କନକ ବ୍ୟୁରୋ : ଜାନୁଆରୀ ୧୬ରୁ ସାରା ଦେଶରେ ହେବ କରୋନା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବାର ଯୋଜନା କରାଯାଇଛି । ଏହାପରେ ୫୦ ବର୍ଷ ବୟସର ଅଧିକ ଲୋକଙ୍କୁ ଟିକା ଦିଆଯିବ । କରୋନା ଟିକାକରଣକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ କ୍ୟାବିନେଟContinue reading “ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା ।”
Tag Archives: News
ରାତି ଅଧରେ ଭାଙ୍ଗିଲା କେନାଲ । ସୃ୍ଷ୍ଟି ହେଲା ଘାଇ । ଭାସିଗଲା ଫସଲ, ରାତି ଉଜାଗର ରହି ଜଗି ରହିଲେ ଗ୍ରାମବାସୀ
କନକ ବ୍ୟୁରୋ: ରାତି ଅଧରେ ଭାଙ୍ଗିଲା କେନାଲ ବନ୍ଧ, ସୃଷ୍ଟି ହେଲା ଘାଇ । ଚାଷ ଜମିରେ ମାଡ଼ିଗଲା କୋଲବ ଡ୍ୟାମର ପାଣି । ରାତି ଅନିଦ୍ରା ହୋଇ ପାଣିକୁ ଜଗିଲେ ଗ୍ରାମବାସୀ । ତେଣୁ ଅଳ୍ପକେ ବର୍ତିଗଲା ଘରଦ୍ୱାର । ପାଣି ମାଡି ଫସଲ ନଷ୍ଟ ହେବା ଖବର ପାଇଁ ଘଟଣା ସ୍ଥଳରେ ପହଂଚିଥିଲେ ପ୍ରଶାସନିକ ଅଧିକାରୀ । ବିଭାଗୀୟ ଅଧିକାରୀ କେନାଲ ମରାମତି କାମରେ ଲାଗିଥିବା ବେଳେ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତContinue reading “ରାତି ଅଧରେ ଭାଙ୍ଗିଲା କେନାଲ । ସୃ୍ଷ୍ଟି ହେଲା ଘାଇ । ଭାସିଗଲା ଫସଲ, ରାତି ଉଜାଗର ରହି ଜଗି ରହିଲେ ଗ୍ରାମବାସୀ”
ମଞ୍ଚରେ ମୁହାଁମୁହିଁ ସାଂସଦ ଅପରାଜିତା ଷଡଙ୍ଗୀ ଓ ମନ୍ତ୍ରୀ ଅଶୋକ ପଣ୍ଡା । ବିନ୍ଦୁସାଗର ଓ ଲିଙ୍ଗରାଜ ପାଇଁ କ’ଣ ହୋଇଛି ବୋଲି ପ୍ରଶ୍ନ କଲେ ଅପରାଜିତା ।
କନକ ବ୍ୟୁରୋ: ସ୍ୱଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାରେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଚିତ୍ର । ଷ୍ଟେଜ ଉପରେ ଭାଷଣ ଦେବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିନ୍ଦୁ ସାଗର ଓ ଲିଙ୍ଗରାଜ ପାଇଁ କଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଆଖିକୁ କିଛି କାମ ହୋଇଥିବା ପରି ଦେଖା ଯାଉନି ବୋଲି ଆକ୍ଷେପ କରିଥିଲେ ଅପରାଜିତା । ମଂଚରେ ଭାଷଣ ସମୟରେ ଏହାର ଜବାବ ରଖିଥିଲେ ଏକାମ୍ର୍ ବିଧାୟକ ଅଶୋକ ପଣ୍ଡାContinue reading “ମଞ୍ଚରେ ମୁହାଁମୁହିଁ ସାଂସଦ ଅପରାଜିତା ଷଡଙ୍ଗୀ ଓ ମନ୍ତ୍ରୀ ଅଶୋକ ପଣ୍ଡା । ବିନ୍ଦୁସାଗର ଓ ଲିଙ୍ଗରାଜ ପାଇଁ କ’ଣ ହୋଇଛି ବୋଲି ପ୍ରଶ୍ନ କଲେ ଅପରାଜିତା । “
ପୋଲିସ ଉପରକୁ ବୋମାମାଡ଼ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ରେ ସିମେଣ୍ଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା ।
କନକ ବ୍ୟୁରୋ : ପୋଲିସ ଉପରକୁ ବୋମାମାଡ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ ଖୁଂଟୁଣି ଅଂଚଳର ଶ୍ରୀ ସିମେଂଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ଦେବା ବେଳେ ଜମି ହିତାଧିକାରୀ ଓ ଓପିଟିସିଏଲ କର୍ମଚାରୀ ମୁହାଁମହିଁ ହୋଇଥିଲେ । ଏହି ସମୟରେ କେହି ଦୁବୃର୍ତ ପୋଲିସ ଉପରକୁ ବୋମାମାଡ଼ କରିଥିଲା । ବୋମାମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖିContinue reading “ପୋଲିସ ଉପରକୁ ବୋମାମାଡ଼ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ରେ ସିମେଣ୍ଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା । “
ଚାଲିଗଲା ଚାକିରି, ବଦଳିଗଲା ଭାଗ୍ୟ । ଲକଡାଉନରେ ଚା’ ବିକି ସଫଳ ବ୍ୟବସାୟୀ ହେଲେ ସିକ୍ୟୁରିଟି ଗାର୍ଡ । କ୍ୟାଫେ କଫି ଖୋଲି ପାଲଟିଗଲେ ଉଦାହରଣ ।
କନକ ବ୍ୟୁରୋ: ଫୋନ କରନ୍ତୁ ଚା ପିଅନ୍ତୁ । ଚାଲୁ ଚାଲୁ ବି ମିଳିବ ଚା । ଏବେ ଗୋଟିଏ ଫୋନ କଲରେ ଆପଣଙ୍କ ପାଖକୁ ଚାଲିଚାଲି ଆସିବ ଚା । କଥାଟା ଟିକେ ମଜାଳିଆ ଲାଗୁଥିଲେ ବି କାହାଣୀ କିନ୍ତୁ ସତ । କାରଣ ଏ ଚା’ର ନାଁ ରଖାଯାଇଛି ଚାଲତା ବୋଲତା ଚା । ଜଣେ ସିକ୍ୟୁରିଟି ଗାର୍ଡରୁ କଫି କାଫେ ମାଲିକ ବନିଥିବା ଏ ଯୁବକ ଅନଲାଇନ ବ୍ୟବସାୟ ପାଇଁ ଏମିତି ନାମକରଣContinue reading “ଚାଲିଗଲା ଚାକିରି, ବଦଳିଗଲା ଭାଗ୍ୟ । ଲକଡାଉନରେ ଚା’ ବିକି ସଫଳ ବ୍ୟବସାୟୀ ହେଲେ ସିକ୍ୟୁରିଟି ଗାର୍ଡ । କ୍ୟାଫେ କଫି ଖୋଲି ପାଲଟିଗଲେ ଉଦାହରଣ ।”
କଂଗ୍ରେସ ପରେ ରାଜସ୍ଥାନ ବିଜେପିରେ ଫାଟ । ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍କିନ୍ଦିଆ ବନାଇଲେ ଅଲଗା ସଂଗଠନ । ସବୁ ଜିଲ୍ଲାରେ ଦୃଢ ସଂଗଠନ ପାଇଁ ପ୍ରସ୍ତୁତି ଜୋରଦାର
କନକ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପି ଭିତରେ ଫାଟ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍କିନ୍ଦିଆଙ୍କୁ କେନ୍ଦ୍ର ବୈଠକକୁ ନିମନ୍ତ୍ରଣ ନମିଳିବା ପରେ ଅସନ୍ତୁଷ୍ଟ ହୋଇଛନ୍ତି ସ୍କିନ୍ଦିଆଙ୍କ ସମର୍ଥକ । ଏନେଇ ସେମାନେ ରାଜସ୍ଥାନରେ ବିଜେପିରୁ ଅଲଗା ହୋଇ ଏକ ରାଜନୈତିକ ମଞ୍ଚ ବନାଇଛନ୍ତି । ଯାହାର ନାମ ଦିଆଯାଇଛି ‘ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ’ । ଏହା ବ୍ୟତିତ ‘ ଟିମ୍ ବସୁନ୍ଧରା’ ନାମରେ ସୋସିଆଲContinue reading “କଂଗ୍ରେସ ପରେ ରାଜସ୍ଥାନ ବିଜେପିରେ ଫାଟ । ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍କିନ୍ଦିଆ ବନାଇଲେ ଅଲଗା ସଂଗଠନ । ସବୁ ଜିଲ୍ଲାରେ ଦୃଢ ସଂଗଠନ ପାଇଁ ପ୍ରସ୍ତୁତି ଜୋରଦାର”
ସିଡନୀରେ ଟିମ ଇଣ୍ଡିଆର ଚିନ୍ତା ବଢାଇଲା ଆହତ ସମସ୍ୟା । ରିଷବ ପନ୍ତଙ୍କ ପରେ ଆହତ ହେଲେ ରବୀନ୍ଦ୍ର ଜାଡେଜା ।
କନକ ବ୍ୟୁରୋ : ସିଡନୀ ଟେଷ୍ଟରୁ ଭାରତ ପାଇଁ ଆସିଛି ଚିନ୍ତାଜନକ ଖବର । ସିଡନୀ ଟେଷ୍ଟରେ ପ୍ରଥମ ଇନିଂସରେ ବ୍ୟାଟିଂ ସମୟରେ ଆହତ ହୋଇଛନ୍ତି ଦୁଇ ଜଣ ଭାରତୀୟ ଖେଳାଳି । ବ୍ୟାଟିଂ କରିବା ସମୟରେ ପନ୍ତଙ୍କ ବାମ କହୁଣୀରେ ଲାଗିଛି ଆଘାତ । ବଲ୍ ବାଜିବା ପରେ ପନ୍ତ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫିଜିଓ ଫିଲଡକୁ ଯାଇ ତାଙ୍କର ଚିକିତ୍ସା କରିବା ପରେ ପନ୍ତ ବ୍ୟାଟିଂ କରିଥିଲେ । ୩୬ ରନ୍Continue reading “ସିଡନୀରେ ଟିମ ଇଣ୍ଡିଆର ଚିନ୍ତା ବଢାଇଲା ଆହତ ସମସ୍ୟା । ରିଷବ ପନ୍ତଙ୍କ ପରେ ଆହତ ହେଲେ ରବୀନ୍ଦ୍ର ଜାଡେଜା ।”
ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ବିଜେପିକୁ ଟର୍ଗେଟ୍ କଲେ ନିତୀଶ କୁମାର । କହିଲେ ଜନତାଙ୍କୁ ସୁଶାସନ ଦେବାରେ ବିଜେପି ସାଜୁଛି ବାଧକ ।
କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପରେ ବିଜେପି କଥା ରକ୍ଷା କରି ନିତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବଶାଇଲା । ହେଲେ ଏବେ ବିଜେପି ବିଧାୟକ ମାନେ ବିହାରବାସୀଙ୍କୁ ସୁଶାସନ ଦେବାରେ ବାଧକ ସାଜୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରମୁଖ ନିତୀଶ କୁମାର । ବିହାର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବିଳମ୍ବକୁ ନେଇ ନିତୀଶ କୁମାର ସହଯୋଗୀ ବିଜେପି ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି ତାଙ୍କ କାର୍ଯ୍ୟକାଳ ମଧ୍ୟରେContinue reading “ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ବିଜେପିକୁ ଟର୍ଗେଟ୍ କଲେ ନିତୀଶ କୁମାର । କହିଲେ ଜନତାଙ୍କୁ ସୁଶାସନ ଦେବାରେ ବିଜେପି ସାଜୁଛି ବାଧକ ।”
କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି କଂଗ୍ରେସର ଆକ୍ରାତ୍ମକ ଯୋଜନା । ବରିଷ୍ଠ ନେତାଙ୍କ ସହ ଆଜି ସୋନିଆ ଗାନ୍ଧୀଙ୍କ ବୈଠକ । ପ୍ରିୟଙ୍କା କହିଲେ ଆଇନ ପ୍ରତ୍ୟାହାର ବ୍ୟତିତ ଅନ୍ୟ କିଛି କରାଯିବ ନାହିଁ ସ୍ୱୀକାର
କନକ ବ୍ୟୁରୋ : କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଆଜି ପାର୍ଟିର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ କୃଷକ ଆନ୍ଦୋଳନକୁ ନେଇ ଆଗାମୀ ରଣନୀତି କ’ଣ ରହିବ ତା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିିଛି । ଗତକାଲି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଅଷ୍ଟମଥର ଆଲୋଚନାରେ କିଛି ନିଷ୍କର୍ସ ବାହାରିପାରି ନାହିଁ । ଏନେଇ ଆଗାମୀ ରଣନୀତି କଣ ରହିବContinue reading “କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି କଂଗ୍ରେସର ଆକ୍ରାତ୍ମକ ଯୋଜନା । ବରିଷ୍ଠ ନେତାଙ୍କ ସହ ଆଜି ସୋନିଆ ଗାନ୍ଧୀଙ୍କ ବୈଠକ । ପ୍ରିୟଙ୍କା କହିଲେ ଆଇନ ପ୍ରତ୍ୟାହାର ବ୍ୟତିତ ଅନ୍ୟ କିଛି କରାଯିବ ନାହିଁ ସ୍ୱୀକାର”
ଉଦଘାଟନୀ ସମାରୋହରେ ‘ନାରାବାଜି’ ପ୍ରତିଯୋଗୀତା । ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ବିଜେଡି-ବିଜେପି ସମର୍ଥକଙ୍କ ନାରାବାଜି ସହ ଧସ୍ତାଧସ୍ତି
କନକ ବ୍ୟୁରୋ: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ଜୋର ଧରିଲା ନାରାବାଜିର ପ୍ରତିଯୋଗୀତା । ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି ହୋଇଥିଲା । ପୁରା ଅଂଚଳ ଏଥିରେ କମ୍ପିଥିଲା । ସେହିପରି ବିଜେପି ସମର୍ଥକ ଧର୍ମେନ୍ଦ୍ରଙ୍କ ସମର୍ଥନରେ ନାରାବାଜି କରିଥିଲେ । ପୁରା ଅଂଚଳରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ନାରାବାଜିର ପ୍ରତିଯୋଗୀତା ଦେଖିବାକୁContinue reading “ଉଦଘାଟନୀ ସମାରୋହରେ ‘ନାରାବାଜି’ ପ୍ରତିଯୋଗୀତା । ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ବିଜେଡି-ବିଜେପି ସମର୍ଥକଙ୍କ ନାରାବାଜି ସହ ଧସ୍ତାଧସ୍ତି”