ଆଜିିଠାରୁ ଖୋଲିଲା ସ୍କୁଲ : ସ୍କୁଲ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ, ଗୋଟିଏ ଶ୍ରେଣୀରେ ବସିବେ ୨୦ରୁ ୨୫ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଆଜିଠୁ କୋଭିଡ ଗାଇଡଲାଇନକୁ ପାଳନ କରି ଖୋଲିଛି ସ୍କୁଲ, କଲେଜ । ସ୍କୁଲ ଗୁଡିକରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯାଇଛି । ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ଓ କଲେଜ ଗୁଡିକରେ ଜୋରସୋରରେ ସାନିଟାଇଜ କରାଯାଇଥିଲା । ଶ୍ରେଣୀ ଗୃହକୁ ସଫାContinue reading “ଆଜିିଠାରୁ ଖୋଲିଲା ସ୍କୁଲ : ସ୍କୁଲ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ, ଗୋଟିଏ ଶ୍ରେଣୀରେ ବସିବେ ୨୦ରୁ ୨୫ ଛାତ୍ରଛାତ୍ରୀ”

ସ୍କୁଲ ଫି’ ଛାଡକୁ ନେଇ ଖୁବ୍ ଶୀଘ୍ର ଆସିପାରେ ଚୁଡାନ୍ତ ନିଷ୍ପତ୍ତି : ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟଙ୍କ ଗୁରୁତ୍ୱ

କନକ ବ୍ୟୁରୋ : ସ୍କୁଲ ଫି’ ଛାଡକୁ ନେଇ ଖୁବ୍ ଶୀଘ୍ର ଆସିପାରେ ଚୁଡାନ୍ତ ନିଷ୍ପତ୍ତି । ହାଇକୋର୍ଟରେ ଚାଲିଥିବା ଏହି ମାମଲାର ଶୁଣାଣି ସରିଥିବା ବେଳେ ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ସ୍କୁଲ ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ, ମାମଲାର ଆବେଦନକାରୀ ଏବଂ ଗଣଶିକ୍ଷା ବିଭାଗର ମିଳିତ ବୈଠକରେ ସ୍କୁଲ ଫି’ର କିଛି ଅଂଶ ଛାଡ଼ ନେଇ ସୁପାରିଶ କରାଯାଇଥିଲା । ଏହି ସୁପାରିଶ ଅନୁସାରେ-Continue reading “ସ୍କୁଲ ଫି’ ଛାଡକୁ ନେଇ ଖୁବ୍ ଶୀଘ୍ର ଆସିପାରେ ଚୁଡାନ୍ତ ନିଷ୍ପତ୍ତି : ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟଙ୍କ ଗୁରୁତ୍ୱ”

ଆଜିଠୁ ସିନେମା ହଲ ଖୋଲିବା ପାଇଁ ହଲ ମାଲିକଙ୍କ ଜୋରଦାର ପ୍ରସ୍ତୁତି : ସାନିଟାଇଜ କରାଗଲା ପ୍ରେକ୍ଷାଳୟ; ବସିବା ବ୍ୟବସ୍ଥା କଲେ ହଲ କର୍ତ୍ତୃପକ୍ଷ

କନକ ବ୍ୟୁରୋ : ଆଜି ଠାରୁ ରାଜ୍ୟର ବିଭିନ୍ନ ସିନେମା ହଲ ଗୁଡିକ ଖୋଲିବ । ତେବେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରାଯିବ । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଭଳି ନିୟମକୁ ମାନିବାକୁ ପଡିବ ଦର୍ଶକମାନଙ୍କୁ । ହଲ ଖୋଲିବା ପୂର୍ବରୁ ସିନେମା ହଲ ଗୁଡିକୁ ସାନିଟାଇଜ କରାଯାଇଛି । ଗୋଟିଏ ସିଟ ଛାଡି ବସିବା ପାଇଁ ବ୍ୟବସ୍ଥା କରାଯାଇଛି । କାରଣ ସରକାରଙ୍କ ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତContinue reading “ଆଜିଠୁ ସିନେମା ହଲ ଖୋଲିବା ପାଇଁ ହଲ ମାଲିକଙ୍କ ଜୋରଦାର ପ୍ରସ୍ତୁତି : ସାନିଟାଇଜ କରାଗଲା ପ୍ରେକ୍ଷାଳୟ; ବସିବା ବ୍ୟବସ୍ଥା କଲେ ହଲ କର୍ତ୍ତୃପକ୍ଷ”

ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବସିବ ଅଷ୍ଟମ ପର୍ଯ୍ୟାୟ ବୈଠକ : ନିଷ୍କର୍ସ ନ ବାହାରିଲେ ୨୬ ତାରିଖରେ ହେବ ଟ୍ରାକ୍ଟର ପରେଡ; ଚେତାବନୀ ଦେଲେ କୃଷକ ସଂଗଠନ

କନକ ବ୍ୟୁରୋ : ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ବୈଠକରୁ ନିଷ୍କର୍ସ ନ ବାହାରିଲେ ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ଚେତାବନୀ ଦେଇଛନ୍ତି କୃଷକ ସଂଗଠନ । ଆଉ ଏହାର ମଙ୍ଗ ଧରିବେ ମହିଳା । ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହରିୟାଣା ଓ ଗାଜିଆବାଦ ପୁଲିସ ଏଥିପାଇଁ ଆଡଭାଇ ଜାରି କରିଛି । ଏହାପୂର୍ବରୁContinue reading “ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବସିବ ଅଷ୍ଟମ ପର୍ଯ୍ୟାୟ ବୈଠକ : ନିଷ୍କର୍ସ ନ ବାହାରିଲେ ୨୬ ତାରିଖରେ ହେବ ଟ୍ରାକ୍ଟର ପରେଡ; ଚେତାବନୀ ଦେଲେ କୃଷକ ସଂଗଠନ”

ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ହେବ ଡ୍ରାଏ ରନ : ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ହେବାକୁ ଯାଉଛି ଡ୍ରାଏ ରନ

କନକ ବ୍ୟୁରୋ : ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଡ୍ରାଏ ରନ ହେବ । ଟିକାକୁ ନେଇ ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଆଜି ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ହେବାକୁ ଯାଉଛି ଡ୍ରାଏ ରନ । ଯେଉଁ ସ୍ଥାନରେ ଟିକାକରଣ ହେବ ଯଦି ସେହି ସମୟରେ କିଛି ବ୍ୟକ୍ତିଙ୍କ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦିଏ,Continue reading “ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ହେବ ଡ୍ରାଏ ରନ : ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ହେବାକୁ ଯାଉଛି ଡ୍ରାଏ ରନ”

ଆଜିିଠାରୁ ଖୋଲିବ ସ୍କୁଲ : କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା

କନକ ବ୍ୟୁରୋ : ଆଜିଠୁ କୋଭିଡ ଗାଇଡଲାଇନକୁ ପାଳନ କରି ଖୋଲିବାକୁ ଯାଉଛି ସ୍କୁଲ, କଲେଜ । ଏଥିପାଇଁ ବିଦ୍ୟାଳୟ ଓ କଲେଜ ଗୁଡିକରେ ଜୋରସୋରରେ ସାନିଟାଇଜ କରାଯାଇଛି । ଶ୍ରେଣୀ ଗୃହକୁ ସଫା ସୁତୁରା କରାଯାଇଛି । ଛାତ୍ରଛାତ୍ରୀ ବସିବାକୁ ଥିବା ବେଂଚ ଡେସ୍କରେ ସାନିଟାଇଜ କରାଯାଉଛି । ପିଲା ଅଧିକ ଚଳପ୍ରଚଳ ହେଉଥିବା ସ୍ଥାନ ଗୁଡିକୁ ସାନିଟାଇଜ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ସରକାରଙ୍କ ଅନୁମତି ପରେ ଦୀର୍ଘ ୮ ମାସContinue reading “ଆଜିିଠାରୁ ଖୋଲିବ ସ୍କୁଲ : କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା”

ନେତା-ମନ୍ତ୍ରୀ ନେବେ କି ଟୀକା ? ଟୀକା ନେଇ ଦ୍ୱନ୍ଦ୍ୱରେ ନେତା । କଂଗ୍ରେସ ବିଧାୟକ କହିଲେ, ପ୍ରଥମେ ନିଅନ୍ତୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଓଡ଼ିଶାକୁ ଟିକା ଆସିବ । ଟିକାକରଣ ପାଇଁ ସବୁ କିଛି ପ୍ରସ୍ତୁତି ବି ସରିଛି । ଆଉ ଯେତେବେଳେ ପ୍ରଶ୍ନ କରାଯାଉଛି, ଆପଣ ଟିକା ନେବେ ନା ନାହିଁ, ନେତାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । କରୋନା ଟିକାକୁ ନେଇ ସାରା ବିଶ୍ୱ ସନ୍ଦେହ କରୁଛି ବୋଲି କହିବା ସହ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଟିକା ନିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟContinue reading “ନେତା-ମନ୍ତ୍ରୀ ନେବେ କି ଟୀକା ? ଟୀକା ନେଇ ଦ୍ୱନ୍ଦ୍ୱରେ ନେତା । କଂଗ୍ରେସ ବିଧାୟକ କହିଲେ, ପ୍ରଥମେ ନିଅନ୍ତୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ”

ଜବତ ହେଲା ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ । ବୋଲେରୋ ବାଇକ୍ ଜବତ, ୨ ଗିରଫ ।

କନକ ବ୍ୟୁରୋ : ମାଲକାନଗିରି ବନ ବିଭାଗକୁ ମିଳିଛି ବଡ ସଫଳତା । ଚୋରା କାଠ କାରବାର କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରା କାଠ ଚାଲାଣ କରୁଥିବା ଗାଡିକୁ ମଧ୍ୟ ଜବତ କରାଯାଇଛି । ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କୋରକୋଣ୍ଡା ଫରେଷ୍ଟର ରାଜେଶ କୁମାର ସେଠୀଙ୍କ ନେତୃତ୍ବରେ ଗତକାଲି ଏବଂ ଆଜି ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରାଯାଉଥିଲା । ତେବେ ଓଡି-୩୦ -୪୨୫୬ ବୋଲେରୋରେ ପ୍ରାୟ ୪୦ଟିContinue reading “ଜବତ ହେଲା ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ । ବୋଲେରୋ ବାଇକ୍ ଜବତ, ୨ ଗିରଫ ।”

ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଗାଜିପୁରରୁ ପଲବଲ ଯାଏଁ ଟ୍ରାକ୍ଟର ରାଲିରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ, ୨୬ ଜାନୁଆରୀରେ ବିଶାଳ ଟ୍ରାକ୍ଟର ରାଲିର ମଙ୍ଗ ଧରିବେ ମହିଳା ।

କନକ ବ୍ୟୁରୋ : ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଗାଜିପୁରରୁ ପଲବଲ ଯାଏଁ ଟ୍ରାକ୍ଟର ରାଲି କରି ଚାଷୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ୨୬ ଜାନୁଆରୀରେ ବିଶାଳ ଟ୍ରାକ୍ଟର ରାଲି ହେବ ଯାହାର ମଙ୍ଗ ଧରିବେ ମହିଳା । ଆଜି ମଧ୍ୟ ମହିଳା ମାନେ ଟ୍ରାକ୍ଟର ରାଲିରେ ଆସି ଦିଲ୍ଲୀ ଘେରିବାକୁ ପ୍ରୟାସ କରିଛନ୍ତି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ପ୍ରବେଶ ପଥରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ଶକ୍ତି ପ୍ରଦର୍ଶନ ।Continue reading “ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଗାଜିପୁରରୁ ପଲବଲ ଯାଏଁ ଟ୍ରାକ୍ଟର ରାଲିରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ, ୨୬ ଜାନୁଆରୀରେ ବିଶାଳ ଟ୍ରାକ୍ଟର ରାଲିର ମଙ୍ଗ ଧରିବେ ମହିଳା ।”

ଟୀକା ଆସୁଛି, କରୋନା ମାଡୁଛି… ଦେଶର ୪ ରାଜ୍ୟକୁ କେନ୍ଦ୍ରର କଡା ଚେତାବନୀ । ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: କରୋନା କଟକଣା ନେଇ ବଡ ଖବର । ୪ ରାଜ୍ୟକୁ କେନ୍ଦ୍ରର କଡା ଚିଠି । ଦେଶ କୋଭିଡ ଟିକାକରଣ ଆରମ୍ଭ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ୪ଟି ରାଜ୍ୟରେ ଅଚାନକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନେଇ ୪ଟି ରାଜ୍ୟକୁ ଚିଠି ଲେଖି ସତର୍କ ରହିବା ସହ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, କେରଳ, ଛତିଶଗଡ ଓContinue reading “ଟୀକା ଆସୁଛି, କରୋନା ମାଡୁଛି… ଦେଶର ୪ ରାଜ୍ୟକୁ କେନ୍ଦ୍ରର କଡା ଚେତାବନୀ । ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ।”

Design a site like this with WordPress.com
Get started