ୨-୧ରେ ଟେଷ୍ଟ ସିରିଜକୁ କଙ୍ଗାରୁ ହାତରୁ ଛଡେଇ ନେଲା ଭାରତ ।

କନକ ବ୍ୟୁରୋ : ବିଦେଶ ମାଟିରେ ଟିମ ଇଣ୍ଡିଆର ଐତିହାସିକ ଟେଷ୍ଟ ବିଜୟ । ଅଷ୍ଟେଲିଆ ଭଳି ଏକ ଶକ୍ତିଶାଳୀ ଦଳକୁ ତାର ଘରୋଇ ମାଟିରେ ପରାଜିତ କରିଛି ଭାରତୀୟ କ୍ରିକେଟ ଦଳ । ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚକୁ ୫ ୱିକେଟରେ ଜିତି ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଭାରତ । ଗତ ୩୩ ବର୍ଷ ହେଲା ବ୍ରିସବେନରେ ହାରିନଥିଲା କଙ୍ଗାରୁ ଦଳ, ହେଲେ ଆଜି ତାହା କରିଦେଖାଇଛନ୍ତି ରାହାଣେ ବାହିନୀ ।Continue reading “ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ୩୨ ବର୍ଷ ପରେ ବ୍ରିସବେନରେ ହାରିଲା ଅଷ୍ଟ୍ରେଲିଆ, ୨-୧ରେ ଟେଷ୍ଟ ସିରିଜକୁ କଙ୍ଗାରୁ ହାତରୁ ଛଡେଇ ନେଲା ଭାରତ ।”

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦଳକୁ ଫେରିଲେ ବିରାଟ କୋହଲି ।  

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ଦଳକୁ ଫେରିଛନ୍ତି ଅଧିନାୟକ ବିରାଟ କୋହଲି । ତେଣୁ ରାହାଣେଙ୍କୁ ଏବେ ଉପ ଅଧିନାୟକ କରାଯାଇଛି । ଏହାସହ ଇଶାନ୍ତ ଶର୍ମା ଓ ଅଶ୍ୱିନୀ ମଧ୍ୟ ଦଳକୁ ଫେରିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଫେବୃଆରୀ ୫ ତାରିଖରେ ଚେନ୍ନାଇରେContinue reading “ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦଳକୁ ଫେରିଲେ ବିରାଟ କୋହଲି ।  “

ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟରେ ଆହୁରି ୨ ହଜାରରୁ ଅଧିକ ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି । 

କନକ ବ୍ୟୁରୋ: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟରେ ଆହୁରି ୨ ହଜାରରୁ ଅଧିକ ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି । ଓପିଏସସି ପକ୍ଷରୁ ଡାକ୍ତର ଓ ଦନ୍ତ ଚିକିତ୍ସକ ପଦବୀ ପୂରଣ କରାଯିବ । ଡାକ୍ତର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇବ । ନୂଆ କରି ରାଜ୍ୟ ସରକାର ଗଢିଥିବା ୯ଟି ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ସଂପର୍କରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଥିଲେ। ଏହାସହContinue reading “ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟରେ ଆହୁରି ୨ ହଜାରରୁ ଅଧିକ ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି । “

ଉଷୁନା, ଅରୁଆ ଚାଉଳ ରାଜନୀତି ଭିତରେ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ । ପିୟୂଷ ଗୋୟଲଙ୍କୁ ଚିଠିଲେଖି ତୁରନ୍ତ ସମାଧାନ ପାଇଁ କଲେ ଅନୁରୋଧ ।

କନକ ବ୍ୟୁରୋ : ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି । ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କେନ୍ଦ୍ର ସରକାରଙ୍କୁ ସଂଗ୍ରହ ହୋଇଥିବା ଉଷୁନା ଚାଉଳ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପContinue reading “ଉଷୁନା, ଅରୁଆ ଚାଉଳ ରାଜନୀତି ଭିତରେ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ । ପିୟୂଷ ଗୋୟଲଙ୍କୁ ଚିଠିଲେଖି ତୁରନ୍ତ ସମାଧାନ ପାଇଁ କଲେ ଅନୁରୋଧ ।”

Design a site like this with WordPress.com
Get started