କନକ ବ୍ୟୁରୋ : ଆସନ୍ତାକାଲି ମକର ସଂକ୍ରାନ୍ତି । ଏହି ଦିନ ଲୋକେ ମକର ଚାଉଳ ଖାଇବା ସହ ଗୁଡ଼ି ଉଡ଼ାଇଥାନ୍ତି । ତେବେ ଗୁଡ଼ିରେ ଲାଗୁଥିବା ଚାଇନିଜ ମାଞ୍ଜା ସୂତା ପାଇଁ ଅନେକ ଦୁର୍ଘଟଣା ଘଟୁଥିବାରୁ ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି କଟକ ମହାନଗର ନିଗମ(ସିଏମସି)। ଏହାର ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିବା ସହ ସହରର ବିଭିନ୍ନ ଦୋକାନ ଯାଞ୍ଚ ପାଇଁ ୩ଟି ଟିମ ଗଠନ କରାଯାଇଛି । ନିୟମContinue reading “କଟକରେ ଚାଇନିଜ ମାଞ୍ଜା ସୂତା ବିକ୍ରି ଉପରେ ଲାଗିଲା କଟକଣା : କଟକ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି”
Tag Archives: News
ନାଁ ଟଙ୍କା ନାଁ ସୁନା ଏଥର ଲୁଟେରାଙ୍କ ଟାର୍ଗେଟରେ ହେଲମେଟ୍ : ସିସିଟିଭିରେ କଏଦ୍ ହେଲା ହେଲମେଟ ଚୋରିର ପୁରା ଚିତ୍ର
କନକ ବ୍ୟୁରୋ : ସାବଧାନ ! ନଚେତ୍ ଚୋରି ହୋଇପାରେ ଆପଣଙ୍କ ହେଲମେଟ୍ । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଭିନ୍ନ ଧରଣର ଲୁଟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ନାଁ ଟଙ୍କା ନାଁ ସୁନା ଏଥର ଲୁଟେରାଙ୍କ ଟାଗେର୍ଟରେ ହେଲମେଟ । ଆଉ ଏହି ହେଲମେଟ ଚୋରୀର ପୁରା ଚିତ୍ର ସିସିଟିଭରେ କଏଦ ହୋଇଛି । ରାଜ୍ୟରେ ଡବଲ ହେଲମେଟ ଚେକିଂ ଜୋରଦାର ଚାଲିଥିବା ବେଳେ ଗଂଜାମ ହିଂଜିଳିକାଟୁରେContinue reading “ନାଁ ଟଙ୍କା ନାଁ ସୁନା ଏଥର ଲୁଟେରାଙ୍କ ଟାର୍ଗେଟରେ ହେଲମେଟ୍ : ସିସିଟିଭିରେ କଏଦ୍ ହେଲା ହେଲମେଟ ଚୋରିର ପୁରା ଚିତ୍ର”
କରୋନା ଟିକାକରଣକୁ ଦୃଷ୍ଟିରେ ରଖି ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲେ ସରକାର । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ପୁଣି ଚାଲିବ ପୋଲିଓ ଟିକାକରଣ
କନକ ବ୍ୟୁରୋ : ଚଳିତ ମାସ ୧୬ ତାରିଖରୁ ସାରା ଦେଶରେ କରୋନା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରାୟ ପ୍ରତି ରାଜ୍ୟରେ କରୋନା ଟିକା ପହଂଚାଇଛନ୍ତି କେନ୍ଦ୍ରସରକାର । ହେଲେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁଆରୀ ୧୭ ତାରିଖରୁ ହେବାକୁ ଥିବା ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖା ଯାଇଛି । କହି ରଖୁ କି ଜାନୁଆରୀ ୧୭ ତାରିଖକୁ ଜାତୀୟ ପୋଲିଓ ଦିବସ ଭାବେContinue reading “କରୋନା ଟିକାକରଣକୁ ଦୃଷ୍ଟିରେ ରଖି ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲେ ସରକାର । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ପୁଣି ଚାଲିବ ପୋଲିଓ ଟିକାକରଣ”
ଅନୁଗୁଳର ଅଭାବନୀୟ ଘଟଣା, ପୁଅକୁ ପୋଡ଼ି ଦେଲେ ପରିବାର : ମଦ ପିଇ ଘରେ ଗଣ୍ଡଗୋଳ କରୁଥିବାରୁ ଅତିଷ୍ଠ ପରିବାର ନେଲେ ଚରମ ପଦକ୍ଷେପ
କନକ ବ୍ୟୁରୋ : ଅନୁଗୁଳ କଦଳୀମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ମଦ୍ୟପ ଯୁବକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଜୀଅନ୍ତା ଜାଳିଦେଲେ ପରିବାର ଲୋକେ । ଏହି ଘଟଣାରେ ହଣ୍ଡପା ଥାନା ପୋଲିସ ପହଂଚି ମୃତକଙ୍କ ମା’ ବାସନ୍ତୀ ପ୍ରଧାନ ଓ ବଡ଼ପୁଅ ସୁବାଷ ପ୍ରଧାନଙ୍କୁ ଥାନାରେ ରଟକ ରଖି ପଚରା ଉଚରା କରୁଛି । ମୃତ ରାଜକିଶୋର ପ୍ରଧାନ ଶ୍ରମିକ ଶ୍ରେଣୀର ଲୋକ । ସେ ଦେଢ ବର୍ଷ ତଳେ ବିବାହ କରିଥିଲେ । ମଦContinue reading “ଅନୁଗୁଳର ଅଭାବନୀୟ ଘଟଣା, ପୁଅକୁ ପୋଡ଼ି ଦେଲେ ପରିବାର : ମଦ ପିଇ ଘରେ ଗଣ୍ଡଗୋଳ କରୁଥିବାରୁ ଅତିଷ୍ଠ ପରିବାର ନେଲେ ଚରମ ପଦକ୍ଷେପ”
ରାଜଧାନୀ ଭୁବନେଶ୍ୱରରୁ ଆସିଲା ଅଭାବନୀୟ ଚିତ୍ର : ଗ୍ରାହକଙ୍କୁ ଠେଙ୍ଗାରେ ପିଟିଲେ ସୁନା ଦୋକାନୀ ଓ ସ୍ତ୍ରୀ
କନକ ବ୍ୟୁରୋ : ଗ୍ରାହକଙ୍କୁ ଠେଙ୍ଗା ପାହାର…ଏ ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱରର । ଆଉ ମାଡ଼ ଖାଉଥିବା ବ୍ୟକ୍ତି ଜଣେ ଗ୍ରାହକ । ତାଙ୍କୁ ଠେଙ୍ଗାରେ ପିଟୁଥିବା ବ୍ୟକ୍ତି ଜଣେ ସୁନା ଦୋକାନୀ ଓ ତାଙ୍କ ସ୍ତ୍ରୀ । ଗତକାଲି କିଭଳି ମଦର ଦାମର ଚଢା ରହିଥିବାର ଗ୍ରାହକଙ୍କୁ ପିଟିଥିଲେ, ମଦ ଦୋକାନୀ । ଆଉ ଆଜିର ଏହି ଦୃଶ୍ୟରେ ମଧ୍ୟ ଗ୍ରାହକଙ୍କ ଉପରେ ଆକ୍ରମଣ କରିଛନ୍ତି ଦୋକାନୀ । ୪ ବର୍ଷ ତଳେ ଗ୍ରାହକContinue reading “ରାଜଧାନୀ ଭୁବନେଶ୍ୱରରୁ ଆସିଲା ଅଭାବନୀୟ ଚିତ୍ର : ଗ୍ରାହକଙ୍କୁ ଠେଙ୍ଗାରେ ପିଟିଲେ ସୁନା ଦୋକାନୀ ଓ ସ୍ତ୍ରୀ”
ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନ କଲେ ଚାଷୀ : ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଜଣାଇଲେ ପ୍ରତିବାଦ
କନକ ବ୍ୟୁରୋ : ରାଜ ରାସ୍ତାରେ ଧାନ ପକାଇ ଆନ୍ଦୋଳନ କଲେ ଚାଷୀ । ଟ୍ୟାଗ ନଥିବାରୁ ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଜଣାଇଲେ ପ୍ରତିବାଦ । ପଦ୍ମପୁର ଉପଖଣ୍ଡ ବରିକେଲରୁ ସମବାୟ ସମିତିରୁ ଆସିଲା ଧାନ ବିକ୍ରିକୁ ନେଇ ସମସ୍ୟାର ଚିତ୍ର । ବରିକେଲ ଧାନ ମଣ୍ଡିରେ ପ୍ରାୟ ୮ ହଜାର ଧାନ ବସ୍ତା ପଡ଼ି ରହିଥିଲା ଦୀର୍ଘ ଦିନ ଧରି ଚାଷୀ ଧାନ ବିକ୍ରି କରିବାକୁ ଆସୁଥିଲେ ମଧ୍ୟ ବିକ୍ରି କରିପାରୁ ନାହାନ୍ତି ।Continue reading “ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନ କଲେ ଚାଷୀ : ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଜଣାଇଲେ ପ୍ରତିବାଦ “
ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କଲା ୟୁଟ୍ୟୁବ । ସପ୍ତାହ ପର୍ଯ୍ୟନ୍ତ ଅଫିସିଆଲ ଚ୍ୟାନେଲ ବ୍ଲକ, ହଟାଗଲା ଅନେକ ଭିଡ଼ିଓ ।
କନକ ବ୍ୟୁରୋ : ବଳପୂର୍ବକ ‘କ୍ୟାପିଟଲ୍ ବିଲଡିଙ୍ଗ୍’ରେ ପ୍ରବେଶ ଘଟଣା ପରେ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବା ଦର୍ଶାଇ ଅନ୍ୟୂନ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ୟୁଟ୍ୟୁବ୍’ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଅଫିସିଆଲ୍ ଚାନେଲ୍’କୁ ବ୍ଲକ୍ କରିଦେଇଛି। ବିଳମ୍ବିତ ମଙ୍ଗଳବାର ଦିନ କମ୍ପାନି ଟୁଇଟ୍ କରି ଲେଖିଛି, ସମୀକ୍ଷା ପରେ ଭବିଷ୍ୟତରେ ହିଂସାକାଣ୍ଡ ଘଟିବା ଆଶଙ୍କା କରି ତଥା ଆମ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ନୂଆ ସୂଚନା ସମ୍ବଳିତ ତଥ୍ୟାଭଳୀContinue reading “ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କଲା ୟୁଟ୍ୟୁବ । ସପ୍ତାହ ପର୍ଯ୍ୟନ୍ତ ଅଫିସିଆଲ ଚ୍ୟାନେଲ ବ୍ଲକ, ହଟାଗଲା ଅନେକ ଭିଡ଼ିଓ ।”
ରେକର୍ଡ ସ୍ତରରେ ଶେୟାର ବଜାର, ୫୦ ହଜାର ନିକଟତର ହେଲା ସେନସେକ୍ସ । ୧୪ହଜାର ପାର ନିଫ୍ଟ
କନକ ବ୍ୟୁରୋ: ଚଳିତ ସପ୍ତାହର ତୃତୀୟ ଦିନରେ ସମସ୍ତ ରେକର୍ଡ ଭାଙ୍ଗିଛି ଶେୟାର ବଜାର । ବୁଧବାର ସକାଳେ କାରବାର ଆରମ୍ଭ ହେବା ମାତ୍ର ମାର୍କେଟ ଉଦ୍ଧ୍ୱମୁଖୀ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଚର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୫୦ ହଜାର ଅଙ୍କ ନିକଟତର ହୋଇଛି । ଆଜି କାରବାର ଅରମ୍ଭରୁ ସେନସେକ୍ସ ୨୧୬.୨୮ ଅଙ୍କ ବୃଦ୍ଧି ପାଇ ୪୯,୭୩୩,୩୯ ସ୍ତରରେ ପହଂଚିଥିବା ବେଳେ ନିଫ୍ଟ ୬୭ ଅଙ୍କ ବୃଦ୍ଧି ପାଇ ୧୪,୬୩୦, ୫୦ ସ୍ତରରେ ଖୋଲିଥିଲାContinue reading “ରେକର୍ଡ ସ୍ତରରେ ଶେୟାର ବଜାର, ୫୦ ହଜାର ନିକଟତର ହେଲା ସେନସେକ୍ସ । ୧୪ହଜାର ପାର ନିଫ୍ଟ”
ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ଟିକା କିଣିବା ଓ କରୋନା ମୁକାବିଲା ନେଇ ସରକାର ଖର୍ଚ୍ଚ କଲେଣି ହଜାର ହଜାର କୋଟି ଟଙ୍କା । ରାଜସ୍ୱ ଭରଣା କରିବାକୁ ଆଗାମୀ ବଜେଟରେ ଆସିପାରେ ‘ଭ୍ୟାକ୍ସିନ୍ ସେସ୍’
କନକ ବ୍ୟୁରୋ : କରୋନା ଭ୍ୟାକ୍ସିନ ଲାଗି ବଜେଟରେ ନୂଆ ସେସ୍ ଲାଗୁ ହୋଇପାରେ । ଏ ନେଇ ଏବେ ର୍ଚ୍ଚା ଜୋର ଧରିଛି । କୋଭିଡ ପରିଚାଳନା କୁ ନେଇ ସରକାର ବହୁ ଅର୍ଥ ଖର୍ଚ୍ଚ କରିସାରିଲେଣି । ଫଳରେ ରାଜକୋଷକୁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି । ଏହାସହ ଚୀନ ସହ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପାଇଁ ସରକାର ଅଧିକ ଅର୍ଥ ବିନିଯୋଗ କରୁଥିବା ଦେଖିବାକୁ ମିଳିଛି । ଏContinue reading “ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ଟିକା କିଣିବା ଓ କରୋନା ମୁକାବିଲା ନେଇ ସରକାର ଖର୍ଚ୍ଚ କଲେଣି ହଜାର ହଜାର କୋଟି ଟଙ୍କା । ରାଜସ୍ୱ ଭରଣା କରିବାକୁ ଆଗାମୀ ବଜେଟରେ ଆସିପାରେ ‘ଭ୍ୟାକ୍ସିନ୍ ସେସ୍’”
ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ : ହୋଟେଲରେ ଦିଆଯାଉ ନାହିଁ ରୁମ୍ ସର୍ଭିସ; ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା କରୁଛନ୍ତି ଭାରତୀୟ କିକ୍ରେଟ ଟିମର ଖେଳାଳୀ, ଆପତ୍ତି ପରେ ହସ୍ତକ୍ଷେପ କଲା ବିସିସିଆଇ
କନକ ବ୍ୟୁରୋ : ବ୍ରିସବେନରେ ବ୍ୟତିବସ୍ତ ଟିମ୍ ଇଣ୍ଡିଆ । ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଥିବା ଭାରତୀୟ ଖେଳାଳିଙ୍କ ପାଇଁ ନାହିଁ, ସାଧାରଣ ମୌଳିକ ସୁବିଧା । ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଐତିହାସିକ ଡ୍ର ପରେ, ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ବ୍ରିସବେନରେ ପହଂଚିଛି ଭାରତୀୟ ଦଳ । ହେଲେ ଏଠାରେ କରାଯାଇଥିବା ବ୍ୟବସ୍ଥା ଭାରତୀୟ ଦଳର ହୋସ ଉଡାଇ ଦେଇଛି । ଟିମ୍ ଇଣ୍ଡିଆର ରହଣୀ ପାଇଁ ହୋଟେଲରେ ବ୍ୟବସ୍ଥା କରାଯାଇଥିଲେContinue reading “ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ : ହୋଟେଲରେ ଦିଆଯାଉ ନାହିଁ ରୁମ୍ ସର୍ଭିସ; ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା କରୁଛନ୍ତି ଭାରତୀୟ କିକ୍ରେଟ ଟିମର ଖେଳାଳୀ, ଆପତ୍ତି ପରେ ହସ୍ତକ୍ଷେପ କଲା ବିସିସିଆଇ”