କନକ ବ୍ୟୁରୋ: ଜନ୍ମକଲା ଛୁଆଙ୍କୁ ମାରିଦେଲା ଜନ୍ମଦାତ୍ରୀ । ପିଶାଚୁଣୀ ସାଜିଲା ଜନ୍ମକଲା ମାଆ । ନିଜ ହାତରେ ନିଜ ଦୁଇ କଅଁଳା ଶିଶୁକୁ ଦେଲା ମୃତ୍ୟୁ । ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ଏବେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ନିଜେ ମାଆ ହିଁ ୩ ମାସର ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ସ୍ୱୀକାର କରିଛି । ପୋଲିସ ଆଗରେ ଅଭିଯୁକ୍ତ ମାଆ ଏହା ସ୍ୱୀକାର କରିଥିବା ସୂଚନା ଦେଇଛନ୍ତି ଅନୁଗୁଳContinue reading “ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ନୂଆ ତଥ୍ୟ । ମାଆ ମାନିଲା ମୁଁ ମାରିଛି ମୋ ଛୁଆଙ୍କୁ…”
Tag Archives: News
ନିର୍ବାଚନ ସମୟରେ ରୋଜଗାର ଗ୍ୟାରେଣ୍ଟି ଦେଇଥିଲା ବିଜେପି । ଏବେ ରୋଜଗାର ନାମରେ ଶ୍ରମିକଙ୍କୁ ଇସ୍ରାଏଲ ପଠାଇବାକୁ ଚାଲିଛି ପରୀକ୍ଷା
କନକ ବ୍ୟୁରୋ : ଭାରତ ସରକାର ଓ ଇସ୍ରାଏଲ ମଧ୍ୟରେ ରୋଜଗାରକୁ ନେଇ ହୋଇଥିବା ଚୁକ୍ତି କ୍ରମରେ ଏବେ ହରିଆଣା ସରକାର ୧୦ ହଜାର ବେରୋଜଗାରଙ୍କୁ ରୋଜଗାର ଦେବାକୁ ଘୋଷଣା କରିଛନ୍ତି । ଏନେଇ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ଠାରେ ଇସ୍ରାଏଲରେ ଚାକିରୀ ପାଇଁ ପରୀକ୍ଷା ନିଆଯାଉଛି । ଏହା ୬ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ଚାକିରୀ ପାଇଁ ହରିଆଣାର ଯୁବକଙ୍କୁ ପ୍ରାଥମିକତା ଦିଆଯାଉଛିContinue reading “ନିର୍ବାଚନ ସମୟରେ ରୋଜଗାର ଗ୍ୟାରେଣ୍ଟି ଦେଇଥିଲା ବିଜେପି । ଏବେ ରୋଜଗାର ନାମରେ ଶ୍ରମିକଙ୍କୁ ଇସ୍ରାଏଲ ପଠାଇବାକୁ ଚାଲିଛି ପରୀକ୍ଷା”
୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ମନା । ଗାଇଡଲାଇନ ଜାରିକଲେ କେନ୍ଦ୍ର ସରକାର
କନକ ବ୍ୟୁରୋ : କୋଚିଂ ସେଣ୍ଟରକୁ ନେଇ କେନ୍ଦ୍ର ସରକାର ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନରେ ବିଶେଷ ଭାବେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହ କୋଚିଂ ସେଣ୍ଟରଗୁଡିକ ଉପରେ ମଧ୍ୟ କଡା ଆଭିମୁଖ୍ୟ ଦେଖାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଆଣିଥିବା ଗାଇଡଲାଇନରେ କୁହାଯାଇଛି କି, କୌଣସି କୋଚିଂ ସେଣ୍ଟର ତରଫରୁ ଲୋଭ ଦେଖାଇ ପିଲାମାନଙ୍କୁ ପିଲାମାନଙ୍କୁContinue reading “୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ମନା । ଗାଇଡଲାଇନ ଜାରିକଲେ କେନ୍ଦ୍ର ସରକାର”
ଜଗନ୍ନାଥ ଏକ୍ସପ୍ରେସରେ ଜଗନ୍ନାଥଧାମ… ରାଜ୍ୟବାସୀଙ୍କୁ ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ପୁରୀକୁ ଗଡ଼ିବ ବସ୍ ।
କନକ ବ୍ୟୁରୋ: ସୁବିଧା ହେବ ଶ୍ରୀକ୍ଷେତ୍ରରେ ପହଞ୍ଚିବା । ଏଣିକି ପୁରୀରେ ପହଞ୍ଚିବା ଭକ୍ତଙ୍କ ପାଇଁ ସହଜ ହେବ । କାରଣଆଜିଠୁ ଜଗନ୍ନାଥଧାମକୁ ଜଗନ୍ନାଥ ଏକ୍ସପ୍ରେସ ଗଡିବ । ଓଡିଶାବାସୀଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ରାଜ୍ୟ ସରକାର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଶ୍ରୀମନ୍ଦିର ଦର୍ଶନ ସହଜ ପାଇଁ ଜିଲ୍ଲା ସଦର ମହକୁମାରୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବା ପରେ ଏହା ପୁରୀକୁContinue reading “ଜଗନ୍ନାଥ ଏକ୍ସପ୍ରେସରେ ଜଗନ୍ନାଥଧାମ… ରାଜ୍ୟବାସୀଙ୍କୁ ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ପୁରୀକୁ ଗଡ଼ିବ ବସ୍ ।”
ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ଇସ୍ତଫା ଦେଲେ ହରିଆଣାର ଦଳ ମୁଖ୍ୟ
କନକ ବ୍ୟୁରୋ : ହରିଆଣା ଆମ୍ ଆଦମୀ ପାର୍ଟିର ପ୍ରଚାର କମିଟି ମୁଖ୍ୟ ଅଶୋକ ତନୱର ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଚର୍ଚ୍ଚା ହେଉଛି କି ସେ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ । ଗତ ବିଧାନସଭା ନିର୍ବାଚନ ବେଳେ ହରିଆଣାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଚେହେରା ଥିଲେ ଅଶୋକ । ଏହାସହ ସେ ଦଳ ପାଇଁ ରାଜ୍ୟର ପ୍ରଚାର କମିଟିର ମୁଖ୍ୟ ମଧ୍ୟ ଥିଲେ । ହେଲେ ଏବେ ସେ ପାର୍ଟିରୁ ଇସ୍ତଫାContinue reading “ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ଇସ୍ତଫା ଦେଲେ ହରିଆଣାର ଦଳ ମୁଖ୍ୟ”
ବଦଳିଲା ନ୍ୟାସନାଲ ପେନସନ୍ ସିଷ୍ଟମ ନିୟମ । ଫେବୃଆରୀ ପହିଲାରୁ ହେବ ଲାଗୁ
କନକ ବ୍ୟୁରୋ: ପେନସନ୍ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧୀକରଣ ତରଫରୁ ନ୍ୟାସନାଲ ପେନସନ ସିଷ୍ଟମ ନିୟମର ବଡ ପରିବର୍ତ୍ତନ କରାଯାଇଛି । ଏନପିଏସରୁ ଟଙ୍କା ଉଠାଣ ନେଇ ଜାରି ହୋଇଥିବା ନୂଆ ନିୟମ ଫେବୃଆରୀ ପହିଲାରୁ ଲାଗୁ କରାଯିବ । ପିଏଫଆରଡିଏ ମୁତାବକ ଏନପିଏସର ନୂଆ ନିୟମ କ୍ରମରେ ଜମା ଖାତାରୁ ଏକ କାଳୀନ ସର୍ବାଧିକ ୨୫ ପ୍ରତିଶତ ଅର୍ଥ ଉଠାଣ କରିହେବ । ଏହି ଅର୍ଥ ନିଯୁକ୍ତିଦାତା ଓ କର୍ମଚାରୀ ଉଭୟଙ୍କ ଟଙ୍କାରୁ ଉଠାଣContinue reading “ବଦଳିଲା ନ୍ୟାସନାଲ ପେନସନ୍ ସିଷ୍ଟମ ନିୟମ । ଫେବୃଆରୀ ପହିଲାରୁ ହେବ ଲାଗୁ”
ନିର୍ବାଚନ ପ୍ରତୀକ ଏବଂ ଇରାନ ସହିତ ଯୁଦ୍ଧର ଖେଳ ! : ପାକିସ୍ତାନରେ ନିର୍ବାଚନ ସ୍ଥଗିତ ହେଇଯିବ କି ?
ଫେବୃଆରୀ ୮ ରେ ପାକିସ୍ତାନରେ ମତଦାନ ହେବ । ଲୋକମାନେ ଦେଶର ନୂତନ ପ୍ରଧାନମନ୍ତ୍ରୀ ଚୟନ କରିବେ । ଏହି ନିର୍ବାଚନ ପାକିସ୍ତାନରେ ଅନୁଷ୍ଠିତ ହେଉଛି ଯେଉଁ ସମୟରେ ଇରାନ ସହ ଦେଶର ସମ୍ପର୍କ ଏକ ଖରାପ ପର୍ଯ୍ୟାୟରେ ଗତି କରୁଛି । ଏହା ବ୍ୟତୀତ ଅନେକ ଦଳର ପ୍ରାର୍ଥୀ ନିଜ ନିଜର ନିର୍ବାଚନୀ ପ୍ରତୀକ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ସେମାନେ ଏହାକୁ ନେଇ କୋର୍ଟର ଦ୍ଵାରସ୍ତ ହେଇଛନ୍ତି । ପଡୋଶୀ ଦେଶ ପାକିସ୍ତାନରେContinue reading “ନିର୍ବାଚନ ପ୍ରତୀକ ଏବଂ ଇରାନ ସହିତ ଯୁଦ୍ଧର ଖେଳ ! : ପାକିସ୍ତାନରେ ନିର୍ବାଚନ ସ୍ଥଗିତ ହେଇଯିବ କି ?”
ଇପିଏଫଓର ବଡ ନିଷ୍ପତ୍ତି । ଏବେ ଜନ୍ମ ତାରିଖର ପ୍ରମାଣପତ୍ର ଭାବେ ଗ୍ରହଣୀୟ ହେବ ନାହିଁ ଆଧାରକାର୍ଡ
କନକ ବ୍ୟୁରୋ : ଆଧାର କାର୍ଡ ବାବଦରେ ଇପିଏଫଓ ଏକ ବଡ ନିଷ୍ପତି ନେଇଛି । ଇପିଏଫଓରେ କୌଣସି ବି କାର୍ଯ୍ୟ ପାଇଁ ଆଧାରକାର୍ଡରେ ଥିବା ଜନ୍ମ ତାରିଖ ପ୍ରମାଣପତ୍ରକୁ ବ୍ୟବହାର କରାଯାଇପାରିବ ନାହିଁ । ଇପିଏଫଓ ଏବେ ଆଧାର କାର୍ଡକୁ ବୈଧ ଦଲିଲ୍ ତାଲିକାରୁ ବାଦ ଦେଇଛି । ଏହି ପରିପ୍ରେକ୍ଷୀରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ମଧ୍ୟ ଏକ ସର୍କୁଲାର ଜାରି କରିଛି । ଇପିଏଫଓ କହିଛି ଯେ ଏବେ ଆଧାର ବ୍ୟବହାର କରିContinue reading “ଇପିଏଫଓର ବଡ ନିଷ୍ପତ୍ତି । ଏବେ ଜନ୍ମ ତାରିଖର ପ୍ରମାଣପତ୍ର ଭାବେ ଗ୍ରହଣୀୟ ହେବ ନାହିଁ ଆଧାରକାର୍ଡ”
ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ର ସରକାରଙ୍କ ଘୋଷଣା । ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର ।
କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ଘୋଷଣା କରିଛନ୍ତି ସରକାର । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ର ଅଧିନସ୍ଥ ଶିଳ୍ପାନୁଷ୍ଠାନ ଗୁଡିକ ଅପରାହ୍ନ ୨ଟାContinue reading “ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ର ସରକାରଙ୍କ ଘୋଷଣା । ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର ।”
ସରକାରଙ୍କ ବଡ ଘୋଷଣା । ପ୍ରାଣ ପ୍ରତିଷ୍ଠା ଦିବସରେ ଅଧାଦିନ ବନ୍ଦ ରହିବ ଦେଶର ସରକାରୀ କାର୍ଯ୍ୟାଳୟ
କନକ ବ୍ୟୁରୋ : ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି କି, ଏହି ଦିନ ସାରା ଦେଶରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧାଦିନ ବନ୍ଦ ରହିବ । ଜନ ଭାବନାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି କି,Continue reading “ସରକାରଙ୍କ ବଡ ଘୋଷଣା । ପ୍ରାଣ ପ୍ରତିଷ୍ଠା ଦିବସରେ ଅଧାଦିନ ବନ୍ଦ ରହିବ ଦେଶର ସରକାରୀ କାର୍ଯ୍ୟାଳୟ”