କନକ ବ୍ୟୁରୋ: ଆଶ୍ଚର୍ଯ୍ୟ ହେଲେ ବି ସତ । ୬୦ଘଂଟାରେ ହେଲା ପୋଲ ନିର୍ମାଣ । ଜମ୍ମୁ ରାମବାଣରେ ୬୦ଘଂଟାରେ ବେଲି ବ୍ରିଜ ନିର୍ମାଣ କଲା ବର୍ଡର ରୋଡ ଅର୍ଗାନାଇଜେସନ । ସପ୍ତାହେରୁ ଅଧିକ ସମୟ ଧରି ବନ୍ଦ ଥିଲା ଯାତାୟତ । ଜମ୍ମୁ ରାମବାଣ କେଲାମୋଡ ଅଂଚଳରେ ବନ୍ଦ ଥିବା ରାସ୍ତାକୁ ଖୋଲିବାର ପ୍ରୟାସ କରୁଥିବା ବର୍ଡର ରୋଡ ଅର୍ଗାନାଇଜେସନର ସୁରକ୍ଷାକର୍ମୀ ମାନେ ୬୦ଘଂଟା ଭିତରେ ବେଲି ବ୍ରିଜ ନିର୍ମାଣ କରିଛନ୍ତି । ପ୍ରାୟ ସପ୍ତାହେContinue reading “୬୦ଘଂଟାରେ ହେଲା ପୋଲ ନିର୍ମାଣ । ଜମ୍ମୁ ରାମବାଣରେ ଅଢ଼େଇ ଦିନରେ ଭେଲି ବ୍ରିଜ ନିର୍ମାଣ କଲା ବର୍ଡର ରୋଡ୍ ଅର୍ଗାନାଇଜେସନ”
Tag Archives: News
ଅର୍ଣ୍ଣବ ଗୋସ୍ୱାମୀଙ୍କ ବଢିପାରେ ଅଡୁଆ! ଭାଇରାଲ ହେଲା ବାର୍କ ପୂର୍ବତନ ସିଇଓଙ୍କ ସହ ହ୍ୱାଟ୍ସଆପ କଥାବାର୍ତ୍ତାର ସ୍କ୍ରିନସଟ୍ । TRP ଦୁର୍ନୀତି ନେଇ ଚାଟ୍ ହୋଇଥିବା ଦାବି ।
କନକ ବ୍ୟୁରୋ: ଫେକ୍ ଟିଆରପି ସ୍କାମରେ ଫସିଥିବା ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ଏକ ହ୍ୱାଟ୍ସଆପ ଚାଟ ଭାଇରାଲ ହୋଇଛି । ଯେଉଁଥିରେ ସେ ବାର୍କର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ସହ କଥା ହେଉଛନ୍ତି । ଶୁକ୍ରବାର ଏହି ସ୍କ୍ରିନସଟ ସାମ୍ନାକୁ ଆସିବା ପରେ ଅର୍ଣ୍ଣବଙ୍କ ଅଡୁଆ ବଢିପାରେ । ସୂଚନା ଅନୁସାରେ ଭାଇରାଲ ହୋଇଥିବା ହ୍ୱାଟ୍ସଆପ ଚାଟରେ ଅର୍ଣ୍ଣବ ଗୋସ୍ୱାମୀ ଏବଂ ପାର୍ଥୋ ଦାସଗୁପ୍ତାଙ୍କ ନାଁ ରହିଛି । ୨୦୧୯ରେ ଅର୍ଣ୍ଣବ ଓContinue reading “ଅର୍ଣ୍ଣବ ଗୋସ୍ୱାମୀଙ୍କ ବଢିପାରେ ଅଡୁଆ! ଭାଇରାଲ ହେଲା ବାର୍କ ପୂର୍ବତନ ସିଇଓଙ୍କ ସହ ହ୍ୱାଟ୍ସଆପ କଥାବାର୍ତ୍ତାର ସ୍କ୍ରିନସଟ୍ । TRP ଦୁର୍ନୀତି ନେଇ ଚାଟ୍ ହୋଇଥିବା ଦାବି ।”
ହ୍ୱାଟ୍ସଆପ୍ ହାତ ଛାଡ଼ିବାରୁ ନରମିଲା କମ୍ପାନୀର ଆଭିମୁଖ୍ୟ । ନୂଆ ଅପଡେଟକୁ ମେ’ ୧୫ ଯାଏଁ ସ୍ଥଗିତ ରଖିବା ସହ ଦେଲା ସ୍ପଷ୍ଟୀକରଣ ।
କନକ ବ୍ୟୁରୋ: ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସି ଚର୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଂଟ ଡିଲିଟ ହେବ ବୋଲି କଂପାନୀ ପୂର୍ବରୁ ସ୍ପଷ୍ଟ କରିଦେଇଥିଲା , ତେବେ ଏହାକୁ ମେ ୧୫ ଯାଏଁ ହ୍ୱାଟ୍ସContinue reading “ହ୍ୱାଟ୍ସଆପ୍ ହାତ ଛାଡ଼ିବାରୁ ନରମିଲା କମ୍ପାନୀର ଆଭିମୁଖ୍ୟ । ନୂଆ ଅପଡେଟକୁ ମେ’ ୧୫ ଯାଏଁ ସ୍ଥଗିତ ରଖିବା ସହ ଦେଲା ସ୍ପଷ୍ଟୀକରଣ । “
ଟୀକାକରଣର ପ୍ରଥମଦିନ: ଦେଶରେ ଟିକା ନେଲେ ୧ଲକ୍ଷ ୬୫ ହଜାର ୭୧୪ ଜଣ, ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ଡାକ୍ତରଖାନାରେ କେହି ଭର୍ତ୍ତି ହୋଇନାହାନ୍ତି
କନକ ବ୍ୟୁରୋ: ଟିକା ଆସିଲା । ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେଲା । ଦେଶବ୍ୟାପି କରୋନା ଟୀକାକରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହେବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ ସାରାଦେଶରେ ଆଜି ମୋଟ ୧ ଲକ୍ଷ ୬୫ ହଜାର ୭୧୪ ଜଣ ଟିକା ନେଇଛନ୍ତି । ପ୍ରାୟ ୧୬,୭୫୫ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ପ୍ରଦାନ କରିଥିଲେ । ତେବେ ଲକ୍ଷାଧିକ ଲୋକContinue reading “ଟୀକାକରଣର ପ୍ରଥମଦିନ: ଦେଶରେ ଟିକା ନେଲେ ୧ଲକ୍ଷ ୬୫ ହଜାର ୭୧୪ ଜଣ, ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ଡାକ୍ତରଖାନାରେ କେହି ଭର୍ତ୍ତି ହୋଇନାହାନ୍ତି”
ଭ୍ୟାକ୍ସିନ୍ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ କରୋନାରୁ ଏକାଥରେ ୨୩୦ ଜଣ ହେଲେ ସୁସ୍ଥ ।
କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ଟୀକାକରଣ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ଏକାଥରେ କରୋନାରୁ ସୁସ୍ଥ ହେଲେ ୨୩୦ ଜଣ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୨୬, ବଲାଙ୍ଗିରରୁ ୨୬, ଝାରସୁଗୁଡ଼ାରୁ ୧୮, ବରଗଡ଼ରୁ ୧୭, କଟକରୁ ୧୫, ସମ୍ବଲପୁରରୁ ୧୪, ଯାଜପୁରରୁ ୧୨, ଖୋର୍ଦ୍ଧାରୁ ୧୧, ବାଲେଶ୍ୱରରୁ ୧୦ ମୟୂରଭଞ୍ଜରୁ ୯ ସୁସ୍ଥ ହୋଇଛନ୍ତି । Another 230Continue reading “ଭ୍ୟାକ୍ସିନ୍ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ କରୋନାରୁ ଏକାଥରେ ୨୩୦ ଜଣ ହେଲେ ସୁସ୍ଥ ।”
ମଣ୍ଡିରେ ପଡିଛି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ । କଳାହାଣ୍ଡି ଗୋଲମୁଣ୍ଡାରେ ଟାର୍ଗେଟ ପୂରଣ ହୋଇଥିବା କହି ଧାନ କିଣୁ ନାହାନ୍ତି ମିଲର ।
କନକ ବ୍ୟୁରୋ: ସରୁନି ମଣ୍ଡି ସମସ୍ୟା । ପଶ୍ଚିମରୁ ଦକ୍ଷିଣ ଓଡିଶା ସବୁଠି ଚାଷୀ ସେହି ଗୋଟିଏ ସମସ୍ୟାର ସମ୍ମୁଖୀନ କରୁଛନ୍ତି । ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ ଉଠୁନାହିଁ । କେଉଁଠି ଟାର୍ଗେଟ ନାହିଁ କହି ଧାନ କିଣୁ ନାହାନ୍ତି ମିଲର୍ସ । ପୁଣି କେଉଁଠି ଧାନ କିଣାରେ ଅବ୍ୟବସ୍ଥା ଚାଷୀଙ୍କୁ ଗରମ କରିଛି । ଏହାର ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଓ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ରାସ୍ତାରୋକ କରିଛନ୍ତି ଚଷା ପୁଅ ।Continue reading “ମଣ୍ଡିରେ ପଡିଛି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ । କଳାହାଣ୍ଡି ଗୋଲମୁଣ୍ଡାରେ ଟାର୍ଗେଟ ପୂରଣ ହୋଇଥିବା କହି ଧାନ କିଣୁ ନାହାନ୍ତି ମିଲର ।”
ଗାଁ ଲୋକ ଦେଖାଇଲେ ଅଦମ୍ୟ ସାହସ, ଡକାୟତଙ୍କୁ କାବୁ କଲା ଲୋଇସିଂହା ପୁଲିସ୍
କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଡ଼କାୟତଙ୍କୁ କାବୁ କଲେ ଗାଁ ଲୋକେ । ବଲାଙ୍ଗିର ଲୋଇସିଂଘା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ପୋଲିସ ଡ଼କାୟତ ମୁହାଁମୁହିଁ ହୋଇଛନ୍ତି । ୫ଜଣିଆ ଡ଼କାୟତ ଦଳ ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଲୁଟ୍ କରି ଫେରାର ହେଉଥିଲେ ଦୁର୍ବୃତ । ଖବର ପାଇ ଲୋଇସିଂହ ପୋଲିସ ଡ଼କାୟତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଛନ୍ତି । ଡକାୟତContinue reading “ଗାଁ ଲୋକ ଦେଖାଇଲେ ଅଦମ୍ୟ ସାହସ, ଡକାୟତଙ୍କୁ କାବୁ କଲା ଲୋଇସିଂହା ପୁଲିସ୍”
ଘରୋଇ ସ୍କୁଲରେ ଗରିବ ପିଲାଙ୍କ ୨୫% ସ୍ଥାନ ସଂରକ୍ଷଣକୁ ବାଧ୍ୟତାମୂଳକ କଲେ ସରକାର । ଗଣଶିକ୍ଷା ବିଭାଗର ପୋର୍ଟାଲରେ ନାମ ପଂଜିକରଣ କରିବେ ଛାତ୍ରଛାତ୍ରୀ
କନକ ବ୍ୟୁରୋ: ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା । ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ । ଏବଂ ଇଡବ୍ଲୁଏସ କୋଟାରେ ସେମାନେ ଅନଲାଇନରେ ନାମ ଲେଖାଇପାରିବେ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅନଲାଇନରେ ନାମ ଲେଖାଇବା ସୁବିଧା କରାଗଲେ ସଂରକ୍ଷଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେContinue reading “ଘରୋଇ ସ୍କୁଲରେ ଗରିବ ପିଲାଙ୍କ ୨୫% ସ୍ଥାନ ସଂରକ୍ଷଣକୁ ବାଧ୍ୟତାମୂଳକ କଲେ ସରକାର । ଗଣଶିକ୍ଷା ବିଭାଗର ପୋର୍ଟାଲରେ ନାମ ପଂଜିକରଣ କରିବେ ଛାତ୍ରଛାତ୍ରୀ “
ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । କୋଭିଡ୍ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହେଲେ ମୋଦି…
କନକ ବ୍ୟୁରୋ: ଟିକା ଆସିଲା । ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେଲା । ଏଥରୁ ଦେଶରୁ ବିଦାୟ ନେବ ମହାମାରୀ ଭୁତାଣୁ କରୋନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଗା ଟିକାକରଣର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଏମ୍ସରେ ୩୪ ବର୍ଷୀୟ ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ଦେଶର ପ୍ରଥମ ଟିକା ଦିଆଯାଇଛି । ଦେଶବ୍ୟାପୀ ୩ ହଜାର ୬ଟି କେନ୍ଦ୍ରରେ ଏକକାଳୀନ ଟିକାକରଣ ଆରମ୍ଭ ହୋଇଛି । ସେହିପରି ଟିକା ନିରାପଦContinue reading “ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । କୋଭିଡ୍ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହେଲେ ମୋଦି…”
ମୁଣ୍ଡ ନୁଆଁଇଲା ହ୍ୱାଟ୍ସଆପ୍: ନୂଆ ପଲିସୀକୁ ମେ’ ମାସ ପର୍ଯ୍ୟନ୍ତ ରଖିଲା ସ୍ଥଗିତ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ରୁ ଓହରିବା ପରେ ଚେତିଲା କଂପାନୀ ।
କନକ ବ୍ୟୁରୋ: ମୁଣ୍ଡ ନୁଆଁଇଲା ହ୍ୱାଟ୍ସଆପ୍ । ନୂଆ ପଲିସୀକୁ ମେ’ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଛି କମ୍ପାନୀ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ରୁ ଓହରିବା ପରେ ହ୍ୱାଟ୍ସଆପ କଂପାନୀର ଚେତା ପଶିଛି । କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇ କୁହାଯାଇଛି ଯେ, ନୂଆ ପଲିସୀ ବୁଝିବା ପାଇଁ ମିଳିବ ଯଥେଷ୍ଟ ସମୟ । ହ୍ୱାଟ୍ସଆପ୍ର ନୂଆ ପ୍ରାଇଭେସି ପଲିସି ବଢାଇଛି ବ୍ୟବହାରକାରୀଙ୍କ ଚିନ୍ତା । ନିତିଦିନିଆ କାମରେ ବ୍ୟବହାର କରାଯାଉଥିବା ହ୍ୱାଟ୍ସ ଆପ୍ ସତରେContinue reading “ମୁଣ୍ଡ ନୁଆଁଇଲା ହ୍ୱାଟ୍ସଆପ୍: ନୂଆ ପଲିସୀକୁ ମେ’ ମାସ ପର୍ଯ୍ୟନ୍ତ ରଖିଲା ସ୍ଥଗିତ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ରୁ ଓହରିବା ପରେ ଚେତିଲା କଂପାନୀ ।”