କନକ ବ୍ୟୁରୋ : ରାଜ୍ୟ ଯୋଗାଣ ବିଭାଗକୁ ଏଫସିଆଇ ବା ଭାରତୀୟ ଖାଦ୍ୟ ନିଗମ ଲେଖିଛି ଚିଠି । ଏହି ଚିଠିରେ ଉଷୁନା ଚାଉଳ କ୍ରୟ ଉପରେ କଟକଣା ଲଗାଇଛି ଏଫସିଆଇ । ଏଥିରେ ଲେଖାଯାଇଛି, ରାଜ୍ୟ ସଂଗ୍ରହ କରିଥିବା ଖରିଫ ଋତୁର ୫୦ ପ୍ରତିଶତ ଉଷୁନା ଚାଉଳ ସଂଗ୍ରହ କରିବ ଏଫସିଆଇ । ରବି ଋତୁରେ ସଂଗ୍ରହ ହୋଇଥିବା ଉଷୁନା ଚାଉଳ ଆଦୌ ନେବ ନାହିଁ ଖାଦ୍ୟ ନିଗମ । ଆଉ ଏହି ଚିଠିକୁ ନେଇContinue reading “ଉଷୁନା ଚାଉଳକୁ ନେଇ ରାଜନୀତି । କେନ୍ଦ୍ର ସରକାରକୁ ଟାର୍ଗେଟ କଲା ବିଜେଡି । କହିଲା, ୨୧ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବାକୁ ରାଜି ହେଉନାହିଁ କେନ୍ଦ୍ର”
Tag Archives: News
ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ କବଜା କରୁଛି ଛତିଶଗଡ଼ । ସାମ୍ନାକୁ ଆସିଲା କଲମା ବ୍ୟାରେଜର ଚିତ୍ର । ଗୋଟିଏ ପଟେ ଉଛୁଳୁଛି ମହାନଦୀ, ଅନ୍ୟପଟେ ପଡ଼ିଛି ଶୁଖିଲା ।
କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗକୁ ନେଇ ଓଡିଶାରେ ବେଶ ହୋହଲ୍ଲା ହୋଇଛି । ଛତିଶଗଡ ମହାନଦୀ ପାଣିକୁ ଅଟକାଇଛି ବୋଲି ଅଭିଯୋଗ ଓ ଦିଲ୍ଲୀରେ ଏହାକୁ ନେଇ ତମ୍ବିତୋଫାନ ହେବା ପରେ ମଧ୍ୟ ଏଥିରେ ବିଶେଷ କିଛି ପରିବର୍ତ୍ତର୍ନ ଆସିନାହିଁ । ଗୋଟିଏ ପଟେ ଭରପୁର ପାଣି ଓ ଅନ୍ୟପଟେ ଶୁଖିଲା ମହାନଦୀ । କେବଳ ପାଣିର ଏକ ପତଳା ସୁଅ ଓଡିଶା ଆଡକୁ ଆସୁଛି । ‘ଗୁଗୁଲ ଆଥ‘ର୍ର ଚିତ୍ର ଦେଖିଲେ ଆପଣ ଅନୁମାନContinue reading “ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ କବଜା କରୁଛି ଛତିଶଗଡ଼ । ସାମ୍ନାକୁ ଆସିଲା କଲମା ବ୍ୟାରେଜର ଚିତ୍ର । ଗୋଟିଏ ପଟେ ଉଛୁଳୁଛି ମହାନଦୀ, ଅନ୍ୟପଟେ ପଡ଼ିଛି ଶୁଖିଲା ।”
କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଲେ, ଆକ୍ରମଣ ପଛରେ ରହିଛି ବିଜେପି ଯୁବମୋର୍ଚ୍ଚାର ସଂପୃକ୍ତି ।
କନକ ବ୍ୟୁରୋ: ରବିବାର ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣର ଚିତ୍ର ଯେତେବେଳେ ସାମ୍ନାକୁ ଆସିଥିଲା, ତାହା ସମସ୍ତଙ୍କୁ ବିବ୍ରତ କରିଦେଇଥିଲା । କାରଣ, ଦେଶର ସର୍ବ ପୁରାତନ ଦଳର ରାଜ୍ୟ ମୁଖ୍ୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣା ରାଜନୈତିକ ମାହୋଲକୁ ସରଗରମ କରିଦେଇଥିଲା । କିଛି ସମୟ ଭିତରେ କଂଗ୍ରେସ କର୍ମୀମାନେ ଘଟଣା ପ୍ରତିବାଦରେ ବାହାରିପଡ଼ିଥିଲେ । ପ୍ରଥମେ ଏହି ଘଟଣାରେ ରାଜନୈତିକ ସଂପୃକ୍ତି ନଥାଇପାରେ ବୋଲି କହିଥିଲେ ପିସିସି ସଭାପତି, କିନ୍ତୁ ଯେତେବେଳେ ଅଭିଯୁକ୍ତମାନେContinue reading “କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଲେ, ଆକ୍ରମଣ ପଛରେ ରହିଛି ବିଜେପି ଯୁବମୋର୍ଚ୍ଚାର ସଂପୃକ୍ତି ।”
ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ: ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ ।
କନକ ବ୍ୟୁରୋ : ଓଡିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ବଡ ଦାୟିତ୍ୱ । ପ୍ରଥମ ଓଡିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଭାରତୀୟ ସେନାରେ ୪୨ତମ ଉପମୁଖ୍ୟ ହେବେ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କଠାରୁ ଦାୟିତ୍ୱ ନେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି । ଏବେ ସଦର୍ଣ୍ଣ କମାଣ୍ଡ୍ ରContinue reading “ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ: ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ ।”
ଟିକା ନେଲେ ଏସସିବି ମେଡିକାଲର ଡାକ୍ତର । କହିଲେ, ଭୟଭୀତ ହେବାର ଆବଶ୍ୟକତା ନାହିଁ । ଟିକା ନିଅନ୍ତୁ, ସୁରକ୍ଷିତ ରୁହନ୍ତୁ ।
କନକ ବ୍ୟୁରୋ : ଟିକା ନେଲେ ଏସସିବି ମେଡିକାଲର ଡାକ୍ତର । ଟିକା ନେବା ପରେ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର କହିଛନ୍ତି ଯେ, ଟିକା ନିଅନ୍ତୁ, ସୁରକ୍ଷିତ ରୁହନ୍ତୁ । ଏଇଟା ଟିକା ନେବାର ଉଚିତ ସମୟ । ଟିକା ନେବା ପରେ ଏଯାଏଁ କାହା ପାଖରେ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ତେଣୁ ଟିକା ନେବା ପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ । କରୋନା ବିରୋଧୀ ଲଢେଇରେ ଏକ ବଡ଼ ସଫଳତାContinue reading “ଟିକା ନେଲେ ଏସସିବି ମେଡିକାଲର ଡାକ୍ତର । କହିଲେ, ଭୟଭୀତ ହେବାର ଆବଶ୍ୟକତା ନାହିଁ । ଟିକା ନିଅନ୍ତୁ, ସୁରକ୍ଷିତ ରୁହନ୍ତୁ ।”
କୋଲକାତାରେ ହଙ୍ଗାମା । ବିଜେପି ରାଲିରେ ପଥରମାଡ । ଟିଏମସି-ବିଜେପି କର୍ମୀ ମୁହାଁମୁହିଁ, ପ୍ରବଳ ଉତ୍ତେଜନା ।
କନକ ବ୍ୟୁରୋ: କୋଲକାତାରେ ରାଜନୈତିକ ହିଂସା । ବିଜେପି-ଟିଏମସି ମୁହାଁମୁହିଁ, ପଥରମାଡ । ବିଜେପିର ରୋଡ ସୋ ବେଳେ ପଥରମାଡ । ରାସ୍ତା ଉପରେ ଉଭୟ ଦଳ ପକ୍ଷରୁ ହଙ୍ଗାମା । ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ପରିସ୍ଥିତି, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା । ବିଜେପି ଓ ଟିଏମସିର କର୍ମକର୍ତ୍ତାଙ୍କ ମଧ୍ୟରେ ଜାରି ରହିଛି ରାଜନୈତିକ ଛକାପଞ୍ଝା । ତେବେ ଆଜି ସାଉଥ କୋଲକାତାରେ ବିଜେପିରେ ସଦ୍ୟ ମିଶିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଏକ ରୋଡ ସୋContinue reading “କୋଲକାତାରେ ହଙ୍ଗାମା । ବିଜେପି ରାଲିରେ ପଥରମାଡ । ଟିଏମସି-ବିଜେପି କର୍ମୀ ମୁହାଁମୁହିଁ, ପ୍ରବଳ ଉତ୍ତେଜନା ।”
ହ୍ୱାଟସଆପର ପ୍ରାଇଭେସି ପଲିସିକୁ ଯଦି ପସନ୍ଦ କରୁନାହାନ୍ତି ତେବେ ଏହାର ବ୍ୟବହାର କରନ୍ତୁ ନାହିଁ । ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏମିତି କହିଲେ ଦିଲ୍ଲୀ ହାଇକୋର୍ଟ ।
କନକ ବ୍ୟୁରୋ : ଯଦି ହ୍ୱାଟସଆପର ପ୍ରାଇଭେସି ପଲିସିକୁ ଆପଣ ପସନ୍ଦ କରୁନାହାନ୍ତି ତେବେ ଏହି ଆପକୁ ବ୍ୟବହାର କରନ୍ତୁ ନାହିଁ । ଏହା ପ୍ରାଇଭେଟ ଆପ୍, ଯଦି ଗୋପନୀୟତାକୁ ନେଇ କୌଣସି ଶଙ୍କା ରହିଛି ତେବେ ହ୍ୱାଟସଆପ ଛାଡି ଅନ୍ୟ ଆପ୍ ବ୍ୟବହାର କରିପାରିବେ । ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏଭଳି ମତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ଆସିବା ପରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟContinue reading “ହ୍ୱାଟସଆପର ପ୍ରାଇଭେସି ପଲିସିକୁ ଯଦି ପସନ୍ଦ କରୁନାହାନ୍ତି ତେବେ ଏହାର ବ୍ୟବହାର କରନ୍ତୁ ନାହିଁ । ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏମିତି କହିଲେ ଦିଲ୍ଲୀ ହାଇକୋର୍ଟ ।”
ଶୁଭେନ୍ଦୁ ଗଡରୁ ଲଢିବେ ମମତା । ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରୁ ଲଢିବା ନେଇ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
କନକ ବ୍ୟୁରୋ: ନନ୍ଦିଗ୍ରାମରୁ ଲଢିବେ ମମତା ବାନାର୍ଜୀ । ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଲଢିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ୩ରୁ ୪ ମାସ ବାକି ଥିବା ବେଳେ ମମତାଗଡରେ ଆରମ୍ଭ ହୋଇଗଲାଣି ମହାପ୍ରସ୍ତୁତି । କୁରୁକ୍ଷେତ୍ରରେ କଡା ଟକ୍କର ଦେବାକୁ ବିଭିନ୍ନ ଦଳର ରଣନୀତି ପ୍ରସ୍ତୁତ ହେଉଥିବା ବେଳେ ବିଜେପି ଓ ଟିଏମସି ପକ୍ଷରୁ ଆରମ୍ଭ ହୋଇଛି ମାରାଥନ ଜନସଭା । ବିଭିନ୍ନ ସ୍ଥାନରେ ରାଜନୈତିକ ସଭାContinue reading “ଶୁଭେନ୍ଦୁ ଗଡରୁ ଲଢିବେ ମମତା । ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରୁ ଲଢିବା ନେଇ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।”
ଆଗାମୀ ୩ ଦିନ ପର୍ଯ୍ୟନ୍ତ ବଢିବ ଶୀତ, କଲବଲ କରିବ କୁହୁଡି ।
କନକ ବ୍ୟୁରୋ : ଆଭ୍ୟନ୍ତରୀଣ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ସ୍ଥଳଭାଗରେ ସମୁଦ୍ର ପତନ ଠାରୁ ୦.୯ କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ପ୍ରବାହ ଏବେ ଦୁର୍ବଳ ହୋଇ ପଡ଼ିଛି। ଫଳରେ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ପାରଦ ଖସିବା ସହ ରାତିରେ ଶୀତ ବଢ଼ିବ ଓ ଭୋର ସମୟରେ ଘନରୁ ହାଲୁକା କୁହୁଡ଼ି ପଡ଼ିବ।Continue reading “ଆଗାମୀ ୩ ଦିନ ପର୍ଯ୍ୟନ୍ତ ବଢିବ ଶୀତ, କଲବଲ କରିବ କୁହୁଡି । “
ଦିନ ଦ୍ୱିପହରରେ ଡକାୟତି । ମକା ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ଚକଲପଦର ଜଙ୍ଗଲରେ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ଲୁଟିଲେ ୪ ଲକ୍ଷ ଟଙ୍କା ।
କନକ ବ୍ୟୁରୋ : ମକା ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ଝରିଗାଁରେ ଏହି ଘଟଣା ଘଟିଛି । ମକା ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବଙ୍କୁ ଆକ୍ରମଣ କରି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଚଚାରୁ କଂଗ୍ରା ହାଟକୁ ଯିବା ବାଟରେ ଚକଲପଦର ଜଙ୍ଗଲରେ ୩ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଲୁଟର ଶିକାର ହୋଇଛନ୍ତି ରାଜେନ୍ଦ୍ର । ଚଚା ଗ୍ରାମର ରାଜେନ୍ଦ୍ର ସିଂ ଯାଦବ ଏବଂ ମନ ମାଝୀ ଦୁହେଁ ମିଶି ଏକ ବାଇକ ଯୋଗେ କଂଗ୍ରା ଗ୍ରାମରContinue reading “ଦିନ ଦ୍ୱିପହରରେ ଡକାୟତି । ମକା ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ଚକଲପଦର ଜଙ୍ଗଲରେ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ଲୁଟିଲେ ୪ ଲକ୍ଷ ଟଙ୍କା । “