ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ଚଳଚଂଚଳ ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ଏକ ପ୍ରକାର ରାମମୟ ହୋଇପଡିଛି । ଜୟ ଶ୍ରୀରାମ ନାରା ଦେଇ ଶ୍ରଦ୍ଧାଳୁ ଏବେ ପ୍ରଭୁ ରାମଙ୍କୁ ସ୍ମରଣ କରିବା ଆରମ୍ଭ କରିଛନ୍ତି । ଆଉ ଗୁରୁବାର ଗର୍ଭ ଗୃହରେ ସ୍ଥାପିତ ହୋଇଛନ୍ତି ପ୍ରଭୁ ରାମଲଲା । ମନ୍ତ୍ର ଉଚ୍ଚାରଣ ସହିତ ପାଖାପାଖି ୪ ଘଂଟା ପରେ ଗର୍ଭ ଗୃହରେ ବିରାଜମାନ ହୋଇଛନ୍ତି ରାମଲାଲା । ଏହାରି ଭିତରେ କେନ୍ଦ୍ର ସରକାରContinue reading “ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର”

କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଓସେଫା ଅଫିସ ଆଗରେ ଶହ ଶହ ପରୀକ୍ଷାର୍ଥୀ

କନକ ବ୍ୟୁରୋ : କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି, ତାହା ଜାଣିବା ପାଇଁ ଓସେଫା ଅଫିସ ସାମ୍ନାରେ ଭିଡ଼ ଜମିଛି । କାହାର କେତେ ମାର୍କ ରହିଛି ଜାଣିବା ପାଇଁ ଆରଟିଆଇରେ ଆବେଦନ କରିବାକୁ ଚାହୁଁଛନ୍ତି ପରୀକ୍ଷାର୍ଥୀ । ୨୦ ହଜାର ପଦବୀ ପାଇଁ ଆବେଦନ କରିଥିଲେ ୯୩ ହଜାର ପରୀକ୍ଷାର୍ଥୀ । ପରୀକ୍ଷା ପରେ ମାତ୍ର ୧୮ ହଜାର ଯୋଗ୍ୟ ବିବେଚିତ । ଆସନ୍ତା ୨୦ ଓContinue reading “କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଓସେଫା ଅଫିସ ଆଗରେ ଶହ ଶହ ପରୀକ୍ଷାର୍ଥୀ”

ପୁଷ୍ଟି ଅପେକ୍ଷା ପ୍ରଚାର ପାଇଁ ଅଧିକ ଚିନ୍ତା । ମଧ୍ୟାହ୍ନଭୋଜନର ପାଣିଆ ଡାଲିରେ ପୋଷଣ ଖୋଜୁଛନ୍ତି ପିଲା, ହେଲେ ୱାଲ ପେଟିଂ ପାଇଁ ୫ହଜାର ଟଙ୍କା ମଞ୍ଜୁର

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନ ଥାଳିରେ ନିମ୍ନମାନର ସୋୟାବିନ୍, ପାଣିଆ ଡାଲିକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ପିଏମ୍ ପୋଷଣ ସଂପର୍କିତ ତଥ୍ୟ ସ୍କୁଲ କାନ୍ଥରେ ଲେଖିବାକୁ ଚିଠି ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଏମ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ମଧ୍ୟାହ୍ନ ଭୋଜନ ସଂପର୍କିତ ତଥ୍ୟ ଲିଭି ଯାଇଥିବାରୁ ଏହାକୁ ପୁଣିଥରେ ଲେଖାଯିବ । ପ୍ରତ୍ୟେକ ପ୍ରାଥମିକContinue reading “ପୁଷ୍ଟି ଅପେକ୍ଷା ପ୍ରଚାର ପାଇଁ ଅଧିକ ଚିନ୍ତା । ମଧ୍ୟାହ୍ନଭୋଜନର ପାଣିଆ ଡାଲିରେ ପୋଷଣ ଖୋଜୁଛନ୍ତି ପିଲା, ହେଲେ ୱାଲ ପେଟିଂ ପାଇଁ ୫ହଜାର ଟଙ୍କା ମଞ୍ଜୁର”

ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ । ପରିକ୍ରମା ପ୍ରକଳ୍ପ ଦେଖିବାର ସୁଯୋଗ ପାଇବେ ଦୂରଦୂରାନ୍ତର ଶ୍ରଦ୍ଧାଳୁ, ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲା ସାମିଲ

କନକ ବ୍ୟୁରୋ : ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ, ଏହି ଐତିହାସିକ ରୂପାନ୍ତରଣକୁ ଦେଖିବା ପାଇଁ ରାଜ୍ୟ ସରକାର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ନୂଆ ଅଭିଯାନରେ ବିଭିନ୍ନ ଜିଲ୍ଲା ସଦର ମହକୁମାରୁ ପୁରୀକୁ ଗଡିଛି ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଲକ୍ଷ୍ମୀ ଯୋଜନାରେ ଏହି ବସ୍ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଯାତ୍ରା କରିବ । ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ଜିଲ୍ଳାContinue reading “ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ । ପରିକ୍ରମା ପ୍ରକଳ୍ପ ଦେଖିବାର ସୁଯୋଗ ପାଇବେ ଦୂରଦୂରାନ୍ତର ଶ୍ରଦ୍ଧାଳୁ, ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲା ସାମିଲ”

କଡା କଟକଣା ଲଗାଇଲେ କେନ୍ଦ୍ରସରକାର । ୧୬ବର୍ଷରୁ କମ ବୟସର ପିଲା ଯାଇପାରିବେନି କୋଚିଂ ସେଂଟର

କନକ ବ୍ୟୁରୋ : ୧୬ ବର୍ଷରୁ କମ୍ ବୟସର ପିଲା ଯାଇପାରିବେନି କୋଚିଂ ସେଂଟର । ଏ ସଂପର୍କରେ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସାରାଦେଶରେ ଛତୁ ଫୁଟିଲା ଭଳି କୋଚିଂ ସେଂଟର ଖୋଲାଯାଉଛି । ଯାହା ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନାହିଁ । – କୋଚିଂ ସେଂଟର ଯାଇପାରିବେନି ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ – ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଯାଇପାରିବେ କୋଚିଂ ସେଂଟର – ଭଲ ର୍ୟାଙ୍କ ମିଳିବାରContinue reading “କଡା କଟକଣା ଲଗାଇଲେ କେନ୍ଦ୍ରସରକାର । ୧୬ବର୍ଷରୁ କମ ବୟସର ପିଲା ଯାଇପାରିବେନି କୋଚିଂ ସେଂଟର”

ସବୁଜ ବନାନୀ ଭିତରେ ମନ ମୋହୁଛି ପାହାଡି ଝରଣା । ପ୍ରଭୁ ହନୁମାନଙ୍କ ବାଟିକାର ମନଲୋଭା ଦୃଶ୍ୟ, ଶାନ୍ତିଝରରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ

କନକ ବ୍ୟୁରୋ : ପିକନିକ୍ ରୁତୁରେ ପର୍ଯ୍ୟଟକଙ୍କ ଭିଡ । ଗଂଜାମ ଜିଲ୍ଲାର ଧରାକୋଟ ଥାନା ନିକଟରୁ ୨ କିଲୋ ମିଟର ଦୁରରେ ରହିଛି ଶାନ୍ତିଝର । ଉଭୟ ପାଶ୍ୱରେ ସବୁଜ ଗଛଲତାରେ ଭରପୁର ରାସ୍ତା ଦେଇ କିଛି ଦୁୁର ଗଲେ ପ୍ରକୃତିର ଅନନ୍ୟ ଶୋଭାରାଜି ଭରା ଏହି ସ୍ଥାନଟି ପଡେ । ବଣ ପାହାଡ ଘେରା ମନୋରମ ପରିବେଶ ଭିତର ପାହାଡି ଝରଣା ପାଲଟିଛି ମୁଖ୍ୟ ଆକର୍ଷଣ । ଶାନ୍ତି ଝରର ପାହାଡ ଉପରେ ଥିବାContinue reading “ସବୁଜ ବନାନୀ ଭିତରେ ମନ ମୋହୁଛି ପାହାଡି ଝରଣା । ପ୍ରଭୁ ହନୁମାନଙ୍କ ବାଟିକାର ମନଲୋଭା ଦୃଶ୍ୟ, ଶାନ୍ତିଝରରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ”

କେନାଲରୁ ମିଳୁନି ପାଣି । ଶୁଖିଗଲାଣି ଚାଷ ଜମି, ଏକର ଏକର ଫସଲ ଝାଉଁଳି ନଷ୍ଟ । ଚିନ୍ତାରେ ପୁରୀ ସଦର ବ୍ଲକର ଚାଷୀ

କନକ ବ୍ୟୁରୋ : କେନାଲରୁ ମିଳୁନି ପାଣି । ଜମି ଫାଟି ଆଁ କରିଥିବା ବେଳେ ଚିନ୍ତାରେ ପଡିଛି ଚାଷୀ କୁଳ । ପୁରୀ ସଦର ବ୍ଲକ ଅନ୍ତିକେରାରୁ ନେଇ ବେଣାକେରା ନରେନ୍ଦ୍ରପୁର ଭଳି ଗାଁର ଚାଷୀ କେନାଲ ଉପରେ ନିର୍ଭର କରି ଚଳୁଛନ୍ତି । କେବଳ ଜଳସେଚନ ବିଭାଗର ମନମୁଖୀ କାମ ପାଇଁ ଚାଷୀଙ୍କୁ ଆବଶ୍ୟକ ପାଣି ମିଳିପାରୁନି । କେନାଲରୁ ପାଣି ଆସୁନଥିବାରୁ ଏକର ଏକର ଚାଷ ଜମି ଶୁଖିଲା ପଡିଛି । ଆଉContinue reading “କେନାଲରୁ ମିଳୁନି ପାଣି । ଶୁଖିଗଲାଣି ଚାଷ ଜମି, ଏକର ଏକର ଫସଲ ଝାଉଁଳି ନଷ୍ଟ । ଚିନ୍ତାରେ ପୁରୀ ସଦର ବ୍ଲକର ଚାଷୀ”

ଅସୁସ୍ଥତା ଭିତରେ ବି ବାଲେଶ୍ୱର ଦେଭୋଗର ଛାତ୍ରୀ ସସ୍ମିତାଙ୍କ ସଂଘର୍ଷ ଜାରି । ରଙ୍ଗବେରଙ୍ଗର କଣ୍ଢେଇ ଗଢି ବିକ୍ରିି କରି ମୁଣ୍ଡାଇଛନ୍ତି ଘର ବୋଝ

କନକ ବ୍ୟୁରୋ : ସଜେଇ ହୋଇ ରହିଛି ରଙ୍ଗ ବେରଙ୍ଗର କଣ୍ଢେଇ । ଛୋଟରୁ ବଡ ଭଳିକିଭଳି ମନଲୋଭା କଣ୍ଢେଇ କିଣିବାକୁ ଲାଗୁଛି ଭିଡ । ଆଉ କଣ୍ଢେଇ ବିକିଲେ ଚଳୁଛି ଘର । ଏ କୌଣସି ବଡ ଚିତ୍ର ଶିଳ୍ପୀର କାରିଗରି କଳା ନୁହେଁ । ପରିବାର ଚଳାଇବାକୁ ଏ ହେଉଛି ଜଣେ ଛାତ୍ରୀର ପ୍ର୍ରୟାସ । ବାଲେଶ୍ୱର ବାଲିଆପାଳ ବ୍ଲକ ଦେଭୋଗର ଯୁକ୍ତ ତିନିର ଛାତ୍ରୀ । ଅଭାବ ଅନଟନ ଭିତରେ ରହୁଥିବା ପରିବାରContinue reading “ଅସୁସ୍ଥତା ଭିତରେ ବି ବାଲେଶ୍ୱର ଦେଭୋଗର ଛାତ୍ରୀ ସସ୍ମିତାଙ୍କ ସଂଘର୍ଷ ଜାରି । ରଙ୍ଗବେରଙ୍ଗର କଣ୍ଢେଇ ଗଢି ବିକ୍ରିି କରି ମୁଣ୍ଡାଇଛନ୍ତି ଘର ବୋଝ”

ପାହାଡ ତଳକୁ ଆସିଲେ ମିଳୁଛି ପାଣି । ଶୀତ ଦିନରେ ବି ଗଜପତି ଟୁବୁରସିଂରେ ପିଇବା ପାଣି ସମସ୍ୟା, ନାଳରୁ ଦୂଷିତ ପାଣିି ପିଇ ରୋଗାକ୍ରାନ୍ତ ଲୋକେ

କନକ ବ୍ୟୁରୋ : ପାହାଡ ତଳକୁ ଆସିଲେ ମିଳୁଛି ପାଣି । ଶୀତ ଦିନରେ ବି ପାଣି ସମସ୍ୟା । ଶୀତ ଦିନ ସରିନି ହେଲେ ଗଜପତି ଟୁବୁରସିଂ ଗାଁରେ ପିଇବା ପାଣି ସମସ୍ୟା ଉପୁଜିଲାଣି । ଗାଁର ଲୋକେ ଦୁଇ କିଲୋମିଟର ପାହାଡ ତଳକୁ ଆସି ପାଣି ସଂଗ୍ରହ କରୁଛନ୍ତି । ତାହା ପୁଣି ନାଳ ପାଣି । ଏହି ଦୂଷିତ ପାଣିକୁ ଲୋକେ ବାଧ୍ୟ ହୋଇ ପିଉଛନ୍ତି । ଆଉ ବିଭିନ୍ନ ରୋଗରେ ପଡୁଛନ୍ତିContinue reading “ପାହାଡ ତଳକୁ ଆସିଲେ ମିଳୁଛି ପାଣି । ଶୀତ ଦିନରେ ବି ଗଜପତି ଟୁବୁରସିଂରେ ପିଇବା ପାଣି ସମସ୍ୟା, ନାଳରୁ ଦୂଷିତ ପାଣିି ପିଇ ରୋଗାକ୍ରାନ୍ତ ଲୋକେ”

ଅସହାୟ, ନିରାଶ୍ରୟଙ୍କ ଦେବଦୂତ ଶ୍ମଶାନ ବନ୍ଧୁ । ପରିଚୟ ନଥିବା ଲୋକଙ୍କ ଶବ ଦାହ କରି ଚର୍ଚ୍ଚାରେ ସୁନ୍ଦରଗଡର ୪ ବନ୍ଧୁ

କନକ ବ୍ୟୁରୋ : ଅସହାୟ, ନିରାଶ୍ରୟଙ୍କ ଦେବଦୂତ ଶ୍ମଶାନ ବନ୍ଧୁ । ନିରାଶ୍ରୟଙ୍କ କେବଳ ଶବଦାହ ନୁହଁ , ହିନ୍ଦୁ ରୀତିନୀତି ଅନୁସାରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିର୍ସଜନ କରୁଛନ୍ତି    । ସୁନ୍ଦରଗଡର ଶ୍ମଶାନ ବନ୍ଧୁ ପାଲଟିଥିବା ଏହି ୪ଜଣ ଅପରିଚିତଙ୍କ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ ଅସ୍ଥି ବିର୍ସଜନ କରିବା ସହିତ ବୁଡ ପକାଇ ଦିବଙ୍ଗତ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ କାମନା କରନ୍ତି । କେବଳ ଅସ୍ଥି ବିର୍ସଜନ ନୁହେଁ ଗୟାର ଫଲଗୁContinue reading “ଅସହାୟ, ନିରାଶ୍ରୟଙ୍କ ଦେବଦୂତ ଶ୍ମଶାନ ବନ୍ଧୁ । ପରିଚୟ ନଥିବା ଲୋକଙ୍କ ଶବ ଦାହ କରି ଚର୍ଚ୍ଚାରେ ସୁନ୍ଦରଗଡର ୪ ବନ୍ଧୁ”

Design a site like this with WordPress.com
Get started