ଦିନେ ୨୫୦ ଟଙ୍କା ପାଇଁ ଭଡାରେ ଖେଳୁଥିଲେ କ୍ରିକେଟ । ଆଜି ଟିମ ଇଣ୍ଡିଆରେ ଖେଳୁଛନ୍ତି ସେହି ନବଦୀପ ସାଇନୀ । ଭାରତୀୟ କ୍ରିକେଟର ଯୁବ ଉଦୀୟମାନ ଖେଳାଳୀଙ୍କ ସଂଘର୍ଷମୟ କାହାଣୀ ।

କନକ ବ୍ୟୁରୋ: ଲେଦର ବଲ କଣ ତାଙ୍କୁ ଜଣା ନଥିଲା । ଟେନିସ ବଲରେ କ୍ରିକେଟ ଖେଳିବା ସହ ଭଡାରେ ଅନ୍ୟ ଦଳ ପାଇଁ ଖେଳୁଥିଲେ କ୍ରିକେଟ । ଏହାସହ ୨୫୦ ଟଙ୍କା ପାଇଁ ରଣଜୀ ଖେଳାଳିଙ୍କୁ କରୁଥିଲେ ବୋଲିଂ । ଆଉ ଏବେ ସେହି ୨୫୦ ଟଙ୍କାର ପରିଶ୍ରମର ମୂଲ୍ୟ ରଖିଛନ୍ତି ଭାରତର ଯୁବ ଖେଳାଳି ନବଦୀପ ସାଇନୀ । ୨୦୧୩ ମସିହା, ଦିଲ୍ଲୀରେ ରଣଜୀ ଖେଳାଳିଙ୍କର ଚାଲିଥାଏ ନେଟ ପ୍ରାକ୍ଟିସ । ଆଉ ଏଠାରେContinue reading “ଦିନେ ୨୫୦ ଟଙ୍କା ପାଇଁ ଭଡାରେ ଖେଳୁଥିଲେ କ୍ରିକେଟ । ଆଜି ଟିମ ଇଣ୍ଡିଆରେ ଖେଳୁଛନ୍ତି ସେହି ନବଦୀପ ସାଇନୀ । ଭାରତୀୟ କ୍ରିକେଟର ଯୁବ ଉଦୀୟମାନ ଖେଳାଳୀଙ୍କ ସଂଘର୍ଷମୟ କାହାଣୀ ।”

ପୁଣି ଆମେରିକାର ହ୍ୱାଇଟ୍ ହାଉସରେ ଚମକିଲେ ଭାରତୀୟ ବଶଂଦ୍ଭୋବ । ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହେଲେ ସାବ୍ରିନା ସିଂ

କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହୋଇଛନ୍ତି ଭାରତୀୟ ବଂଶଦ୍ଭୋବ ସାବ୍ରିନା ସିଂ । କମଲା ହାରିସ୍ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ବାଚନ କ୍ୟାମ୍ପେନିଂରେ ସାବ୍ରିନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ପୂର୍ବରୁ ସାବ୍ରିନା ଡେମୋକ୍ରାଟିକ ପାର୍ଟିର ନ୍ୟାସନାଲ କମିଟତିରେ ଡେପୁଟି ଯୋଗା ଯୋଗ ନିର୍ଦ୍ଦେଶକ ଭାବେ ଦାୟୀତ୍ୱ ତୁଲାଇଥିଲେ । ଖାଲି ଏତିକି ନୁହେଁ ସେContinue reading “ପୁଣି ଆମେରିକାର ହ୍ୱାଇଟ୍ ହାଉସରେ ଚମକିଲେ ଭାରତୀୟ ବଶଂଦ୍ଭୋବ । ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହେଲେ ସାବ୍ରିନା ସିଂ”

କଟକ ଗୋପାଳପୁର ଅଂଚଳରେ ଥିବା ବାଲିଘାଟରେ ଚଢାଉ । ୭ଟି ଟ୍ରାକ୍ଟର ଜବତ ସହ ୧୧ଜଣଙ୍କୁ ଅଟକ ରଖିଲା ପୁଲିସ୍

କନକ ବ୍ୟୁରୋ: କଟକ ଗୋପାଳପୁର ଅଂଚଳରେ ବାଲିଘାଟରେ ପୋଲିସର ଚଢାଉ । ପୋଲିସର ଚଢାଉରେ ୪ଟି ଟ୍ରାକ୍ଟର ଜବତ କରାଯିବା ସହ ୧୧ଜଣଙ୍କୁ ଅଟକ ରଖାଯାଇଛି । ଏମାନଙ୍କ ମଧ୍ୟରେ ଗାଡି ମାଲିକ, ଗାଡି ଚାଳକ ଓ ବାଲି ଘାଟ ଚଲାଉଥିବା କିଛି ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି । ବାଲି ଉଠାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ପୂର୍ବରୁ ଅଭିଯୋଗ ଆସୁଥିଲା । କଟକ ସଦର ପୋଲିସର ଏକ ସ୍ୱତନ୍ତ୍ର ଟିମ ଏହି ବାଲିଘାଟ ଉପରେContinue reading “କଟକ ଗୋପାଳପୁର ଅଂଚଳରେ ଥିବା ବାଲିଘାଟରେ ଚଢାଉ । ୭ଟି ଟ୍ରାକ୍ଟର ଜବତ ସହ ୧୧ଜଣଙ୍କୁ ଅଟକ ରଖିଲା ପୁଲିସ୍”

ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ନିତୀଶଙ୍କ ସାମ୍ନାରେ ଜେଡିୟୁ ନେତା କହିଲେ ବିଜେପି ଆମ ପିଠିରେ ପଛରୁ ଛୁରୀ ମାରିଲା । ସେପଟେ ବିଜେପି କହିଲା ନିତୀଶଙ୍କ ବିନା ଚାଲିବନି ସରକାର

କନକ ବ୍ୟୁରୋ : ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଚାଲିଛି କଡା ବୟାନ ବାଜି । ଏହି କ୍ରମରେ ଜେଡିୟୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସମସ୍ତ ନେତାମାନେ ଏକ ସ୍ୱରରେ କହିବା ଆରମ୍ଭ କରିଛନ୍ତି କି ଜେଡିୟୁକୁ ଏଷତ କମ୍ ସଂଖ୍ୟକ ଆସନରେ ବିଜୟ ମିଳିବା ପଛରେ ରହିଛି ବିଜେପିର ଅସହଯୋଗ ଓ ଷଡଯନ୍ତ୍ର । ଶନିବାର ଦିନ ଜେଡିୟୁର ରାଜ୍ୟପରିଷଦ ବୈଠକରେ ପରାଜିତ ହୋଇଥିବା ସମସ୍ତ ନେତା ମାନେ ବିଜେପି ଉପରେContinue reading “ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ନିତୀଶଙ୍କ ସାମ୍ନାରେ ଜେଡିୟୁ ନେତା କହିଲେ ବିଜେପି ଆମ ପିଠିରେ ପଛରୁ ଛୁରୀ ମାରିଲା । ସେପଟେ ବିଜେପି କହିଲା ନିତୀଶଙ୍କ ବିନା ଚାଲିବନି ସରକାର”

ଧରାପଡିଲା ଗଂଜେଇ ଚାଲାଣକାରୀଙ୍କ କଳାକାରନାମା: ପୋଲିସ ଆଖିରେ ଧୂଳି ଦେବାକୁ ନୀଳବତି ଗାଡିରେ କରୁଥିଲେ ଚୋରା ଚାଲାଣ; ପର୍ଦ୍ଦାଫାଶ କଲା ମାଲକାନଗିରି ପୋଲିସ

କନକ ବ୍ୟୁରୋ: ଧରାପଡ଼ିଲା ଗଂଜେଇ ଚାଲାଣକାରୀଙ୍କ କଳାକାରନାମା । ଗାଡ଼ିରେ ନୀଳବତି ଲଗାଇ ପୋଲିସ ଲେଖି ଗଂଜେଇ ଚାଲାଣ କରୁଥିଲେ ଦୁର୍ବୃତ । ଗାଡ଼ିରେ ବସିଥିବା ଦୁର୍ବୃତ ମାନେ ପୋଲିସ ପୋଷାକରେ ଥିଲେ ଏବଂ ଗାଡ଼ିରେ ନକଲି ନମ୍ବର ଲଗାଇ ଗଂଜେଇ ଚାଲାଣ କରୁଥିଲେ । ଅଉ ଏଭଳି ଗଂଜେଇ ଚାଲାଣର ପର୍ଦ୍ଦାଫାଶ କରିଛି ମାଲକାନାଗିରି ଓର୍କେଲ ପୋଲିସ । ଗାଡ଼ିର ନମ୍ବର ପ୍ଲେଟ ଓଡ଼ିଶାର ଲାଗିଥିବା ଦୁର୍ବୃତ ମାନେ ବିହାର ରାଜ୍ୟର ବୋଲି ପରିଚୟ ଦେଇଥିଲେContinue reading “ଧରାପଡିଲା ଗଂଜେଇ ଚାଲାଣକାରୀଙ୍କ କଳାକାରନାମା: ପୋଲିସ ଆଖିରେ ଧୂଳି ଦେବାକୁ ନୀଳବତି ଗାଡିରେ କରୁଥିଲେ ଚୋରା ଚାଲାଣ; ପର୍ଦ୍ଦାଫାଶ କଲା ମାଲକାନଗିରି ପୋଲିସ”

ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯-୨୦ ପାଇଁଁ ସ୍ଥାବର-ଅସ୍ଥାବର ସମ୍ପତିର ଦେଲେ ହିସାବ । ୧କୋଟିରୁ ଅଧିକ ଟଙ୍କାର ଟର୍ମ ଡିପୋଜିଟ ସହ ରହିଛି ଅଢେଇ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା

କନକ ବ୍ୟୁରୋ : ନିଜ ସମ୍ପତିର ତାଲିକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଥିକ ବର୍ଷ ୨୦୧୯-୨୦୨୦ ଯାଏଁ ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ସ୍ଥାବର ଓ ଅସ୍ଥାବର ସମ୍ପତିର ତାଲିକା ଏଥିରେ ରହିଛି । ତଥ୍ୟ ଅନୁସାରେ, ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ଟି ବ୍ୟାଙ୍କ ଆଂକାଉଟ ରହିଛି । ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଂଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩Continue reading “ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯-୨୦ ପାଇଁଁ ସ୍ଥାବର-ଅସ୍ଥାବର ସମ୍ପତିର ଦେଲେ ହିସାବ । ୧କୋଟିରୁ ଅଧିକ ଟଙ୍କାର ଟର୍ମ ଡିପୋଜିଟ ସହ ରହିଛି ଅଢେଇ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା”

ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨୦୧୯-୨୦ ପାଇଁଁ ସ୍ଥାବର-ଅସ୍ଥାବର ସମ୍ପତିର ଦେଲେ ହିସାବ

କନକ ବ୍ୟୁରୋ: ନିଜ ସମ୍ପତିର ତାଲିକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଥିକ ବର୍ଷ ୨୦୧୯-୨୦୨୦ ଯାଏଁ ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ସ୍ଥାବର ଓ ଅସ୍ଥାବର ସମ୍ପତିର ତାଲିକା ଏଥିରେ ରହିଛି । ତଥ୍ୟ ଅନୁସାରେ, ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ଟି ବ୍ୟାଙ୍କ ଆଂକାଉଟ ରହିଛି । ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଂଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସାContinue reading “ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨୦୧୯-୨୦ ପାଇଁଁ ସ୍ଥାବର-ଅସ୍ଥାବର ସମ୍ପତିର ଦେଲେ ହିସାବ”

କେନ୍ଦ୍ରାପଡ଼ା ସା˚ସଦଙ୍କ ଏ କି ଦଶା ! ଶିଳାନ୍ୟାସ ହେଲା…ଦୁଇ ଜଣ ମନ୍ତ୍ରୀ, ବାହାର ଜିଲ୍ଲାର ବିଧାୟକଙ୍କ ନାଁ ରହିଲା: ହେଲେ ନିଜ ନିର୍ବାଚନମଣ୍ତଳୀର ଫଳକରେ ରହିଲା ନାହିଁ ଅନୁଭବଙ୍କ ନାଁ

କନକ ବ୍ୟୁରୋ: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶିଳାନ୍ୟାସ ହେଲା। ଦୁଇ ଜଣ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବାହାର ଜିଲ୍ଲାର ତିନି ବିଧାୟକଙ୍କ ନାଁ ସେଥିରେ ରହିଲା। ଅଥଚ ସା˚ସଦ ଅନୁଭବ ମହାନ୍ତିଙ୍କ ନାଁ ଫଳକରେ ରହିଲା ନାହିଁ। ପଟ୍ଟାମୁଣ୍ତାଇ ପୌରପାଳିକା ଅନ୍ତର୍ଗତ କଷଣଅଣ୍ଟାରେ ଶୁକ୍ରବାର ମିନି ଷ୍ଟାଡିୟମର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଏଭଳି ଘଟଣା ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି। କୌତୂହଳର କଥା ହେଉଛି, ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥାଇ ବି ଯାଜପୁରର କୋରେଇ ବିଧାୟକContinue reading “କେନ୍ଦ୍ରାପଡ଼ା ସା˚ସଦଙ୍କ ଏ କି ଦଶା ! ଶିଳାନ୍ୟାସ ହେଲା…ଦୁଇ ଜଣ ମନ୍ତ୍ରୀ, ବାହାର ଜିଲ୍ଲାର ବିଧାୟକଙ୍କ ନାଁ ରହିଲା: ହେଲେ ନିଜ ନିର୍ବାଚନମଣ୍ତଳୀର ଫଳକରେ ରହିଲା ନାହିଁ ଅନୁଭବଙ୍କ ନାଁ”

ଭୁବନେଶ୍ବରରୁ ପୁନେକୁ ଉଡ଼ିବ ବିମାନ: ଏୟାର ଏସିଆକୁ ସରକାରଙ୍କ ଅନୁକମ୍ପା; ପ୍ରତି ଉଡ଼ାଣ ପିଛା ଦେବେ ୫୦ ହଜାର, ଫାଇଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କନକ ବ୍ୟୁରୋ: ଖୁବଶୀଘ୍ର ଭୁବନେଶ୍ବରରୁ ପୁନେକୁ ବିମାନସେବା ଆରମ୍ଭ କରିବ ଏୟାର ଏସିଆ। କୋଲକାତାରୁ ଭୁବନେଶ୍ବର ଦେଇ ବିମାନ ଯିବ ପୁନେ। ସରକାର ପ୍ରତି ଉଡ଼ାଣ ପିଛା ଏଟିଏଫ୍ ଉପରେ ଭାଟ୍ କର ବାବଦରେ କମ୍ପାନିକୁ ୫୦ ହଜାର ଟଙ୍କା ଛାଡ଼ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆନ୍ତଃରାଜ୍ୟ ବିମାନ ଚଳାଚଳରେ ସରକାରଙ୍କର ଏପରି ଅଜବ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି। ରାଜ୍ୟରୁ ଦୈନିକ ୨୭ଟି ବିମାନ ବିଭିନ୍ନ ରାଜ୍ୟକୁ ଚଳାଚଳ କରୁଥିଲା ବେଳେ ଏହି ନିର୍ଦ୍ଦିଷ୍ଟContinue reading “ଭୁବନେଶ୍ବରରୁ ପୁନେକୁ ଉଡ଼ିବ ବିମାନ: ଏୟାର ଏସିଆକୁ ସରକାରଙ୍କ ଅନୁକମ୍ପା; ପ୍ରତି ଉଡ଼ାଣ ପିଛା ଦେବେ ୫୦ ହଜାର, ଫାଇଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ”

ଦୁର୍ନୀତି ବିରୋଧରେ ଯୋଗୀ ସରକାରଙ୍କ ବଡ ଅଭିଯାନ: ବେଆଇନ ଭାବେ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ପଦୋବନ୍ନତି; ଅଫିସରରୁ ହେଲେ ଚପରାଶି ଓ ଚୌକିଦାର

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଯୋଗୀ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଭାବେ ପଦନ୍ନୋତି ପାଇଥିବା ୪ଜଣ ଅଧିକାରୀଙ୍କୁ ଡ଼ିମୋସନ କରିଛନ୍ତି ଯୋଗୀ ସରକାର । ସୂଚନା ବିଭାଗର ୪ଜଣ ଅତିରିକ୍ତ ଜିଲ୍ଲା  ସୂଚନା ଅଧିକାରୀଙ୍କୁ ଡ଼ିମୋସନ କରାଯାଇଛି । ପଦନ୍ନୋତି ପାଇଁ ୪ଜଣ ଅଧିକାରୀଙ୍କୁ ଡ଼ିମୋସନ କରାଯାଇ ଚପରାସୀ, ଚୌକିଦାର, ଅପରେଟର ଏବଂ ସହୟକ ଭାବେ ନିଯୁକ୍ତ କରାଯାଇ ତାଙ୍କୁ ମୂଳ ପଦବୀକୁ ଫେରାଇ ଦିଆଯାଇଛି । ପଦନ୍ନୋତି ପାଇଥିବା ୪ଜଣ  ଅଧିକାରୀ ହେଲେContinue reading “ଦୁର୍ନୀତି ବିରୋଧରେ ଯୋଗୀ ସରକାରଙ୍କ ବଡ ଅଭିଯାନ: ବେଆଇନ ଭାବେ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ପଦୋବନ୍ନତି; ଅଫିସରରୁ ହେଲେ ଚପରାଶି ଓ ଚୌକିଦାର”

Design a site like this with WordPress.com
Get started