ସତ ଧରାଇଲା ସାଟେଲାଇଟ ଚିତ୍ର  । ପୁଣି ଅରୁଣାଚଳ ପ୍ରଦେଶରେ ପଶିଲା ଚୀନ, ସାଢେ ୪ କିମି ଅଞ୍ଚଳରେ ଗଢିସାରିଛି ଗାଁ 

କନକ ବ୍ୟୁରୋ : ଚୀନର ସତ ଧରାଇଦେଲା ସାଟେଲାଇଟ୍ । ଅରୁଣାଚଳ ସୀମାରେ ଏକ ଗାଁ ତିଆରି କରିସାରିଛି ଚୀନ । ଏହି ଗାଁରେ ରହିଛି ୧୦୧ ଘର । ଏହା ଭାରତର ଅଂଶ ହୋଇଥିଲେ ସୁଦ୍ଧା, ସରକାରୀ ମାନଚିତ୍ର ଅନୁସାରେ ୧୯୫୯ରୁ ଏହି ଅଞ୍ଚଳ ଉପରେ ଚୀନ ଦବଦବା ଦେଖାଇ ଆସୁଛି । ହେଲେ ଚିନ୍ତାର ବିଷୟ ହେଲା ପୂର୍ବରୁ ଏଠାରେ କେବଳ ଚୀନର ଏକ ସେନା ଶିବିର ରହିଥିଲା । କିନ୍ତୁ ଗତବର୍ଷ ନଭେମ୍ବରContinue reading “ସତ ଧରାଇଲା ସାଟେଲାଇଟ ଚିତ୍ର  । ପୁଣି ଅରୁଣାଚଳ ପ୍ରଦେଶରେ ପଶିଲା ଚୀନ, ସାଢେ ୪ କିମି ଅଞ୍ଚଳରେ ଗଢିସାରିଛି ଗାଁ “

୩୦ରୁ ଅଧିକ ଉପାୟରେ ହେଉଛି ସାଇବର ଠକେଇ? ଆପଣ ଜାଣିନଥିବେ କିନ୍ତୁ ଆକାଉଣ୍ଟ ଖାଲି ହୋଇ ସାରିଥିବ, ସୋସିଆଲ ମିଡ଼ିଆରେ ହେଉଛି ଅଧିକ ଠକେଇ? ଜାଣନ୍ତୁ ସାଇବର ଠକଙ୍କ ହାବୁଡରୁ କିଭଳି ବର୍ତ୍ତିବେ?

କନକ ବ୍ୟୁରୋ : ପୁଲିସ ଡାଳେଡାଳେ ଗଲାବେଳକୁ ସାଇବର ଠକ ପତ୍ରେପତ୍ରେ ଯା‌ଉଛନ୍ତି। ଦିନକୁ ଦିନ ନୂଆନୂଆ ଉପାୟରେ ଲୋକଙ୍କୁ ଲୁଟି ଚାଲିଛନ୍ତି। ଠକାମୀର ଗୋଟିଏ ତରିକା ବିଷୟରେ ଲୋକେ ସଚେତନ ହେଲାବେଳକୁ ସାଇବର ଠକମାନେ ପରେ ଆଉ ଗୋଟିଏ ନୂଆ ତରିକା ଆପଣାଉଛନ୍ତି। ଇନଫର୍ମେସନ୍‌ ଟେକ୍ନୋଲୋଜି କ୍ଷେତ୍ରରେ ପୁଲିସର ବିଶେଷ ଦକ୍ଷତା ନ ଥିବା ସୁଯୋଗ ନେଇ ସାଇବର ଠକମା‌ନେ ସବୁବେଳେ ପୁଲିସଠାରୁ ବେଶ୍ କେଇପାଦ ଆଗୁଆ ରହୁଛନ୍ତି। ଫଳରେ ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁContinue reading “୩୦ରୁ ଅଧିକ ଉପାୟରେ ହେଉଛି ସାଇବର ଠକେଇ? ଆପଣ ଜାଣିନଥିବେ କିନ୍ତୁ ଆକାଉଣ୍ଟ ଖାଲି ହୋଇ ସାରିଥିବ, ସୋସିଆଲ ମିଡ଼ିଆରେ ହେଉଛି ଅଧିକ ଠକେଇ? ଜାଣନ୍ତୁ ସାଇବର ଠକଙ୍କ ହାବୁଡରୁ କିଭଳି ବର୍ତ୍ତିବେ?”

ବିନା ବାଧାରେ ରାଜ୍ୟରେ ଆଗେଇ ଚାଲିଛି କରୋନା ଟିକାକରଣ । ପ୍ରଥମ ପର୍ଯ୍ୟାୟ ଟାର୍ଗେଟ ପୂରଣ ପାଇଁ ଟିକାଦାନ କେନ୍ଦ୍ର ବଢାଇଲେ ସରକାର, ଏପଟେ ଆଜି ଆହୁରି ଆସିବ କୋଭିସିଲ୍ଡ ଟିକା

କନକ ବ୍ୟୁରୋ : ରାଜ୍ୟରେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଥିବାବେଳେ, ଆଜି ପହଞ୍ଚିବ ଦ୍ୱିତୀୟ ଦଫା କରୋନା ଟିକା । ଆଜି ରାଜଧାନୀ ଭୁବନେଶ୍ୱରରେ ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି ଜଣାପଡିଛି । ପୂର୍ବରୁ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ରାଜ୍ୟକୁ ୪ ଲକ୍ଷ ୮ ହଜାର କୋଭିସିଲ୍ଡ ଟିକା ଆସିଥିଲା । ଦ୍ୱିତୀୟ ଦଫା କରୋନା ଟିକା ପହଞ୍ଚିବା ପରେ, ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓContinue reading “ବିନା ବାଧାରେ ରାଜ୍ୟରେ ଆଗେଇ ଚାଲିଛି କରୋନା ଟିକାକରଣ । ପ୍ରଥମ ପର୍ଯ୍ୟାୟ ଟାର୍ଗେଟ ପୂରଣ ପାଇଁ ଟିକାଦାନ କେନ୍ଦ୍ର ବଢାଇଲେ ସରକାର, ଏପଟେ ଆଜି ଆହୁରି ଆସିବ କୋଭିସିଲ୍ଡ ଟିକା”

୨ ଦିନ ଓଡ଼ିଶାରେ ପ୍ରବଳ କୁହୁଡ଼ି : ଆସନ୍ତା ୨ ଦିନ ଘନ କୁହୁଡ଼ି ଘେରରେ ରହିବ ଓଡ଼ିଶା 

ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଆସନ୍ତା ୨ ଦିନ ଘନ କୁହୁଡ଼ି ଦେଖାଯିବ। ଆସନ୍ତାକାଲି ସକାଳୁ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ କୁହୁଡ଼ିର ମୋଟା ଚାଦର ଦେଖିବାକୁ ମିଳିବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ୨୦ ତାରିଖ ସକାଳୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ‌ଓ ବୌଦ୍ଧ ଆଦି ଜିଲ୍ଲାରେ ଘନContinue reading “୨ ଦିନ ଓଡ଼ିଶାରେ ପ୍ରବଳ କୁହୁଡ଼ି : ଆସନ୍ତା ୨ ଦିନ ଘନ କୁହୁଡ଼ି ଘେରରେ ରହିବ ଓଡ଼ିଶା “

ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି । କହିଲେ ଚାଷୀ ରାଲିରେ ଆସିବେ କି ନାହିଁ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ ।

କନକ ବ୍ୟୁରୋ: କୃଷକ ଆଇନକୁ ବିରୋଧ କରି ଦିଲ୍ଲୀରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ସାଧାରଣତନ୍ତ୍ର ଦିବସରେ  କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା  କରିବାକୁ ମଧ୍ୟ ଏକ ବଡ ଧରଣର ଯୋଜନା କରିଛନ୍ତି ।  ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ କହିଛନ୍ତି , ସାଧାରଣତନ୍ତ୍ର ଦିବସରେ ଚାଷୀମାନଙ୍କୁ ଦିଲ୍ଲୀରେ ପ୍ରବେଶ ରହିବ କି ନାହିଁ ସେ ନିଷ୍ପତି ଦିଲ୍ଲୀ ପୋଲିସ ନେବ । ଜାନୁଆରୀ ୨୬ରେ ପ୍ରସ୍ତାବିତ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବାContinue reading “ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି । କହିଲେ ଚାଷୀ ରାଲିରେ ଆସିବେ କି ନାହିଁ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ ।”

ଆଜି ଓଡିଶାରେ ଟୀକା ନେଲେ ୩୨ ହଜାର ୫୨୬ ଜଣ । ମାତ୍ର ୨ ଜଣଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା । ଜାଣନ୍ତୁ ଆଜି କେଉଁଠି ନେଲେ କେତେ ଟୀକା ?

କନକ ବ୍ୟୁରୋ: କରୋନା ଟୀକାକରଣ କାର୍ଯ୍ୟକ୍ରମର ୩ୟ ଦିବସରେ ସାରା ଓଡ଼ିଶାରେ ମୋଟ ୩୭୫ଟି ଟୀକାକରଣ ସେସନ ଅନୁଷ୍ଠିତ ହୋଇଛି । ଆଜି ୩୧୯୦୨ ଜଣଙ୍କ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ ୩୨୫୨୬ ଜଣ ଲୋକ ଟୀକା ନେଇଥିଲେ । ଫଳରେ ଆଜି ୧୦୨ ପ୍ରତିଶତ ଟୀକାକରଣ କରାଯାଇଛି । ଆଜି ଟୀକା ନେଇଥିବା ଲୋକମାନଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରରେ କିଛିଟା ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ବାଲେଶ୍ବର ଓ ନବରଙ୍ଗପୁର ଜିଲ୍ଲାର ଜଣେContinue reading “ଆଜି ଓଡିଶାରେ ଟୀକା ନେଲେ ୩୨ ହଜାର ୫୨୬ ଜଣ । ମାତ୍ର ୨ ଜଣଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା । ଜାଣନ୍ତୁ ଆଜି କେଉଁଠି ନେଲେ କେତେ ଟୀକା ?”

ବାଣୀବିହାରରେ ଉତ୍ତେଜନା । କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ।

କନକ ବ୍ୟୁରୋ: କରୋନା ପାଇଁ ଦୀର୍ଘ ୯ ମାସ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ପରେ ନିକଟରେ ଖୋଲିଛି । ତେବେ ଖୋଲୁ ଖୋଲୁ ହିଁ କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । ବିଶ୍ବବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସର ବିଭିନ୍ନ ଅବ୍ୟବସ୍ଥା ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସମସ୍ୟା ସମାଧାନ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗୋଟେ ଗୋଷ୍ଠୀ ଭେଟିବାକୁ ଯାଉଥିବା ବେଳେ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛିContinue reading “ବାଣୀବିହାରରେ ଉତ୍ତେଜନା । କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ।”

ମଣ୍ଡିରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଧାନ । ଧାନ ଉଠାଉନାହାନ୍ତି କର୍ତ୍ତୃପକ୍ଷ । ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ତେଜିଲା ଅସନ୍ତୋଷ ।

କନକ ବ୍ୟୁରୋ : ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ଚାଷୀ । ରାସ୍ତାରେ ଧାନ ବସ୍ତା ଓ ହାତରେ ବିଷ ବୋତଲ ଧରି ପ୍ରତିବାଦ କରୁଛନ୍ତି ପଦ୍ମପୁର ଚାଷୀ । ପଦ୍ମପୁର ଉପଖଣ୍ଡ ୭୦ଗୋଟି ମଣ୍ଡିରେ ପ୍ରାୟ ୭ଲକ୍ଷ ଧାନ ପଡ଼ି ରହିଛି । ଚାଷୀ ଧାନ ବିକିବା ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇପାରୁ ନାହିଁ । ଏହାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ବରଗଡ ଜିଲ୍ଲା ପଦ୍ମପୁର ମଣ୍ଡିରେ ଅବ୍ୟବସ୍ଥାକୁContinue reading “ମଣ୍ଡିରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଧାନ । ଧାନ ଉଠାଉନାହାନ୍ତି କର୍ତ୍ତୃପକ୍ଷ । ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ତେଜିଲା ଅସନ୍ତୋଷ ।”

କିଡନୀ ରାକେଟର ଖୋଲୁଛି ଗୁମର । ଠକେଇ ଟଙ୍କାରେ ହିମାଂଶୁ ନନ୍ଦ କରିଥିଲା ହୋମ ଡେକର ସୋରୁମ । ରାଜ୍ୟ ବାହାରେ ଲିଙ୍କ ନେଇ ଚାଲିଛି ଖୋଳତାଡ

କନକ ବ୍ୟୁରୋ : ତିନି ଦିନିଆ ନୟାପଲ୍ଲୀ ଥାନା ପୁଲିସ ରିମାଣ୍ଡରେ ଥିବା କିଡନୀ କେଳେଙ୍କାରୀର ମାଷ୍ଟର ମାଇଣ୍ଡ ହିମାଂଶୁ ଭୂଷଣ ନନ୍ଦ, ଗୋଟି ଗୋଟି କରି ପୁଲିସ ଆଗରେ ସତ ଓଗାଳିଛି । କିଡନୀ ରୋଗରେ ପୀଡ଼ିତ ଥିବା ଜଣେ ବ୍ୟକ୍ତି ଯେତେବେଳେ ଜୀବନ-ମରଣ ସହ ସଂଘର୍ଷ କରୁଥାଏ ଏବଂ କିଡନୀ ମିଳିଗଲେ ଜୀବନ ବଞ୍ଚିଯିବ ବୋଲି ଆଶା ରଖିଥାଏ, ଠିକ ସେତେବେଳେ ଏହି ଦୁର୍ବଳ ମୂହୁର୍ତ୍ତର ଫାଇଦା ନେଇଥାଏ ଏହି ଠକ । କିଡନୀContinue reading “କିଡନୀ ରାକେଟର ଖୋଲୁଛି ଗୁମର । ଠକେଇ ଟଙ୍କାରେ ହିମାଂଶୁ ନନ୍ଦ କରିଥିଲା ହୋମ ଡେକର ସୋରୁମ । ରାଜ୍ୟ ବାହାରେ ଲିଙ୍କ ନେଇ ଚାଲିଛି ଖୋଳତାଡ”

ଜାନୁଆରୀ ୨୬ ପରେଡରେ ଦମ୍ ଦେଖାଇବ ରାଫେଲ୍ । ସାରା ବିଶ୍ୱ ଦେଖିବ ରାଫେଲ୍ ଯୁଦ୍ଧ ବିମାନର ବଳ 

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଏଥର ଦମ୍ ଦେଖାଇବ ରାଫେଲ୍ । ସାରା ବିଶ୍ୱ ଦେଖିବ ରାଫେଲ୍ ଯୁଦ୍ଧ ବିମାନର ବଳ । ଜାନୁଆରୀ ୨୬ ତାରିଖ ପରେଡରେ ଏଥର ଅନ୍ୟ ଲଢୁଆ ବିମାନ ସହ ପ୍ରଥମ କରି ରାଫେଲ୍ ଯୁଦ୍ଧ ବିମାନ ସ୍ଥାନ ପାଇବ । ଗଣତନ୍ତ୍ର ଦିବସକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଏହାପୂର୍ବରୁ ଭାରତୀୟ ବାୟୁ ସେନା ପରେଡକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେContinue reading “ଜାନୁଆରୀ ୨୬ ପରେଡରେ ଦମ୍ ଦେଖାଇବ ରାଫେଲ୍ । ସାରା ବିଶ୍ୱ ଦେଖିବ ରାଫେଲ୍ ଯୁଦ୍ଧ ବିମାନର ବଳ “

Design a site like this with WordPress.com
Get started