କରୋନା ଭ୍ୟାକସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଶେଷଜ୍ଞ ଡାକ୍ତର କହିଲେ, ଟିକା ଉପଯୋଗୀ ଏବଂ ନିରାପଦ । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା ।

କନକ ବ୍ୟୁରୋ : କରୋନା ଭ୍ୟାକସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଶେଷଜ୍ଞ ଡାକ୍ତର କହିଲେ, ଟିକା ଉପଯୋଗୀ ଏବଂ ନିରାପଦ । ପ୍ରଥମେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । କରୋନା ଟିକାକରଣ ବାଧ୍ୟତାମୂଳକ ନୁହେଁ । ନିଜକୁ ସୁରକ୍ଷିତ ରଖିବା ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ଟିକା ନେବା ଉଚିତ । ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ପରେ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଟିକା ଦିଆଯିବContinue reading “କରୋନା ଭ୍ୟାକସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଶେଷଜ୍ଞ ଡାକ୍ତର କହିଲେ, ଟିକା ଉପଯୋଗୀ ଏବଂ ନିରାପଦ । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା ।”

ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କଲେ ପୁଅ । ଗାଁରେ ମାଆ ଜାଗୁଲାଇଙ୍କ ମନ୍ଦିର ନିମାର୍ଣ କରି ପ୍ରେରଣା ପାଲଟିଲେ ୩ ସୁନା ପୁଅ ।

କନକ ବ୍ୟୁରୋ : ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କଲେ ୩ ପୁଅ । ଜାଗୁଲାଇ ମାଆଙ୍କ ମନ୍ଦିର ନିମାର୍ଣ କରି ବାପାଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ କରିଛନ୍ତି କଟକ ଜିଲ୍ଲା ନିଆଳି ନୂଆସାତଙ୍ଗ-ମୋଟିଆଁ ଗାଁର ଅଜୟ ମୁଦୁଲି, ସଞୟ ମୁଦୁଲି, ବିଜୟ ମୁଦୁଲି । ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଖବର ଆସେ ପିଲାମାନେ ବାପା-ମାଆଙ୍କୁ ପଚାରୁ ନାହାନ୍ତି । ପରିଣତ ବୟସରେ ଘରଦ୍ୱାର ଛାଡି ଅନେକ ବୃଦ୍ଧ ବୃଦ୍ଧା ଜରା ନିବାସରେContinue reading “ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କଲେ ପୁଅ । ଗାଁରେ ମାଆ ଜାଗୁଲାଇଙ୍କ ମନ୍ଦିର ନିମାର୍ଣ କରି ପ୍ରେରଣା ପାଲଟିଲେ ୩ ସୁନା ପୁଅ ।”

କେଉଁଠି ଅଛି ଭୋକ ପାଇଁ ବିକ୍ରି ହୋଇଥିବା ୪ ମାସର ଶିଶୁପୁତ୍ର? କିଏ ରଖିଛି ମାଆ କ୍ଷୀର ଛାଡି ନଥିବା ଛୁଆକୁ? ଶିଶୁପୁତ୍ରର ପତ୍ତା ପାଉନି ପୁଲିସ କି ସିଡବ୍ଲୁସି ।

କନକ ବ୍ୟୁରୋ : ମଧ୍ୟସ୍ଥିରେ ହୋଇଛି ମାଲକାନଗିରି ସପ୍ତଧାରାରେ ଶିଶୁ ବିକ୍ରି । କେଉଁଠି ଓ କିଏ ନେଇଛି ୪ ମାସର ଶିଶୁ ପୁଅକୁ । ୫ ଦିନ ପରେ ବି ପତା ପାଉନି ପୋଲିସ କି ସିଡବ୍ଲୁସି । ଏପଟେ ସପ୍ତଧାରା ଜଙ୍ଗଲରେ ରହୁଥିବା ବାକି ୪ ଶିଶୁ ଓ ବୃଦ୍ଧା ଆଈମାଆକୁ ଉଦ୍ଧାର କରିଛି ପ୍ରଶାସନ । ଏହାସହ ନିଖୋଜ ଶିଶୁର ମାଆ କୁନି ଖିଲକୁ ଠାବ କରି ଗୋବିନ୍ଦପାଲି ବୃଦ୍ଧା ଆଶ୍ରମରେ ଥଇଥାନContinue reading “କେଉଁଠି ଅଛି ଭୋକ ପାଇଁ ବିକ୍ରି ହୋଇଥିବା ୪ ମାସର ଶିଶୁପୁତ୍ର? କିଏ ରଖିଛି ମାଆ କ୍ଷୀର ଛାଡି ନଥିବା ଛୁଆକୁ? ଶିଶୁପୁତ୍ରର ପତ୍ତା ପାଉନି ପୁଲିସ କି ସିଡବ୍ଲୁସି ।”

ନବରଙ୍ଗପୁରରେ କେମିତି ଭୁଷୁଭିଲା ପୋଲ ? ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଲା କନକନ୍ୟୁଜ, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ : ନିମ୍ନମାନର କାମ ଯୋଗୁଁ ଭୁଶୁଡି ପଡିଲା ନିର୍ମାଣଧୀନ ପୋଲର ସ୍ଲାବ୍ । ନବରଙ୍ଗପୁର ଉମରକୋଟ ତାଲାପଦରରେ ନିର୍ମାଣଧୀନ ପୋଲ ଭୁଶୁଡିବା ଘଟଣାରେ ଏମିତି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଏହି ଘଟଣାରେ ବିଜୁ ସେତୁ କାମ ଠିକା ନେଇଥିବା ଠିକାଦାର ଆଶିଷ ବିଶ୍ୱାଳ, ବିଭାଗୀୟ ଜେଇ ଏବଂ ଏସଡିଓଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା । କେମିତି ଓ କାହିଁକିContinue reading “ନବରଙ୍ଗପୁରରେ କେମିତି ଭୁଷୁଭିଲା ପୋଲ ? ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଲା କନକନ୍ୟୁଜ, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ ।”

ବାପା ହେଲେ ବିରାଟ କୋହଲି । କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅନୁଷ୍କା ଶର୍ମା । ଟ୍ୱିଟ କରି ସୂଚନା ଦେଲେ କୋହଲି 

କନକ ବ୍ୟୁରୋ : ବାପା ହେଲେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛି । ଏହାସହ ବାପା, ମା ହୋଇଛନ୍ତି ବାରଟ ଓ ଅନୁଷ୍କା । ଏନେଇ ଟ୍ୱିଟ କରି ବିରାଟ କୋହଲି ନିଜେ ସୂଚନା ଦେଇଛନ୍ତି । pic.twitter.com/js3SkZJTsH — Virat Kohli (@imVkohli) January 11,Continue reading “ବାପା ହେଲେ ବିରାଟ କୋହଲି । କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅନୁଷ୍କା ଶର୍ମା । ଟ୍ୱିଟ କରି ସୂଚନା ଦେଲେ କୋହଲି “

ବଲିଉଡରେ ଡ୍ରଗ୍ସ କାରବାର ମାମଲା । ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ରହିଲା ଓ ତାଙ୍କ ଭଉଣୀ ଗିରଫ୍ । ଜବତ ହେଲା ୨ ଶହ କେଜି ଗଞ୍ଜେଇ

କନକ ବ୍ୟୁରୋ : ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ତଦନ୍ତ ଚଳାଇଥିବା ନାର୍କୋଟିକ୍ କଣ୍ଟୋଲ ବ୍ୟୁରୋକୁ ଏକ ବଡ ସଫଳତା ମିଳିଛି । ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ଥିବା ରହିଲା ଓ ତାଙ୍କ ଭଉଣୀଙ୍କ ଘରେ ଚଢାଉ କରି ଏନସିବି ୨ ଶହ କେଜି ଗଞ୍ଜେଇ ଜବତ୍ କରିଛି । ଏହାସହ ରହିଲା ଫନିର୍ଚର ବାଲା ଓ ଓ ତାଙ୍କ ଭଉଣୀକୁ ସାହିସ୍ତାଙ୍କୁ ଗିରଫ୍ କରାଯାଇଛି । ଏନସିବିର ସୂଚନା ମୁତାବକ ଏନେଇ ତଦନ୍ତContinue reading “ବଲିଉଡରେ ଡ୍ରଗ୍ସ କାରବାର ମାମଲା । ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ରହିଲା ଓ ତାଙ୍କ ଭଉଣୀ ଗିରଫ୍ । ଜବତ ହେଲା ୨ ଶହ କେଜି ଗଞ୍ଜେଇ”

ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର : ରିପୋର୍ଟରେ ହାଜତ ମୃତ୍ୟୁ ହୋଇନଥିବା ଉଲ୍ଲେଖ; ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି

କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର । ସତ୍ୟପାଠ ସହ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ରିପୋର୍ଟରେ ହାଜତ ମୃତ୍ୟୁ ହୋଇନଥିବା ଉଲ୍ଲେଖ ରହିଛି । ଆସନ୍ତା ୨୨ରେ ମାମଲାର ପରବର୍ତୀ ଶୁଣାଣି କରାଯିବ । ନଭେମ୍ବର ୧୭ରେ ବାସେଳୀ ସାହି ଥାନାରେ କେ ରମେଶଙ୍କ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଜଣେ ଏସଆଇContinue reading “ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର : ରିପୋର୍ଟରେ ହାଜତ ମୃତ୍ୟୁ ହୋଇନଥିବା ଉଲ୍ଲେଖ; ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି”

ଫେରିଲା ସାଇବର ଫ୍ରଡ ଟଙ୍କା : ପ୍ରଥମ ଥର ପାଇଁ ଠକେଇ ଟଙ୍କା ଫେରପାଇଲେ ଅଭିଯୋଗକାରୀ; ଆକାଉଂଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ଫେରିଲା ସାଇବର ଫ୍ରଡ ଟଙ୍କା । ପ୍ରଥମ ଥର ପାଇଁ ସାଇବର ଠକେଇ ଟଙ୍କା ଫେରିପାଇଲେ ଅଭିଯୋଗକାରୀ  । ଆକାଉଂଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୃତ୍ତ ।  ଓଟିପି ମାଗି ଟଙ୍କା ନେଇଯାଇଥିଲେ ଦୁର୍ବୃତ୍ତ । ଠକେଇ ହେବାର ଗୋଲଡେନ ପିରିୟଡ ଭିତରେ ଅର୍ଥାତ ଘଂଟାଏ ଭିତରେ ସାଇବର ସେଲକୁ କଲ କରିଥିଲେ ଅଭିଯୋଗକାରୀ । ଗତ ଦୁଇ ଦିନ ତଳେ  ୯ ତାରିଖରେ ଏହି ଘଟଣା ଘଟିିଥିଲା ।Continue reading “ଫେରିଲା ସାଇବର ଫ୍ରଡ ଟଙ୍କା : ପ୍ରଥମ ଥର ପାଇଁ ଠକେଇ ଟଙ୍କା ଫେରପାଇଲେ ଅଭିଯୋଗକାରୀ; ଆକାଉଂଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୃତ୍ତ”

ଚାଷୀ ଆନ୍ଦୋଳନ ନେଇ କାଲି ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ : କୃଷି ଆଇନ ସ୍ଥଗିତ ରଖିବ, ନା କୋର୍ଟ ହସ୍ତକ୍ଷେପ କରିବ ବୋଲି ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସମାଧାନ ହେଉନଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଆଜି ଭର୍ତ୍ସନା କରିଛନ୍ତି । ଆସନ୍ତାକାଲି ଏ ନେଇ ଚୂଡାନ୍ତ ଆଦେଶ ଶୁଣାଇବେ କୋର୍ଟ । ଆବଶ୍ୟକ ହେଲେ ଆଜି ସନ୍ଧ୍ୟାସୁଦ୍ଧା ମଧ୍ୟବର୍ତୀକାଳୀନ ଆଦେଶ ଜାରି କରିପାରନ୍ତି । କୋର୍ଟ କହିଛନ୍ତି, ଯଦି ଆବଶ୍ୟକ ହୁଏ ତାହାହେଲେ ଆଦେଶ ବିଭିନ୍ନ ଭାଗରେ ବି ଆସିପାରେ । କୋର୍ଟ କହିଛନ୍ତି, ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ନିରାଶଜନକ ।Continue reading “ଚାଷୀ ଆନ୍ଦୋଳନ ନେଇ କାଲି ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ : କୃଷି ଆଇନ ସ୍ଥଗିତ ରଖିବ, ନା କୋର୍ଟ ହସ୍ତକ୍ଷେପ କରିବ ବୋଲି ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ”

କୁଚିଣ୍ଡାରେ ଚାରି ଦିନ ହେବ ଚାଷୀଙ୍କ ତାଲାବନ୍ଦ ଆନ୍ଦୋଳନ : ଧାନ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରି ସମସ୍ତ ସରକାରୀ କାର୍ଯ୍ୟାଳୟରେ ପକାଇଛନ୍ତି ତାଲା

କନକ ବ୍ୟୁରୋ : କୁଚିଣ୍ଡାରେ ଚାଷୀଙ୍କ ତାଲାବନ୍ଦ ଆନ୍ଦୋଳନ ଚତୃର୍ଥ ଦିନରେ ପହଚିଂଛି । ମଣ୍ଡିରୁ ଧାନ ନଉଠିବା, ମିଲର ଟାର୍ଗେଟ ସରିଯିବା ଓ ଟୋକନ କଟିଯିବା ସମସ୍ୟା ଯୋଗୁ ଚାଷୀ ଧାନ ବିକିପାରୁନାହାନ୍ତି । ଫଳରେ କୁଚିଣ୍ଡା ବ୍ଲକର ଶତାଧିକ ଚାଷୀ ଏକାଠି ହୋଇ ଉଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣ ଦେଇଛନ୍ତି । ସମସ୍ତ ସରକାରୀ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି ଚାଷୀ । ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଆଇଟିଡିଏ ଅଫିସ ,Continue reading “କୁଚିଣ୍ଡାରେ ଚାରି ଦିନ ହେବ ଚାଷୀଙ୍କ ତାଲାବନ୍ଦ ଆନ୍ଦୋଳନ : ଧାନ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରି ସମସ୍ତ ସରକାରୀ କାର୍ଯ୍ୟାଳୟରେ ପକାଇଛନ୍ତି ତାଲା”

Design a site like this with WordPress.com
Get started