କନକ ବ୍ୟୁରୋ : ରାଜ୍ୟରେ ଖୋଲିବ ମଦ ବାର । ଦୀର୍ଘ ୯ ମାସ ପରେ ବାର ଖୋଲିବାକୁ ଯାଉଛି । ଫଳରେ ବିୟର ପାର୍ଲର, ହୋଟେଲ, ରେଷ୍ଟୁରାଂଟ ଓ କ୍ଲବରେ ବସି ମଦ ପିଇ ପାରିବେ ଗ୍ରାହକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ରାଜ୍ୟ ଅବକାରୀ ବିଭାଗ । ପୂର୍ବରୁ କେବଳ ଟେକ୍-ଆୱେ ଅର୍ଥାତ ମଦ କିଣିନେବା ପାଇଁ ଅନୁମତି ରହିଥିଲା । ହୋମ ଡେଲିଭରି ମଧ୍ୟ କରୁଥିଲେ ମଦ ବିକ୍ରେତା । କିନ୍ତୁContinue reading “୯ ମାସ ପରେ ରାଜ୍ୟରେ ଖୋଲିବ ମଦ ବାର : ଅବକାରୀ ବିଭାଗର ନିର୍ଦ୍ଦେଶନାମା; କରୋନା କଟକଣା ଭିତରେ ହୋଟେଲ, ରେଷ୍ଟ୍ରୁରାଂଟ ଓ ବିୟର ପାର୍ଲରରେ ବସି ମଦ ପିଇ ପାରିବେ ଗ୍ରାହକ”
Tag Archives: News
ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ । ୩ ମାସ ବିତିଲା, ମିଳିଲାନି ଅଗ୍ନିବିପନ୍ନଙ୍କୁ ସହାୟତା ।
କନକ ବ୍ୟୁରୋ : ବେଗୁନିଆ ତହସିଲ ଅନ୍ତର୍ଗତ ବୋତଳମା ପଂଚାୟତର ରକତପାଟଣା ଗାଁରେ ଗତ ନଭେମ୍ବର ୧୪ ତାରିଖରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ସହାୟତା ମିଳିନଥିବାରୁ ଗାଁରେ ଅସନ୍ତୋଷ ସୃଷ୍ଟି ହୋଇଛି । ନଭେମ୍ବର ୧୪, ଦୀପାବଳି ରାତିରେ ଅଗ୍ନିକାଣ୍ଡ ଯୋଗୁଁ ଶ୍ରୀଧର ମହାପାତ୍ର, ମନୋରଂଜନ ମହାପାତ୍ର, ମନୋଜ ମହାପାତ୍ର, ବାସନ୍ତୀ ମହାପାତ୍ର, କୌଶଲ୍ୟା ମହାପାତ୍ରଙ୍କ ୫ ବଖରା ପୋଡ଼ି ଯାଇଥିଲା । ପଂଚାୟତ ଓ ବ୍ଲକ କର୍ତୃପକ୍ଷ ଅଗ୍ନିକାଣ୍ଡପରେ ସରଜମିନ ତଦନ୍ତ କରିContinue reading “ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ । ୩ ମାସ ବିତିଲା, ମିଳିଲାନି ଅଗ୍ନିବିପନ୍ନଙ୍କୁ ସହାୟତା ।”
ଘାଟିରୁ ଆସିଲା ବରଫପାତର ରୋମାଂଚକର ଚିତ୍ର । ଧଳା ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର, ୪ ଦିନ ଧରି ବରଫ ବର୍ଷାରେ ଜାମ୍ମୁ-ଲେହ ରାଜମାର୍ଗରେ ଗମନାଗମନ ଠପ୍ ।
କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଉତର ଭାରତ । ଏହା ମଧ୍ୟରେ ଜାମ୍ମୁକାଶ୍ମୀରରୁ ବରଫ ପାତର ଯେଉଁ ଚିତ୍ର ଆସିଛି, ତାହା ଆପଣଙ୍କ ଆଖିକୁ ତାଜା କରିଦେବ । ଲଗାତର ୪ ଦିନ ଧରି ଶ୍ରୀନଗରରେ ଜାରି ରହିଛି ବରଫ ପାତ । ଫଳରେ ଜାମ୍ମୁ-ଶ୍ରୀନଗରକୁ ସଂଯୋଗ କରୁଥିବା ରାଜପଥରେ ଗମନାଗମନ ପୁରା ଠପ୍ ହୋଇଯାଇଛି । ବରଫ ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର ସହର । ସାରା ସହରରେ ବରଫ ଭର୍ତି ।Continue reading “ଘାଟିରୁ ଆସିଲା ବରଫପାତର ରୋମାଂଚକର ଚିତ୍ର । ଧଳା ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର, ୪ ଦିନ ଧରି ବରଫ ବର୍ଷାରେ ଜାମ୍ମୁ-ଲେହ ରାଜମାର୍ଗରେ ଗମନାଗମନ ଠପ୍ ।”
ଇସ୍ରୋର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ମାରିବାକୁ କରାଯାଇଥିଲା ଷଡଯନ୍ତ୍ର । ତିନି ବର୍ଷ ତଳେ ଖାଦ୍ୟରେ ଦିଆଯାଇଥିଲା ବିଷାକ୍ତ ଆର୍ସେନିକ ଟ୍ରାଇ-ଅକ୍ସାଇଡ୍
କନକ ବ୍ୟୁରୋ : ଆମେ ଯାହା କହିବାକୁ ଯାଉଛୁ, ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯାହା କୌଣସି ଚଳଚିତ୍ରର କାହାଣୀ ଠାରୁ କିଛି କମ୍ ନୁହେଁ । ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ଦିଆଯାଇଥିଲା ବିଷ । ତିନି ବର୍ଷ ତଳେ ଦୋଷା ସହ ବିଷ ଦିଆଯାଇଥିବା କହିଛନ୍ତି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ର । ବଲିଉଡ୍ କାହାଣୀ ଭଳି ଲାଗୁଥିଲେ ବି ଏପରି ଘଟିଛି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ରଙ୍କ ଜୀବନରେContinue reading “ଇସ୍ରୋର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ମାରିବାକୁ କରାଯାଇଥିଲା ଷଡଯନ୍ତ୍ର । ତିନି ବର୍ଷ ତଳେ ଖାଦ୍ୟରେ ଦିଆଯାଇଥିଲା ବିଷାକ୍ତ ଆର୍ସେନିକ ଟ୍ରାଇ-ଅକ୍ସାଇଡ୍ “
ସାମ୍ନାକୁ ଆସୁଛି କରୋନାକୁ ନେଇ ଚୀନର ଚାଲାକି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମକୁ ଉହାନ ଯିବାକୁ ବାଟ ଛାଡୁନି ବେଜିଂ ।
କନକ ବ୍ୟୁରୋ : କରୋନାର ଉତ୍ପତି ସ୍ଥଳ ବିଷୟରେ ଜାଣିବା ପାଇଁ ବେଜିଂରେ ଓହ୍ଲାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ । ଅନ୍ତିମ ପର୍ଯ୍ୟାୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥଳକୁ ଯିବାକୁ ବାରଣ କରିଛି ଚୀନ୍ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଧାହୋନମ୍ ଟେଡ୍ରୋସ୍ । ଟେଡ୍ରୋସ୍ କହିଛନ୍ତି ତଦନ୍ତ ସମ୍ପର୍କରେ ଚାଇନା ସହିତ ସମସ୍ତ କଥାବାର୍ତା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ଟିମ୍ ବେଜିଂ ଗସ୍ତ କରିଥିଲା । ହେଲେContinue reading “ସାମ୍ନାକୁ ଆସୁଛି କରୋନାକୁ ନେଇ ଚୀନର ଚାଲାକି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମକୁ ଉହାନ ଯିବାକୁ ବାଟ ଛାଡୁନି ବେଜିଂ ।”
ବ୍ରିଟେନର ଡର ବଢାଇଲା କରୋନା ନ୍ୟୁ ଷ୍ଟ୍ରେନ୍ । ଫେବ୍ରୁଆରୀ ୧୫ ଯାଏଁ ସାରା ବ୍ରିଟେନ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍
କନକ ବ୍ୟୁରୋ : ବ୍ରିଟେନରେ ଭୟଙ୍କର ହେଉଛି କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣ । ଗୋଟିଏ ଦିନରେ ୬୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରିଟେନର ଚିନ୍ତା ବଢି ଯାଇଛି । ସ୍ଥିତିକୁ ଦେଖି ଫେବ୍ରୁଆରୀ ୧୫ ଯାଏଁ ବ୍ରିଟେନରେ ଲକଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ସେପଟେ ଜର୍ମାନରେ ବି ଲାଗୁ ହୋଇଛି ଲକଡାଉନ୍ । ଆମେରିକାରେ ବି ସ୍ଥିତି ଜଟିଳ । ଏପଟେ ଭାରତରେ କରୋନାର ନୂଆଷ୍ଟ୍ରେନକୁContinue reading “ବ୍ରିଟେନର ଡର ବଢାଇଲା କରୋନା ନ୍ୟୁ ଷ୍ଟ୍ରେନ୍ । ଫେବ୍ରୁଆରୀ ୧୫ ଯାଏଁ ସାରା ବ୍ରିଟେନ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍”
ଦେଶବାସୀଙ୍କୁ ୯ ଦିନ ଭିତରେ ମିଳିବ କୋରନା ଟିକା । କେବଳ ଦର ସ୍ଥିର ହେବାକୁ ଅପେକ୍ଷା । ଭାକସିନର ଦାମକୁ ନେଇ ସରକାର ଓ ଟିକା ନିର୍ମାଣକାରୀ କମ୍ପାନୀ ମଧ୍ୟରେ ଚାଲିଛି ଆଲୋଚନା ।
କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଲୋକଙ୍କୁ ମିଳିଯିବ କରୋନା ଟିକା । ବାସ୍ ଟିକାର ଦାମ୍ ସ୍ଥିର ହୋଇଗଲେ ହେଲା । ଏନେଇ ଏବେ ଟିକା ତିଆରି କରୁଥିବା ସଂସ୍ଥା ସହିତ ଭାରତ ସରକାର ଆଲୋଚନା ଜାରି ରଖିଛନ୍ତି । ଭାରତ ସରକାର ବଡ ପରିମାଣରେ ଟିକା ମଗାଇବାକୁ ଥିବାରୁ , ଏବେ ଦାମ୍ ଆଉ କିଛିଟା କମାଇବାକୁ ଚାହୁଥିବାରୁ , ସଂସ୍ଥା ସହିତ ଟିକାକୁ ନେଇ ଦର ଛିଡୁନି । ଏହି ଅଡୁଆ ତୁଟିଗଲେContinue reading “ଦେଶବାସୀଙ୍କୁ ୯ ଦିନ ଭିତରେ ମିଳିବ କୋରନା ଟିକା । କେବଳ ଦର ସ୍ଥିର ହେବାକୁ ଅପେକ୍ଷା । ଭାକସିନର ଦାମକୁ ନେଇ ସରକାର ଓ ଟିକା ନିର୍ମାଣକାରୀ କମ୍ପାନୀ ମଧ୍ୟରେ ଚାଲିଛି ଆଲୋଚନା ।”
ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତର ଚାଂଚଲ୍ୟକର ବୟାନ । ପଞ୍ଚାନନ ସେଠୀ କହିଲା, ତାକୁ ଘରୁ ଉଠାଇ ନେଇ ମାଡ଼ ମାରିଥିବାରୁ ରାଗରେ ନେଲା ପ୍ରତିଶୋଧ ।
କନକ ବ୍ୟୁରୋ : ମହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି । ଆଉ ସନ୍ଦିଗ୍ଧ ଥିବା ଆହୁରୀ ୫ ଜଣଙ୍କୁ ଧରିବା ପାଇଁ ଜାଲ ବିଛାଇଛି । ହେଲେ କେମିତି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ, ତା ଉପରୁ ପରଦା ହଟିଛି । ପୁଲିସ୍ ଆଖିରେ ଧୁଳି ଦେଇ ଗୋଟିଏ ଥର ଖସିଯିବାକୁ ସଫଳ ହୋଇଥିବା ପଂଚାନନ ସେଠୀ, ଶେଷରେ ପୁଲିସ୍ ପଞ୍ଝାରେ ପଡ଼ିଥିଲା । ଆଉ ଯେତେବେଳେ ଆଜିContinue reading “ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତର ଚାଂଚଲ୍ୟକର ବୟାନ । ପଞ୍ଚାନନ ସେଠୀ କହିଲା, ତାକୁ ଘରୁ ଉଠାଇ ନେଇ ମାଡ଼ ମାରିଥିବାରୁ ରାଗରେ ନେଲା ପ୍ରତିଶୋଧ ।”
ଓଡ଼ିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ୬ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଶୂନ ।
କନକ ବ୍ୟୁରୋ : ଓଡିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ଗତ ୨୪ ଘଣ୍ଟାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଶୂନ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ୍ ହିଁ ଆଣିଛି ଆଶ୍ୱସ୍ତିର ବାର୍ତ୍ତା । ଗତ ୬ ମାସରୁ ଅଧିକ ସମୟ ମଧ୍ୟରେ ଜାନୁଆରୀ ୫ ତାରିଖରେ ରାଜ୍ୟରେ ଜଣଙ୍କର ବି କରୋନାଜନିତ ମୃତ୍ୟୁ ହୋଇନାହିଁ । କରୋନା ଯୋଦ୍ଧାଙ୍କ ଅବିଶ୍ରାନ୍ତ ଉଦ୍ୟମ ଏହି ସଫଳତା ଆଣିଛିContinue reading “ଓଡ଼ିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ୬ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଶୂନ ।”
ରାଉରକେଲା ଷ୍ଟିଲପ୍ଲାଂଟରେ ଲିକ୍ ହେଲା ବିଷାକ୍ତ ଗ୍ୟାସ । ୪ ମୃତ, ୨ ଗୁରୁତର । କାର୍ଯ୍ୟରେ ଅବହେଳା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ ।
କନକ ବ୍ୟୁରୋ : ରୋଜଗାର ଆଶାରେ କାମ କରିବାକୁ ଯାଇଥିବା ଠିକା ଶ୍ରମିକ, ସୁରକ୍ଷିତ କର୍ମକ୍ଷେତ୍ରରୁ ଫେରିବା ବଦଳରେ ଯଦି ତାଙ୍କ ମୃତଦେହ ଫେରିବ, ତେବେ ତାକୁ ସୁରକ୍ଷା ଅବହେଳା ବ୍ୟତୀତ ଆଉ କ’ଣ କୁହାଯିବ? ଆର୍ଏସ୍ପି ଭଳି ପ୍ରତିଷ୍ଠିତ କାରଖାନାରେ ଠିକ୍ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯେତେବେଳେ ୪-୪ ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗ୍ୟାସ୍ ମିକ୍ସିଂ ଟ୍ୟାଙ୍କ୍ ଅଂଚଳରେ ଚାଲିଥିବା ମରାମତି କାମ । ହଠାତ୍ ବିଷାକ୍ତ କାର୍ବନContinue reading “ରାଉରକେଲା ଷ୍ଟିଲପ୍ଲାଂଟରେ ଲିକ୍ ହେଲା ବିଷାକ୍ତ ଗ୍ୟାସ । ୪ ମୃତ, ୨ ଗୁରୁତର । କାର୍ଯ୍ୟରେ ଅବହେଳା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ ।”