ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା : ଓଡିଶାରେ କୁହାଯାଇପାରିବନି ଦ୍ୱିତୀୟ ୱେଭ; ସତର୍କ ରହିବା ଜରୁରୀ

କନକ ବ୍ୟୁରୋ : ବ୍ରିଟେନର ନୂଆ କରୋନା ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି । ପୂର୍ବ କରୋନା ରୋଗୀଙ୍କ ପରି ଏହି ରୋଗୀଙ୍କ ଲକ୍ଷଣ ସମାନ ରହିଛି । ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । କିନ୍ତୁ ବ୍ରିଟେନର ଗତ ୩Continue reading “ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା : ଓଡିଶାରେ କୁହାଯାଇପାରିବନି ଦ୍ୱିତୀୟ ୱେଭ; ସତର୍କ ରହିବା ଜରୁରୀ”

ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା ବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଲା ପୋଲିସ । ପ୍ରୟଙ୍କା କହିଲେ, ସୀମାନ୍ତରେ ଛାଉଣି ପକାଇଥିବା କୃଷକଙ୍କ କଥା ଶୁଣିବାକୁ ସରକାର ଚାହୁଁ ନାହାନ୍ତି

କେନ୍ଦ୍ରର ନୂଆ କୃଷକ ଆଇନ ବିରୋଧରେ ୨ କୋଟି ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଦାଖଲ କରିବାକୁ ଗୁରୁବାର ସକାଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରାରେ ଯାଉଥିବା ବେଳେ ଦିଲ୍ଲୀ ପୁଲିସ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କୁ ହାଜତକୁ ନେଇଛି । ପୁଲିସ କଂଗ୍ରେସର ରାଷ୍ଟ୍ରପତି ଭବନ ପଦଯାତ୍ରା ଅଟକାଇବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏ ସରକାରଙ୍କ ବିପକ୍ଷରେ ହେଉଥିବା ଯେକୌଣସିContinue reading “ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା ବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଲା ପୋଲିସ । ପ୍ରୟଙ୍କା କହିଲେ, ସୀମାନ୍ତରେ ଛାଉଣି ପକାଇଥିବା କୃଷକଙ୍କ କଥା ଶୁଣିବାକୁ ସରକାର ଚାହୁଁ ନାହାନ୍ତି”

ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପରେ ପଶ୍ଚିମବଙ୍ଗ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରବେଶ । ବିଶ୍ୱଭାରତୀର ଶତାବ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନୀତି ସହ ଯୋଡିଲେ ରବିନ୍ଦ୍ରନାଥ ଟାଗୋରଙ୍କ ସ୍ୱପ୍ନ

କନକ ବ୍ୟୁରୋ : ୨୦୨୧ ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହାକୁ ନଜରରେ ରଖି ବିଜେପି ପକ୍ଷରୁ ଯୋଜନାବଦ୍ଧ ଭାବେ ମିଶନ ପଶ୍ଚିମବଙ୍ଗ ଆରମ୍ଭ କରାଯାଇଛି । ଏନେଇ ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ,ପି ନଡ୍ଡା ଓରେ ଗୃହମନ୍ତ୍ରୀ ଅମିତ୍ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ହେଲେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଥିବା ବିଶ୍ୱଭାରତୀ ବିଶ୍ୱ ବିଦ୍ୟାଳୟର ଶତାବ୍ଦୀ ସମାରୋହ କାର୍ଯ୍ୟକ୍ରମରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗContinue reading “ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପରେ ପଶ୍ଚିମବଙ୍ଗ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରବେଶ । ବିଶ୍ୱଭାରତୀର ଶତାବ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନୀତି ସହ ଯୋଡିଲେ ରବିନ୍ଦ୍ରନାଥ ଟାଗୋରଙ୍କ ସ୍ୱପ୍ନ”

ଦକ୍ଷିଣ ଆଫ୍ରିକାର କରୋନାର ଏହି ନୂଆ ରୂପ କ’ଣ ? କେତେ ଭୟଙ୍କର ଆଫ୍ରିକା ଷ୍ଟ୍ରେନ ?

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର କରୋନାର ଏହି ନୂଆ ରୂପ କ’ଣ ? କରୋନା ଭାଇରସର ଏହି ନୂଆ ଷ୍ଟ୍ରେନର ନାଁ ହେଉଛି ୫୦୧. ଭି-୨ । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ଦକ୍ଷିଣ ଆଫ୍ରିକାର ଇଷ୍ଟ କେପ୍ ଓ ୱେଷ୍ଟ କେପ ଓ କ୍ୱାଜୁଲୁ ନାତାଲରେ ପ୍ରଥମେ ଏହା ସୃଷ୍ଟି ହୋଇଛି । ବିନା ଲକ୍ଷଣଯୁକ୍ତ ରୋଗୀଙ୍କ ଶରୀରରେ ଏହି ନୂଆ ଭାଇରସ ଦେଖାଯାଉଥିବା କଥା ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।Continue reading “ଦକ୍ଷିଣ ଆଫ୍ରିକାର କରୋନାର ଏହି ନୂଆ ରୂପ କ’ଣ ? କେତେ ଭୟଙ୍କର ଆଫ୍ରିକା ଷ୍ଟ୍ରେନ ?”

ସମ୍ବଲପୁରର ‘ଓଡ଼ିଆ ଅଭଡ଼ା’ ହୋଟେଲ ବିରୋଧରେ ଏତଲା । ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ ।

କନକ ବ୍ୟୁରୋ : ସମ୍ବଲପୁର ଚାରଭାଟି ଛକରେ ଖୋଲିଥିବା ‘ଓଡ଼ିଆ ଅଭଡ଼ା’ ରେଷ୍ଟୁରାଣ୍ଟ ନାଁରେ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଏଥିସହ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଆଇନଜୀବୀ ଅନୀଲ କୁମାର ସାହୁ ଏହି ଘଟଣାରେ ରେଷ୍ଟୁରାଣ୍ଟର ମାଲିକଙ୍କୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି । ଅବଢ଼ା (ଶ୍ରୀମନ୍ଦିରର ମହାପ୍ରସାଦ) ନାଁରେ ରେଷ୍ଟୁରାଣ୍ଟରେ ଟେବୁଲ ଉପରେ ଖାଦ୍ୟ ବିକ୍ରି ମହାପ୍ରସାଦ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ ବୋଲି ଦର୍ଶାଇ ଏହି ରେଷ୍ଟୁରାଣ୍ଟContinue reading “ସମ୍ବଲପୁରର ‘ଓଡ଼ିଆ ଅଭଡ଼ା’ ହୋଟେଲ ବିରୋଧରେ ଏତଲା । ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ ।”

ନକ୍ସଲଙ୍କ ବର୍ବରକାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଡ଼ାକି ନେଇ କଲେ ନିର୍ମମ ହତ୍ୟା; ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଂଚଳରେ ଘଟିଛି ଘଟଣା

କନକ ବ୍ୟୁରୋ : ନକ୍ସଲଙ୍କ ବର୍ବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଡ଼ାକି ନେଇ ନିର୍ମମ ହତ୍ୟା କଲେ ନକ୍ସଲ । ଏପରି ଛାତିଥରା, ଲୋମଟାଙ୍କୁରା ଘଟଣା ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଂଚଳରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟନାମ ଜିଲ୍ଲା ଚିନ୍ତାଗୁରୁ ଗାଁର ସତୀଶ ବାବୁ । ସତୀଶକୁ ଗତକାଲି ରାତି ପ୍ରାୟ ୨ଟା ବେଳେ ୨୦ରୁ ଅଧିକ ନକ୍ସଲ ଘରୁ ଡ଼ାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିଲେ ।Continue reading “ନକ୍ସଲଙ୍କ ବର୍ବରକାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଡ଼ାକି ନେଇ କଲେ ନିର୍ମମ ହତ୍ୟା; ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଂଚଳରେ ଘଟିଛି ଘଟଣା”

ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ-୨୦୨୧ । ଆବେଦନର ଶେଷ ତାରିଖ ଜାନୁଆରି ୬ ।

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ପାଇଁ ଆବେଦନ କରିବାକୁ କର୍ପୋରେଟ୍ ଜଗତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଉ ଅଳ୍ପ ଦିନ ଭିତରେ ଆବେଦନ ପ୍ରକ୍ରିୟା ଶେଷ ହେବ । ତେଣୁ ଏହି ସମ୍ମାନଜନକ ପୁରସ୍କାରର ଅଂଶ ହେବାକୁ ଆଗ୍ରହୀ ଥିବା ସଂସ୍ଥାଗୁଡ଼ିକୁ ସୁଯୋଗ ହାତ ଛଡ଼ା ନକରିବା ଲାଗି ଶୀଘ୍ର ଆବେଦନ କରିବାକୁ ପଡ଼ିବ। ଆବେଦନର ଶେଷ ତାରିଖContinue reading “ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ-୨୦୨୧ । ଆବେଦନର ଶେଷ ତାରିଖ ଜାନୁଆରି ୬ ।”

ବ୍ରିଟେନରେ କରୋନାର ନୂଆ ରୂପ ବଢ଼ାଉଛି ଚିନ୍ତା : ବିଟ୍ରେନରୁ ଓଡ଼ିଶା ଆସୁଥିବା ଯାତ୍ରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବା ସୂଚନା

କନକ ବ୍ୟୁରୋ : ବ୍ରିଟେନର ନୂଆ ଷ୍ଟ୍ରେନ ଚିନ୍ତା ବଢ଼ାଇଥିବା ବେଳେ ଇଂଲଣ୍ଡରୁ ଆସିଥିବା ବ୍ୟକ୍ତି ବିଶେଷସେମାନଙ୍କ ସମ୍ପର୍କରେ ସୂଚନା ତୁରନ୍ତ ଦେବାକୁ ପ୍ରେସ ବିଜ୍ଞପ୍ତି ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନିଜର ତଥ୍ୟ ଦେଇପାରିବେ । ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତ୍ୱରିତ ଅନୁସନ୍ଧାନକାରୀ ଦଳ, ସେମାନଙ୍କContinue reading “ବ୍ରିଟେନରେ କରୋନାର ନୂଆ ରୂପ ବଢ଼ାଉଛି ଚିନ୍ତା : ବିଟ୍ରେନରୁ ଓଡ଼ିଶା ଆସୁଥିବା ଯାତ୍ରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବା ସୂଚନା”

ଯାଜପୁରର ରସୁଲପୁର ବ୍ଲକରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ୭ ବଖରା ଘର ଜଳିପୋଡି ପାଉଁଶ

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଧାନଗର ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ ପଂହଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡରେ ୭ ବଖରା ଘର ଜଳିଯାଇଛି । ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ବହୁ କସରତ କରିବାକୁ ପଡିଥିଲା । ଗ୍ରାମର ଶଙ୍କର୍ଷଣ ରାଉତ, ଦଶରଥ ରାଉତ, ଖୁଲଣା ରାଉତ ଓ ମହେନ୍ଦ୍ର ରାଉତଙ୍କ ପରିବାରContinue reading “ଯାଜପୁରର ରସୁଲପୁର ବ୍ଲକରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ୭ ବଖରା ଘର ଜଳିପୋଡି ପାଉଁଶ”

ଭକ୍ତ ଓ ଭଗବାନଙ୍କ ମହାମିଳନ : ଦ୍ୱିତୀୟ ଦିନରେ ଚାଲିଛି କାଳିଆ ଦର୍ଶନ; ସେବାୟତ ଓ ପରିବାର କରୁଛନ୍ତି ପ୍ରବେଶ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଚାଲିଛି କାଳିଆ ଦର୍ଶନ । ସେବାୟତ ଓ ପରିବାର ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । କରୋନା କଟକଣା ମଧ୍ୟରେ ଚାଲିଛି କାଳିଆ ଦର୍ଶନ । ଶାନ୍ତିଶୃଙ୍ଖଳାର ସହ ସେବାୟତ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ସେବାୟତ ଓ ପରିବାର ଆସନ୍ତାକାଲି ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଆସନ୍ତା ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ଦର୍ଶନ କରିବେ । ୩ ତାରିଖ ଠାରୁ ପୁରୀ ବାହାର ଲୋକ ଦର୍ଶନContinue reading “ଭକ୍ତ ଓ ଭଗବାନଙ୍କ ମହାମିଳନ : ଦ୍ୱିତୀୟ ଦିନରେ ଚାଲିଛି କାଳିଆ ଦର୍ଶନ; ସେବାୟତ ଓ ପରିବାର କରୁଛନ୍ତି ପ୍ରବେଶ”

Design a site like this with WordPress.com
Get started