ପ୍ରାଇଭେଟ ଚାକିରିଆଙ୍କଠାରୁ ଆରମ୍ଭ କରି ଶ୍ରମିକ ସବୁ ପାଇବେ ପେନସନ୍ । ସରକାରଙ୍କ ଏହି ସବୁ ଯୋଜନାରେ କରନ୍ତୁ ନିବେଶ ।

କନକ ବ୍ୟୁରୋ : କଣ ଆପଣ ପ୍ରାଇଭେଟ ଚାକିରି କରୁଛନ୍ତି? କଣ ଆପଣଙ୍କର ଛୋଟମୋଟ କାରବାର ଅଛି? ତାହାଲେ ଆପଣ ବି ପାଇ ପାରିବେ ପେନସନ । କିଛି ସରକାରୀ ସ୍କିମ ମାଧ୍ୟମରେ ଆପଣ ଏହି ପେନସନର ଲାଭ ଉଠାଇ ପାରିବେ । ପ୍ରତ୍ୟକ ମାସ ଅବା ସପ୍ତାହରେ ଆପଣ କିଛି କିଛି ଟଙ୍କା ଜମା କରି ୬୦ ବର୍ଷ ପରେ ପେନସନ ପାଇପାରିବେ । ଆଉ ବୃଦ୍ଧା ଅବସ୍ଥାରେ ନିଜ ନିଜର ସାହାରା ହୋଇ ପାରିବେContinue reading “ପ୍ରାଇଭେଟ ଚାକିରିଆଙ୍କଠାରୁ ଆରମ୍ଭ କରି ଶ୍ରମିକ ସବୁ ପାଇବେ ପେନସନ୍ । ସରକାରଙ୍କ ଏହି ସବୁ ଯୋଜନାରେ କରନ୍ତୁ ନିବେଶ ।”

ଜିଓର ନୂଆବର୍ଷ ଅଫର । ଏଣିକି ପୁଣି ଜିଓ ସମସ୍ତ ଭଏସ କଲ ମାଗଣା କରିଦେଇଛି । ଏବେ ଯେ କୌଣସି ନମ୍ବରକୁ କଲ ବି ଆପଣଙ୍କୁ କୌଣସି ଦେୟ ପଡିବ ନାହିଁ ।

କନକ ବ୍ୟୁରୋ : ନୂଆ ବର୍ଷରେ ଜିଓ ଦେଇଛି ଅଫର । ଯଦି ଆପଣ ଜିଓ ନମ୍ବର ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ସୁବିଧା ପାଇପାରିବେ । ଏଣିକି ପୁଣି ଜିଓ ସମସ୍ତ ଭଏସ କଲ ମାଗଣା କରିବାକୁ ଯାଉଛି । ଅର୍ଥାତ ଜାନୁଆରୀ ୧ରୁ ଆପଣ ଯେ କୌଣସି ନମ୍ବରକୁ କଲ ବି ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ରିଲାଏନ୍ସ ଜିଓ ତରଫରୁ ଏଭଳି ସୂଚନା ଦିଆଯାଇଛି । କମ୍ପାନୀContinue reading “ଜିଓର ନୂଆବର୍ଷ ଅଫର । ଏଣିକି ପୁଣି ଜିଓ ସମସ୍ତ ଭଏସ କଲ ମାଗଣା କରିଦେଇଛି । ଏବେ ଯେ କୌଣସି ନମ୍ବରକୁ କଲ ବି ଆପଣଙ୍କୁ କୌଣସି ଦେୟ ପଡିବ ନାହିଁ ।”

ଓଡିଶା ଆସିଥିବା ବିଟ୍ରେନ ଫେରନ୍ତାଙ୍କ ନମୁନାରେ ନାହିଁ ନୂଆ ଷ୍ଟ୍ରେନ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ରଙ୍କ ସୂଚନା । 

କନକ ବ୍ୟୁରୋ : ଓଡିଶାକୁ ଆସିଥିବା ବ୍ରିଟେନ ଫେରନ୍ତାଙ୍କ ନମୂନାରେ ନୂଆ ଷ୍ଟ୍ରେନ ଠାବ ହୋଇ ନାହିଁ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର । ସେ କହିଛନ୍ତି ବ୍ରିଟେନ ଫେରନ୍ତା ୩ ଜଣ ଯାତ୍ରୀ ସଂକ୍ରମିତ ଚିହ୍ନଟ ପରେ ତାଙ୍କ ନମୁନାକୁ ପୁଣେ ପଠାଯାଇଥିଲା । ତେବେ ସେମାରେ ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇନଥିବା ରିପୋର୍ଟ ଆସିଛି । ହେଲେ ଭାରତରେ ଆଜି ପୁଣି ୪ ଜଣ ପାଖରେ କରୋନାର ନୂଆContinue reading “ଓଡିଶା ଆସିଥିବା ବିଟ୍ରେନ ଫେରନ୍ତାଙ୍କ ନମୁନାରେ ନାହିଁ ନୂଆ ଷ୍ଟ୍ରେନ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ରଙ୍କ ସୂଚନା । “

କରୋନାର ନୂଆ ଷ୍ଟ୍ରେନ ଭିତରେ ଭଲ ଖବର । ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ପ୍ରଥମ କୋଭିଡ ଟିକା ଭାବେ ଦେଶରେ ମିଳିଲା ଅନୁମତି ।

କନକ ବ୍ୟୁରୋ : କରୋନାର ନୂଆ ଷ୍ଟ୍ରେନ ଭିତରେ ଭଲ ଖବର । ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ବିଶେଷଜ୍ଞ କମିଟି ଦେଲେ ଟିକାକୁ ଅନୁମତି । ସିରମ ଇନଷ୍ଟିଚ୍ୟୁଟର କରୋନା ଟୀକାକୁ ସବଜେକ୍ଟ ଏକ୍ସପର୍ଟ କମିଟିର ଅନୁମତି ମିଳିଛି । ପ୍ରଥମ କୋଭିଡ ଟିକା ଭାବେ ଦେଶରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ନିର୍ମିତ ଟିକାକୁ ଅନୁମତି ଦିଆଯାଇଛି । ଅକ୍ସଫୋର୍ଡ ଟିକାର ଭାରତୀୟ ନାଁ ହେଉଛି ‘କୋଭିସଲ୍ଡ’ । ଟିକାର ଦୁଇଟି ଡୋଜରContinue reading “କରୋନାର ନୂଆ ଷ୍ଟ୍ରେନ ଭିତରେ ଭଲ ଖବର । ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ପ୍ରଥମ କୋଭିଡ ଟିକା ଭାବେ ଦେଶରେ ମିଳିଲା ଅନୁମତି ।”

ଭାରତରେ ଅଷ୍ଟ୍ରାଜେନିକା ଟିକାକୁ ମିଳିପାରେ ଅନୁମତି । ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ବୈଠକ ଜାରି । ଭ୍ୟାକସିନ ଟ୍ରାଏଲର ବିସ୍ତୃତ ତଥ୍ୟ ଦେଉଛନ୍ତି ତିନି ଟିକା ନିର୍ମାତା କଂପାନୀ ।

କନକ ବ୍ୟୁରୋ : ଭାରତରେ ଅଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ପ୍ରସ୍ତୁତ କୋଭିଡ୍ ଟିକାକୁ ଆଜି ମିଳିପାରେ ଅନୁମତି । ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ସବଜେକ୍ଟ ଏକ୍ସପର୍ଟ କମିଟି ବା ବିଶେଷଜ୍ଞ କମିଟି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବା ନେଇ ବୈଠକ ବସିଛି । ଏହି ବୈଠକରେ ଅଷ୍ଟ୍ରେଜେନିକା ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି କୁହାଯାଉଛି । ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତରେ ଜରୁରୀକାଳିନ ଟିକା ବ୍ୟବହାର ପାଇଁ ଫାଇଜର,Continue reading “ଭାରତରେ ଅଷ୍ଟ୍ରାଜେନିକା ଟିକାକୁ ମିଳିପାରେ ଅନୁମତି । ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ବୈଠକ ଜାରି । ଭ୍ୟାକସିନ ଟ୍ରାଏଲର ବିସ୍ତୃତ ତଥ୍ୟ ଦେଉଛନ୍ତି ତିନି ଟିକା ନିର୍ମାତା କଂପାନୀ ।”

ମିସଡ୍ କଲ କରନ୍ତୁ, ଗ୍ୟାସ୍ ବୁକିଂ କରନ୍ତୁ… ଏଣିକି ଗୋଟିଏ ମିସଡ୍ କଲ କଲେ ବୁକିଂ ହେବ ଏଲପିଜି ଗ୍ୟାସ । କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା

କନକ ବ୍ୟୁରୋ: ମିସଡ୍ କଲ କଲେ ହେବ ଏଲପିଜି ଗ୍ୟାସ ବୁକିଂ । ଗୋଟିଏ ମିସଡ କଲରେ ଲୋକେ ପାଇ ପାରିବେ ଗ୍ୟାସ ବୁକିଂ ସେବା । ୮୪୫୪୯୫୫୫୫୫ ନମ୍ବରରେ ମିସଡ କଲ କଲେ ବୁକଂ ହେବ । ଓଡିଶାରୁ ଶୁଭାରମ୍ଭ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ପାଇଁ ଆହୁରି ସହଜ ମାଧ୍ୟମ ଆସିଯାଇଛି। ମିସଡ କଲରେ ଏଲିପିଜି ଗ୍ୟାସ୍ ରିଫିଲିଂ ବୁକିଂ ହୋଇପାରିବ। କେନ୍ଦ୍ର ପେଟ୍ରୋଲିୟମ୍Continue reading “ମିସଡ୍ କଲ କରନ୍ତୁ, ଗ୍ୟାସ୍ ବୁକିଂ କରନ୍ତୁ… ଏଣିକି ଗୋଟିଏ ମିସଡ୍ କଲ କଲେ ବୁକିଂ ହେବ ଏଲପିଜି ଗ୍ୟାସ । କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା”

ଓଡିଶାରେ କେମିତି ମିଳିବ କରୋନା ଟିକା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଗଲା ନକ୍ସା । ୨୯ ହଜାର ୨୭୨ କେନ୍ଦ୍ରରେ ମିଳିବ ଟିକା ।

କନକ ବ୍ୟୁରୋ : ଓଡିଶାରେ କେମିତି ଦିଆଯିବ କରୋନା ଟିକା । ଏନେଇ ବ୍ଲୁ ପ୍ରିଂଟ ବା ନକ୍ସା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରରୁ ଟିକା ଆସିବା ପରେ ପ୍ରଥମେ ଟିକାକୁ ରାଜ୍ୟ ଟିକା ଷ୍ଟୋରରେ ରଖାଯିବ । ପରେ ସେଠାରୁ ୨ଟି ଆଂଚଳିକ ଟିକା ଷ୍ଟୋରକୁ ପଠାଯିବ । ଏବଂ ଆଂଚଳିକ ଟିକା ଷ୍ଟୋରରୁ ୩୨ଟି ଟିକା ଷ୍ଟୋରକୁ ଯିବ ଭାକ୍ସିନ । ପୁଣି ସେଠାରୁ ୧୨ଶହ ୨୨ କୋଲ୍ଡ ଚେନ ପଏଂଟକୁContinue reading “ଓଡିଶାରେ କେମିତି ମିଳିବ କରୋନା ଟିକା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଗଲା ନକ୍ସା । ୨୯ ହଜାର ୨୭୨ କେନ୍ଦ୍ରରେ ମିଳିବ ଟିକା ।”

ସିଲଭରସିଟି ସାଜିଛି ଭେଜାଲର ହବ୍, ବାହାରୁଛି ପୁଳାପୁଳା ଅପମିଶ୍ରିତ ସାମଗ୍ରୀ । ନକଲି ପଛର ନାୟକ କିଏ ?

କନକ ବ୍ୟୁରୋ: ଘିଅ, ହଳଦୀ, ମସଲା, ସୋୟାବିନ ଆଉ ଏବେ ପନିର ପାଳି । ନକଲି… ନକଲି… ସବୁ ନକଲି । ସିଲଭଲ ସିଟିରେ ସବୁ ନକଲି । କଟକ ସାଜିଛି ଭେଜାଲର ହବ । ଜଗତପୁର ପାଲଟିଛି ନକଲି ସାମଗ୍ରୀର ପେଣ୍ଠସ୍ଥଳ । ଲଗାତାର ଗୋଟିଏ ମାସ ଧରି ଧରପଗଡ ଚାଲିଥିବା ବେଳେ କଟକରୁ ଆସୁଛି ଗୋଟେ ପରେ ଗୋଟେ ନକଲିର ଖବର । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଟିଭି ଖୋଲିଲେ, ମୋବାଇଲContinue reading “ସିଲଭରସିଟି ସାଜିଛି ଭେଜାଲର ହବ୍, ବାହାରୁଛି ପୁଳାପୁଳା ଅପମିଶ୍ରିତ ସାମଗ୍ରୀ । ନକଲି ପଛର ନାୟକ କିଏ ?”

ଭାରତରେ ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନ ପଜିଟିଭ । ଦେଶରେ ମୋଟ ୨୯ ଜଣ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ।

କନକ ବ୍ୟୁରୋ : ଭାରତରେ ଆଜି ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି । ଗତକାଲି ୨୫ ଜଣ କରୋନା ଭୁତାଣୁର ନୂଆ ରୁପରେ ଆକ୍ରାନ୍ତ ହୋଇଥିଲେ । ଆଜି ୪ ଜଣ ଆକ୍ରାନ୍ତ ହେବା ପରେ ଏହାକୁ ମିଶାଇ ଦେଶରେ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ଛୁଇଁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି । \କରେନାର ପୁରୁଣା ରୁପ ଠାରୁ ଏହି ନୂଆ ଷ୍ଟ୍ରେନ ୫୬ ପ୍ରତିଶତContinue reading “ଭାରତରେ ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନ ପଜିଟିଭ । ଦେଶରେ ମୋଟ ୨୯ ଜଣ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ।”

ନୂଆବର୍ଷରେ ବିହାର ଦେଖିପାରେ ନୂଆ ସରକାର । ରାବ୍ରୀ ଦେବୀ କହିଲେ ମହାଗଠବନ୍ଧନରେ ନିତୀଶଙ୍କୁ ସାମିଲ କରିବା ନେଇ ଚାଲିଛି ବିଚାର । ସେପଟେ ଜେଡିୟୁ ଓ ବିଜେପି ସଂପର୍କରେ ଫାଟକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ନୂଆବର୍ଷରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିରୋଧୀ ନିତୀଶ କୁମାରଙ୍କ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାବ୍ରୀ ଦେବୀ କହିଛନ୍ତି କି, ନିତୀଶ କୁମାରଙ୍କୁ ପୁଣିଥରେ ମହାଗଠବନ୍ଧନରେ ସାମିଲ କରିବା ନେଇ ଆରଜେଡି ଭିତରେ ଆଲୋଚନା ଚାଲିଛି । ଅରୁଣାଚଳ ପ୍ରଦେଶରେ ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହେବାକୁ ନେଇ ରାରାବ୍ରୀ ଦେବୀ କହିଛନ୍ତି କି ଖାଲି ଅରୁଣାଚଳ ପ୍ରଦେଶContinue reading “ନୂଆବର୍ଷରେ ବିହାର ଦେଖିପାରେ ନୂଆ ସରକାର । ରାବ୍ରୀ ଦେବୀ କହିଲେ ମହାଗଠବନ୍ଧନରେ ନିତୀଶଙ୍କୁ ସାମିଲ କରିବା ନେଇ ଚାଲିଛି ବିଚାର । ସେପଟେ ଜେଡିୟୁ ଓ ବିଜେପି ସଂପର୍କରେ ଫାଟକୁ ନେଇ ଚର୍ଚ୍ଚା”

Design a site like this with WordPress.com
Get started