କନକ ବ୍ୟୁରୋ: ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ନାହିଁ । ଜରିପାଲ ତଳେ ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ଯିଏ ଲୋକଙ୍କ ସମସ୍ୟା ଉପସ୍ଥାପନ କରି ସମାଧାନ କରୁଛନ୍ତି ସେ ନିଜେ ଅବହେଳିତ । ଏମିତି କିଛି ଚିତ୍ର ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାରେଦେଖିବାକୁ ମିଳିଛି । ଭିକ ମାଗି ଚଳୁଛନ୍ତି କାଉନସିଲର ଜଣକ । ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ୭ ନମ୍ବର ୱାର୍ଡର ମହିଳା କାଉନସିଲର ଦୁର୍ଗାସିଂ । ରାତିରେ ଜରିପାଲ ଭରସାContinue reading “ଭିକ ମାଗି ଚଳୁଛନ୍ତି କାଉନସିଲର: ଘରଦ୍ୱାର ନଥିବା ବେଳେ ଜରିପାଲ ତଳେ ଦୁଇ ପିଲାଙ୍କ ସହ ବିତୁଛି ଜୀବନ”
Tag Archives: News
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଝିରେ ମୈଦାନରେ ପଶିଲେ ଜ୍ରାଭୋ ୬୯ । ଚିଡିଗଲେ କୋହଲି, ଆଙ୍ଗୁଠି ଦେଖାଇ ଫେରି ଯିବାକୁ କହିଲେ ରାହୁଲ ।
କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ପୁଣି ଦେଖିବାକୁ ମିଳିଲା ଜ୍ରାଭୋ ଜଲୱା । ମ୍ୟାଚ୍ ଅଧାରେ ପୁଣିଥରେ ମୈଦାନକୁ ଏଣ୍ଟ୍ରି ମାରିଲେ ଜ୍ରାଭୋ ୬୯ । ସୁରକ୍ଷାବାହିନୀକୁ ଚକମା ଦେଇ ମ୍ୟାଚ୍ ଚାଲିଥିବା ବେଳେ ପଡିଆରେ ପଶିଥିଲେ ଜ୍ରାଭୋ । କିନ୍ତୁ ଖେଳାଳୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହିଁ ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ନେଇଥିଲେ । ଜ୍ରାଭୋଙ୍କୁ ସୁରକ୍ଷାକର୍ମୀ ପଡିଆ ବାହାରକୁ ନେଉଥିବା ବେଳେ କୋହଲି ଆସି କିଛି କହୁଥିବାର ଦେଖିବାକୁ ମିଳିଥିଲା ।Continue reading “ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଝିରେ ମୈଦାନରେ ପଶିଲେ ଜ୍ରାଭୋ ୬୯ । ଚିଡିଗଲେ କୋହଲି, ଆଙ୍ଗୁଠି ଦେଖାଇ ଫେରି ଯିବାକୁ କହିଲେ ରାହୁଲ ।”
କଟକରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ କରାଯିବନି ଗ୍ରାଉଣ୍ଡ ରେଣ୍ଟ ଆଦାୟ । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କନକ ବ୍ୟୁରୋ: ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକContinue reading “କଟକରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ କରାଯିବନି ଗ୍ରାଉଣ୍ଡ ରେଣ୍ଟ ଆଦାୟ । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”
ବାହାନଗା ଟ୍ରେନ୍ ଦୁର୍ଘଟଣା; ଚିହ୍ନଟ ହେଇନଥିବା ୨୮ ମୃତଦେହର ସତ୍କାର କରିବ ବିଏମସି । ଶବ ସଂସ୍କାରର ହେବ ଭିଡିଓଗ୍ରାଫି
କନକ ବ୍ୟୁରୋ: ଦିନେ କିମ୍ବା ଦୁଇ ଦିନ ଭିତରେ ସତ୍କାର ହେବ ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ୨୮ ମୃତଦେହ। ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର କରାଯିବ। ଏହାପରେ ଭରତପୁର ଏବଂ ସତ୍ୟନଗର ଶ୍ମଶାନରେ ମୃତଦେହ ସଂସ୍କାର ହେବ ବୋଲି ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ, ଆସନ୍ତାକାଲି କିମ୍ବା ପରଦିନ ସତ୍କାର ପାଇଁ ବିଏମସି ପ୍ରସ୍ତୁତ ହେଉଛି। ମୃତଦେହ ସଂସ୍କାର ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯିବ।Continue reading “ବାହାନଗା ଟ୍ରେନ୍ ଦୁର୍ଘଟଣା; ଚିହ୍ନଟ ହେଇନଥିବା ୨୮ ମୃତଦେହର ସତ୍କାର କରିବ ବିଏମସି । ଶବ ସଂସ୍କାରର ହେବ ଭିଡିଓଗ୍ରାଫି”
ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ । ଗୃହପାଳିତ ପଶୁଙ୍କ ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର ।
କନକ ବ୍ୟୁରୋ: ଗୃହପାଳିତ ପଶୁଙ୍କ ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ୱର୍- ୧୯୬୨ । ଏଣିକି ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ । ଏଯାବତ୍ ରାଜ୍ୟରେ ୧୮୧ ଟି ପ୍ରାଣୀ ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ସଂଖ୍ୟା ବୃଦ୍ଧି କରାଯିବ । ୩୧୪ ବ୍ଲକରେ ବର୍ତ୍ତମାନ ପ୍ରାଣୀ ଆମ୍ବୁଲାନ୍ସ ଚାଲିଛି । ତେବେ ପାରମ୍ପରିକ ଗୋ-ଶାଳାକୁ ଅଧିକ ଉନ୍ନତ କରିବା ପାଇଁ ବିଭିନ୍ନ ଜ୍ଞାନ କୌଶଳର ବ୍ୟବହାର ହେବ ।Continue reading “ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ । ଗୃହପାଳିତ ପଶୁଙ୍କ ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର । “
ପଡ଼ୋଶୀଙ୍କ ଘର ବନ୍ଧା ପକାଇ ଋଣ କରିବା ପଡ଼ିଲା ମହଙ୍ଗା । ଚାଲାକି ଧରାପଡ଼ିବା ପରେ ବନ୍ଧା ହେଲେ ମହିଳା, ସ୍ୱାମୀ ଫେରାର ।
କନକ ବ୍ୟୁରୋ: ପଡ଼ୋଶୀଙ୍କ ଘର ବନ୍ଧା ପକାଇ ଋଣ କରିବା ପଡ଼ିଲା ମହଙ୍ଗା । ଚାଲାକି ଧରାପଡ଼ିବା ପରେ ବନ୍ଧା ହୋଇଛନ୍ତି ମହିଳା । ହେଲେ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି । ଭୁବନେଶ୍ୱରରେ ପଡ଼ୋଶୀ ଘର ବନ୍ଧା ରଖି ୨୪ ଲକ୍ଷ ଟଙ୍କା ନେଇଯାଇଥିଲେ ଦମ୍ପତି । ସୂଚନା ଅନୁସାରେ, ଲକ୍ଷ୍ମୀପ୍ରିୟା ନାମକ ମହିଳା ନିଜ ସ୍ୱାମୀଙ୍କ ସହ ମିଶି ଓଲ୍ଡ ଟାଉନ୍ ମାର୍କେଟରେ ଏକ ରାସନ୍ ଦୋକାନୀଙ୍କ ଠାରୁ ଏହି ଟଙ୍କା ଲୁଟିଥିଲେ ।Continue reading “ପଡ଼ୋଶୀଙ୍କ ଘର ବନ୍ଧା ପକାଇ ଋଣ କରିବା ପଡ଼ିଲା ମହଙ୍ଗା । ଚାଲାକି ଧରାପଡ଼ିବା ପରେ ବନ୍ଧା ହେଲେ ମହିଳା, ସ୍ୱାମୀ ଫେରାର ।”
ଘର ଆଗରେ ୩ ଗାଡିକୁ ରାତିରେ ଜାଳିଦେଲେ ଦୁର୍ବୃତ୍ତ । ନିଆଁ ଲାଗି ପାଉଁଶ ହେଲା କାର, ବୁଲେଟ୍ ଆଉ ସ୍କୁଟି ।
କନକ ବ୍ୟୁରୋ: ଘର ଆଗରେ ଥିବା ୩ଟି ଗାଡିକୁ ରାତିରେ ଜାଳିଦେଲେ ଦୁର୍ବୃତ୍ତ । ନିଆଁ ଲାଗି ଗୋଟିଏ କାର, ବୁଲେଟ ଓ ସ୍କୁଟି ପୋଡି ନଷ୍ଟ ହୋଇଯାଇଛି । ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ହାଟପଦାରେ ଏହି ଘଟଣା ଘଟିଛି । ନିଆଁର ପ୍ରକୋପ ଏତେ ଥିଲା ଯେ ଘରେ ଲାଗିଥିବା ବିଦ୍ୟୁତ ମିଟର ସହିତ ଘରର କବାଟ, ଝରକା ପୋଡିଯାଇଛି । ନିଆଁ ଲାଗି ଗାଡିର ଟାୟାର ଫାଟିବା ଶବ୍ଦ ଶୁଣିବା ପରେContinue reading “ଘର ଆଗରେ ୩ ଗାଡିକୁ ରାତିରେ ଜାଳିଦେଲେ ଦୁର୍ବୃତ୍ତ । ନିଆଁ ଲାଗି ପାଉଁଶ ହେଲା କାର, ବୁଲେଟ୍ ଆଉ ସ୍କୁଟି ।”
ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେଡି-ବିଜେପି ବୟାନବାଜି: ବିଜେପିର ଅଭିଯୋଗ, ନିର୍ବାଚନ ଆସିଲେ ଏମିତି ଘୋଷଣା କରନ୍ତି ନବୀନ
କନକ ବ୍ୟୁରୋ: ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେଡି ବିଜେପି ବୟାନବାଜି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତି ନେବା ପରେ, ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ଉପସଭାପତି ବିରଂଚି ତ୍ରିପାଠୀ କହିଛନ୍ତି, ରାଜ୍ୟ ସରକାର ଯେତେବେଳେ ନିର୍ବାଚନ ଆସେ, ସେ ସମୟରେ ଅନେକ ଘୋଷଣା କରନ୍ତି । ସେ ଘୋଷଣା ସହ ଅନେକ ନିର୍ବାଚନ ପୂର୍ବରୁ ମୃତ୍ୟୁ ହୋଇଥାଏ । ଆଉ ଯାହାContinue reading “ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେଡି-ବିଜେପି ବୟାନବାଜି: ବିଜେପିର ଅଭିଯୋଗ, ନିର୍ବାଚନ ଆସିଲେ ଏମିତି ଘୋଷଣା କରନ୍ତି ନବୀନ”
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ
କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ବିବାଦ ଏବେ ଭିନ୍ନ ରୂପରେ ସାମ୍ନାକୁ ଆସିଛି । ଯେତେବେଳେ ଆତଙ୍କବାଦୀ ସଂଗଠନ ହମାସ, ଇସ୍ରାଏଲ ଉପରେ ଘନଘନ ମିସାଇଲ ମାଡ଼ କରୁଛି । ଏହାର ଜବାବରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିବା ସହ ହମାସର ଠିକଣା ଉପରେ ବୋମା ଓ ମିସାଇଲ ମାଡ଼ କରିଛି । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏଭଳି ଗଣହତ୍ୟାର ଚିତ୍ର ସାମ୍ନାକୁ ଆସିଛି । ଯାହାContinue reading “ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ”
କେଉଁ ଆସନରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ସମ୍ବଲପୁରରୁ ଲଢ଼ିବାକୁ ଜୟନାରାୟଣ କହିବା ପରେ, ବିଜେଡି ବିଧାୟକ କହିଲେ ଏଭଳି କଥା…
କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ଲଢ଼ିବା ନେଇ ଆଗ୍ରହ ପ୍ରକାଶ କରିବା ପରେ, କେଉଁଠୁ ଲଢ଼ିବେ ସେ ନେଇ ଜୋର ଧରିଛି ଚର୍ଚ୍ଚା । ଗତ କିଛି ମାସ ହେଲା ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରକୁ ଧର୍ମେନ୍ଦ୍ର ବିଶେଷ ଗୁରୁତ୍ୱ ଦେଉଥିବାରୁ, ଏହା ଭିତରୁ କୌଣସି ଗୋଟିଏ ଆସନରେ ଲଢ଼ି ପାରନ୍ତି ବୋଲି ଆଲୋଚନା ହେଉଛି । ଏହି ଆଲୋଚନା ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟାContinue reading “କେଉଁ ଆସନରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ସମ୍ବଲପୁରରୁ ଲଢ଼ିବାକୁ ଜୟନାରାୟଣ କହିବା ପରେ, ବିଜେଡି ବିଧାୟକ କହିଲେ ଏଭଳି କଥା…”