କନକ ବ୍ୟୁରୋ : ଆମ ଦେଶରେ ଏଭଳି କିଛି ଜାଗା ରହିଛି ଯାହା ବିଷୟରେ ଖୁବ କମ ଲୋକ ଜାଣିଥିବେ । ଏମିତି ଏକ ସ୍ଥାନ ହେଉଛି ଧନୁଷକୋଡି । ତାମିଲନାଡୁର ସମୁଦ୍ରକୂଳରେ ଏହି ସ୍ଥାନ ଅବସ୍ଥିତ । ଏଠାରେ ଏକ ରାସ୍ତା ରହିଛି ଯାହାକୁ ଦେଶର ଶେଷ ରାସ୍ତା ବୋଲି କୁହାଯାଏ । ଏହି ସ୍ଥାନରୁ ଶ୍ରୀଲଙ୍କା ମଧ୍ୟ ଦେଖାଯାଇଥାଏ । କାରଣ ଧୋନୁଷକୋଡିରୁ ଶ୍ରୀଲଙ୍କାର ଦୂରତା ମାତ୍ର ୨୪ କିଲୋମିଟର । ତାମିଲନାଡୁର ରାମେଶ୍ୱରମଠାରୁContinue reading “ଭାରତର ଶେଷ ରାସ୍ତା ଧନୁଷକୋଡି । ଲୋକଙ୍କ ବିଶ୍ୱାସ ଅନୁସାରେ ଏଇଠି ରହିଛି ରାମସେତୁ । ଜାଣନ୍ତୁ, ଏହାର ଇତିହାସ”
Tag Archives: News
ବୁଢୀମାଉସୀ ଦୋକାନରେ ପହଞ୍ଚି ପ୍ରତିଶ୍ରୁତି ଦେଲେ ବିଧାୟକ ସ୍ୱରୂପ ଦାସ । କହିଲେ, ମାଉସୀ ବ୍ୟସ୍ତ ହଅନା… ସବୁ ସମସ୍ୟା ମୁଁ ସମାଧାନ କରିଦେବି…
କନକ ବ୍ୟୁରୋ: ବୁଢୀମାଉସୀ ପାଖରେ ପହଞ୍ଚିଲେ ବିଧାୟକ । ଜୀବନ ଯୁଦ୍ଧରେ ଏକାଏକା ଲଢୁଥିବା ବୁଢୀ ମାଉସୀର ସଙ୍ଘର୍ଷର କାହାଣୀ ଦେଖି ପାଖକୁ ଧାଇଁଗଲେ ସଦର ବିଧାୟକ ସ୍ୱରୁପ ଦାଶ । ୯୨ ବର୍ଷରେ କେମିତି ଜଣେ ବୃଦ୍ଧା ପାନ ଭାଙ୍ଗି ପରିବାର ଚଳାଉଛି, ବୟସର ପଶ୍ଚିମ ତୀରରେ ନଇଁ ପଡିଥିବା ଅଣ୍ଟାକୁ ସିଧା କରି ଘରର ବୋଝ ବୋହୁଛି । ଆଉ ତା ଚମ ଧୁଡୁଧୁଡୁ ଶକ୍ତିହୀନ ହାତରେ କେମିତି ଆତ୍ମବିଶ୍ୱାସର ଅଗ୍ନି ଜାଳି ଜୀବନContinue reading “ବୁଢୀମାଉସୀ ଦୋକାନରେ ପହଞ୍ଚି ପ୍ରତିଶ୍ରୁତି ଦେଲେ ବିଧାୟକ ସ୍ୱରୂପ ଦାସ । କହିଲେ, ମାଉସୀ ବ୍ୟସ୍ତ ହଅନା… ସବୁ ସମସ୍ୟା ମୁଁ ସମାଧାନ କରିଦେବି…”
ଉଷୁନା ଚାଉଳକୁ ନେଇ ରାଜନୀତି । ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । କହିଲା, ଖରିଫ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ଲେଖିଛି ଚିଠି ।
କନକ ବ୍ୟୁରୋ : ଉଷୁନା ଚାଉଳ ସଂଗ୍ରହକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଦଳ କହିଛି, କେନ୍ଦ୍ର ଚିଠି ଲେଖିଛି କେବଳ ଖରିଫ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ କରିବେ । ରବି ସିଜନ ପାଇଁ କିଛି କରିବେ ନାହିଁ । ଓଡିଶା ପାଇଁ ଏହା ଏକ ଚଡକ । ୨୦୧୯-୨୦୨୦ରେ ଖରିଫରେ ୫୩ ଓ ରବିରେ ୭୦ ଲକ୍ଷ ଟନ ଉତ୍ପାଦନ ହୋଇଥିଲା । ବର୍ତମାନ ୪୮Continue reading “ଉଷୁନା ଚାଉଳକୁ ନେଇ ରାଜନୀତି । ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । କହିଲା, ଖରିଫ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ଲେଖିଛି ଚିଠି । “
ଚର୍ଚ୍ଚାରେ ଦିବ୍ୟାଙ୍ଗ ଲ୍ୟାବ ଟେକନିସିଆନ ସୁନିଲ ପ୍ରଜାପତି : ରାଞ୍ଚୋ ଷ୍ଟାଇଲରେ ଗର୍ଭବତୀଙ୍କୁ ଟ୍ରେନରେ କରାଇଲେ ଡ଼େଲିଭରୀ
କନକ ବ୍ୟୁରୋ : ଆପଣମାନେ ବଲିଉଡ଼ର ‘ଥ୍ରୀ-ଇଡିୟଟ୍ସ’ ଫିଲ୍ମ ଦେଖିଥିବେ । ସେଥିରେ ‘ରାଞ୍ଚୋ’ ଭୂମିକାରେ ଅଭିନୟ କରିଥିବା ଆମିର ଖାନଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିଲା । ସେହିଭଳି ଏକ ବାସ୍ତବ ଜୀବନର ‘ରାଞ୍ଚୋ’ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛନ୍ତି । ‘ରାଞ୍ଚୋ’ ଷ୍ଟାଇଲରେ ଗର୍ଭବତୀଙ୍କୁ ଟ୍ରେନରେ ଡ଼େଲିଭରୀ କରାଇଛନ୍ତି ଜଣେ ଦିବ୍ୟାଙ୍ଗ ଲ୍ୟାବ୍ ଟେକ୍ନିସିଆନ୍ । ଫିଲ୍ମ ‘ଥ୍ରୀ-ଇଡିୟଟ୍ସ’ ରେ ଆମିର ଖାନ୍ ଯେଉଁଭଳି ଭାବେ ଜଣେ ଗର୍ଭବତୀଙ୍କ ଡ଼େଲିଭରୀ କରାଇଥିଲେ ସେହିଭଳି ଜଣେContinue reading “ଚର୍ଚ୍ଚାରେ ଦିବ୍ୟାଙ୍ଗ ଲ୍ୟାବ ଟେକନିସିଆନ ସୁନିଲ ପ୍ରଜାପତି : ରାଞ୍ଚୋ ଷ୍ଟାଇଲରେ ଗର୍ଭବତୀଙ୍କୁ ଟ୍ରେନରେ କରାଇଲେ ଡ଼େଲିଭରୀ”
ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ । ଭାରତ ଆଗରେ ୩୨୮ ରନର ଟାର୍ଗେଟ
କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଚତୁର୍ଥ ଟେଷ୍ଟ । ଏହି ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ ହୋଇଛି । ଏହାସହ ଭାରତ ଆଗରେ ୩୨୮ ରନର ବିଜୟ ଲକ୍ଷ୍ୟ ରହିଛି । ସେହିପରି ଭାରତ ମଧ୍ୟ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଛି । ଦ୍ୱିତୀୟ ଇଂନିସରେ ଭାରତ ୪ ରନ କରିଛି । ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂContinue reading “ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ । ଭାରତ ଆଗରେ ୩୨୮ ରନର ଟାର୍ଗେଟ”
କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି : ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ଟୁଇଟ କରି ଅଭିଯୋଗ କଲେ ନିରଂଜନ
କନକ ବ୍ୟୁରୋ : କେନ୍ଦୁଝର ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ନିରଂଜନ ଅଭିଯୋଗ କରିଛନ୍ତି । ଏନେଇ ନିରଂଜନ ଟୁଇଟ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଆକ୍ରମଣ କରାଯାଇଛି । Last night, on my way to Keonjhar, my car was attacked by miscreants. They thrashedContinue reading “କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି : ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ଟୁଇଟ କରି ଅଭିଯୋଗ କଲେ ନିରଂଜନ”
ମଣ୍ଡିରେ ପଡିଛି ଲକ୍ଷାଧିକ ଟଙ୍କାର ଧାନ : ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ; ଧାନ ବସ୍ତା ରଖି ରାସ୍ତା ଅବରୋଧ
କନକ ବ୍ୟୁରୋ : ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ଚାଷୀ । ରାସ୍ତାରେ ଧାନ ବସ୍ତା ଓ ହାତରେ ବିଷ ବୋତଲ ଧରି ପ୍ରତିବାଦ କରୁଛନ୍ତି ପଦ୍ମପୁର ଚାଷୀ । ପଦ୍ମପୁର ଉପଖଣ୍ଡରେ ୭୦ଗୋଟି ମଣ୍ଡିରେ ପ୍ରାୟ ୭ଲକ୍ଷ ଧାନ ପଡ଼ି ରହିଛି । ଚାଷୀ ଧାନ ବିକିବା ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇପାରୁ ନାହିଁ । ଏହାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଟ୍ୟାଗ ନଥିବା କାରଣରୁ ଶହ ଶହContinue reading “ମଣ୍ଡିରେ ପଡିଛି ଲକ୍ଷାଧିକ ଟଙ୍କାର ଧାନ : ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ; ଧାନ ବସ୍ତା ରଖି ରାସ୍ତା ଅବରୋଧ”
କ୍ୟାପିଟାଲ ହସ୍ପିଟାଲରେ ଆଜି ପ୍ରଥମେ ଟିକା ନେଲେ ଗୁରୁପ୍ରସାଦ ଶତପଥୀ: ହସ୍ପିଟାଲ ଆଇସିୟୁରେ ଡ଼୍ରେସର ଭାବେ କରନ୍ତି କାମ
କନକ ବ୍ୟୁରୋ: ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିଛି । ଟକାଦାନର ଦ୍ୱିତୀୟ ଦିନରେ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ବ୍ୟକ୍ତି ଗୁରୁପ୍ରସାଦ ଶତପଥୀ ଆଜି ଟିକା ନେଇଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁ ଡ୍ରେସର ଭାବେ କାମ କରନ୍ତି ଗୁରୁପ୍ରସାଦ । ଆଜି କ୍ୟାପିଟାଲ ହସ୍ପିଟାଲରେ ୨୦୦ରୁ ୩୦୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଟିକାକରଣର ପ୍ରଥମ ଦିନରେ ୧୫୬ ଜଣ ଟିକା ନେଇଥିଲେ ।Continue reading “କ୍ୟାପିଟାଲ ହସ୍ପିଟାଲରେ ଆଜି ପ୍ରଥମେ ଟିକା ନେଲେ ଗୁରୁପ୍ରସାଦ ଶତପଥୀ: ହସ୍ପିଟାଲ ଆଇସିୟୁରେ ଡ଼୍ରେସର ଭାବେ କରନ୍ତି କାମ”
ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି: କୋର୍ଟ କହିଲେ, ଟ୍ରାକ୍ଟର ମାର୍ଚ୍ଚ ନେଇ ନିଷ୍ପତ୍ତି ନେଉ ପୋଲିସ୍; ଦିଲ୍ଲୀକୁ କିଏ ଆସିବ ପୋଲିସ ଉପରେ ନିର୍ଭର କରିବ
କନକ ବ୍ୟୁରୋ: କୃଷକଙ୍କ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁଲିସର ଅନୁମତିରେ ରାମଲିଲା ମୈଦାନରେ କରିପାରିବେ ପ୍ରଦର୍ଶନ । ଏହା ସହ ସହରକୁ କେତେ ଲୋକ ଆସିବେ ଏବଂ କେମିତି ଆସିବେ ସେନେଇ ନିଷ୍ପତ୍ତି କରିବ ପୋଲିସ । ତେବେ ପ୍ରଦର୍ଶନ ନେଇ ବୁଧବାର ଦିନ ହେବ ପରବର୍ତ୍ତୀ ଶୁଣାଣି । ସେପଟେ, କୃଷକ ଆଇନ ବିରୋଧରେ ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଅନ୍ୟପକ୍ଷରେ ସାଧାରଣତନ୍ତ୍ର ଦିବସରେ କୃଷକମାନେContinue reading “ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି: କୋର୍ଟ କହିଲେ, ଟ୍ରାକ୍ଟର ମାର୍ଚ୍ଚ ନେଇ ନିଷ୍ପତ୍ତି ନେଉ ପୋଲିସ୍; ଦିଲ୍ଲୀକୁ କିଏ ଆସିବ ପୋଲିସ ଉପରେ ନିର୍ଭର କରିବ”
ଟିକା ନେଉଛି ଓଡ଼ିଶା…। ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଟିକାଦାନ । ମେଡିକାଲ କଲେଜରେ ୫ଟି ଟିକାଦାନ କେନ୍ଦ୍ର
କନକ ବ୍ୟୁରୋ: ଗୋଟିଏ ଦିନର ଅନୁଧ୍ୟାନ ବିରତି ପରେ ଆଜି ଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ ଚାଲିଛି ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିଛି । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେଉଛି । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥାContinue reading “ଟିକା ନେଉଛି ଓଡ଼ିଶା…। ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଟିକାଦାନ । ମେଡିକାଲ କଲେଜରେ ୫ଟି ଟିକାଦାନ କେନ୍ଦ୍ର”